Categories
ଆଜିର ଖବର ରାଜ୍ୟ ଖବର

ରାକ୍ଷୀ ପୂର୍ଣ୍ଣିମାରେ ମୁକ୍ତିଲାଭ କଲା ନୂଆ ମ୍ୟୁଜିକ ଭିଡିଓ “ତୋ ରାକ୍ଷୀ ପାଉଣା କରିବିନି ଉଣା”

ଭୁବନେଶ୍ଵର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶଙ୍କର କ୍ରିଏସନ୍ ଦ୍ବାରା ରିଲିଜ ହେଲା ଏକ ରାକ୍ଷୀ ଭିଡିଓ “ତୋ ରାକ୍ଷୀ ପାଉଣା କରିବିନି ଊଣା” ଯେଉଁ ଭିଡିଓ ଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବାବୁ ବାବୁ। ଏହି ଭିଡିଓ ଟି ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ ,ସମାଜସେବୀ ବୁଲନ୍ ଭାଇ ସମେତ ନିର୍ଦ୍ଦେଶକ ବାବୁ ବାବୁ ଓ ଗୀତ ଟିର ପ୍ରଯୋଜକ ଓ ଅଭିନେତା ସୁଶିଲ କୁମାର ସ୍ବାଇଁ , ଶିଶୁ କଳାକାର ଶ୍ରେୟା ଉପସ୍ଥିତ ରହି ଗୀତ ଟିର ସିଡ଼ି ଉନ୍ମୋଚନ କରିଥିଲେ।

ସେହିପରି ନିର୍ଦ୍ଦେଶକ ବାବୁ ବାବୁ ଏବେ ଦର୍ଶକ ମାନଙ୍କୁ ବେଶ୍ ସୁନ୍ଦର ସୁନ୍ଦର ମ୍ୟୁଜିକ୍ ଭିଡିଓ ଦେଉଥିବା ବେଳେ ଏହି ରାକ୍ଷୀ ଗୀତ ଟି ଖାଲି ରାକ୍ଷୀ ସମୟରେ ନୁହେଁ ବରଂ ସବୁ ସମୟରେ ଭାଇ ଭଉଣୀ ମାନଙ୍କ ଭିତରେ ଏକ ଭଲପାଇବା ର ଉଦାହରଣ ସୃଷ୍ଟି କରିବ।

Categories
ଆଜିର ଖବର ମନୋରଂଜନ

ଭାଲେନଟାଇନ୍ ଡେ’ ରେ ଆମ ଟିଭି ମ୍ୟୁଜିକର ଉପହାର ୨ଟି ମ୍ୟୁଜିକ ଭିଡିଓ

ଭୁବନେଶ୍ବର: ଭାଲେଣ୍ଟାଇନ୍ ଡେ’ରେ ଆମ ଟିଭି ମ୍ୟୁଜିକ ଦ୍ବାରା ରିଲିଜ ହେଲା ମ୍ୟୁଜିକ ଭିଡ଼ିଓ “ଛାଁ ଙ୍କୁ ଛାଁ ଓ ସାଥିରେ”। ଏହି ରିଲିଜ ସମୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରୋଟାରିୟନ ପ୍ରସନ୍ନ ଚୌଧୁରୀ, ପ୍ରଣୟ ଜେଠୀ, ଏସ.କେ ରାଜୁ, ତେଜେଶ୍ଵର ରାଓ, ନିର୍ଦ୍ଦେଶକ ବାବୁ ବାବୁ ଓ ଅଭିନେତ୍ରୀ ମାମୁନ୍ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ।

ଏହାସହ ନିଜେ ନିଜର ବକ୍ତବ୍ୟ ରଖିବା ସହ ଆଗକୁ କେମିତି ଆମ ଟିଭି ମ୍ୟୁଜିକ ଦର୍ଶକ ମାନଙ୍କୁ ବିଭିନ୍ନ ପ୍ରକାର ମନୋରଞ୍ଜନ ଯୋଗାଇଦେବ ବୋଲି ନିର୍ଦ୍ଦେଶକ ବାବୁ ବାବୁ ଓ ପ୍ରଣୟ ଜେଠୀ କହିଥିଲେ। ତାହାସହ ‘ଛାଁ ଙ୍କୁ ଛାଁ ଓ ସାଥିରେ’ ଗୀତଟିରେ ପ୍ରେମାନନ୍ଦ ମ୍ୟୁଜିକ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନୁରାଧା ପାଣିଗ୍ରାହୀ।

ଏଥିସହ ଆମ ଟିଭି ମୁଭିଜ୍ ର ଆଉ ଏକ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ୍ ହୋଇଛି “ଜହ୍ନ ଗୋଟେ ମିଠା ବିସ୍କୁଟ”। ସୁନାମଧନ୍ୟ ଲେଖକ ଦେବଦାସ ଛୋଟରାୟଙ୍କ ରଚିତ ଓ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ମ୍ୟୁଜିକ ଭିଡିଓ ରେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ। ଅଭିନୟ କରୁଛନ୍ତି ଅଭିନେତା ଅଭିଷେକ ଓ ଅଭିନେତ୍ରୀ ଜସ୍ମୀନ୍। ନିର୍ଦ୍ଦେଶନା ଦେଇଛନ୍ତି ଚକ୍ଷୁ ବନ୍ଧନ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା କରିଛନ୍ତି ପ୍ରଣୟ ଜେଠୀ। ଗୋଟିଏ ଦିନରେ ଦୁଇ ଦୁଇଟି ଗୀତ ରିଲିଜ୍ କରିଛି ଆମଟିଭି ମ୍ୟୁଜିକ।