Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ଆଜି ନିର୍ଦ୍ବନ୍ଦରେ ବିଜେଡିର ତିନିଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଆଜି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ଥିଲା। ହେଲେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ତାଙ୍କୁ ନିର୍ବାଚିତ ଘୋଷିତ କରାଗଲା। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର। ଏହି ତିନିଜଣଙ୍କୁ ବିଧାନସଭା ରିଟର୍ଣିଂ ଅଫିସର ନିର୍ବାଚିତ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ଅନ୍ୟତମ ପ୍ରାର୍ଥୀ ନିରଂଜନ ବିଶିଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ୬ ଜୁନ ପର୍ଯ୍ୟନ୍ତ ରହିଛି। କାରଣ ଏହା ଉପନିର୍ବାଚନ ଥିବାରୁ ଏଥିପାଇଁ ଅଲଗା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲେ ମଧ୍ୟ ୬ ତାରିଖରେ ତାଙ୍କୁ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ଘୋଷଣା କରାଯିବ।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଚାରି ବିଜେଡି ପ୍ରାର୍ଥୀ, ଆସନ୍ତାକାଲି ଯାଞ୍ଚ

ଭୁବନେଶ୍ବର: ଆଜି ବିଜେଡିର ଚାରିଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସରଙ୍କ ନିକକଟରେ ଏହି ଚାରିଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଂଜନ ବିଶି।

ଆଜି ପୂର୍ବାହ୍ନରେ ସମସ୍ତ ପ୍ରାର୍ଥୀ ବିଧାନସଭା ଆସି ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ସାଥିରେ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଥିଲେ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ବର୍ତ୍ତମାନ ଆଉ କେହି ନାମାଙ୍କନ ଦାଖଲ କରିବାକୁ ନ ଥିବାରୁ ଏହି ଚାରିଜଣଙ୍କୁ ବିଜୟୀ ଘୋଷଣା କରାଯିବ।

Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ: ବିଜେପି ପ୍ରାର୍ଥୀ ତାଲିକାରୁ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ପ୍ରମୁଖ ନେତାଙ୍କ ନାମ ନିଖୋଜ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବିଜେପି ରାଜ୍ୟସଭାକୁ ମନୋନୀତ କରିଛି। ଜୁନ୍ ୧୦ ତାରିଖ ନିର୍ବାଚନ ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବିଜେପିରେ ଅସନ୍ତୋଷ ଦେଖାଯାଇଛି। ୧୫ ଟି ରାଜ୍ୟର ୫୭ ଟି ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ମଳା ସୀତାରମଣ ହେଉଛନ୍ତି କର୍ଣ୍ଣାଟକର ବିଜେପି ପ୍ରାର୍ଥୀ। ପୀୟୁଷ ଗୋୟଲ ମହାରାଷ୍ଟ୍ରରୁ ପୁନଃ ନିର୍ବାଚନ ଲଢୁଛନ୍ତି।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି, ଯିଏ ଝାଡଖଣ୍ଡର ପ୍ରତିନିଧୀ ଭାବରେ ରାଜ୍ୟସଭାରେ ଅଛନ୍ତି, ସେ ଏହି ତାଲିକାରେ ନାହାଁନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ନାମ ମଧ୍ୟ ଏହି ତାଲିକାରେ ନାହିଁ। ଏପରିକି ଓପି ମଥୁର, ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ଏବଂ ବିନୟ ସାହସ୍ରବୁଦ୍ଧେଙ୍କ ପରି ବରିଷ୍ଠ ନେତାଙ୍କ ନାମ ମଧ୍ୟ ତାଲିକାରେ ନାହିଁ। ରାଜ୍ୟସଭାରେ ବିଜେପିର ମୁଖ୍ୟ ସଚେତକ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲାଙ୍କୁ ମଧ୍ୟ ବାହାରେ ରଖାଯାଇଛି।

ୟୁପି ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଯାଇଥିବା ସଞ୍ଜୟ ସେଠ ଏବଂ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସୟଦ ଜାଫର ଇସଲାମଙ୍କୁ ହଟାଇ ଦିଆଯାଇଛି।

ଉତ୍ତରପ୍ରଦେଶରେ ସମୁଦାୟ ୧୧ ଟି ଆସନ ଅଛି। ବିଜେପି ତାଲିକାରେ ୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏଥିମଧ୍ୟରେ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧା ମୋହନ ଅଗ୍ରୱାଲ, ସୁରେନ୍ଦ୍ର ନଗର, ବାବୁରାମ ନିଶାଦ, ଦର୍ଶନା ସିଂ ଏବଂ ସଂଗୀତା ଯାଦବ ଅନ୍ତର୍ଭୁକ୍ତ।

ଫେବୃଆରୀ-ମାର୍ଚ୍ଚରେ ରାଜ୍ୟ ନିର୍ବାଚନରେ ​​ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗୋରଖପୁର ଆସନ ଛାଡିଥିବା ରାଧା ମୋହନ ଅଗ୍ରୱାଲଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ୟୁପିର ଅନ୍ୟ ପ୍ରାର୍ଥୀମାନେ ହେଉଛନ୍ତି ବାବୁରାମ ନିଶାଦ, ଦର୍ଶନା ସିଂ ଏବଂ ସଂଗୀତା ଯାଦବ।

ବିହାରର ରାଜ୍ୟସଭା ସଦସ୍ୟ ଏସସି ଦୁବେଙ୍କୁ ପୁନର୍ବାର ମନୋନୀତ କରାଯାଇଛି। ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ନେତା ଶମ୍ଭୁ ଶାରୋନ୍ ପଟେଲ ବିହାରର ଦ୍ୱିତୀୟ ପ୍ରାର୍ଥୀ ଅଟନ୍ତି। କୃଷକ ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଅନିଲ ସୁଖଦେବରାଓ ବୋଣ୍ଡେ ରାଜ୍ୟସଭାକୁ ଯିବେ।

Categories
ବିଶେଷ ଖବର

ଏନଡିଏ ବ୍ୟାଗରେ ୟୁପିରୁ ପଡିବ ସର୍ବାଧିକ ସଂଖ୍ୟକ ସିଟ୍!, ଜାଣନ୍ତୁ ବିହାର-ମହାରାଷ୍ଟ୍ରର ସମୀକରଣ କ’ଣ?

ନୂଆଦିଲ୍ଲୀ: ସଂସଦର ଉପର ଗୃହ ଅର୍ଥାତ୍ ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ରାଜନତିକ ଦଳ ଦ୍ୱାରା ପ୍ରାର୍ଥୀ ଘୋଷଣା କରାଯାଉଛି ଏବଂ ଅଧିକ ଆସନ ପାଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ବିଜେପି ଆଜି ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ। ଉତ୍ତରପ୍ରଦେଶର ଆଠ ଜଣ ପ୍ରାର୍ଥୀଙ୍କ ତାଲିକା, ବିହାରର ଦୁଇ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ମହାରାଷ୍ଟ୍ରରୁ ଦୁଇ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଜାରି କରାଯିବ।

ସର୍ବପ୍ରଥମେ ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ ବିଷୟରେ ଆଲୋଚନା କରିବା। କାରଣ ଉତ୍ତରପ୍ରଦେଶରେ ବିଜେପି ପୁଣି ଥରେ ବହୁ ସଂଖ୍ୟାରେ ସରକାର ଗଠନ କରିଛି, ତେଣୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ୟୁପିରେ ସର୍ବାଧିକ ସଂଖ୍ୟକ ସିଟ୍ ଏନଡିଏର ବ୍ୟାଗରେ ପଡ଼ିବ। ଏଥର ଏନଡିଏ ୧୧ ଟି ସିଟ୍ ମଧ୍ୟରୁ ୮ ଟି ଆସନ ସହଜରେ ଜିତୁଥିବା ଦେଖାଯାଉଛି। ୟୁପିରୁ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ପ୍ୟାନେଲରେ ଜାଫର ଇସଲାମ, ଶିବ ପ୍ରତାପ ଶୁକ୍ଲା, ସଞ୍ଜୟ ସେଠ, ସୁରେନ୍ଦ୍ର ନାଗର, ଜୟପ୍ରକାଶ ନିଶାଦ, ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା ଦୀନେଶ ଶର୍ମାଙ୍କ ନାମ ରହିଛି। ସମାଜବାଦୀ ପାର୍ଟିର ସହଯୋଗୀ ଦଳ ମଧ୍ୟ ତିନିଟି ଆସନ ଜିତିପାରେ। କିନ୍ତୁ ଏଥର ବିଏସପି ଏବଂ କଂଗ୍ରେସ ଆକାଉଣ୍ଟରେ କୌଣସି ଆସନ ଯାଉନଥିବା ଜଣାପଡିଛି। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା କପିଲ ସିବଲ, ଏସପିର ପୂର୍ବତନ ରାଜ୍ୟସଭା ସଦସ୍ୟ ଜାଭେଦ ଅଲିଙ୍କ ଏବଂ ରାଷ୍ଟ୍ରୀୟ ଲୋକସଭା ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ବିହାରର ସ୍ଥିତି:

ବିହାରରୁ ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଦଳଗୁଡ଼ିକ ମଧ୍ୟ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିଛନ୍ତି। ଜଣେ ବ୍ରାହ୍ମଣ ଏବଂ ଏଠାରୁ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ଆସନ ଦେବା ପାଇଁ ବିଜେପି ମନୋଭାବରେ ଅଛି। ବ୍ରାହ୍ମଣ ଚେହେରା ସତୀଶ ଦୁବେ ଏବଂ ଅନ୍ୟ ଜଣେ ଓବିସି ପ୍ରାର୍ଥୀ ହେବେ। ବିହାରରେ କମ୍ ସଂଖ୍ୟକ ସିଟ୍ ଥିବାରୁ ନୀତୀଶ କୁମାରଙ୍କ ଜେଡିୟୁ ଏଥର କେବଳ ଗୋଟିଏ ସିଟ୍ ରେ ବୁଝାମଣା ହେବାର ସମ୍ଭାବନା ରହିଛି। ଜେଡିୟୁରୁ ​​ଟିକେଟ୍ ପାଇଁ ମୁଖ୍ୟ ଦାବିଦାର ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ, ଯାହାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଜେଡିୟୁ କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହୋଇଛି।

ମହାରାଷ୍ଟ୍ରର ସ୍ଥିତି:

