Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ

ଭୁବନେଶ୍ଵର: ଏଭଳି କିଛି ସ୍ଥାନ ରହିଛି ଯାହାର ଉତ୍ପତ୍ତି କାହାଣୀ ବେଶ ରହସ୍ୟମୟ। ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ନିକଟସ୍ଥ ସାମୁଦ୍ରିକ ମୁହାଣରେ ରହିଥିବା ଏକ ଦ୍ୱୀପାଚଁଳ ରହିଛି ଯାହାର ନାମ ହେଉଛି ହୁକିଟୋଲା। ଏହା ଏକ ବ୍ରିଟିଶ ସ୍ଥାପତ୍ୟ କଳାର ନୌବାଣିଜ୍ୟ ପ୍ରତୀକ। ବ୍ରିଟିଶ ଶାସନ କାଳରେ ୧୮୬୫-୬୬ ମସିହାରେ ତତକାଳୀନ ଜଳସେଚନ ବିଭାଗର ବ୍ରିଟିସ ମୁଖ୍ୟଯନ୍ତ୍ରୀ ହୁକି ୱାଲକର ତତ୍ୱାବଧାନରେ ଏହି ଦ୍ୱୀପାଚଁଳରେ ଏକ ଅଟାଳିକା ନିର୍ମାଣ କରାଯାଇଥିଲା। ସେତେବେଳେ ସାମୁଦ୍ରିକ ଜଳପଥରେ ଏହି ସ୍ଥାନ ଦେଇ ଜାହାଜ ଜରିଆରେ ନୌବାଣିଜ୍ୟ ପଣ୍ୟଦ୍ରବ୍ୟ ଆମଦାନୀ ରପ୍ତାନୀ କରାଯାଉଥିଲା।

ତେବେ ଯେତେବେଳେ ନଅଙ୍କ ଦଃୁର୍ଭିକ୍ଷରେ ସାରା ଓଡିଶା ଜନସାଧାରଣ ଭୋକରେ ଆଉଟୁପାଉଟୁ ହେଉଥିଲେ ସେ ସମୟରେ ଦଃୁର୍ଭିକ୍ଷ ମୁକାବିଲା ପାଇଁ ଜନସାଧାରଣଙ୍କ ଆବଶ୍ୟକତା ମେଂଟାଇବା ପାଇଁ ଏହିଦ୍ୱୀପ ମାଧ୍ୟମରେ ପଣ୍ୟସାମଗ୍ରୀ ଏବଂ ଖାଦ୍ୟଶସ୍ୟ ପରିବହନ କରାଯାଇ କେନ୍ଦ୍ରାପଡା ଜିଲ୍ଲା ମାଧ୍ୟମରେ ସାରା ଓଡିଶାକୁ ଯୋଗାଣ ହୋଇଥିଲା।

ପ୍ରଖ୍ୟାତ ବ୍ରିଟିଶ ଲେଖକ ଜନ୍ ବିମ୍ସଙ୍କ ମେମୋରିଜ ଅଫ ବେଙ୍ଗଲ ସିଭିଲିଆନ ବା ଓଡିଆ ଅନୁବାଦ ପୁସ୍ତକ ଏକ ଶାସକର ସ୍ମୃତି କଥାରେ ଏହାର ଉଲେଖ ରହିଛି। ଏହି ଅଟାଳିକା ଏବଂ ଦ୍ୱୀପଟି ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସାତ ହଜାର ବର୍ଗଫୁଟରେ ନିର୍ମିତ ଏହି ଅଟାଳିକା ୟୁରୋପୀୟ ସ୍ଥାପତ୍ୟଶୈଳୀର ରୂପରେଖ ବହନ କରେ। ଏହା ମଧ୍ୟରେ ଛଅଗୋଟି ପ୍ରକୋଷ୍ଠ ସହ ଅନ୍ୟ ତିନିଗୋଟି ପ୍ରକୋଷ୍ଠ ରହିଛି। ଅନ୍ୟ ତିନିଗୋଟି ପ୍ରକୋଷ୍ଠ ସହ କ୍ଷୁଦ୍ର ପ୍ରକୋଷ୍ଠ ଗୁଡିକର ଅନ୍ତରୀଣ ସଂଯୋଗ ରହିଛି।

