Categories
ଆଜିର ଖବର ଜାତୀୟ ଖବର

ରାଘବ-ପରିଣୀତିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ: କହିଲେ ‘ସୁନ୍ଦର ଯୋଡ଼ି’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଶନିବାର ଦିନ AAP ନେତା ରାଘବ ଚଢାଙ୍କ ସହ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ ସମାରୋହରେ ବହୁ ଅତିଥିଙ୍କ ମଧ୍ୟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ୟତମ। ଏହି ସମାରୋହର ଏକ ଚିତ୍ର ପୋଷ୍ଟ କରି କେଜ୍ରିୱାଲ ଏହି ଦମ୍ପତିଙ୍କୁ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, “ଜୀବନର ଏହି ନୂତନ ଯାତ୍ରା ଆରମ୍ଭରେ ତୁମ ଦୁହିଁଙ୍କୁ ଅନେକ ଅନେକ ଅଭିନନ୍ଦନ। ଭଗବାନ ତୁମ ଦୁହିଁଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ। ଭଗବାନଙ୍କ ଦ୍ୱାରା ନିର୍ମିତ ଏହି ସୁନ୍ଦର ଯୋଡି ଚିରସ୍ଥାୟୀ ହେଉ।” ଶିଖ୍ ରୀତିନୀତି ଅନୁଯାୟୀ ଏହି ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

କଂସ ଜାଣିଥିଲା କୃଷ୍ଣ ତାଙ୍କୁ ବଧ କରିବେ, ସେହିଭଳି ବିଜେପି ଜାଣିଛି କେଜ୍ରିୱାଲ ତାଙ୍କୁ ଅନ୍ତ କରିବେ: ଆପ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ନିକଟରେ ହାଜର ହୋଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଆପ କୁ ଭଗବାନ କୃଷ୍ଣ ଏବଂ ବିଜେପିକୁ କଂସ ବୋଲି କହିଛନ୍ତି।

ରାଘବ ଚଢା କହିଛନ୍ତି ଯେ, “କଂସ ଜାଣିଥିଲେ ଯେ କୃଷ୍ଣ ତାଙ୍କୁ ବଧ କରିବେ, ସେହିପରି ବିଜେପି ଜାଣିଛି ଯେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଶେଷ କରିବେ। ତେଣୁ ବିଜେପି କେଜ୍ରିୱାଲଙ୍କୁ ରାଜନୈତିକ ସ୍ତରରେ ହତ୍ୟା କରିବାକୁ ଚେଷ୍ଟା କରୁଛି। ଯେଭଳି କଂସ କୃଷ୍ଣଙ୍କର ବାଳ ବାଙ୍କ କରିପାରିନଥିଲା, ସେଇଭଳି କେଜ୍ରିୱାଲଙ୍କର ବିଜେପି କିଛି ବି କରିପାରିବ ନାହିଁ।”

Categories
ଆଜିର ଖବର ଜାତୀୟ ଖବର ସିନେମା

ଆମ୍ ଆଦମୀ ପାର୍ଟିର ଏହି ନେତାଙ୍କୁ ଡେଟ୍ କରୁଛନ୍ତି କି ପରିନୀତି ଚୋପ୍ରା?, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ରାଜନୀତି ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ନୂଆ ନୁହେଁ। ପ୍ରାୟତଃ ରାଜନୀତି ଏବଂ ବଲିଉଡର ହୃଦୟ ପରସ୍ପରର ମିଶିଥାଏ ଏବଂ ପରେ ଏକାଠି ହୋଇଥାନ୍ତି। ଆପଣ ଭାବୁଛନ୍ତି ଆମେ କାହିଁକି ଏହା କହୁଛୁ? ତେବେ ଆସନ୍ତୁ ଜାଣିବା ଯେ, ରାଜନୀତି ଏବଂ ବଲିଉଡ ଜଗତରୁ ଏଭଳି ଖବର ଆସିଛି, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗତ ସନ୍ଧ୍ୟାରେ ମାୟା ନଗରୀ ମୁମ୍ବାଇରେ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଛି।

ଉଭୟେ କ୍ୟାମେରାରେ ନଜର ଆସିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଛି। ଯେଉଁଠାରେ ଦୁହେଁ ଏକ ସୁନ୍ଦର ଲୁକରେ ଏକାଠି ନଜର ଆସିଛନ୍ତି। ଗତକାଲି ସନ୍ଧ୍ୟାରେ ଉଭୟଙ୍କୁ ଧଳା ସାର୍ଟରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ କଳ୍ପନାଜଳ୍ପନା ବଢିଚାଲିଛି କି ପରିନୀତି ଏବଂ ରାଘବ ପରସ୍ପରକୁ ଡେଟ କରୁଛନ୍ତି କି?