ମହାରାଷ୍ଟ୍ରରେ ଦୁଇଟି ଆସନ ଜିତିବା ପାଇଁ ବିଜେପିର ପର୍ଯ୍ୟାପ୍ତ ସଂଖ୍ୟା ରହିଛି। ପୀୟୁଷ ଗୋୟଲଙ୍କର ଗୋଟିଏ ନାମ ପ୍ରାୟ ନିଶ୍ଚିତ। ଏହା ମଧ୍ୟ ହୋଇପାରେ ଯେ ପୀୟୁଷ ଗୋୟଲଙ୍କୁ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ପଠାଯାଇପାରେ। ଶାସକ ଶିବସେନା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ଗୋଟିଏ ପ୍ରାର୍ଥୀଙ୍କୁ ପୃଥକ ଭାବରେ ବିଜୟ ପ୍ରଦାନ କରିପାରନ୍ତି, କିନ୍ତୁ ତିନିଜଣଙ୍କ ସହଭାଗିତା ହେତୁ ସେମାନେ ଅନ୍ୟ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇ ପାରିବେ। ଏହି ଶକ୍ତି ହେତୁ ଶିବସେନା ଦୁଇଟି ପ୍ରାର୍ଥୀ ପାଇଁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଏନସିପି ଦ୍ୱାରା ମଧ୍ୟ ଅନୁମୋଦିତ।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ନବୀନଙ୍କୁ ଭେଟିବା ପରେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। କିଛି ସମୟ ଧରି ତାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ଥିଲା। କାରଣ ସୋନୁ ଟାଇମସ ବିଜେନେସ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ।

ହେଲେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ଥିବାରୁ ନବୀନ କୁଆଡେ ସୋନୁ ସୁଦଙ୍କୁ ଟିକେଟ ଦେଇପାରନ୍ତି ବୋଲି ଚାଲିଛି ଆଲୋଚନା। ସେତିକି ନୁହେଁ, ନବୀନ ତାଙ୍କୁ କଣ ପାଇଁ ଓଡିଶାରୁ ପଠାଇବେ ତାହା ମଧ୍ୟ ଆଲୋଚନା ହେଉଛି। ଏହା କୁହାଯାଉଛି ଯେ, ନବୀନ ଜାତୀୟ ସ୍ତରରେ ପ୍ରସଂଶା ପାଇବା ପାଇଁ ସୋନୁଙ୍କୁ ରାଜ୍ୟସଭା ପଠାଇ ପାରନ୍ତି।

ସୋନ ସୁଦ୍ ଚଳଚିତ୍ର ଅଭିନେତା ଭାବେ ଯେତିକି ପରିଚିତ ସେହିପରି ଜଣେ ସମାଜସେବୀ ଭାବେ ମଧ୍ୟ ସେତିକି ପରିଚିତ। ତାଙ୍କର ଅସାହୟଙ୍କୁ ସାହାର୍ଯ୍ୟ କରିବା କାର୍ଯ୍ୟକୁ ସାରା ଦେଶରେ ବେଶ ପ୍ରସଂଶା କରାଯାଉଛି। କରୋନା ସମୟରେ ସେ ଯେପରି କାର୍ଯ୍ୟ କଲେ ତାହା ସାରା ଦେଶବାସୀ ତାଙ୍କୁ ମନେ ରଖିଛନ୍ତି।

ଏପରିକି କରୋନା ସମୟରେ ମଧ୍ୟ ସୋନୁ ଓଡିଶା ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ଗଂଜାମର ଜଣେ ରୋଗୀଙ୍କୁ ହସପିଟାଲରେ ବେଡ ଯୋଗାଇଦେବା ହେଉ କିମ୍ବା ମୁମ୍ବାଇରୁ ଓଡିଆ ଲୋକଙ୍କୁ ଓଡିଶା ପଠାଇବା ହେଉ, ସୋନୁ ଏହି ସେବା କରି ଦେଖାଇଛନ୍ତି। ଫଳରେ ଦେଶବାସୀ ତାଙ୍କର ଏପରି ପରୋପକାରୀ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରୁଛନ୍ତି।

ସେଥିପାଇଁ ଯଦି ଓଡିଶାରୁ ତାଙ୍କୁ ରାଜ୍ୟସଭା ପଠାଯାଏ ତେବେ ସାରା ଦେଶରେ ନବୀନଙ୍କୁ ଲୋକେ ପ୍ରଶଂସା ନିଶ୍ଚିତ କରିବେ। କାରଣ ଏପରି ଜଣେ ପରୋପକାରୀ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବାକୁ ସମସ୍ତେ ଚାହିଁଥାନ୍ତି। ଫଳରେ ସୋନୁଙ୍କୁ ରାଜ୍ୟସଭା ପଠାଇଲେ ଜାତୀୟ ରାଜନୀତିରେ ନବୀନ ଏକ ମାଷ୍ଟର ଷ୍ଟ୍ରୋକ ମାରିବେ।

Categories
RajyasabhaElection ବିଶେଷ ଖବର

ରାଜ୍ୟସଭାର ୫୭ ଟି ଆସନ ପାଇଁ ହେବ ନିର୍ବାଚନ, ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ଆସନ ପାଇଁ ହେବ ଭୋଟ, କେଉଁମାନେ ନେବେ ​​ଭାଗ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇସାରିଛି। ୧୫ ଟି ରାଜ୍ୟରେ ୫୭ ଟି ଆସନରେ ନିର୍ବାଚନ ହେବାକୁ ଯାଉଛି। ୧୫ ଟି ରାଜ୍ୟରେ ୫୭ ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ବିଜେପି, କଂଗ୍ରେସ ସମେତ ଅନେକ ଆଞ୍ଚଳିକ ଦଳ ରାଜ୍ୟସଭା ନିର୍ବାଚନରେ ​​ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ନାମାଙ୍କନପତ୍ର ଦାଖଲ କରିବାର ସମୟ ମେ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ଜୁନ୍ ୧ ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ। ତେଣୁ ପ୍ରାର୍ଥୀମାନେ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରତ୍ୟାହାର କରିପାରିବେ।

ରାଜ୍ୟସଭା ନିର୍ବାଚନ ୨୦୨୨ ପାଇଁ ଭୋଟ୍ ଜୁନ୍ ୧୦ ତାରିଖ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ହେବ। ସେହି ଦିନ ଅପରାହ୍ନ ୫ ଟାରୁ ଭୋଟ୍ ଗଣନା ଆରମ୍ଭ ହେବ। ମେ ୨୪ ତାରିଖରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, ୨୪୫ ଟି ରାଜ୍ୟସଭା ଆସନ ମଧ୍ୟରୁ ୧୫ ଟି ରାଜ୍ୟରୁ ୫୭ ଟି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ ୨୧ ତାରିଖରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ଶେଷ ହେବ।

ବର୍ତ୍ତମାନ ରାଜ୍ୟସଭାରେ ବିଜେପିର ୯୫ ଜଣ ସଦସ୍ୟ ଥିବାବେଳେ କଂଗ୍ରେସର ୨୯ ଜଣ ସଦସ୍ୟ ଅଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟସଭାରେ ସର୍ବାଧିକ ୩୧ ଟି ସିଟ୍ ରହିଛି। ଏଥିମଧ୍ୟରୁ ୧୧ ଟି ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଜୁଲାଇ ୪ ତାରିଖରେ ଶେଷ ହେବ। ମହାରାଷ୍ଟ୍ର ଏବଂ ତାମିଲନାଡୁର ୬-୬ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିହାରରୁ ୫ ଟି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସେହିଭଳି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ରାଜସ୍ଥାନରୁ ରାଜ୍ୟସଭାର ୪-୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

ମଧ୍ୟପ୍ରଦେଶ ଏବଂ ଓଡିଶାରୁ ରାଜ୍ୟସଭାର ତିନିଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଛତିଶଗଡ, ତେଲେଙ୍ଗାନା, ଝାଡଖଣ୍ଡ, ପଞ୍ଜାବ ଏବଂ ହରିୟାଣାର ଦୁଇ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ସରକାର ଗଠନ ପରେ ଆପ ପ୍ରାର୍ଥୀମାନେ ଏଠାରେ ଉଭୟ ସିଟ୍ ଦଖଲ କରିପାରିବେ।

କେଉଁ ରାଜ୍ୟରେ କେତେ ଆସନ ପାଇଁ ହେବ ନିର୍ବାଚନ?:

ଉତ୍ତରପ୍ରଦେଶ – ୧୧
ମହାରାଷ୍ଟ୍ର – ୬
ତାମିଲନାଡୁ – ୬
ବିହାର – ୫
ଆନ୍ଧ୍ରପ୍ରଦେଶ – ୪
ରାଜସ୍ଥାନ – ୪
କର୍ଣ୍ଣାଟକ – ୪
ଓଡ଼ିଶା – ୩
ମଧ୍ୟପ୍ରଦେଶ – ୩
ତେଲେଙ୍ଗାନା – ୨
ଛତିଶଗଡ – ୨
ଝାଡଖଣ୍ଡ – ୨
ପଞ୍ଜାବ – ୨
ହରିୟାଣା – ୨
ଉତ୍ତରାଖଣ୍ଡ – ୧

ରାଜ୍ୟସଭା ନିର୍ବାଚନରେ ​​କିଏ ଅଂଶଗ୍ରହଣ କରେ?:

ରାଜ୍ୟସଭାରେ ସର୍ବାଧିକ ୨୫୦ ସଦସ୍ୟଙ୍କ ବ୍ୟବସ୍ଥା ରହିଛି। ଏଥିମଧ୍ୟରୁ ୨୩୮ ଜଣ ସଦସ୍ୟ ଭୋଟ୍ ଦେଇ ନିର୍ବାଚିତ ହୋଇଥିବାବେଳେ ୧୨ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି। ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ଅଂଶଗ୍ରହଣ କରନ୍ତି। ଏହି ନିର୍ବାଚନରେ ​​ରାଜ୍ୟର ବିଧାନ ପରିଷଦ (ଏମଏଲସି) ର ସଦସ୍ୟମାନେ ଭୋଟ୍ ଦିଅନ୍ତି ନାହିଁ କିମ୍ବା ସାଧାରଣ ଲୋକ ମଧ୍ୟ ଭୋଟ୍ ଦିଅନ୍ତି ନାହିଁ। ଦେଶର ସର୍ବୋଚ୍ଚ ଗୃହ ରାଜ୍ୟସଭା ସଦସ୍ୟଙ୍କ ଏକ ତୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ଦୁଇ ବର୍ଷରେ ଶେଷ ହେବ।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ବାର ସେଟ ପ୍ରାର୍ଥୀପତ୍ର ନେଲେ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜେଡି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢିବାରେ ଲାଗିଛି। କାରଣ ଏହ ମାସ ୩୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯିବ। ସେହିପରି  ଜୁନ ୧ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବାକୁ ଥିବା ବେଳେ ଜୁନ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ହେବ।

