Categories
ଆଜିର ଖବର ଜାତୀୟ ଖବର

ଗୋଆର ରାଜ୍ୟପାଳ ସତ୍ୟପାଲ ମଲ୍ଳିକଙ୍କ ବଦଳି, ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ, ଗୋଆର ରାଜ୍ୟପାଳ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି। ଆଜି ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଛି। ତେବେ ଗୋଆର ରାଜ୍ୟପାଳ ଭାବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏହି ଆଦେଶ ଉଭୟ ନିଜ ନିଜର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।