Categories
ଆଞ୍ଚଳିକ

କନ୍ଧରାରେ ଭୀମଭୋଇ ଜୟନ୍ତୀ ପାଳିତ

କନ୍ଦର୍ପ ବେହେରା
ରେଢ଼ାଖୋଲ: କଥିତ ଭାଷାକୁ ଚମତ୍କାର ଭାବରେ କବିତା ରଚନା କରି ପ୍ରକାଶ କରିଛନ୍ତି ସନ୍ଥ କବି ଭୀମ ଭୋଇ। ସୁସ୍ଥ ସମାଜ ଗଠନରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଆନନ୍ଦମୟ ସମାଜ ଥିଲା ତାଙ୍କର ବାର୍ତ୍ତା ବୋଲି ଆଜି ରେଢ଼ାଖୋଲ କନ୍ଧରାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳନ କମିଟି ରେଢ଼ାଖୋଲ ତରଫରୁ ଆୟୋଜିତ ଆବାହକ ମୁରଲୀଧର ସେଠୀଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ବିଶେଷ ଅତିଥି ଭାବରେ ସନ୍ଥ ଆନନ୍ଦ ଚନ୍ଦ୍ର ଦାସ ବାବା, ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଶ୍ରୀକାନ୍ତ ବଲ୍ଲଭ ସାମନ୍ତ, ସମ୍ମାନୀତ ଅତିଥି ଭାବରେ ମହିଳା ମହାବିଦ୍ୟାଳୟ, ସମ୍ବଲପୁରର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଫେସର ଅଖିଳ ବିଶ୍ବାଳ ପ୍ରମୁଖ ଯୋଗଦେଇ ଭୀମଭୋଇଙ୍କ କବିତା ତଥା ତାଙ୍କର କୈଶୋର ଜୀବନ କେଡ଼େ ସଂଘର୍ଷମୟ ଥିଲା ସେ ସଂପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନାଦି ସାହୁ, ଆଡ୍ ଭୋକେଟ୍ ଶିବପ୍ରସାଦ ପ୍ରଧାନ, କବି ସନ୍ତୋଷ କୁମାର ରଥ ପ୍ରମୁଖ ଭୀମଭୋଇଙ୍କ କାବ୍ୟକ୍ରୁତି ସଂପର୍କରେ ଆଲୋଚନା କରିଥିଲେ।  ଶେଷରେ ପରୀକ୍ଷିତ ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ରେଢ଼ାଖୋଲ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ରେଢ଼ାଖୋଲ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତଥା ଅମୃତ ମହୋତ୍ସବ ପାଳନ ଅବସରରେ ରେଢ଼ାଖୋଲ ଉପଖଣ୍ଡ  ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ ପରିସର ସ୍ଥିତ ରାଜୀବ ଗାନ୍ଧୀ ଭବନ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ରନାଥ ପ୍ରଧାନ, ଜୟନ୍ତ କୁମାର ଖଡିରତ୍ନ ମଞ୍ଚାସିନ ଥିଲେ। ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା କରାଯିବା ସହ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମ କିପରି ଗଣମାଧ୍ୟମ ପ୍ରତିନିଧି ମାନେ ସୁବିଧାରେ ପାଇ ପାରିବେ ତା ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ଆଜି ସମୟର  ଯୁବ ସାମ୍ବାଦିକ ମାନେ  କିଭଳି ଭାବରେ ନିଜ ଲକ୍ଷ୍ମଣ ରେଖାରେ ରହି ସତ୍ୟ, ନିର୍ଭୁଲ ତଥ୍ୟ ଭିତ୍ତିକ ଖବର କେମିତି କରିବେ, ବର୍ଷକୁ ଛଅ ଟି ବୈଠକ କରିବାର ନିଷ୍ପତି ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ନୂତନ ସଭ୍ୟ ଭାବରେ ସାମ୍ବାଦିକ ଯଶୋବନ୍ତ ନାରାୟଣ ସାହୁ, ସୁଧୀର ସୁନା, ଶ୍ରୀରାମ କର୍ଣ୍ଣ, ବିନୋଦ କୁମାର ସେଠୀ, ମଦନ ବେହେରା, ଲିଙ୍ଗରାଜ ପ୍ରଧାନ, ବିଦ୍ୟାଧର ମାଝୀ ୭ ଜଣ ସାମ୍ବାଦିକ  ସଭ୍ୟପଦ ଗ୍ରହଣ କଲେ।