ସେହିପରି ରାଜ୍ୟସଭା ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇସାରିଛି। ସେହି ଅନୁସାରେ ଉପନିର୍ବାଚନ ପାଇଁ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୬ ଜୁନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ଚାରି ଆସନ ପାଇଁ ଆଜି ବିଧାନସଭାରେ ଥିବା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କଠାରୁ ବିଜେଡି ୧୨ ସେଟ୍ ପ୍ରାର୍ଥୀପତ୍ର ସଂଗ୍ରହ କରିଛି। ଦଳୀୟ ନେତା ତଥା ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହା ନେଇଛନ୍ତି। ଚାରୋଟି ଆସନ ପାଇଁ ତିନି ସେଟ୍ ଲେଖାଏଁ ୧୨ ସେଟ୍ ନେଇଛନ୍ତି। ବିଜେଡି ବ୍ୟତିତ ଅନ୍ୟଦଳର ସଂଖ୍ୟା ନ ଥିବାରୁ ସେମାନେ କେହି ପ୍ରାର୍ଥୀପତ୍ର ନେବାର ସମ୍ଭାବନା ନାହି।

ତେବେ ବର୍ତ୍ତମାନ ଯାହା ସବୁଠାରୁ ବଡ ଚର୍ଚ୍ଚାର ବିଷୟ ତାହା ହେଲା ଯେ, ନବୀନ ରାଜ୍ୟସଭାକୁ କାହାକୁ ପଠାଇବେ। କାହାକୁ ପ୍ରାର୍ଥୀ କରିବେ। ସବୁ ପୁରୁଷ ପ୍ରାର୍ଥୀ ହେବେ ନା ମହିଳା ରହିବେ। ଏ ସବୁକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

ବିଶେଷ ସୁତ୍ର ଅନୁସାରେ ଚାରୋଟି ଆସନ ମଧ୍ୟରୁ ନବୀନ ଦୁଇଟି ଆସନରେ ମହିଳାଙ୍କ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଆଉ ଦୁଇଟିରେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବା ସହ ପ୍ରଦୀପ ମାଝିଙ୍କୁ ମଧ୍ୟ ଟିକେଟ ମିଳିପାରେ। ତେବେ ଦୁଇ ଜଣ ମହିଳାଙ୍କ ମଧ୍ୟରୁ ନବୀନ ଜଣଙ୍କୁ ଅଣ ରାଜନୈତିକ କ୍ଷେତ୍ରରୁ ନେବେ ବୋଲି ଜଣାପଡିଛି।

Categories
RajyasabhaElection ଆଜିର ଖବର ଜାତୀୟ ଖବର

ସମାଜବାଦୀ ପାର୍ଟିରେ ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତା: ରାଜ୍ୟସଭା ପାଇଁ ଦାଖଲ କଲେ ନାମାଙ୍କନପତ୍ର

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟକା। କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଦଳ ଛାଡିଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଏହା ସହିତ ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Categories
RajyasabhaElection ବିଶେଷ ଖବର ରାଜ୍ୟ ଖବର

ତିନୋଟି ରାଜ୍ୟସଭା ଆସନରୁ ଜଣେ ଯିବେ ଅଣ ରାଜନୈତିକ ମହିଳା, କିଏ ସେହି ଭାଗ୍ୟବତୀ

ଭୁବନେଶ୍ବର: ଓଡିଶାର ତିନୋଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ବାହାରିଛି ବିଜ୍ଞପ୍ତି। ସେଥିପାଇଁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। ହେଲେ ଏହି ତିନୋଟି ଆସନ ବିଜେଡି ଅକ୍ତିୟାର କରିବା ନିଶ୍ଚିତ ଥିବାରୁ ଅନ୍ୟ ରାଜନୈତିକ ଦଳରେ ଏହି ଉତ୍ସାହ ନାହିଁ। କାରଣ ସେମାନଙ୍କର ଏହି ନିର୍ବାଚନ ପାଇଁ ସଂଖ୍ୟା ନାହିଁ। ଏହି ତିନୋଟି ଆସନ ବିଜେଡି ହାତରେ ଥିବାରୁ ବର୍ତ୍ତମାନ ଦଳର ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସମସ୍ତେ ଏହି ଦୈଡରେ ସାମିଲ ହେବା ପାଇଁ ଅନେଇ ବସିଛନ୍ତି।

ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥର ନବୀନ ତିନୋଟି ଆସନ ମଧ୍ୟରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛନ୍ତି। କାରଣ ସବୁବେଳେ ମହିଳା କାର୍ଡ ଖେଳୁଥିବା ନବୀନ ଏଥର ରାଜ୍ୟସଭା ନିର୍ବାଚନରେ ମଧ୍ୟ ତାହା କରି ଦେଖାଇବେ। କାରଣ ବର୍ତ୍ତମାନ ରାଜ୍ୟସଭାରେ ଛଅଟି ସଦସ୍ୟଙ୍କ ମଧ୍ୟରୁ ତାଙ୍କ ଦଳରୁ ଜଣେ ମାତ୍ର ମହିଳା ଅଛନ୍ତି। ସେ ହେଉଛନ୍ତି ମମତା ମହନ୍ତ। ଆଉ ପାଞ୍ଚଜଣ ପୁରୁଷ ସଦସ୍ୟ ଅଛନ୍ତି। ସେଥିପାଇଁ ନିର୍ବାଚନ ହେବକୁ ଥିବା ଏହି ତିନୋଟି ଆସନରୁ ଗୋଟିଏ ନିଶ୍ଚିତ ମହିଳାଙ୍କୁ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ମହିଳା କିଏ, ସେ ନେଇ ଚାଲିଛି ଅଙ୍କ କଷା। ସେହିପରି ଆଉ ଦୁଇଟି ଆସନରେ କେଉଁ ନେତା ଯିବେ ସେ ନେଇ ମଧ୍ୟ ଚାଲିଛି ବିଚାର ବିମର୍ଷ। ପ୍ରଥମ କଥା ହେଲା ଏହି ଦୁଇ ଆସନରୁ ପ୍ରାୟତଃ କେଉଁ ଦୁଇଜଣ ଯିବେ ତାହା ନିଶ୍ଚିତ ହୋଇଛି। ବିଶେଷ ସୁତ୍ର ଅନୁସାରେ ଏହି ଦୁଇଟିରେ ପୁନଃର୍ବାର ସସ୍ମିତ ପାତ୍ର ମନୋନିତ ହେଉଥିବା ବେଳେ ପ୍ରଦୀପ ମାଝିଙ୍କୁ ମଧ୍ୟ ନବୀନ ରାଜ୍ୟସଭାକୁ ପଠାଇପାରନ୍ତି। ତେବେ କେତେକ କ୍ଷେତ୍ରରେ ସସ୍ମିତଙ୍କୁ ରାଜ୍ୟ ରାଜନୀତିରେ ରଖି ରମେଶଚନ୍ଦ୍ର ଚାଉପଟ୍ଟନାୟକଙ୍କୁ ମନୋନିତ କରିପାରନ୍ତି ବୋଲି କୁହାଯାଉଛି।

ଏହି ଦୁଇ ଆସନ ପାଇଁ ଆଉ ଯେଉଁମାନଙ୍କର ନାମ ଶୁଣାଯାଉଛି ସେମାନେ ହେଲେ ଡ ପ୍ରସନ୍ନ ପାଟ୍ଟଶାଣୀ, ଜିନ୍ଦଲ କଂପାନୀର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନାମ ମଧ୍ୟ ରହିଛି। ତେବେ ପଶ୍ଚିମ ଓଡିଶାରେ ଦଳକୁ ସକ୍ରିୟ କରିବା ପାଇଁ ନବୀନ ପୁଣି ଥରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ପଠାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।  ହେଲେ ଶେଷ ମୂହୁର୍ତ୍ତରେ ନବୀନ ଏପରି ଲୋକଙ୍କୁ ମନୋନିତ କରିବେ ଯେଉଁମାନେ କେବେ ଚର୍ଚ୍ଚାରେ ନ ଥିବେ।

ସେହିପରି ଆଉ ଏକ ଆସନ ପାଇଁ ଜଣେ ଅଣରାଜନୈତିକ ମହିଳାଙ୍କୁ ନବୀନ ରାଜ୍ୟସଭା ପଠାଇବେ ବୋଲି ସ୍ପଷ୍ଟ ଜଣାପଡିଛି। ଅଣରାଜନୈତିକ ପ୍ରାର୍ଥୀ କରିବା କାରଣ ରାଜନୈତିକ ମହିଳାଙ୍କ ସଂଖ୍ୟା ବା ଆଶାୟୀ ଏତେ ଯେ, ସେମାନଙ୍କ ଭିତର କାହାକୁ ପଠାଇବା ଅର୍ଥ ଅସନ୍ତୋଷ ସୃଷ୍ଟି କରିବା। ସେଥିପାଇଁ ଶିକ୍ଷା କିମ୍ବା ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଜଣେ ମହିଳାଙ୍କୁ ନବୀନ ପ୍ରାର୍ଥୀ କରିପାରନ୍ତି ବୋଲି ଜଣାପଡିଛି। ଏହି ମହିଳା ପ୍ରାର୍ଥୀଙ୍କୁ ନେଇ  ରାଜ୍ୟ ରାଜନୀତିରେ ନବୀନ ଏକ ଚକମା ଦେଖାଇବାର ସମ୍ଭାବନା ରହିଛି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଓଡିଶାର ୩ ଟି ଆସନ ଲାଗି ହେବ ଭୋଟ ଗ୍ରହଣ

ଭୁବନେଶ୍ଵର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶାର ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭାର ୩ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସରୁଥିବାରୁ ସେହି ସ୍ଥାନ ପୂରଣ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାରୁ ସେମାନଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ ହେବ। ସେଥିପାଇଁ ମଇ ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ମଇ ୩୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯାଇପାରିବ।

