Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କୁ ହତ୍ୟା: ସ୍ଵାମୀ ଥାନାରେ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଏକ ଅଭାବନୀୟ ଘଟଣା ଘଟି ଝୁନୁ ସ୍ବାଇଁ ନାମ୍ନୀ ଜଣେ ମହିଳାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ଵାମୀ ରାଜେନ୍ଦ୍ର କୁମାର ଯେନାକୁ ପୋଲିସ ଘଟଣାସ୍ଥଳରୁ ଉଠେଇ ଆଣି ଥାନାରେ ଅଟକ ରଖି ପଚରା ଉଚୁରା କରୁଛନ୍ତି।

ଘଟଣା ରୁ ଜଣାପଡିଛି ଯେ, ଅଭିଯୁକ୍ତ ୫୫ ବର୍ଷିୟ ରାଜେନ୍ଦ୍ର ପତ୍ନୀ ଝୁନୁ ସହିତ ଘରେ ପ୍ରାୟ କଳିକଜିଆ ହୁଏ। କିନ୍ତୁ ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ଏହି ସମୟରେ ସ୍ବାମୀ ରାଜେନ୍ଦ୍ର ଏକ ସାବୁଳ ଜରିଆରେ ଝୁନୁ ର ମୁଣ୍ଡକୁ ଶକ୍ତ ପ୍ରହାର ଦେବା ଫଳରେ ପତ୍ନୀ ଝୁନୁ ର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଖବର ପାଇ ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ନଂ ୨୭୬/୧୪ ଅନୁଯାୟୀ ମକଦ୍ଦମା ରୁଜୁ କରି ରାଜେନ୍ଦ୍ର କୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛନ୍ତି ଓ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।