Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ମୁଖ୍ୟ ଶାସନ ସଚିବଙ୍କ ଓଏସଡି: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ରଞ୍ଜନ ଦାସ

ଭୁବନେଶ୍ଵର: ଦୀର୍ଘ ଦିନ ପରେ ବଦଳିଛନ୍ତି ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାୟ। ସେ ଓଡ଼ିଆ ଭାଷା ସୁରକ୍ଷା ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି।

ଅନ୍ୟ ପକ୍ଷରେ ଓଡ଼ିଆ ଭାଷା ସୁରକ୍ଷା ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ଥିବା ରଞ୍ଜନ ଦାସ ଗୁରୁତ୍ୱପୂର୍ଣ୍ଣ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବଦଳି ହୋଇଛନ୍ତି।

ସେହିପରି ଶ୍ରୀକାନ୍ତ ପୃଷ୍ଟି ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।