ତେବେ ଜୁନ ୧ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବାକୁ ଥିବା ବେଳେ ଜୁନ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ହୋଇପାରେ। ସକାଳ ୯ ଟାରୁ ଅପରାହ୍ନ ୪ ଟା ଯାଏଁ ଭୋଟ ଗ୍ରହଣ କରାଯିବ। ତେବେ ଜୁନ ୧୦ ତାରିଖ ଅପରାହ୍ନ ୫ ଟାରେ ଭୋଟ ଗଣତି ଆରମ୍ଭ ହେବ।

Categories
ବିଶେଷ ଖବର

ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି କେତେ?, ଜାଣନ୍ତୁ ରାଜ୍ୟସଭାରେ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ମହିଳା ବିରୋଧୀ ହିଂସା ଘଟଣାର ନିରାକରଣ ପାଇଁ ‘ୱାନ ଷ୍ଟପ୍‌ ସେଣ୍ଟର’ ଖୋଲିବା ଏବଂ ପରିଚାଳନା କରିବା ଲାଗି ଏହି ଅର୍ଥ ବିନିଯୋଗ କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି।

ନିର୍ଭୟା ପାଣ୍ଠି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ଇରାନୀ କହିଥିଲେ ଯେ, ମହିଳାଙ୍କ ବିରୋଧରେ ହିଂସା ଘଟଣାର ନିରାକରଣ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ନିର୍ଭୟା ପାଣ୍ଠି ମାଧ୍ୟମରେ ଏସବୁ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏବେ ସୁଦ୍ଧା ନିର୍ଭୟା ପାଣ୍ଠିରେ ୬୨୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ୪୩୬୬.୮୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଜାରି କରାଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟତଃ ଚାହିଦା ଆଧାରରେ ନିର୍ଭୟା ପାଣ୍ଠିର ଅର୍ଥ ବିନିଯୋଗ କରାଯାଇଥାଏ। ନିର୍ଭୟା ପାଣ୍ଠିର ବ୍ୟବସ୍ଥା ଅନୁଯାୟୀ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରାଯାଇଛି। ପାଣ୍ଠି ଅଧୀନରେ ବରାଦ ହେଉଥିବା ଅର୍ଥ ବ୍ୟୟ କରିବା ନିମନ୍ତେ ଏହି କମିଟିକୁ ଅବଗତ କରାଯାଇଥାଏ ଏବଂ କମିଟି ଏଥିପାଇଁ ଆବଶ୍ୟକ ସୁପାରିସ ମଧ୍ୟ କରିଥାଏ। ନିର୍ଭୟା ପାଣ୍ଠି ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ମଧ୍ୟ ଏହି କ୍ଷମତାପ୍ରାପ୍ତ କମିଟି ଅନୁଧ୍ୟାନ କରିଥାଏ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଶାସନ ସ୍ତରରେ ମଧ୍ୟ ଯୋଜନା କାର୍ଯ୍ୟକାରିତାର ଅନୁଧ୍ୟାନ ଏବଂ ନିରୀକ୍ଷଣ କରାଯାଇଥାଏ। ତେବେ ନିର୍ଭୟା ପାଣ୍ଠି ଅଧୀନରେ ଅଧିକାଂଶ ପ୍ରକଳ୍ପ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ। ମଞ୍ଜୁରି ପ୍ରାପ୍ତ ଅବଧି ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ତୃଣମୂଳ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି।

ଏପରି କେତେକ ଯୋଜନା ରହିଛି ଯାହାର ଆବର୍ତ୍ତି ବ୍ୟୟ ରହିଛି। ଏଥିପାଇଁ ବିନିଯୋଗ ପ୍ରମାଣପତ୍ର (ୟୁସି) ଏବଂ ଖର୍ଚ୍ଚର ବିବରଣୀ ଦାଖଲ କରିବା ପରେ ମନ୍ତ୍ରଣାଳୟ ପକ୍ଷରୁ ପାଣ୍ଠି ଆବଣ୍ଟନ କରାଯାଇଥାଏ।  ରାଜ୍ୟ ଏବଂ କାର୍ଯ୍ୟକାରୀ ଏଜେନ୍ସିମାନେ ବିନିଯୋଗ ପ୍ରମାଣପତ୍ର ଦାଖଲ କରିଥାନ୍ତି। ଯେଉଁ ଆର୍ଥିକ ବର୍ଷରେ ପ୍ରାରମ୍ଭିକ ପାଣ୍ଠି ଆବଣ୍ଟନ କରାଯାଇଥାଏ ସେହି ବର୍ଷ ପରବର୍ତ୍ତୀ ୧୨ ମାସ ମଧ୍ୟରେ ୟୁସି ଦାଖଲ କରିବାର ନିୟମ ରହିଛି। ତେଣୁ କେତେକ କ୍ଷେତ୍ରରେ ୟୁସି ମିଳିବାରେ ବିଳମ୍ବ ହୋଇଥିବାରୁ ଖର୍ଚ୍ଚ ପରିମାଣ ଅଧିକ ହେବାର ସମ୍ଭାବନା ରହିଛି । କୋଭିଡ୍‌ ୧୯ କାରଣରୁ ଯୋଜନା ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ବାଧା ଉତ୍ପନ୍ନ ହୋଇଛି। ଏହି କାରଣରୁ ଯୋଜନାରେ ଆବଣ୍ଟିତ ହୋଇଥିବା ଅର୍ଥର ବାସ୍ତବ ବ୍ୟୟ ପରିମାଣ ଅଧିକ ହୋଇପାରେ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ରାଜ୍ୟସଭାରେ ଶତକ ପୂରଣ କଲା ବିଜେପି, ଜାଣନ୍ତୁ ବର୍ତ୍ତମାନ ସଂସଦର ଉପର ଗୃହରେ କେଉଁ ଦଳର ସଦସ୍ୟ କେତେ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପି ଏକ ଶତକ ପୂରଣ କରିଛି। ୧୯୯୦ ପରେ ୧୦୦ କୁ ଛୁଇଁବା ଏହା ପ୍ରଥମ ପାର୍ଟୀ ହୋଇଛି। ରାଜ୍ୟସଭାରେ ସରକାରୀ ଭାବେ ସୂଚନା ଦିଆଯାଇଛି। ବିଜେପି ତିନୋଟି ରାଜ୍ୟସଭା ଆସନ, ଆସାମରୁ, ତ୍ରିପୁରା ଏବଂ ଗୋଟିଏ ନାଗାଲାଣ୍ଡରୁ ଗୋଟିଏ ଲେଖାଏଁ ଜିତିଛି। ନିକଟରେ ୬ ଟି ରାଜ୍ୟରେ ୧୩ ଟି ଆସନରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୧୪ ରେ ବିଜେପିର ୫୫ ଜଣ ସଦସ୍ୟ ରହିଥିଲେ ଏବଂ ଏହି ସଂଖ୍ୟା ୧୦୦ କୁ ବୃଦ୍ଧି ପାଇଛି।

ପ୍ରକାଶ ଯୋଗ୍ୟ ଯେ, ରାଜ୍ୟସଭାରେ ୨୪୫ ଜଣ ସଦସ୍ୟ ଅଛନ୍ତି। ଏହାପୂର୍ବରୁ ୧୯୯୦ରେ କଂଗ୍ରେସର ୧୦୮ ସଦସ୍ୟ ରହିଥିଲେ। କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନ ୩୦ କୁ ହ୍ରାସ ପାଇଛି। ବର୍ତ୍ତମାନ ପ୍ରାୟ ୫୨ ଟି ଆସନରେ ଖୁବ ଶୀଘ୍ର ଭୋଟ୍ ଅନୁଷ୍ଠିତ ହେବ, ଯାହା ଆନ୍ଧ୍ରପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ରାଜସ୍ଥାନ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ହେବ।

ରାଜ୍ୟସଭାରେ ବିଭିନ୍ନ ଦଳର ସଦସ୍ୟଙ୍କ ସଂଖ୍ୟା (ଏପ୍ରିଲ୍ ୩, ୨୦୨୨ ସୁଦ୍ଧା):

ଭାରତୀୟ ଜନତା ପାର୍ଟି- ୧୦୧
କଂଗ୍ରେସ- ୩୦
ତୃଣମୂଳ କଂଗ୍ରେସ- ୧୩
ଦ୍ରାବିଡା ମୁନ୍ନେତ୍ର କାଶଗମ- ୧୦
ବିଜୁ ଜନତା ଦଳ- ୦୯
ତେଲେଙ୍ଗାନା ରାଷ୍ଟ୍ର ସମିତି- ୦୬
ୱାଇଏସଆର କଂଗ୍ରେସ ପାର୍ଟି- ୦୬
ଅଖିଳ ଭାରତୀୟ ଦ୍ରାବିଡା ମୁନ୍ନେତ୍ର କାଶଗମ- ୦୫
ସମାଜବାଦୀ ପାର୍ଟି- ୦୫
ରାଷ୍ଟ୍ରିୟ ଜନତା ଦଳ- ୦୫
ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି- ୦୫
ଜନତା ଦଳ ୟୁନାଇଟେଡ୍- ୦୪
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି- ୦୪
ବାହୁଜନ ସମାଜ ପାର୍ଟି- ୦୩
ଶିବସେନା- ୦୩
ଶିରୋମାନି ଅକାଲୀ ଦଳ- ୦୩
ଆମ୍ ଆଦମୀ ପାର୍ଟି- ୦୩
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ- ୦୨
ତେଲୁଗୁ ଦେଶମ ପାର୍ଟି- ୦୧
ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍- ୦୧
ଆରପିଆଇ (ଆଠୱଲେ)- ୦୧
ଜନତା ଦଳ ସେକୁଲାର- ୦୧
ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍- ୦୧
ଆସୋମ ଗଣ ପରିଷଦ- ୧
ପଟ୍ଟାଲି ମକ୍କାଲ କାଚି- ୧
ମାରୁଲାମାର୍ଚି ଦ୍ରାବିଡା ମୁନ୍ନେତ୍ର କାଶଗମ- ୦୧
ତାମିଲ ମାନିଲା କଂଗ୍ରେସ- ୦୧
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା- ୦୧
ନ୍ୟାସନାଲ ପିପୁଲ୍ସ ପାର୍ଟି- ୦୧
ମିଜୋ ନ୍ୟାସନାଲ ଫ୍ରଣ୍ଟ- ୦୧
କେରଳ କଂଗ୍ରେସ (ଏମ)- ୦୧
ୟୁନାଇଟେଡ୍ ପିପୁଲ୍ସ ପାର୍ଟି (ଲିବରାଲ)- ୦୧
ସ୍ଵାଧୀନ- ୦୨
ମନୋନୀତ- ୦୩

