Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲ ଜଙ୍ଗଲରେ ମାଓବାଦୀ, ପୋଲିସର ସର୍ଚ୍ଚ ଅପରେସନ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଦୀର୍ଘ ବର୍ଷର ନୀରବତା ପରେ ପୁଣି ମାଓବାଦୀ ମାତିଛନ୍ତି। ରେଢ଼ାଖୋଲରେ ଏଭଳି ଖବର ଜଣାପଡିଛି। ପୋଲିସ ରେଢ଼ାଖୋଲ ବ୍ଲକ୍ ଚାରମାଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି।

ଛତିଶଗଡରୁ ଛତ୍ରଭଙ୍ଗ ଦେଇଥିବା ପ୍ରାୟ ୧୦୦ ଜଣ ମାଓବାଦୀ ଜଙ୍ଗଲ ଭିତରେ ଥିବା ସୂଚନା ପାଇ ସିଆରପିଏଫ ଡିଭିଏସ, ଏସଓଜି, ଓଡ଼ିଶା ପୋଲିସ ମିଳିତ ଭାବେ ଅପରେସନ ଚଳାଇଥିବା ସୂଚନା ମିଳିଛି।

ରେଢ଼ାଖୋଲର ଚାରମାଳ ଜଙ୍ଗଲର ଠେଙ୍ଗପୋଲ ଏବଂ ନାକଟିଦେଉଳ ଜଙ୍ଗଲରେ ସୁରକ୍ଷା ବାହିନୀର ଗତିବିଧି ଦେଖିବାକୁ ମିଳିଛି। ଅଂଚଳରେ ଭୟର ବାତାବରଣ ଦେଖାଦେଇଛି। ମାଓବାଦୀ କେମିତି ଆସିଲେ ଓ କେଉଁ ଜଙ୍ଗଲ ଦେଇ ଆସିଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲରେ କଲରାପତରିଆ ବାଘ ଆତଙ୍କ, ଗାଈକୁ ମାରି ଖାଇଲା, ଭୟଭୀତ ଜନସାଧାରଣ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜର କଦଳୀଗଡ ପଞ୍ଚାୟତ ବଘାରପାଲି ଗ୍ରାମ ନିକଟରେ ଶନିବାର ସକାଳୁ ଏକ ଗାଈର ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନକର୍ମଚାରୀ ଫରେଷ୍ଟର ସଞ୍ଜୟ କୁମାର ସାହୁ, ଫରେଷ୍ଟ ଗାର୍ଡ ବଳରାମ ପ୍ରଧାନ, ପ୍ରାଣିଧନ ଚିକିତ୍ସକ ଦେବଦତ୍ତ ବିଶ୍ବାଳ ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗାଈର ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଦେଖିବା ସହ ବାଘର ପାଦ ଚିହ୍ନରୁ ବନବିଭାଗ ଚିହ୍ନଟ କରି ପାରିଥିଲା। ଏହା କଲରା ପତରିଆ ବାଘ ବୋଲି ବନବିଭାଗ ଜାଣିପାରିଥିଲା।

ପ୍ରୀାଣୀଧନ ଡାକ୍ତର ଶବକୁ ଜବତ କରି ବ୍ୟବଚ୍ଛେଦ କରିଥିଲା। ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ବାଘ ଯେମିତି ସାଧାରଣ ଲୋକଙ୍କ କିଛି କ୍ଷତି ନ କରୁ ସେଥିପ୍ରତି ବନବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବୀ କରୁଛନ୍ତି।