Categories
ଆଜିର ଖବର ରାଜ୍ୟ ଖବର

ଟିଏମ୍‌ସିରେ ଅସୁସ୍ଥ ଶିଶୁ ପୁତ୍ରର ମୃତ୍ୟୁ

ଭବାନୀପାଟଣା : ଟିଏମସିରୁ ମେଡ଼ିକାଲ ସ୍ଥାନାନ୍ତର ବେଳେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଅସୁସ୍ଥତା ପାଇଁ ଭବାନୀପାଟଣା ମେଡ଼ିକାଲ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁବରଣ କଲା ଶିଶୁପୁତ୍ର । ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ରେଗେଡା ଟିଏମ୍‌ସିରେ ପରିବାର ସହ ରହୁଥିଲେ ।  ଅସୁସ୍ଥତା ଯୋଗୁଁ ଶିଶୁ ପୁତ୍ରକୁ ଭବାନୀପାଟଣା ମେଡ଼ିକାଲ ନିଆଯାଉଥିଲା କିନ୍ତୁ ବାଟରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶବ ସତ୍କାର ହୋଇଥିବାର ସୂଚନା ରହିଛି ।