Categories
ଆଜିର ଖବର ରାଜ୍ୟ ଖବର

ଧରାକୋଟର ଦଳିତଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ରାଜ୍ୟ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅର୍ନ୍ତଗତ ସିଙ୍ଗିପୁର ଗ୍ରାମର ଜଣେ ଦଳିତ ବ୍ୟକ୍ତି ବାବୁଲା ନାୟକ ଏବଂ ଅନ୍ୟ ଜଣେ ଚାଷୀଙ୍କୁ କିଛି ଦୁର୍ବୁତ ମରଣାନ୍ତକ ଆକ୍ରମଣ କରି ନଣ୍ଡାକରି ଗାଁରେ ଆଣ୍ଠେଇ ଆଣ୍ଠେଇ ନେଉଥିଲେ । ଉକ୍ତ ଘଟଣାର ଅନୁଧ୍ୟାନ ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଉକ୍ତ କମିଟିରେ ଅଧ୍ୟକ୍ଷ ଥିବା ବେଳେ ପିସିସି ଉପସଭାପତି ତଥା ବିଧାୟକ ଶ୍ରୀ ରମେଶ ଜେନା, ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପିସିିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ପିସିସି ସମ୍ପାଦକ ତୁଳେଶ୍ୱର ନାୟକ ସଦସ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଖୁବଶୀଘ୍ର ଘଟଣାସ୍ଥଳକୁ ଗସ୍ତକରି ପୀଡ଼ିତାକୁ ସାକ୍ଷାତ କରିବା ସହିତ ଘଟଣାର ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପଠାଇବାକୁ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ!: ରାମଚନ୍ଦ୍ର କାଡ଼ାମ ହେଲେ କଂଗ୍ରେସ ବିଧାୟକ ଦଳର ନେତା

ଭୁବନେଶ୍ଵର: ବହୁ ପ୍ରତୀକ୍ଷା ପରେ ଆଜି କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ, ତାହା ସ୍ପଷ୍ଟ ହୋଇଛି। ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଅଶୋକ ଦାସ ବିଧାୟକ ଦଳର ଉପନେତା ନିର୍ବାଚିତ ହୋଇଥିବା ବେଳେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡ.ରାଜନ ଏକ୍କା କଂଗ୍ରେସ ଦଳର ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଛନ୍ତି।

ଏନେଇ ଏଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଜାରି କରାଯାଇଛି।