ବ୍ରିଟିଶ ଶାସନକାଳରେ କଟକର ବାରବାଟୀ ଦୁର୍ଗ ଓ ବାରଙ୍ଗର ଚୁଡଙ୍ଗଗଡରୁ ଅଣାଯାଇଥିବା ଶିଳାଖଣ୍ଡରେ ଏହି ଅଟାଳିକା ନିର୍ମାଣ ହୋଇଥିଲା। ଅଟାଳିକାର କାନ୍ଥ ଦୁଇରୁ ତିନି ଫୁଟ ଓସାର ଅଟେ। ସ୍ଥଳବିଶେଷରେ ନିର୍ମାଣରେ ବ୍ୟବହୃତ ପ୍ରସ୍ତର ଶିଳାଖଣ୍ଡର ରଂଗ ଧଳା,ନୀଳ,କଳା ଏବଂ ସବୁଜ ଯାହା ଘଣା ତିଆରି ଚୂନ ଦ୍ୱରା ସଂଯୋଜିତ ହୋଇଥିଲା।

ସାମନା ପଟ ପ୍ରକୋଷ୍ଠ ଗୁଡିକରେ ଲମ୍ବା ବାରଣ୍ଡା ସହ ନଗୋଟି ଆଲଣାରେ ସୋଭିତ ଏହି ଅଟାଳିକା ବେଶ ରମଣୀୟ ଏବଂ ଆକର୍ଷଣୀୟ। ବାରଣ୍ଡାର ଉଭୟ ଶେଷଭାଗରେ ୧୨ ଫୁଟ ଗଭୀରର ଦୁଇଟି କୂପ ରହିଛି ଯାହା ବର୍ଷାଜଳ ସଂରକ୍ଷଣ ପାଇଁ ଉଦିଷ୍ଟ। ଦ୍ୱୀପର ଚତଃୁପାଶ୍ୱର୍ରେ ସମୁଦ୍ର ଲୁଣିପାଣି ଘେରି ରହିଛି। ଫଳରେ ଏଠାରେ ବ୍ରିଟିସ ସ୍ଥପତିମାନେ ଏହି ଦୁଇ କୂପ ତିଆରି କରିଥିଲେ। ବର୍ଷାଦିନେ ବୃଷ୍ଟିଜଳକୁ ଏଇ ଦୁଇ କୂପ ମଧ୍ୟରେ ସଂରକ୍ଷଣ କରାଯାଉଥିଲା। ଯାହାକୁ ଦୈନନ୍ଦିନ କର୍ମ ସମୟରେ ଏବଂ ପାନୀୟ ଜଳ ଆବଶ୍ୟକତା ମେଂଟାଇବା ପାଇଁ ବ୍ରିଟିସର ମାନେ ବ୍ୟବାହର କରୁଥିଲେ ଯାହା ଆଜିଭି ଏକ ସ୍ଥାପତ୍ୟ ବିସ୍ମୟ। ଏହି ଅଟାଳିକାର ଛାତ ଇଟା,କାଠ ଓ ଲୌହ କଡି ଦ୍ୱରା ନିର୍ମିତ। ଛାତର ସାମନା ବାରାଣ୍ଡା ଆଡକୁ ଗଡାଣିଆ ଓ ଲୌହ ନଳ ଦ୍ୱରା ବର୍ଷାଜଳ କୂପ ମଧ୍ୟକୁ ପ୍ରବେଶ କରିବାର ବ୍ୟବସ୍ଥା ବିକଶିତ କରାଯାଇଛି।