ସମସ୍ତ ନୂତନ ସଭ୍ୟଙ୍କୁ ସଂଘ ପକ୍ଷରୁ ଶୁଭେଛା ଜଣାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ସାମ୍ବାଦିକ ଶରତ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ରଶ୍ମିତା ରାଉତ, ତପନ ବିଶ୍ଵାଳ, ସରୋଜ ସାହୁ, ସୁଶାନ୍ତ ନାଗ, ଅନୀଲ ପୃଷ୍ଟି, ସରୋଜ ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଉଭୟ ନାକଟିଦେଉଳ, ରେଢ଼ାଖୋଲ ବ୍ଲକ ଓ ଏନ୍ଏସି ର ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ। ଶେଷରେ ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ପଦବୀ ପୁରଣ ଦାବୀ: ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଦେଖାଦେଉଛି। ସେମିତି ଏକ ବିଦ୍ୟାଳୟ ରହିଛି ରେଢ଼ାଖୋଲ ବ୍ଲକ୍ ରେ ଯେଉଁଠି କି ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ତାଲା ମାରି ଧାରଣାରେ ବସିଛନ୍ତି।

ରେଢାଖୋଲ ବ୍ଲକ, କଦଳୀଗଡ ପଞ୍ଚାୟତ, ଆମ୍ବଝରୀ ଗାଁ ର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୯ ମସିହାରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ସ୍କୁଲକୁ ବଦଳୀ କରାଯାଇଛି। ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ୪ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଶିକ୍ଷକ ସମସ୍ୟା ନେଇ ବିଇଓ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୂର୍ବ ଦାବୀ ଅନୁଯାଇ ଆଜି ସକାଳୁ ଶିକ୍ଷାକମିଟୀ, ଗ୍ରାମବାସୀ ମିଶି ସ୍କୁଲ ଫାଟକରେ ତାଲା ପକାଇ, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ବସିଛନ୍ତି।

ଘଟଣା ସ୍ଥଳକୁ ରେଢାଖୋଲ ବିଇଓ ପହଂଚି ସମସ୍ୟାର ସମାଧାନ ପାଇଁ ବୁଝାସୁଝା କରିଥିଲେ ହେଲେ ଶିକ୍ଷକ ନଦେବା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଅଭିଭାବକ ଜିଦି ଧରିବାରୁ ବିଇଓ ଫେରି ଆସିଥିଲେ। ଧାରଣା ଜାଗାକୁ ଆଉ କେହି ବରିଷ୍ଠ ଅଧିକାରୀ ପହଂଚି ନ ଥିବା ବେଳେ ଏବେ ବି ଧାରଣା ଜାରି ରହିଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ଵୀର ସୁରେନ୍ଦ୍ର ସାଏ ଯୁବକ ସଂଘ ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ଗ୍ରାମର ଵୀର ସୁରେନ୍ଦ୍ର ସାଏ ଯୁଵକ ସଂଘ ଆନୁକୁଲ୍ୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଆମୃତ୍ ଉତ୍ସବ ଉପଲକ୍ଷେ ଯୁଵକ ସଂଘର ଉପସଭାପତି ସହଦେଵ ଚନ୍ଦନଙ୍କ ପରିଚାଳନାରେ ଅନୁଷ୍ଠିତ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଚନ୍ଦ୍ରମଣି ସାହୁ, ପ୍ରଦୀପ ଵିଶ୍ଵାଳ, ରାଜ କିଶୋର ବିଶ୍ଵାଳ, ଭୋଳାନାଥ ସାହୁ,ଷଡାନନ୍ଦ କର୍ମୀ, ସୋନାଲି ସାହୁ, ଜୟଦେଵ ପ୍ରଧାନ ଓ ପିପୁଲ୍ ସାହୁ ପ୍ରମୁଖ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇ ସମସ୍ତ ପରିଵାରକୁ ସଚେତନ କରିବାକୁ ଆଗେଇ ଆସିବାକୁ କହିଥିଲେ।