Categories
RajyasabhaElection ଆଜିର ଖବର ଜାତୀୟ ଖବର

ରାଜ୍ୟସଭାକୁ ଯିବେ କି ବିହାର ମୁଖ୍ୟମନ୍ତ୍ରୀ?, ଜାଣନ୍ତୁ କ’ଣ କହିଲେ ନୀତୀଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭାକୁ ଯାଇପାରନ୍ତି ବୋଲି ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଲାଗି ରହିଛି। ଗତ କିଛି ଦିନ ହେବ, ଏହି ବିଷୟରେ ଆଲୋଚନା ମଧ୍ୟ ତୀବ୍ର ହୋଇଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏହି ସବୁ ଆଲୋଚନା ମଧ୍ୟରେ ନୀତୀଶ କୁମାରଙ୍କ ମନରେ କ’ଣ ଅଛି? ସେ ରାଜ୍ୟସଭାକୁ ଯିବାକୁ ଚାହୁଁଛନ୍ତି ନା ତାଙ୍କ ମନରେ ଅନ୍ୟ କିଛି ଚାଲିଛି? ଏହା ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ନିଜର ମତ ଦେଇଛନ୍ତି।

ଏହି ସମସ୍ତ କଳ୍ପନାଜଳ୍ପନାକୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ସେ ଜଣେ ବିଧାୟକ ହୋଇଥିଲେ, ସାଂସଦ ମଧ୍ୟ ହୋଇଥିଲେ ଏବଂ ବର୍ତ୍ତମାନ ରାଜ୍ୟସଭାକୁ ଯିବାକୁ ଇଚ୍ଛା ନାହିଁ। ଏକ ଚ୍ୟାନେଲ ସହିତ ଅନ ଔପଚାରିକ ବାର୍ତ୍ତାଳାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ତିନି ସଦନର ସଦସ୍ୟ ଥିଲେ। କେବଳ ରାଜ୍ୟସଭା ବାକି ଅଛି। ଏହି ପ୍ରସଙ୍ଗରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ କୋଠରୀରେ ଥିବା ସାମ୍ବାଦିକମାନେ ତାଙ୍କୁ ଏହି ବିଷୟରେ ତାଙ୍କର ଇଚ୍ଛା ଜାଣିବାକୁ କହିଥିଲେ।

ନୀତୀଶ କୁମାର କହିଥିଲେ ଯେ, “ମୁଁ ଆଜିକାଲି ମୋ ଅଞ୍ଚଳରେ ବୁଲୁଛି। କାରଣ ମୁଁ କରିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଛି। ମୁଁ ସେହି ବିଷୟରେ ଲୋକଙ୍କଠାରୁ ସୂଚନା ନେଉଛି। ରାଜନୀତିର ଆରମ୍ଭରେ ମୁଁ ଏହି ଅଞ୍ଚଳରେ ବହୁତ ଭ୍ରମଣ କରୁଥିଲି। ଲୋକଙ୍କ ସହିତ ମିଶୁଥିଲି। ତାଙ୍କର ପୁରୁଣା ସାଥିମାନଙ୍କୁ ଭେଟିବାକୁ ଚାହୁଁଥିଲେ, କିନ୍ତୁ ସମୟ ମିଳୁନଥିଲା। ମଝିରେ କରୋନା ଅବଧି ଆସିଥିଲା, ଯେଉଁଥିପାଇଁ କୌଣସି ସାକ୍ଷାତ ହୋଇପାରୁନଥିଲା। ବର୍ତ୍ତମାନ ମୁଁ ଯାଇ ପୁରୁଣା ବନ୍ଧୁ ଏବଂ ସେଠାରେ ଥିବା ଲୋକଙ୍କୁ ଭେଟୁଛି।

Categories
RajyasabhaElection ଖେଳ ଜାତୀୟ ଖବର ବିଶେଷ ଖବର

ରାଜ୍ୟସଭାକୁ ଯିବେ ହରଭଜନ ସିଂ ଏବଂ ରାଘବ ଚଢା, ତିନୋଟି ନାମ ଚୂଡ଼ାନ୍ତ କରିସାରିଛି ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ପଞ୍ଜାବରୁ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ବିଧାୟକ ରାଘବ ଚଢାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟି ପଞ୍ଜାବରୁ ରାଜ୍ୟସଭାକୁ ପଠାଉଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ମଧ୍ୟ ପଞ୍ଜାବରୁ ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛି।

ମାର୍ଚ୍ଚ ୩୧ ତାରିଖରେ ପଞ୍ଜାବର ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ସମ୍ପ୍ରତି ବିଧାନସଭା ନିର୍ବାଚନରେ ୯୨ ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟିକୁ ଏହି ପାଞ୍ଚଟି ସିଟ୍ ଯାଇପାରିବ। ମାର୍ଚ୍ଚ ୨୧ ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଏବଂ ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ଦ୍ୱାରା ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଡକ୍ଟର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ପ୍ରଥମେ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି ଦ୍ଵାରା ଆଉ ଦୁଇଟି ନାମ ଘୋଷଣା କରାଯାଇ ନାହିଁ। ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟରେ ଉଭୟ ଡକ୍ଟର ସନ୍ଦୀପ ପାଠକ ଏବଂ ରାଘବ ଚଢା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆମ୍ ଆଦମୀ ପାର୍ଟି ଏହି ଦୁଇ ନେତାଙ୍କୁ ପଞ୍ଜାବରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ଭଗବନ୍ତ ମନଙ୍କର ହରଭଜନ ସିଂ ପସନ୍ଦ ବୋଲି ବିଶ୍ୱାସ କରାଯାଏ। ହରଭଜନ ସିଂ ଭଗବନ୍ତ ମନଙ୍କ ନିକଟତର ହୋଇଛନ୍ତି ଏବଂ ପଞ୍ଜାବରେ କ୍ରୀଡ଼ାର ସ୍ଥିତି ସୁଧାରିବା ପାଇଁ ଆମ୍ ଆଦମୀ ପାର୍ଟି ପୂର୍ବତନ କ୍ରିକେଟରଙ୍କ ଉପରେ ବାଜି ଲଗାଇଛି। ଭଗବନ୍ତ ମନ ଆଶା କରିଛନ୍ତି ଯେ, ହରଭଜନ ସିଂ ରାଜ୍ୟସଭାକୁ ଯାଇ କ୍ରୀଡ଼ାବିତଙ୍କ ସହ ଜଡିତ ପ୍ରସଙ୍ଗକୁ ଉଚ୍ଚ ସ୍ୱରରେ ଉଠାଇବେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗଦେଲେନି ବିରୋଧୀଦଳର ନେତା, ଦାବି କଲେ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ରାଜ୍ୟସଭା ଓ ଲୋକସଭାରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଜାରି ରହିଥିବା ଦେଖାଯାଉଛି। ଆଜି ପୁଣି ଥରେ ଉତ୍ତେଜନା ପରେ ରାଜ୍ୟସଭାର କାର୍ଯ୍ୟକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଅଜୟ କୁମାର ମିଶ୍ରଙ୍କ ଇସ୍ତଫାକୁ ନେଇ ଲୋକସଭାରେ ଏକ ହାଙ୍ଗାମା ସୃଷ୍ଟି ହୋଇଛି।

ବାସ୍ତବରେ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଥିପାଇଁ ସରକାର ଏବଂ ବିରୋଧୀ ଦଳ ଭୋଟ ହାସଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଯୋଜନା ଏବଂ ଭିତ୍ତି ପ୍ରସ୍ତର ମାଧ୍ୟମରେ ସରକାର ଜନସାଧାରଣଙ୍କ ଭୋଟ୍ ବ୍ୟାଙ୍କ ସଂଗ୍ରହ କରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀମାନେ ଏହାକୁ ନେଇ ଅନେକ ପ୍ରସଙ୍ଗରେ ଅବରୋଧ କରି ସରକାରଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି।

ଲକ୍ଷ୍ମୀପୁରୀ ପ୍ରସଙ୍ଗଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ପ୍ରସଙ୍ଗ ପର୍ଯ୍ୟନ୍ତ ବିରୋଧୀମାନେ ସରକାରଙ୍କୁ ଘେରି ରହିଛନ୍ତି। ବିରୋଧୀଙ୍କ ହଙ୍ଗାମା ହେତୁ ଗୃହ କାର୍ଯ୍ୟକୁ ଆଜି ମୁଲତବୀ ରଖାଯାଇଛି। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଏବଂ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା। ତେବେ ବିରୋଧୀ ଏହି ସଭାରେ ଯୋଗଦେବାକୁ ମନା କରି ଦେଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ, ଆମେ ଏକାଠି ବସି ସମାଧାନର ସମାଧାନ ଚାହୁଁଛୁ। କିନ୍ତୁ ବିରୋଧୀ ବୈଠକକୁ ଆସୁନାହିଁ। ତେବେ କଂଗ୍ରେସ ଏହି ବୈଠକକୁ ସମ୍ପୂର୍ଣ୍ଣ ରୂପେ ବୟକଟ କରିବାକୁ ନିଷ୍ପତ୍ତି ନେଇଛି। ସେହିଭଳି ଟିଏମସି ସାଂସଦ ସୁଖେନ୍ଦୁ ଶେଖର କହିଛନ୍ତି ଯେ, ଆମେ ସଭାକୁ ଯିବୁ ନାହିଁ। ଅଜୟ ମିଶ୍ର ଟେନି ଏବଂ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ଆମେ ବିରୋଧ କରିବୁ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ବିରୋଧୀଙ୍କୁ ବିଭାଜନ ସୃଷ୍ଟି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି, ଆମେ ଏଥିରେ ଯୋଗଦେବୁ ନାହିଁ।

ବିରୋଧୀ ଏହା ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଏହି ବୈଠକରେ ଯୋଗଦେବେ ନାହିଁ ଏବଂ ସଂସଦରେ ଅଜୟ କୁମାର ମିଶ୍ର ଟେନିଙ୍କ ପ୍ରସଙ୍ଗ ଉଠାଇ ତାଙ୍କ ଇସ୍ତଫା ଦାବି କରିବେ।