ତେବେ ଏହା ଉପରେ କିଛି କହିବା ଠିକ ହେବନାହିଁ। କିନ୍ତୁ ଗୋଟିଏ କଥା ଜାଣିବା ଜରୁରୀ ଯେ, ଚଳିତ ବର୍ଷ ଜାନୁୟାରୀ ମାସରେ ପରିନୀତି ଚୋପ୍ରା ଏବଂ ରାଘବ ଚଢାଙ୍କୁ ‘ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଂ ଆଚିଭର୍ ଅନର୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମ ଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।

https://www.instagram.com/p/CqHoAI0Bk0_/?utm_source=ig_embed&ig_rid=21822249-d54f-4e17-99cc-d9a06f0d40d5

ନ୍ୟାସନାଲ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଏବଂ ଆଲୁମିନି ୟୁନିଅନ୍ (NISAU) ଦ୍ୱାରା ଭାରତର ବ୍ରିଟିଶ୍ କାଉନସିଲ୍ ଏବଂ ବ୍ରିଟେନର ଆନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (DIT) ମିଳିତ ସହଯୋଗରେ ଏହି ସମ୍ମାନର ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ୧୫ ବର୍ଷ ପୂର୍ବେ ପରିନୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ରାଘବ ଚଢାଙ୍କ ଶିକ୍ଷା ବିଷୟରେ କହିବାବେଳେ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପାରିନୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ। ପରିନୀତି ଅବିବାହିତ ଏବଂ ରାଘବ ମଧ୍ୟ ୩୪ ବର୍ଷ ବୟସ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।

Categories
RajyasabhaElection ଖେଳ ଜାତୀୟ ଖବର ବିଶେଷ ଖବର

ରାଜ୍ୟସଭାକୁ ଯିବେ ହରଭଜନ ସିଂ ଏବଂ ରାଘବ ଚଢା, ତିନୋଟି ନାମ ଚୂଡ଼ାନ୍ତ କରିସାରିଛି ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ପଞ୍ଜାବରୁ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ବିଧାୟକ ରାଘବ ଚଢାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟି ପଞ୍ଜାବରୁ ରାଜ୍ୟସଭାକୁ ପଠାଉଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ମଧ୍ୟ ପଞ୍ଜାବରୁ ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛି।

ମାର୍ଚ୍ଚ ୩୧ ତାରିଖରେ ପଞ୍ଜାବର ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ସମ୍ପ୍ରତି ବିଧାନସଭା ନିର୍ବାଚନରେ ୯୨ ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟିକୁ ଏହି ପାଞ୍ଚଟି ସିଟ୍ ଯାଇପାରିବ। ମାର୍ଚ୍ଚ ୨୧ ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଏବଂ ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ଦ୍ୱାରା ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଡକ୍ଟର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ପ୍ରଥମେ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି ଦ୍ଵାରା ଆଉ ଦୁଇଟି ନାମ ଘୋଷଣା କରାଯାଇ ନାହିଁ। ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟରେ ଉଭୟ ଡକ୍ଟର ସନ୍ଦୀପ ପାଠକ ଏବଂ ରାଘବ ଚଢା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆମ୍ ଆଦମୀ ପାର୍ଟି ଏହି ଦୁଇ ନେତାଙ୍କୁ ପଞ୍ଜାବରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ଭଗବନ୍ତ ମନଙ୍କର ହରଭଜନ ସିଂ ପସନ୍ଦ ବୋଲି ବିଶ୍ୱାସ କରାଯାଏ। ହରଭଜନ ସିଂ ଭଗବନ୍ତ ମନଙ୍କ ନିକଟତର ହୋଇଛନ୍ତି ଏବଂ ପଞ୍ଜାବରେ କ୍ରୀଡ଼ାର ସ୍ଥିତି ସୁଧାରିବା ପାଇଁ ଆମ୍ ଆଦମୀ ପାର୍ଟି ପୂର୍ବତନ କ୍ରିକେଟରଙ୍କ ଉପରେ ବାଜି ଲଗାଇଛି। ଭଗବନ୍ତ ମନ ଆଶା କରିଛନ୍ତି ଯେ, ହରଭଜନ ସିଂ ରାଜ୍ୟସଭାକୁ ଯାଇ କ୍ରୀଡ଼ାବିତଙ୍କ ସହ ଜଡିତ ପ୍ରସଙ୍ଗକୁ ଉଚ୍ଚ ସ୍ୱରରେ ଉଠାଇବେ।