ସତ୍ୟ,ଶାନ୍ତି, ମୈତ୍ରୀ, ଏକତା, ଧୈର୍ଯ୍ୟ ଓ ଭାଇଚାରା ର ପ୍ରତୀକ ତ୍ରିରଙ୍ଗା ପତାକାକୁ ପ୍ରତି ଘରେ ଉଡାଇବା ସହିତ ସମ୍ମାନ ପ୍ରଦର୍ଶନ ପୂର୍ବକ ସ୍ଵାଧୀନ ଦେଶ ର ନାଗରିକ ଭାବେ ନିଜକୁ ଉତ୍ସାହିତ କରିବାକୁ ଅନୁରୋଧ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ୍ ରେ କଟି ଅଜଣା ଯୁବକଙ୍କ ମୃତ୍ୟୁ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଭୁବନେଶ୍ବର-ରାଉରକେଲା ଟ୍ରେନ୍ ରେ କଟି ରେଢ଼ାଖୋଲ ନବଘନପୁର ଗ୍ରାମ ନିକଟରେ ଜନୈକ ଅଜଣା ଯୁବକର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତର ନବଘନପୁର ଠାରେ ଆଜି ସଂଧ୍ୟା ୫ ଟାରୁ ୬ ଟା ମଧ୍ୟରେ ଭୁବନେଶ୍ବର ରାଉରକେଲା ଇଣ୍ଟରସିଟି ଟ୍ରେନ୍ ରେ ଯୁବକ ଜଣଙ୍କ କଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ରେଲୱେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରି ନାହିଁ।

Categories
ଆଞ୍ଚଳିକ

ଯୁବ ଗୋଷ୍ଟୀ ଉଦ୍ୟମରେ ନିର୍ମାଣ ହେଲା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ବଳମ ପଂଚାୟତ ଉପରମୁଣ୍ଡା ଗ୍ରାମରେ ହରି ଫାଉଣ୍ଡେସନ ଓ ଯୁବଗୋଷ୍ଟୀଙ୍କ ମିଳିତ ଉଦ୍ୟମରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଉଦଘାଟନ ହୋଇଯାଇଛି।

ସୂଚନାନୁସାରେ ଉପରମୁଣ୍ଡା ଗ୍ରାମର ଦୋଳ ଯାତ୍ରା ପଡିଆ ଠାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ଗାଁ ଲୋକେ ପଞ୍ଚାୟତ କର୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ପଞ୍ଚାୟତ କର୍ତୃପକ୍ଷ ଏଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଦିଗରେ କୋୖଣସି ପଦକ୍ଷେପ ନେଇନଥିଲେ।

ଶେଷରେ ଗ୍ରାମର ଯୁବଗୋଷ୍ଟୀ ଏକାଠି ହୋଇ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ଚାନ୍ଦା ଆଦାୟ କରି ନିର୍ମାଣ କରିଛନ୍ତି।

ଏହି ଉଦଘାଟନ ଉତ୍ସବରେ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ଏବଂ ଗ୍ରାମ ସଭାପତି କୁଶଧର ମାଝୀ ଅତିଥିଭାବେ ଯୋଗ ଦେଇ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଥିଲେ।

ପ୍ରକଳ୍ପ ନିର୍ମାଣରେ ଗ୍ରାମର ଦିନ ଅଗ୍ରୱାଲ, ନନ୍ଦ ସାହୁ, ଶରତ କୁମାର ପ୍ରଧାନ, ନିଗମାନନ୍ଦ ସାହୁ, ରଞ୍ଜନ ପ୍ରଧାନ, ସରଜୁ ରାଉଳ, ହୁସେନ ସାହୁ, ଲାଣ୍ଡୁ ସାହୁ, ଶେଷଦେବ ମାଝୀ, ଅଜିତ ସାହୁ, ରମାକାନ୍ତ ପ୍ରଧାନ, କ୍ଷୀରୋଦ ପ୍ରଧାନ, ଅଜିତ ମାଝିଙ୍କ ସମେତ ଯୁବଗୋଷ୍ଟୀ ଆର୍ଥିକ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲ: ଟ୍ରେନ୍ ଧକ୍କାରେ ଭାଲୁର ମୃତ୍ୟୁ

କନ୍ଦର୍ପ ବେହେରା

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ନବଘନପୁର ଅଙ୍ଗାରପୁଡ଼ା ମଝିରେ ଟ୍ରେନ୍ ରେ କଟି ଏକ ଭାଲୁର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରୁରୁ ପ୍ରକାଶ ଯେ, ନବଘନପୁର ଅଙ୍ଗାରପୁଡ଼ା ମଧ୍ୟ ସ୍ଥଳରେ ରାତିରେ ଭାଲୁଟି ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ କୌଣସି ଟ୍ରେନ୍ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ବନବିଭାଗ ମୃତ ଭାଲୁକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପ୍ରାଣୀ ଚିକିତ୍ସାଳୟକୁ ପଠାଇଥିବା ବନବିଭାଗ କହିଛି।