Categories
ଜାତୀୟ ଖବର ବିଶେଷ ଖବର

ଐତିହାସିକ ‘ନଦୀବନ୍ଧ ନିରାପତ୍ତା ବିଲ୍‍ ୨୦୧୯’ ରାଜ୍ୟସଭାରେ ଗୃହୀତ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଐତିହାସିକ ନଦୀବନ୍ଧ ନିରାପତ୍ତା ବିଲ୍‍ (୨୦୧୯) ଗୃହୀତ ହୋଇଛି । ଏହା ଫଳରେ ଦେଶରେ ନଦୀ ସୁରକ୍ଷା ଆଇନ ପ୍ରଣୀତ ହେବା ନିମନ୍ତେ ଥିବା ସମସ୍ତ ପଥ ପରିଷ୍କାର ହୋଇଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ବିଲ୍‍କୁ ଡିସେମ୍ବର ୧, ୨୦୨୧ ତାରିଖ ଦିନ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ । ଲୋକସଭାରେ ନଦୀବନ୍ଧ ନିରାପତ୍ତା ବିଲ୍‍ (୨୦୧୯) ୨୦୧୯ ମସିହା ଅଗଷ୍ଟ ୨ ତାରିଖ ଦିନ ଗୃହୀତ ହୋଇଥିଲା ।

ଚୀନ୍‍ ଏବଂ ଆମେରିକା ପରେ ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ନଦୀବନ୍ଧ ସମ୍ପନ୍ନ ରାଷ୍ଟ୍ର । ଦେଶରେ ପ୍ରାୟ ୫,୭୦୦ ବିରାଟ ନଦୀବନ୍ଧ ରହିଛି ଏବଂ ସେଥିମଧ୍ୟରୁ ୮୦%ରୁ ଅଧିକ ନଦୀବନ୍ଧର ବୟସ ୨୫ ବର୍ଷରୁ ଅଧିକ ପୁରୁଣା । ପ୍ରାୟ ୨୨୭ଟି ନଦୀବନ୍ଧର ବୟସ ୧୦୦ ବର୍ଷରୁ ସୁଦ୍ଧା ଅଧିକ ଏବଂ ସେଗୁଡ଼ିକ ଏଯାବତ୍‍ କାର୍ଯ୍ୟକ୍ଷମ ରହିଆସିଛନ୍ତି । ଯଦ୍ୟପି ଭାରତର ନଦୀବନ୍ଧ ସୁରକ୍ଷା କାର୍ଯ୍ୟକ୍ରମର ମର୍ଯ୍ୟାଦା ବିଶ୍ୱର ଅନ୍ୟ ଯେକୌଣସି ଉନ୍ନତ ରାଷ୍ଟ୍ରଙ୍କ ସହିତ ସମାନ, ତଥାପି ଅପ୍ରତ୍ୟାଶିତ ନଦୀବନ୍ଧ ବିଫଳତା ଏବଂ ସେଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଚିନ୍ତାର ବିଷୟ ପାଲଟିଥିଲା ।

ନଦୀବନ୍ଧ ନିରାପତ୍ତା ବିଲ୍‍ରେ ଦେଶର ବୃହତ୍‍ ନଦୀବନ୍ଧଗୁଡ଼ିକର ଉପରେ ତୀକ୍ଷ୍ଣ ନଜର ରଖିବା, ନିରୀକ୍ଷଣ, ସେଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ବ୍ୟାପକ ପ୍ରାବଧାନ ରହିଛି ଯଦ୍ୱାରା ଯେକୌଣସି ପ୍ରକାର ନଦୀବନ୍ଧ ବିଫଳତା ଓ ତଦ୍‍ଜନିତ ବିପର୍ଯ୍ୟୟକୁ ପ୍ରତିହତ କରାଯାଇପାରିବ । ଏହି ବିଲ୍‍ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆନୁଷ୍ଠାନିକ ବ୍ୟବସ୍ଥା ରହିବ ଯଦ୍ୱାରା ଢ଼ାଂଚାଗତ ଓ ଅଣ-ଢାଂଚାଗତ ବ୍ୟବସ୍ଥା ଯାହାକି ନଦୀବନ୍ଧଗୁଡ଼ିକ ନିରାପଦ ଭାବେ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଆବଶ୍ୟକ ତାହା ସୁନିଶ୍ଚିତ କରାଯାଇପାରିବ ।

ଏହି ବିଲ୍‍ରେ ଥିବା ପ୍ରାବଧାନ ଅନୁସାରେ, ଦେଶରେ ଏକ ରାଷ୍ଟ୍ରୀୟ ନଦୀବନ୍ଧ ନିରାପତ୍ତା କମିଟି (ଏନସିଡିଏସ) ଗଠନ କରାଯିବ ଯାହାକି ନଦୀବନ୍ଧ ନିରାପତ୍ତା ସଂକ୍ରାନ୍ତ ସମାନ ନୀତି, ପ୍ରୋଟୋକଲ ଏବଂ ବିଧିବିଧାନର ବିକାଶ ନିମନ୍ତେ ସହାୟତା ଯୋଗାଇଦେବ । ଏହି ବିଲ୍‍ରେ ଥିବା ବ୍ୟବସ୍ଥା ଅନୁସାରେ ଏକ ରାଷ୍ଟ୍ରୀୟ ନଦୀବନ୍ଧ ନିରାପତ୍ତା ପ୍ରାଧିକରଣ (ଏନଡିଏସଏ) ନାମକ ନିୟନ୍ତ୍ରକ ସଂସ୍ଥା ଗଠନ କରାଯିବ ।

ଏହି ସଂସ୍ଥା ଦେଶବ୍ୟାପୀ ନଦୀବନ୍ଧ ସୁରକ୍ଷା ନୀତି ଓ ମାନ ପ୍ରବର୍ତ୍ତନକୁ ସୁନିଶ୍ଚିତ କରିବ । ରାଜ୍ୟ ସ୍ତରରେ ଏହି ବିଲ୍‍ରେ ଥିବା ବ୍ୟବସ୍ଥା ଅନୁସାରେ ନଦୀବନ୍ଧ ନିରାପତ୍ତା (ଏସସିଡିଏସ) ଉପରେ ଏକ ରାଜ୍ୟସ୍ତରୀୟ କମିଟି ଗଠିତ ହେବ ଏବଂ ରାଜ୍ୟ ନଦୀବନ୍ଧ ନିରାପତ୍ତା ସଂସ୍ଥା (ଏସଡିଏସଓ)ମାନ ମଧ୍ୟ ଗଠନ କରାଯିବ ।

ନଦୀବନ୍ଧ ନିରାପତ୍ତା ବିଲ୍‍ ବ୍ୟାପକ ଭାବେ, ନଦୀବନ୍ଧ ସଂପର୍କୀତ ସମସ୍ତ ପ୍ରକାର ଜଟିଳ ନିରାପତ୍ତା ଆଶଙ୍କା ଯଥା ଜଳବାୟୁ ପରିବର୍ତ୍ତନର ବିପଦ ଯୋଗୁ ସୃଷ୍ଟି ହେବାଭଳି ସମସ୍ୟାକୁ ଦୂର କରିବ । ଏହି ବିଲ୍‍ରେ ନଦୀବନ୍ଧଗୁଡ଼ିକର ନିୟମିତ ଯାଞ୍ଚ ଏବଂ ସେଗୁଡ଼ିକର ବର୍ଗୀକରଣ କରାଯିବାର ପ୍ରାବଧାନ ମଧ୍ୟ ରହିଛି । ସେହିଭଳି ସ୍ୱାଧୀନ ବିଶେଷଜ୍ଞ ପାନେଲ ଦ୍ୱାରା ନଦୀବନ୍ଧଗୁଡ଼ିକର ନିରାପତ୍ତା ସଂକ୍ରାନ୍ତ ପ୍ରସଙ୍ଗମାନଙ୍କର ବ୍ୟାପକ ସମୀକ୍ଷା କରାଯାଇ ତାହା ଉପରେ ଜରୁରି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ନିମନ୍ତେ ବ୍ୟବସ୍ଥା ରହିଛି ।

ସେହିଭଳି ଜରୁରି ବନ୍ୟା ଚେତାବନୀ ବ୍ୟବସ୍ଥା ମଧ୍ୟ କରାଯିବ ଯଦ୍ୱାରା ନଦୀ ଉପତ୍ୟକାର ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ନିରାପତ୍ତାକୁ ସୁନିଶ୍ଚିତ କରାଯାଇପାରିବ । ଏହି ବିଲ୍‍ ମାଧ୍ୟମରେ ନଦୀବନ୍ଧ ନିୟନ୍ତ୍ରକମାନଙ୍କୁ ଉପଯୁକ୍ତ ସମୟରେ ସେଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇଦେବେ ଯଦ୍ୱାରା ନଦୀବନ୍ଧ ଢାଂଚା ଏବଂ ଏଥି ସହିତ ସଂପର୍କୀତ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇପାରିବ ।

ଏହି ବିଲ୍‍ ନଦୀବନ୍ଧ ନିରାପତ୍ତା ଉପରେ ସାମଗ୍ରିକ ଭାବେ ଦୃଷ୍ଟି ପ୍ରଦାନ କରେ ଏବଂ କେବଳ ଏହାର ଢାଂଚାଗତ ଦିଗ ପ୍ରତି ଦୃଷ୍ଟି ପ୍ରଦାନ କରେନାହିଁ ଅପରନ୍ତୁ ଉପଯୁକ୍ତ ତଥା କଠୋର ଅପରେସନ୍‍ ଏବଂ ମେଣ୍ଟେନାନ୍ସ ପ୍ରୋଟୋକଲ ମାଧ୍ୟମରେ ଏହାର ସକ୍ରିୟ କାର୍ଯ୍ୟକାରୀତା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରେ । ଏହି ବିଲରେ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି ଯାହାକି କୌଣସି ପ୍ରକାର ଅପରାଧ ପାଇଁ ଦଣ୍ଡବିଧାନ କରାଯାଇପାରିବ ଏବଂ ତାହା ପ୍ରଚଳିତ ବ୍ୟବସ୍ଥା ଅନୁସାରେ କାର୍ଯ୍ୟକାରୀ କରାଯିବ ।