ସାମୁଦ୍ରିକ ଟାପୁ ମଧ୍ୟରେ ଏହାହିଁ ମଧୁରଜଳର ଏକା ମାତ୍ର ଉତ୍ସଥିଲା। ବ୍ରିଟିଶ ଯନ୍ତ୍ରୀ ହୁକି ୱାଲକରକ ନାମରେ ଏହା ନାମ ହୁକିଟୋଲା ଭାବେ ପ୍ରସିଦ୍ଧି ପାଇଛି। ବର୍ଷବର୍ଷ ଧରି ସାମୁଦ୍ରିକ, ସଡକପଥ, ରେଳପଥ ପରିବହନର ବ୍ୟବସ୍ଥା ହେବା ପୂର୍ବରୁ ଏହି ଅଟାଳିକାଟି ଜଳପଥ ପରିବହନର ପଣ୍ୟାଗର ଓ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିଲା। ଜଙ୍ଗଲ, ପରିବେଶ ବିଭାଗ, ଓଡିଶା ସରକାରଙ୍କ ବନ୍ୟପ୍ରାଣୀ ବନଖଣ୍ଡଙ୍କ ଆମନ୍ତ୍ରଣ କ୍ରମେ ଏହି ଅଟାଳିକାର ସଂରକ୍ଷଣ ଦାୟିତ୍ୱ ଭାରତୀୟ ଜାତୀୟ କଳା ଓ ସଂସ୍କୃତିକ ଐତିହ ନ୍ୟାସ (ଇନଟାକ୍‌)କୁ ନ୍ୟସ୍ତ କରାଯାଇଥିଲା। ସମନ୍ୱିତ ଉପକୁଳ ଉନୟନ ଯୋଜନା ପ୍ରକଳ୍ପ (ଆଇ.ସି.ଜେଡ୍‌.ଏମ୍‌.ପି) ୨୦୧୫ ସହଯୋଗରେ ଇନ୍ଟାକ୍ ଓ ଓଡିଶା କଳା ସଂରକ୍ଷଣ କେନ୍ଦ୍ର, ଭୁବନେଶ୍ୱର ୨୦୧୬ ମସିହା ପ୍ରାରମ୍ଭରୁ ଏହାର ସଂରକ୍ଷଣ, ପୁନଃନିର୍ମାଣ ଏବଂ ସଂସ୍ଥାପନ କାର୍ଯ୍ୟ ଆରମ୍ଭ କରି ୨୦୧୭ ମସିହାରେ ସଫଳତାର ସହ ଶେଷ କରିଅଛି।

ସଡକପଥ, ସାମୁଦ୍ରିକ ଜଳପଥ ଓ ବାୟୁମାର୍ଗର ବିକାଶ ହେବା ପରେ ଏହି ପ୍ରାଚୀନ ନୌବାଣିଜ୍ୟ ସ୍ଥଳର ଗୁରୁତ୍ୱ ହ୍ରାସ ପାଇଛିଁ ସତ ତେବେ ଏହି ଐତିହାସିକ ନୌବାଣିଜ୍ୟ ସ୍ମାରକୀର ଅତୀତର ଗୁରୁତ୍ୱକୁ ଅସ୍ୱୀକାର କରାଯାଇନପାରେ। ଏବେ ରାଜନଗର ବନ୍ୟପ୍ରାଣୀ ଡିଭିଜନ ଦ୍ୱରା ଏହି ସ୍ଥାନଟି ଅଲିଭ ରିଡଲି କଇଁଛ ସୁରକ୍ଷାକେନ୍ଦ୍ର ଭାବେ ବ୍ୟବହାର ହେଉଅଛି,ସ୍ଥାନଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଂଶବିଶେଷ ଭାବେ କାର୍ଯ୍ୟ କରୁଛି। ଏହା ସହ ଏହି ସ୍ଥାନଟି ପର୍ଯ୍ୟଟକମାନଙ୍କ ପାଇଁ ଏକ ରମଣୀୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀରେ ପରିବର୍ତୀତ ହୋଇଅଛି। ମହାକାଳପଡା ବ୍ଲକର ଜମ୍ବୁ ହେଉ ଅବା ଖରିନାସୀ ମତ୍ସ ଅବତରଣ କେନ୍ଦ୍ରରୁ ଯନ୍ତ୍ରଚାଳିତ ବୋଟ ଯୋଗେଁ ଜଳପଥରେ ଦୁଇଘଂଟା ଯାତ୍ରା ପରେ ପଡେ ଏହି ରମଣୀୟ ଦ୍ୱୀପ। ଏଠାରେ ପର୍ଯ୍ୟଟକମାନଙ୍କ ଆଗମନ,ପରିଦର୍ଶନ,ବଣଭୋଜୀ କରାଯିବା ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି।

