ଖୋର୍ଦ୍ଧା: ଆଜି ତା ୦୩.୦୨.୨୦୨୫ ରିଖ ରେ ଜିଲ୍ଲାପାଳ, ଖୋର୍ଦ୍ଧା ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୧୩୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୪ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।
ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ମୂଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ପାଣ୍ଠିରୁ ୩ ଜଣ ହିତାଧିକାରୀଙ୍କୁ ଯଥାକ୍ରମେ ୩୦,୦୦୦/-ଟଙ୍କା, ୧୦,୦୦୦/-ଟଙ୍କା ଏବଂ ୫୦୦୦/-ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ସେହିପରି ରେଡକ୍ରସ ସହାୟତା ପାଣ୍ଠି ରୁ ଜଣଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଆଜିର ମିଳିତ ଜନଶୁଣାଣି ଅବସରରେ, ଆରକ୍ଷୀ ଅଧିକ୍ଷକ, ସାଗରିକା ନାଥ/ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା/ ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା
ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, କସ୍ତୁରୀ ବାନା ଜେନା/ତହସିଲଦାର,ବିଭାଗ ରଞ୍ଜନ ପାଣିଗ୍ରାହୀ/ ବିଡ଼ିଓ, ଖୋର୍ଦ୍ଧା କ୍ଷିରାଵ୍ଧି ତନୟା ସାହୁ,/
ସି ଡ଼ି ଏମ୍ଓ, / ଆସିଷ୍ଟାଣ୍ଟ କଲେକ୍ଟର/ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୋନାମିକା ରାୟ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।