ଏହି ବିଲ୍ ଏଥି ନିମନ୍ତେ ଏକ ବ୍ୟାପକ ଆନୁଷ୍ଠାନିକ ଢାଂଚା ସ୍ଥାପନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟସୂଚୀର ବ୍ୟବସ୍ଥା ରହିଛି ଯାହାକି ଉଭୟ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ସହାୟତାରେ ସମ୍ପାଦନ କରାଯିବ । ଏଥିରେ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାଧ୍ୟତାମୂଳକ ଭାବେ ନଦୀବନ୍ଧ ନିରାପତ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବ୍ୟାପକ ପ୍ରାବଧାନ କରାଯାଇଛି । ଏହି ବିଲ୍‍ ସଂସଦରେ ଗୃହୀତ ହେବା ଦ୍ୱାରା ଦେଶରେ ନଦୀବନଧ ନିରାପତ୍ତା ଏବଂ ଜଳସଂପଦ ପରିଚାଳନା କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହେଲା ବୋଲି ବିବେଚନା କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ସଂସଦର ଶୀତକାଳୀନ ଅଧିବେଶନ: ରାଜ୍ୟସଭାରୁ ନିଲମ୍ବିତ ହେଲେ ୧୨ ସାଂସଦ, କାରଣ ଦର୍ଶାଇଲା ସରକାର

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ସହ ଜଡିତ ଏକ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଛି। କିନ୍ତୁ ଏଥିରେ ୧୨ ଜଣ ବିରୋଧୀ ଦଳର ସାଂସଦ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ମାହୋଲ ଗରମ ହୋଇଛି।

ଆସନ୍ତାକାଲି ଏହି ପ୍ରସଙ୍ଗରେ ବିରୋଧୀ ଦଳ ଏକ ବୈଠକ ଡାକିଛନ୍ତି। ସେପଟେ ଶୀର୍ଷ ସରକାରୀ ସୂତ୍ର ମଧ୍ୟ ଏହି ନିଷ୍ପତ୍ତି ପଛରେ କାରଣ ଦର୍ଶାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମନ୍ତ୍ରୀମାନଙ୍କୁ ପରିଚିତ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁମତି ଦିଆଯାଇନଥିଲା। ନିୟମ ହେଉଛି ଯଦି ମନ୍ତ୍ରୀମାନେ ପରିଚିତ ନ ହୁଅନ୍ତି, ତେବେ ସେମାନେ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରିବେ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ସଂସଦରେ ପାରିତ ହେଲା ଓବିସି ସଂରକ୍ଷଣ ବିଲ୍: ରାଜ୍ୟଗୁଡ଼ିକୁ ମିଳିବ ତାଲିକା ପ୍ରସ୍ତୁତ କରିବାର ଅଧିକାର

ନୂଆଦିଲ୍ଲୀ: ଲୋକସଭା ଦ୍ଵାରା ପାରିତ ହେବା ପରେ ଓବିସି ସଂରକ୍ଷଣ ସଂଶୋଧନ ବିଲ୍ ମଧ୍ୟ ଆଜି ରାଜ୍ୟସଭାରେ ପାରିତ ହୋଇଛି। ରାଜ୍ୟସଭାରେ ମୌସୁମୀ ଅଧିବେଶନର ଏହା ପ୍ରଥମ ଦିନ ଥିଲା, ଯାହା ଏକ ବିଲ୍ ଉପରେ ଏତେ ଲମ୍ବା ଆଲୋଚନା ହୋଇଥିଲା। ଏହି ବିଲ୍ ଉପରେ ଆଲୋଚନା ବେଳେ ପ୍ରାୟ ସମସ୍ତ ଦଳ ସର୍ବସମ୍ମତି କ୍ରମେ ଏହି ବିଲକୁ ସମର୍ଥନ କରିଥିଲେ।

ରାଜ୍ୟସଭାରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କ ପ୍ରସ୍ତାବରୁ ଓବିସି ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। କିଛି ସମୟ ପରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭି ଏହି ବିଲକୁ ସମର୍ଥନ କରୁଥିବାବେଳେ ଏହି ବିଲକୁ ଅର୍ଥହୀନ ବୋଲି କହିଥିଲେ। ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ, ଓବିସି ବିଲ୍ ମାଧ୍ୟମରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଏକ କାଗଜପତ୍ର ହସ୍ତାନ୍ତର କରୁଛନ୍ତି। ଏହା ଅର୍ଥହୀନ, କାରଣ ଦେଶର ୮୦ ପ୍ରତିଶତ ରାଜ୍ୟରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଅତିକ୍ରମ କରିସାରିଛି। ଏବେ ଓବିସିର ଏକ ନୂଆ ତାଲିକା ପ୍ରସ୍ତୁତ କରି ରାଜ୍ୟ କ’ଣ କରିବ? ଏହା ଏକ ପାତ୍ର ଯାହା ଖାଲି ଅଛି। ନାଗାଲାଣ୍ଡ, ମିଜୋରାମରେ ୮୦ ପ୍ରତିଶତ ସଂରକ୍ଷଣ, ମହାରାଷ୍ଟ୍ରରେ ୬୫ ପ୍ରତିଶତ ସଂରକ୍ଷଣ ଅଛି, ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ସଂରକ୍ଷଣ ରହିଛି।

ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, ମୁଁ ଏହି ବିଲକୁ ସମର୍ଥନ କରୁଛି। ଏହା ହେଉଛି ସେହି ବିଜେପି ଯାହାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ କାଳରେ ୧୮ ହଜାର ପଛୁଆ ବର୍ଗର ଲୋକଙ୍କ ଚାକିରୀ ଖାଇଯାଇଥିଲା। ୟୁପିରେ ଦଲିତଙ୍କ ଅବସ୍ଥା ହେତୁ ହାଥ୍ରାସ ଘଟଣା ଘଟିଛି, ବାଲିଆରେ ଏସଡିଏମ ସମ୍ମୁଖରେ ଜୟ ପ୍ରକାଶ ପାଲଙ୍କୁ ହତ୍ୟା କରାଯାଇଥିଲା। ୫୦ ପ୍ରତିଶତ ସଂରକ୍ଷଣ ସୀମା ବୃଦ୍ଧି କରିବାକୁ ଏକ ବିଲ୍ ଆଣନ୍ତୁ, ନଚେତ୍ ଏହି ଓବିସି ବିଲ୍ କେବଳ ଏକ ମିଥ୍ୟା କଥା।

କେରଳର ସିପିଆଇ ସାଂସଦ ବିନୟ ବିଶ୍ୱମ କହିଛନ୍ତି ଯେ, ମୁଁ ଏହି ବିଲକୁ ସମର୍ଥନ କରୁଛି। ଏହା ଏକ ଜରୁରୀ ବିଲ୍। ଭିପି ସିଂଙ୍କ ସରକାରକୁ ଛୋଟ ଦେଖାଇବା କାମ ଏହି ବିଜେପିର ଲୋକମାନେ କରିଥିଲେ ଏବଂ ଆଜି ଏଠାରେ ସୁଶୀଲ ମୋଦୀ ଭି.ପି ସିଂଙ୍କ ଉଦ୍ଧେଶ୍ୟରେ କ୍ରେଡିଟ୍ ନେବାକୁ ଚାହୁଁଛି। ବିଜେପିକୁ କେବଳ ମିଛ କହିବା ଆସେ। ସେମାନେ ହିନ୍ଦୁ ସମାଜକୁ ବିଭାଜନ କରିବାର କାର୍ଯ୍ୟ କରିଛନ୍ତି। ଏବଂ ବର୍ତ୍ତମାନ ଜନସାଧାରଣଙ୍କୁ ପ୍ରତାରଣା କରୁଛି। ମୋଦୀ ସରକାର ଦଳିତଙ୍କୁ ହତ୍ୟା କରୁଛନ୍ତି। ମୁଁ ଏହି ବିଲକୁ ସମର୍ଥନ କରୁଛି ଏବଂ ସରକାରଙ୍କ ରାଜନୀତିକୁ ବିରୋଧ କରୁଛି।

ତେବେ ଏହାକୁ ନେଇ ସାମାଜିକ ମନ୍ତ୍ରୀ ଉତ୍ତର ରଖିଥିଲେ। ଓବିସି ବିଲ୍ ଉପରେ ହୋଇଥିବା ଆଲୋଚନାକୁ ଜବାବ ଦେଇ ସାମାଜିକ ନ୍ୟାୟ ମନ୍ତ୍ରୀ ବିରେନ୍ଦ୍ର କୁମାର କହିଛନ୍ତି ଯେ, ସଂରକ୍ଷଣର ୫୦ ପ୍ରତିଶତ ସୀମା ବୃଦ୍ଧି ଉପରେ ଆଲୋଚନା ହେବା ଉଚିତ କାରଣ ଏହି ନିୟମ ୩୦ ବର୍ଷ ପୂର୍ବେ ଲାଗୁ ହୋଇଥିଲା ଏବଂ ବର୍ତ୍ତମାନ ପରିସ୍ଥିତି ବଦଳିଛି। ଏହା କହି ସରକାର ପ୍ରକୃତରେ ବିରୋଧୀଙ୍କ ଚାହିଦାକୁ ସମର୍ଥନ କରିବାକୁ ସୂଚାଇ ଦେଇଛନ୍ତି। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ବିଲ୍ ଉପରେ ଆଲୋଚନା ବେଳେ କହିଥିଲେ ଯେ ସଂରକ୍ଷଣର ସୀମା ବୃଦ୍ଧି ନକଲେ ଓବିସି ବିଲ୍ ର କୌଣସି ମୂଲ୍ୟ ରହିବ ନାହିଁ।