ପର୍ଯ୍ୟଟକମାନେ ଏଠାକୁ ଆସି ଏକ ସୁଖଦ ଅନୁଭୁତି ନେଇ ଫେରିବାର ସ୍ମୃତିବହନ କରୁଛି ହୁକିଟୋଲା। ଏହାର ଐତିହାସିକ ଗୁରୁତ୍ୱ,ଅନୁଭୁତି,ପ୍ରାକୃତିକ ପରିବେଶରେ ସମ୍ମୋହିତ ହେଉଥିବା ପର୍ଯ୍ୟଟକ ମାନେ ନିଜର ଅନୁଭୁତି ବର୍ଣ୍ଣନା ନ କରି ରହିପାରନ୍ତି ନାହିଁ।

Categories
ବିଶେଷ ଖବର ବ୍ୟବସାୟ

ଓଡିଶାରେ ଆର୍ସେଲର ମିତ୍ତଲ କରିବ ଦେଶର ସର୍ବବୃତମ ଇସ୍ପାତ କାରଖାନା, ନବୀନ କଲେ ଅନୁମୋଦନ

ଭୁବନେଶ୍ୱର: ଓଡିଶାରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପ୍ରତିଷ୍ଠା କରିବ ଦେଶର ସର୍ବବୃତମ ଇସ୍ପାତ ପ୍ରକଳ୍ପ। ଏଥିରେ 1 ଲକ୍ଷ 2 ହଜାର 275 କୋଟି ଟଙ୍କା ବିନିଯୋଗ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହା ଅନୁମୋଦନ ଲାଭ କରିଛି। କଂପାନୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାଠାରେ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ଏହି ପ୍ରକଳ୍ପ ବାର୍ଷିକ 24 ମେଟ୍ରିକ ଟନ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଉତ୍ପାଦନ କରିବ।

ଏହି ମେଗା ପ୍ରକଳ୍ପ ସ୍ଥାପନ ଦ୍ବାରା 16 ହଜାର ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଆନୁଷଙ୍ଗିକ ଏବଂ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ ଏବଂ ସେବା ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରୋକ୍ଷ ନିଯୁକ୍ତି ମଧ୍ୟ ସୁଯୋଗ ସୃଷ୍ଟି କରିବ। ଅନୁମୋଦିତ ପ୍ରକଳ୍ପଗୁଡିକ ଦେଶର ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ବଡ ପ୍ରକଳ୍ପ| ଏହାର କେନ୍ଦ୍ରାପଡା କମ୍ପ୍ଲେକ୍ସରେ, ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ (AM / NS) ଏହାର ନୂତନ ସବୁଜ ଷ୍ଟିଲ୍ ତିଆରି ପ୍ରଯୁକ୍ତିବିଦ୍ୟା ସହିତ 24 MT ବିଭିନ୍ନ ପ୍ରକାରର ଷ୍ଟିଲ୍ ଉତ୍ପାଦନ କରିବ।

