କଂଗ୍ରେସକୁ ପ୍ରଶଂସା କଲେ କେଜ୍ରିୱାଲ, ରାହୁଲ ଗାନ୍ଧୀଙ୍କୁ ଲେଖିଲେ ଚିଠି, କହିଲେ ଦଶନ୍ଧି ଧରି ମନେ ରହିବ

Published: Aug 9, 2023, 12:55 pm IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ବିରୋଧରେ ଭୋଟ୍ ଦେଇଥିବାରୁ କେଜ୍ରିୱାଲ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି।

ଏକଥା ଲେଖିଛନ୍ତି କେଜ୍ରିୱାଲ

କେଜ୍ରିୱାଲ ତିନି ନେତାଙ୍କୁ ପୃଥକ୍‍ ଚିଠି ଲେଖି ଦିଲ୍ଲୀର ଦୁଇ କୋଟି ଲୋକଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି।

ଦିଲ୍ଲୀବାସୀଙ୍କ ସାମ୍ବିଧାନିକ ସ୍ୱାର୍ଥରକ୍ଷା ପାଇଁ ସଂସଦ ଭିତରେ ଓ ବାହାରେ ଆପଣମାନେ ଯଥାସମ୍ଭବ ପ୍ରୟାସ କରିଥିବାରୁ ମୁଁ ଆପଣଙ୍କୁ ଗଭୀର ପ୍ରଶଂସା କରୁଛି। ମୁଁ ଆଶା କରୁଛି ଯେ ସମ୍ବିଧାନର ନୀତିକୁ ବଞ୍ଚାଇବା ପାଇଁ ଆପଣଙ୍କ ପ୍ରତିବଦ୍ଧତା ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ସ୍ମରଣୀୟ ରହିବ। ସମ୍ବିଧାନକୁ ଦୁର୍ବଳ କରୁଥିବା ଲୋକଙ୍କ ବିରୋଧରେ ଲଢ଼େଇରେ ଆମେ ଆପଣଙ୍କୁ ସମର୍ଥନ ଜାରି ରଖିବୁ।

Related posts