Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 31 ପର୍ଯ୍ୟନ୍ତ ଆରଏମ୍‌ସି ଅଫିସ୍‌ ମନା

ରାଉରକେଲା : କରୋନା ପାଇଁ ରାଉରକେଲା ମହାନଗର ନିଗମ ଅଫିସ୍‌ରେ କଟକଣା ଲାଗୁ କରାଯାଇଛି । ଆସନ୍ତା 31 ପର୍ଯ୍ୟନ୍ତ ଆରଏମ୍‌ସି ନ ଆସିବା ପାଇଁ କମିଶନର  ପରାମର୍ଶ ଦେଇଛନ୍ତି । ଆପ୍ଲିକେସନ/ ଅଭିଯୋଗ ଇମେଲ୍‌ ଯୋଗେ ପଠାଇବାକୁ ନିର୍ଦ୍ଦେଶ ରହିଛି । ଏପରିକି ଅଭିଯୋଗ ଜଣାଇବାକୁ ଟୋଲ୍‌ ଫ୍ରି ନମ୍ବରକୁ ଫୋନ୍‌ ପାଇଁ ସୂଚନା ଦିଆଯାଇଛି ।

ପୂର୍ବରୁ 14ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲଗାଯାଇଥିଲା । ଏହି ଜିଲ୍‌ଲା ଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି 5 ଘଣ୍ଟା ପାଇଁ ଗଲେ ବି ସେଠାରୁ ରାଉରକେଲାକୁ ଫେରିଲା ପରେ କ୍ୱାରେଣ୍ଟିନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ପୂର୍ବରୁ ଗଞ୍ଜାମ, ଯାଜପୁର, ଭୁବନେଶ୍ବରରେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ସରକାରୀ ଅଫିସ୍‌କୁ ମନା କରାଯାଇଛି । ରାଜ୍ୟରେ କରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଜିଲ୍ଲା ଓ ସହରରେ ବିଶେଷ ପ୍ରତିଷେଧକ ବ୍ୟବସ୍ଥା ନିଆଯିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।