ଏଥିସହିତ କଂପାନୀ ବାର୍ଷିକ 18.75 MT ସିମେଣ୍ଟ ଉତ୍ପାଦନ କରିବ ଯାହା ଦେଶର ବୃହତ୍ତମ ସିମେଣ୍ଟ ଉତ୍ପାଦନ ପ୍ରକଳ୍ପ ଭାବରେ ପରିଣତ ହେବ। ଏବଂ ଏହି ଅଞ୍ଚଳର ଭିତ୍ତିଭୂମି ବିକାଶକୁ ବୃଦ୍ଧି କରିବ। ଷ୍ଟିଲ୍ କମ୍ପ୍ଲେକ୍ସ ସହିତ କମ୍ପାନୀ ଏମଏସଏମଇକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିସ୍ଥାପନ ଆମଦାନୀ କରିବାରେ ସାହାଯ୍ୟ କରିବା ପାଇଁ ଏକ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ପାର୍କ ମଧ୍ୟ ସେଠାରେ ବିକାଶ କରିବ। ବିପୁଳ ସଂଖ୍ୟକ ଇସ୍ପାତ ତିଆରି ସୁବିଧାକୁ ସମର୍ଥନ କରିବା ପାଇଁ ବହୁ ସଂଖ୍ୟକ ଆନୁଷଙ୍ଗିକ ଉତ୍ପାଦନକାରୀ କମ୍ପାନୀ ସେହି ଅଞ୍ଚଳରେ ସେମାନଙ୍କ ୟୁନିଟ୍ ସ୍ଥାପନ କରିବେ ବୋଲି ଆଶା କରାଯାଉଛି।

କେନ୍ଦ୍ରାପଡା ପ୍ରକଳ୍ପ ସୁବିଧା ପାଇଁ ବିକଶିତ ହେବାକୁ ଥିବା ଭିତ୍ତିଭୂମି ଏହି ଅଞ୍ଚଳର ସାମଗ୍ରିକ ବିକାଶରେ ବେଶ୍ ସହାୟକ ହେବ। ଏହି ଆଧୁନିକ, ସବୁଜ ଏବଂ ପରିବେଶ ଅନୁକୂଳ ଇସ୍ପାତ ତିଆରି ସୁବିଧା କେନ୍ଦ୍ର ଏବଂ ଓଡ଼ିଶାକୁ ବିଶ୍ୱ ଇସ୍ପାତ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ରଖିବ। ଅନେକ ଆନ୍ତର୍ଜାତୀୟ ଯନ୍ତ୍ରପାତି ନିର୍ମାତା ଏହି ପ୍ରକଳ୍ପର ଅଂଶୀଦାର ହେବେ ଏବଂ ରାଜ୍ୟକୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବେ ବୋଲି ଜଣାପଡିଛି।

ଏହି ପୁଞ୍ଜି ବିନିଯୋଗ ମାଧ୍ୟମରେ ରାଜ୍ୟ ସରକାର ସମଗ୍ର ସାମାଜିକ-ଅର୍ଥନୈତିକ ବିକାଶକୁ ଆଗେଇ ନେବ। ଏହି ମେଗା ପ୍ରୋଜେକ୍ଟ 7 ବର୍ଷରେ ପର୍ଯ୍ୟାୟକ୍ରମେ ସ୍ଥାପନ ହେବ। ଲଜିଷ୍ଟିକ୍ ଭିତ୍ତିଭୂମି, ବିଦ୍ୟୁତ୍ ଏବଂ ଜଳ ଉପଯୋଗୀତା ଏବଂ ପ୍ରକଳ୍ପ ପାଇଁ ସମସ୍ତ ମଂଜୁରୀଗୁଡିକ ସରକାରୀ ଏଜେନ୍ସିଗୁଡିକ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯୋଗାଇ ଦିଆଯିବ, ଯାହାକି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ “ଉଚ୍ଚ ଶକ୍ତି କମିଟି” ଦ୍ୱାରା ତଦାରଖ କରାଯିବ।

ଏହି ବୃହତ ପୁଞ୍ଜି ବିନିଯୋଗ ସହିତ, ଓଡିଶା ଗତ 12 ମାସ ମଧ୍ୟରେ 2 ଲକ୍ଷ 70 ହଜାର କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ କରିଛି। ଯାହା 1 ଲକ୍ଷ 60 ହଜାରରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଦେଶର ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ଭାବେ ଓଡିଶା ପରିଗଣତି ହୋଇପାରିଛି। ଏହି ପ୍ରକଳ୍ପଗୁଡିକ 2030 ସୁଦ୍ଧା 100 ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି କରିବ ବୋଲି ପ୍ରସ୍ତାବ ରଖିଛି।