ଲୁହାପଙ୍କ ଫରେଷ୍ଟର ଧର୍ମୁ ପ୍ରଧାନ, ରେଢ଼ାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀ ମଞ୍ଜିତ୍ ବିଶ୍ବାଳ ଘଟଣା ସ୍ଥଳରେ ପହଂଚି ମୃତ ଭାଲୁକୁ ରେଢ଼ାଖୋଲ ପଠାଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରେଢ଼ାଖୋଲରୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ରଥ ନିର୍ମାଣ ପାଇଁ ପ୍ରଥମ ଥର ପଠାଗଲା ୬୧ ଖଣ୍ତ ଧଉରା କାଠ

କନ୍ଦର୍ପ ବେହେରା
ରେଢ଼ାଖୋଲ: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ରେଢ଼ାଖୋଲ ଜଙ୍ଗଲରୁ ପ୍ରଥମଥର ପାଇଁ ଧଉରା କାଠ ଏକ ଟ୍ରକ୍ ରେ ଆଜି ପଠାଯାଇଛି।

ରେଢ଼ାଖୋଲ ବନଖଣ୍ଡ ବୁର୍ଡା ପଂଚାୟତର ଜଙ୍ଗଲରୁ ୬୧ ଖଣ୍ଡ ୧୨ ଫୁଟିଆ ଧଉରା କାଠ ପଠାଯାଇଛି। ବନବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ସମେତ ରେଢ଼ାଖୋଲର ବୁଦ୍ଧିଜୀବି, ସାମ୍ବାଦିକ, ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାଠ ସବୁକୁ ପୂଜାର୍ଚ୍ଚନା କରି ଟ୍ରକ୍ ରେ ଲୋଡ଼୍ କରି ହୁଳହୁଳି, ହରିବୋଲ ଦେଇ ପଠାଯାଇଥିଲା।

ଏହି ବିଶ୍ବପ୍ରସିଦ୍ଧ ରଥ ଯାତ୍ରାର ରଥ ନିର୍ମାଣ ପାଇଁ ପ୍ରଥମ ଥର ପାଇଁ ରେଢ଼ାଖୋଲ ଜଙ୍ଗଲରୁ ୬୧ ଖଣ୍ଡ ଧଉରା କାଠ ପୁରୀକୁ ପଠାଯିବା ପ୍ରଥମ ଘଟଣା।

Categories
ଅପରାଧ ଆଞ୍ଚଳିକ

ଶାଳ ବହ୍ଲା ଜବତ କଲା ବନ ବିଭାଗ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଡଇଁଚା ନିକଟସ୍ଥ ଖୋଲଗଡ ସଂରକ୍ଷିତ ଜଙ୍ଗଲରୁ ୫୦ ଖଣ୍ଡ ଶାଳ ବହ୍ଲାକୁ ଜବତ କରିଛି ବନବିଭାଗ। ଆଜି କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ସେଇ ଜଙ୍ଗଲକୁ ଯାଇ ଶାଳ ବହ୍ଲାକୁ ଜବତ କରିଥିଲା। ବାରମ୍ବାର ସେଇ ସଂରକ୍ଷିତ ଜଙ୍ଗଲରେ ନିକଟସ୍ଥ ଗ୍ରାମବାସୀ ବାରମ୍ବାର ଶାଳଗଛ କାଟି ସଫା କରୁଥିବା ଜଣା ପଡ଼ିଛି। ବନ ବିଭାଗ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି। ବନବିଭାଗ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରୁ ସୁନା ଗହଣା ଚୋରି

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ସହରରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୋଲିସ୍ ଡକାୟତି ମାନଙ୍କୁ ଧରିବାରେ ବିଫଳ ହେଉଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୨ ଶୁଣ୍ଢିମୁଣ୍ଡା ଗ୍ରାମରେ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରୁ ସୁନା ଗହଣା ଚୋରି ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଯୋଗ୍ୟ ଯେ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଏକାଦଶୀ ସାହୁ ପରିବାର ସହିତ ରାତ୍ରି ଭୋଜନ କରି ଶୋଇ ଯାଇଥିଲେ। ବିଳମ୍ବିତ ରାତିରେ ଚୋର ଝରକା ତାଡି ଘର ଭିତରକୁ ଆସି ଗୋଦରେଜରେ ରଖିଥିବା ସୁନା ଅଳଙ୍କାର ସହିତ ୧୫୦୦ ଟଙ୍କା ଚୋରି କରି ପଳାଇ ଯାଇଥିଲେ। ଡକାୟତିମାନେ ଗୋଟିଏ ସୁନାହାର ସହିତ ସୁନା କାନଫୁଲ ଯାହାର ମୂଲ୍ୟ ପ୍ରାୟ ଏକଲକ୍ଷ ଟଙ୍କା ହେବ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଆଞ୍ଚଳିକ

