Categories
ଆଜିର ଖବର

ରିଲିଜ୍ ହେଲା “ଓଁ ସ୍ୱାହା” ଚଳଚ୍ଚିତ୍ରର ଅଡିଓ

ଭୁବନେଶ୍ଵର: ସି.ଆର ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ, ଏଲ. ଟି ପ୍ରଡ଼କସନ୍ ସହଯୋଗୀତା ରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା” ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ମହାଡ଼ମ୍ବର ରେ ହୋଇଯାଇଛି। ଗୀତ ଗୁଡିକୁ ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକ ଲେଖିଛନ୍ତି।

ସେଇ ଗୀତ ଗୁଡିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର। କଣ୍ଠଦାନ କରିଛନ୍ତି ଓଲିଉଡ଼ ର ନାମୀ ତଥା ଦାମୀ ଗାୟକ ଗାୟିକା ହ୍ୟୁମାନ ସାଗର, ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ ଓ ରୋଜାଲିନ। ଗୀତ ଗୁଡିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ ର ୟଙ୍ଗ କୋରିଓଗ୍ରାଫର ଲୁବୁନ ଟୁବୁନ। ନୃତ୍ୟ ନିର୍ଦ୍ଦେଶନା ସହିତ ଲାଇନ ପ୍ରଡ୍ୟୁସର ମଧ୍ୟ ରହିଛନ୍ତି ଲୁବୁନ ଟୁବୁନ। “ଓଁ ସ୍ୱାହା” ର କାହାଣୀ ବିଜୟ ଦ୍ବିବେଦୀ ଏବଂ ସଂଳାପ ଲେଖକ ହର ବାରିକ ଲେଖିଛନ୍ତି। ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, କ୍ରି୍ଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ। ଡିଓପି ଦିଲ୍ଲୀପ ବାରିକ ଏବଂ ଏଡିଟିଂ ଦାୟିତ୍ୱ ରେ ଆଗଧାଡିର ଏଡିଟର ଚନ୍ଦ୍ରଶେଖର ମିଶ୍ର ଅଛନ୍ତି।

ଅଭିନୟରେ ଅଛନ୍ତି ନାୟକ ଜ୍ୟୋତି, ନାୟିକା ଦିବ୍ୟା, ସସ୍ମିତା ଙ୍କ ସମେତ ସ୍ବର୍ଗତ ରାଇମୋହନ ପରିଡା, ପ୍ରତିଭା ପଣ୍ଡା, ମମତା ଅପା, ସରୋଜ ଦାସ, ଶୈଳେନ୍ଦ୍ର, ଚିନ୍ତାମଣି, କେ.କେ, ଡିସ୍କୋ ରେଡ୍ଡୀ, କାଳିଆ ଭାଇ, ଜୀବନ ପଣ୍ଡା, ବାବୁ ପ୍ରଧାନ ଏବଂ ଅସିତ ପତି।  ସ୍ବର୍ଗତ ରାଇମୋହନ ପରିଡା ଙ୍କର ଅଭିନୀତ ଓଁ ସ୍ୱାହା ଶେଷ ଚଳଚ୍ଚିତ୍ର ଥିଲା। ତାଙ୍କ ମୃତ୍ୟୁ ପରେ ଆଉ ଶୁଭିନଥିଲା ତାଙ୍କର ସେ ଗାମ୍ଭୀର୍ଯ୍ୟ ସଂଳାପ। ଯେଉଁ ଦର୍ଶକ ମାନେ ତାଙ୍କ ଅଭିନୟ କୁ ଭଲ ପାଆନ୍ତି ନିଶ୍ଚିତ ଭାବେ ଦର୍ଶକ ପ୍ରେକ୍ଷାଳୟ କୁ ଆସିବେ।

