Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିର୍ଭୟାର ପୁନରାବୃତ୍ତି: ଦୁଷ୍କର୍ମ ପରେ ବ୍ୟକ୍ତିଗତ ଅଙ୍ଗକୁ ରଡରେ ଆକ୍ରମଣ, ୩୦ ବର୍ଷିୟା ବାଳିକାଙ୍କ ପ୍ରାଣହାନୀ

ମୁମ୍ବାଇ: ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ୩୦ ବର୍ଷର ବାଳିକାକୁ ଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ରଡରେ ଆକ୍ରମଣ କରାଯାଇଥିଲା। ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାଜୱାଡି ଡାକ୍ତରଖାନାରେ ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ବହୁ ପରିମାଣର ପୀଡିତାଙ୍କ ରକ୍ତସ୍ରାବ ହୋଇଥିଲା। ଯାହାଫଳରେ ରକ୍ତ ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି।

ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁହାଯାଉଛି ଯେ ସାକିନାକାରେ ଏହି ବାଳିକାଜଣଙ୍କୁ ଟେମ୍ପୋ ଭିତରେ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ଆକ୍ରମଣ କରାଯାଇଥିଲା। ଜଣେ ବ୍ୟକ୍ତି ଏହି ବାଳିକାଙ୍କୁ ମାଡ ମାରୁଥିବା ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ ଆସିଥିଲା। ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ​। ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ପୀଡ଼ିତାଙ୍କୁ ପୋଲିସ ଉଦ୍ଧାର କରାଇଥିଲା। ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ପରିଚାଳିତ ରାଜୱାଡି ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ତାଙ୍କୁ ଦୁଷ୍କର୍ମ କରାଯାଇ ତାଙ୍କ ବ୍ୟକ୍ତିଗତ ଅଂଶରେ ଲୁହା ରଡରେ ଆକ୍ରମଣ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।

ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ୩୭୬ (ଦୁଷ୍କର୍ମ) ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।

ଲୁହା ରଡ ଭର୍ତ୍ତି ହେବା କାରଣରୁ ମହିଳାଙ୍କ ଅନ୍ତନଳୀ ବାହାରିଯାଇଥିଲା ବୋଲି ଡାକ୍ତରମାନେ କହିଛନ୍ତି। ପୀଡିତା ମହିଳାଙ୍କୁ ଅପରେସନ୍ କରାଯାଇଥିଲା। ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି।