Categories
ଆଜିର ଖବର ସଂସ୍କୃତି

Mother’s Day: ଆଜିର ଏହି ଦିନରେ କବି ଅଜୟ ସ୍ବାଇଁଙ୍କ କବିତା କରୁଛି ଭାବବିହ୍ବୋଳ

କବି ଅଜୟ ସ୍ବାଇଁ

ଯଦି ଈଶ୍ୱର ବୋଲି କେହି ଥିଲେ
ପିଲାଦିନେ ମୁଁ ଆମ ବାଡି ଗଡିଆରେ
ବୁଡିଗଲା ବେଳେ
ସେ ତ ମତେ ବଞ୍ଚେଇଲେନି
ଦି ପୁରୁଷ ପାଣିରେ ପଶି…?
ପାଠ ନଆସିବାରୁ ମାଷ୍ଟ୍ରେ ଙ୍କ
ବେତ ମାଡ ରୁ ତ ରକ୍ଷା କଲେନି ମତେ?
ମାରଣା କାଳିଆ ବଳଦ ଭୂଷି ବାକୁ ଗଲାବେଳେ
ତ ମତେ ରକ୍ଷା କଲେନି?
ବୋଉ ଥିବାରୁ ମୁଁ ବଞ୍ଚିକି ଏଡୁଟିଏ ହେଲି।
ବୋଉ କହୁଛି, ଈଶ୍ୱର କାଳେ ବୋଉ ହେଇ ମତେ ଏ ସବୁରୁ ବଞ୍ଚେଇଛନ୍ତି।
କେଜାଣି?