ଆଉ ତିନି ଦିନ ପାଇଁ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ବନ୍ଦ

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ତିନି ପାଇଁ ବନ୍ଦ ରହିବ। ଚିକିତ୍ସାଳୟର କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓପିଡି ତିନିଦିନ ବନ୍ଦ ନେଇ ରେଢାଖୋଲ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ 2 ଦିନ ପାଇଁ ବନ୍ଦ ଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସରୁନି ପ୍ରବାସୀଙ୍କ ଦୁଃଖ: ସାଇକେଲରେ ରେଢାଖୋଲରୁ ଯାଉଛନ୍ତି ପଶ୍ଚିମବଙ୍ଗ

କନ୍ଦର୍ପ ବେହେରା

ରେଢାଖୋଲ: ସାରା ଦେଶରେ କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ରେଢାଖୋଲରେ କାମ କରିବାକୁ ଆସିଥିବା କିଛି ବଙ୍ଗାଳୀ ଲୋକ ଆଜି ସାଇକେଲରେ ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି।

ପ୍ରକାଶ ଯେ ବହୁମାସ ହେଲା ସେମାନେ ରେଢାଖୋଲରେ ଏକ ବ୍ରିଜ୍ କାମରେ ନିୟୋଜିତ ଥିଲେ। ଲକ୍ ଡାଉନ୍ ଯୋଗୁଁ ସେମାନେ ଘରକୁ ଫେରିପାରି ନ ଥିଲେ  ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏମିତି ବହୁ ଶ୍ରମିକ ରେଢାଖୋଲ ଅଂଚଳରେ ପଶ୍ଚିମବଙ୍ଗରୁ ଆସି ଫସିରହିଥିଲେ ମଧ୍ୟ ସେମାନେ ଘରକୁ ଫେରିପାରୁନାହାନ୍ତି। ପଶ୍ଚିମବଙ୍ଗ ସରକାର ଏମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାର କୌଣସି ଉଦ୍ୟମ କରିନଥିବାବେଳେ ସେମାନେ ସାଇକେଲ୍‌ରେ ନିଜ ରାଜ୍ୟକୁ ବାହୁଡିବା ପାଇଁ ପ୍ରସ୍ତୁତି ଆରମ୍ଭକରିଛନ୍ତି। ସାଇକେଲରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ବାହାରିଛନ୍ତି ପଶ୍ଚିମବଙ୍ଗ। ଏପରି ସମୟରେ ଏହି ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ପଶ୍ଚିମବଙ୍ଗ ସରକାର ଉଦ୍ୟମ କରିବା ଜରୁରୀ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ଭୋରରୁ ହାତୀ ଆକ୍ରମଣରେ ଦୁଇଜଣକର ମୃତ୍ୟୁହୋଇଥିବାବେଳେଜ ଜଣେ ଆହତ ହୋଇଛନ୍ତି। ରେଢାଖୋଲ ବନାଞ୍ଚଳ ଅନ୍ତର୍ଗତ ଯୁଯୁମୁରା ବ୍ଲକ କେଶାପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ପ୍ରକାଶ ଯେ, ଯୁଯୁମୁରାବ୍ଲକ୍‌ କେଶାପାଲି ଗ୍ରାମ ପଞ୍ଚାୟତର କୋଲଗାଁରେ ଭୋରରୁ ଏକ ହାତୀ ଆସି ସରପଞ୍ଚଙ୍କ ଘରେ ପଶି ଘରଦ୍ବାର ଭଙ୍ଗାରୁା କରିବା ସହ ସରପଞ୍ଚଙ୍କ ମାଆ ଉର୍ମିଳା ମିର୍ଦ୍ଧା (୬୫) ଓ ଭାଣିଜୀ ରଶ୍ମିତା ମାଝୀ (୧୨)ଙ୍କୁ ହାତୀ ମାରି ପକାଇଥିଲା। ତାଙ୍କ ବାପା କନ୍ଧ ମିର୍ଦ୍ଧା (୭୦) ଗୁରୁତର ହୋଇଥିବାର ଜଣାପଡିଛି। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି