Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାତିରେ ଶୋଇଥିବା ବେଳେ କାମୁଡିଲା ବିଷଧର ଚିତି ସାପ: ଗର୍ଭବତୀ ମହିଳାଙ୍କ ପ୍ରାଣହାନୀ

କନ୍ଦର୍ପ ବେହେରା
ରେଢାଖୋଲ: ରାତିରେ ଶୋଇଥିବା ସମୟରେ ଏକ ବିଷଧର ଚିତିସାପ କାମୁଡାରେ କତରାପାଲି ଗ୍ରାମର ଜନୈକା ବିବାହିତା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମପଂଚାୟତ କତରାପାଲି ଗ୍ରାମର ଗୈାରଚନ୍ଦ୍ର ପ୍ରଧାନଙ୍କ ପତ୍ନୀ ଆରତୀ ପ୍ରଧାନ(୨୭) ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ୨ ଟା ସମୟରେ ଏକ ବିଷଧର ଚିତିସାପ ତାଙ୍କୁ ବେକରେ କାମୁଡିଥିଲା। ସେ ଜାଣି ପାରି ପରିବାର ଲୋକଙ୍କୁ କହିବା ପରେ ସଙ୍ଗେ ସଙ୍ଗେ ତାକୁ ନାକଟିଦେଉଳ ଡାକ୍ତରଖାନା, ପରେ ରେଢାଖୋଲ ଡାକ୍ତରଖାନାକୁ ପରିବାର ଲୋକେ ନେଇଥିଲେ।

ହେଲେ ଅବସ୍ଥା ଗୁରୁତର ହେବାର ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ବୁର୍ଲା ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ୮ ମାସର ଗର୍ଭବତୀ ଥିବା ସୂଚନା ମିଳିଛି। ମୃତ ମହିଳାର ୩ ବର୍ଷର ଏକ ଛୋଟ ପୁଅ ରହିଛି । ମହିଳାଙ୍କର ମୃତ୍ୟୁରେ ଗାଁ ସାରା ଏକ ଶୋକର ଛାୟା ଖେଳିଯାଇଛି ।