ଏସ ଦିଲ୍ଲୀପ ପଣ୍ଡା ଙ୍କ ନିର୍ଦ୍ଦେଶନା ରେ ପୂର୍ବରୁ ଦର୍ଶକ ଅନେକ ହିଟ ସିନେମା ଦେଖିଛନ୍ତି।  ତେବେ ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଓଁ ସ୍ୱାହା। ମଳୟ ମିଶ୍ର ଙ୍କ ସଙ୍ଗୀତ ର ଯାଦୁ ରେ ଶ୍ରୋତା ବେଶ ମତୁଆଲା ହେଇଆସିଛନ୍ତି ଦୀର୍ଘ ବର୍ଷରୁ। ତେଣୁ ଏହି “ଓଁ ସ୍ୱାହା” ଚଳଚ୍ଚିତ୍ର ମଧ୍ୟ ସୁପରହିଟ ହେବ, ଦର୍ଶକ ବେଶ ପସନ୍ଦ କରିବେ ବୋଲି ମିଡ଼ିଆ ପ୍ଲାନର ମୁଖ୍ୟ ତଥା ସିନେମା ର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର ସିନେମା

ପୁଣି ଦର୍ଶକଙ୍କ ଜାନ୍ ହେଲା ‘କିସି କା ଭାଇ କିସି କି ଜାନ’

ଭୁବନେଶ୍ଵର: ରିଲିଜ୍ ହେଲା ଭାଇଜାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ। ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଶ୍ରୀୟା, ସ୍ଵାତି ଓ ସ୍ତୁତି ସିନେ କମ୍ପ୍ଲେକ୍ସରେରେ ନାହି ନଥିବା ଭିଡ। ଭାଇଜାନଙ୍କ ଫଟୋକୁ କେକ ଖୁଆଇ ହଲ୍ ରେ ନାଚିଲେ ସଲ୍ଲୁ ଭାଇଙ୍କ ଫ୍ୟାନ। ଫିଲ୍ମ ଆରମ୍ଭରୁ ହଲରେ ହର୍ଷ ଉଲ୍ଲାସର ଭିଡ଼ ଦେଖିବାକୁ ମିଳିଥିଲା। ଭାଇଜାନଙ୍କ ଏଣ୍ଟ୍ରି ରୁ ହିଁ ତାଳି ଓ ହୁଇସଲ ଆରମ୍ଭ ହୋଇ, ସରିଥିଲା ଫିଲ୍ମର ଦି ଏଣ୍ଡରେ।

ଏଥର ଇଦରେ ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ରୋମାଣ୍ଟିକ ଓ ଆକ୍ସନ ଅବତାର ଦେଖିବାକୁ ମିଳିଛନ୍ତି ଲୋକପ୍ରିୟ ଓ ଯଂଗ୍ ମାସଙ୍କ ଭାଇ, ସଲମାନ ଖାନ। ଇଦରେ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ ପୁରା ଓଡ଼ିଶା ଅନେଇକି ବସିଥିଲା ଏହି ଫିଲ୍ମ ପାଇଁ। ଜଣେ ଦର୍ଶକ କହିଥିଲେ ଯେ ସେ ବହୁ ଆଗରୁ ଟିକେଟ ବୁକିଂ କରିଥିଲେ ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ କାରଣ ସେ ସଲମାନ ଖାନଙ୍କ ଜଣେ ବହୁତ ବଡ ଫ୍ୟାନ। ସେ ସବୁବେଳେ ସଲ୍ଲୁ ଭାଇଙ୍କ ଫିଲ୍ମ ଫାଷ୍ଟ ଡେ ଫାଷ୍ଟ ସୋ ରେ ହିଁ ଦେଖନ୍ତି।

ଇଦ୍‌ରେ ସଲମାନଙ୍କ ଫିଲ୍ମ ରିଲିଜ୍ ହେବାର ଧାରା ଦୀର୍ଘ ଦିନ ଧରି ରହିଆସିଥିବା ବେଳେ ସଲମାନଙ୍କ ଫିଲ୍ମ ‘ୱାଣ୍ଟେଡ୍’, ‘ବଡିଗାର୍ଡ’, ‘ସୁଲତାନ’, ‘ଦବଙ୍ଗ’ ଏବଂ ‘ବଜରଙ୍ଗୀ ଭାଇଜାନ୍’ ମଧ୍ୟ ଇଦ୍‌ରେ ରିଲିଜ୍‌ ହୋଇଥିଲା ଆଉ ବକ୍ସ ଅଫିସ୍‌ରେ ହଙ୍ଗାମା କରିଥିଲା। ଆଉ କିଛି ଫ୍ଲପ୍ ମଧ୍ୟ ହୋଇଥିଲା।