ବିରେନ୍ଦ୍ର କୁମାର ତାଙ୍କ ଉତ୍ତରରେ କହିଛନ୍ତି ଯେ, ପୁରା ସଦନ ସମର୍ଥନରେ ମୁଁ ବହୁତ ଖୁସି। ଆମ ସରକାର ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧ। ଓବିସି ବର୍ଗ ପାଇଁ ଆମ ସରକାର ନେଇଥିବା ପଦକ୍ଷେପ ଏହା ଦର୍ଶାଉଛି। ଏହି ନିଷ୍ପତ୍ତି ରାଜ୍ୟ ସରକାର, ହାଇକୋର୍ଟ ଦ୍ଵାରା ସମ୍ବିଧାନ ୧୦୨ କୁ ସମର୍ଥନ କରୁଥିବାବେଳେ ଏହି ସଂଶୋଧନ ସମ୍ବିଧାନର ମୌଳିକ ଗଠନକୁ କ୍ଷତି ପହଞ୍ଚାଇ ପାରିବ ନାହିଁ ଏବଂ ଜାତୀୟ ପଛୁଆ ଆୟୋଗ ଏବଂ ଓବିସି କମିଶନଙ୍କ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ସ୍ପେଶାଲ ଫୋକସ ରାଜ୍ୟ ପାଇଁ ରାଜ୍ୟସଭାରେ ଦାବୀ କଲା ବିଜେଡି, ଏଥର ଦେଲା ନୂଆ ତଥ୍ୟ

ନୂଆଦିଲ୍ଲୀ, ପୁଣି ଥରେ ଓଡିଶାକୁ ବିଶେଷ ଧ୍ୟାନ ଦେବା ପାଇଁ କେନ୍ଦ୍ର ନିକଟରେ ଦାବୀ କରିଛି ବିଜେଡି। ତେବେ ଏଥର ନୂଆ ତରିକାରେ ବିଜେଡି କେନ୍ଦ୍ର ନିକଟରେ ଏହି ଦାବୀ ଉପସ୍ଥାପନା କରିଛି। ଆଜି ରାଜ୍ୟ ସଭାରେ ବିଜେଡି ସଦସ୍ୟ ଡ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବୀ ଉପସ୍ଥାପନା କରିଥିଲେ। ପୂର୍ବରୁ ବିଜେଡି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରାଯାଉ ବୋଲି କେନ୍ଦ୍ର ନିକଟରେ ଦାବୀ କରିଆସୁଥିଲା। ହେଲେ ଏଥର ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବୀ କରିଛି।

ରାଜ୍ୟସଭାରେ ସସ୍ମତି କହିଛନ୍ତି ଯେ, ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛି। କେତେବେଳେ ବାତ୍ୟା କିମ୍ବା ବନ୍ୟା ଲାଗିରହିଛି। ସେହି ସମୟରେ କେନ୍ଦ୍ର ଓଡିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବୀ କରିଛି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭାଗୁଆଳିରେ ବିନିଯୋଗ ହେଉଛି। ଅର୍ଥାତ କେନ୍ଦ୍ର ସରକାର 60 ପ୍ରତିଶତ ଦେଉଥିବା ବେଳେ ସେହି ଯୋଜନା ପାଇଁ ରାଜ୍ୟ 40 ପ୍ରତିଶତ ଦେଉଛି। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଖର୍ଚ୍ଚ କରୁଛନ୍ତି ତାହାକୁ ହିସାବ କଲେ ଏହି ଅଂଶ 50:50 ହୋଇଯାଇଛି।

ତେବେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହା ଅଂଶ ଭରଣା କରିବା ରାଜ୍ୟ ପକ୍ଷରେ ସମ୍ଭବ ହେଉ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହାକୁ 90:10 ଅଂଶରେ ଲାଗୁ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି। ତେବେ ସେ ଗୃହକୁ ଜଣାଇଛନ୍ତି ଯେ, ରାଜ୍ୟରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହେବା ସେହି ଦିନଠାରୁ ଏହାକୁ ତିନିବର୍ଷ ପାଇଁ ଲାଗୁ କରାଯାଉ। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୟରେ ଏହା ଠିକ୍ ଭାବେ ମୁକାବିଲା କରିହେବ ବୋଲି ସସ୍ମିତ କହିଛନ୍ତି।

ସେହିପରି ସସ୍ମତି କେବିକେ ଜିଲ୍ଲାକୁ କେନ୍ଦ୍ର ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି। ଅବିଭକ୍ତ କଳାହାଣ୍ଡି, କୋରାପୁଟ ଏବଂ ବଲାଙ୍ଗିର ଜିଲ୍ଲାରେ ବ୍ୟାଙ୍କ ସେବା, ଟେଲି ଯୋଗାଯୋଗ ଏବଂ ଇଣ୍ଟରନେଟ ସେବା ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ଗୃହରେ ଦାବୀ କରିଛନ୍ତି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବା ବେଳେ ସସ୍ମିତ ଏହି ଦାବୀ ଉପସ୍ଥାପନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ଚାମ୍ବର ଗେଟ୍ ଭାଙ୍ଗିବାକୁ ଉଦ୍ୟମ କଲେ ଟିଏମସି ସାଂସଦ, ଜଣେ ମହିଳା ସୁରକ୍ଷା କର୍ମୀ ଆହତ

ନୂଆଦିଲ୍ଲୀ: ଆଜି ସଂସଦରେ ଆଉ ଏକ ଅପ୍ରୀତିକର ଘଟଣା ଘଟିଛି। ସାଂସଦଙ୍କ ଆଚରଣ ସଂସଦର ସୀମା ଅତିକ୍ରମ କରୁଥିବା ଜଣାପଡିଛି। ରାଜ୍ୟସଭାରେ ଟିଏମସି ସାଂସଦମାନେ ରାଜ୍ୟସଭା ଚାମ୍ବରର ଏକ ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଫାଟକର କାଚ ଭାଙ୍ଗି ଯାଇଥିଲା। କୁହାଯାଉଛି ଯେ, ନିଲମ୍ବିତ ସାଂସଦମାନେ ରାଜ୍ୟସଭାରେ ପ୍ରବେଶ କରିବାକୁ ଚାହୁଁଥିଲେ। କାର୍ଯ୍ୟରତ ଜଣେ ସୁରକ୍ଷା ଅଧିକାରୀ ଆହତ ହୋଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଚିବାଳୟ ଏକ ରିପୋର୍ଟ ମାଗିଛନ୍ତି। ଏହି ଘଟଣାରେ ଜଣେ ମହିଳା ସୁରକ୍ଷା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା ଏଜେନ୍ସିରୁ ମହିଳାଙ୍କ ଫଟୋ ମଧ୍ୟ ସଚିବାଳୟ ମାଗିଛନ୍ତି। ଟିଏମସି ସାଂସଦ ଡୋଲା ସେନ୍ ନିଜେ ଟ୍ୱିଟ୍ କରି କହିଛନ୍ତି, “ଦିନକ ପାଇଁ ଗୃହକୁ ସ୍ଥଗିତ ରଖିବା ପରେ ଗୋଟିଏ ଦିନ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ ସାଂସଦଙ୍କ ମଧ୍ୟରୁ ୪ ଜଣ ରାଜ୍ୟସଭାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆମକୁ ଏପରି କରିବାକୁ ବାରଣ କରାଯାଇଥିଲା। ଦିନକ ପାଇଁ ଗୃହ ସ୍ଥଗିତ ହେବା ପରେ ଆମର ନିଲମ୍ବନ ସମାପ୍ତ ହେଲା, ଆମକୁ କାହିଁକି ବନ୍ଦ କରାଗଲା? ଗଣତନ୍ତ୍ର ଏକ ନୂତନ ସ୍ତରରେ ପହଞ୍ଚିଛି ବୋଲି ଡୋଲା କହିଛନ୍ତି।

କିନ୍ତୁ ସେମାନେ ରାଜ୍ୟସଭା ଚାମ୍ବରର ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଏବଂ ଏଭଳି ପରିସ୍ଥିତିରେ ଜଣେ ମହିଳା ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିଲେ ବୋଲି ଡୋଲା ସେନ୍ କହି ନାହାଁନ୍ତି।

ତେବେ ବିଜେପି ସାଂସଦ କାନ୍ତା କର୍ଦମ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ଏହା ଏକ ସମ୍ମାନର ଗୃହ, ଯେଉଁ ଦିନଠାରୁ ଗୃହ ଚାଲୁଥିଲା, ଦେଖାଗଲା ଯେ ଏହି ଲୋକମାନେ ଅନୁପଯୁକ୍ତ ଆଚରଣ କରୁଥିଲେ। ଟିଏମସି ସାଂସଦମାନେ ହୋ-ହାଲ୍ଲାକରି ଗୃହରେ ପ୍ରବେଶ କରନ୍ତି। ମହିଳାମାନଙ୍କ ସାମ୍ନାରେ ଅନୁପଯୁକ୍ତ ଭାବରେ କଥାବାର୍ତ୍ତା କରଥିଲେ। ମହିଳା ସୁରକ୍ଷା କର୍ମୀଙ୍କୁ ଠେଲି ଦେବା, ଠିକ୍ ନୁହେଁ। ସମଗ୍ର ଦେଶ ଏହା ଉପରେ ନଜର ରଖିଛି।

ଏଥି ସହିତ ଆସନ୍ତାକାଲି ବାଚସ୍ପତି ଭେଙ୍କୟା ନାଇଡୁ ଏହି ଘଟଣା ଉପରେ ସଜ୍ଞାନକୁ ନେଇପାରନ୍ତି ଏବଂ ଏଭଳି ଘଟଣା ଘଟାଇଥିବା ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଚିବାଳୟ ମଧ୍ୟ ଘଟଣାର ସିସିଟିଭି ଫୁଟେଜ ମାଗିଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ପର୍ଯ୍ୟନ୍ତ ଲୋକସଭାକୁ କରାଗଲା ମୁଲତବୀ: ତୃଣମୂଳ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ  ସୂଚାରୁ ରୂପେ ଚାଲିପାରିନାହିଁ। ଗୁରୁବାର ପରେ ଆଜି ମଧ୍ୟ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ମୁଲତବୀ କରିବାକୁ ପଡ଼ିଲା। ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ସମେତ ବିଭିନ୍ନ ଦଳର ସଦସ୍ୟଙ୍କ ବିରୋଧ ଯୋଗୁଁ ରାଜ୍ୟସଭାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କୁ ଗତକାଲିର ଖରାପ ଆଚରଣ ପାଇଁ ରାଜ୍ୟସଭାରୁ ବାଚସ୍ପତି ଏମ ଭେଙ୍କେୟା ନାଇଡୁ ନିଲମ୍ବିତ କରିଛନ୍ତି। ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଶାନ୍ତନୁଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ଫଳରେ ୧୨ ଟା ପରେ ଏହି କାରଣରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ତେଣୁ ରାଜ୍ୟସଭାର କାର୍ଯ୍ୟକୁ ପୁନର୍ବାର ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।