Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସକାଳୁ ଉଠି ଏହି ସବୁ ଜିନିଷ ଦେଖିଲେ କିମ୍ବା ଶୁଣିଲେ ହୋଇଥାଏ ଶୁଭ, ଜାଣନ୍ତୁ କଣ?

ନୂଆଦିଲ୍ଲୀ: ସାଧାରଣତଃ ସକାଳୁ ଯଦି କିଛି ଭଲ ହୁଏ ତେବେ ଭାବିନେବା ଉଚିତ ଯେ, ଦିନ ସାରା ଭଲ ହେବ। ସକାଳୁ ଉଠିବା ପରେ ଯଦି କିଏ ଖରାପ ଖବର ପାଏ ତେବେ ସେ ଭାବି ନିଏଯେ ଆଜି ଦିନ ତମାମ ଖରାପ ରହିବ। ତେବେ ଏହକ କେତେକ ବିଶ୍ବାସ କରୁଥିବା ବେଳେ ଅନେକ ଅନ୍ଧବିଶ୍ବାସ ବୋଲି ଭାବନ୍ତି। ତେବେ ପ୍ରାଚୀନ ଗ୍ରନ୍ଥରେ ଏହା ଉପରେ ଅନେକ ମତ ଉଲ୍ଲେଖ କରାଯାଇଛି। କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଭଲ କିମ୍ବା ଖରାପ ହୋଇଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କ ଅବଗତି ପାଇଁ ଉଲ୍ଲେଖ କରୁଛୁ।

୧- ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହା କେବଳ ଆପଣଙ୍କ ଦିନକୁ ଭଲରେ କରେ ନାହିଁ ବରଂ ଏହା ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକ ଉପରେ ଆପଣଙ୍କର ବିଜୟକୁ ସୂଚିତ କରେ।

୨- ଯଦି ସକାଳୁ ଉଠୁଉଠୁ କ୍ଷୀରରେ ଭର୍ତ୍ତି ଏକ ପାତ୍ର ଉପରେ ଆମର ପ୍ରଥମ ନଜର ପଡେ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏହା ଆମ ଜୀବନରେ ସୁଖ ଏବଂ ସମୃଦ୍ଧିର ସଙ୍କେତ ଅଟେ।

୩- କିଛି ଜିନିଷ ରହିଛି ଯାହା ସକାଳୁ ଦେଖିଲେ ବହୁତ ଶୁଭ ବୋଲି ବିବେଚନା କରାଯାଏ, ଯେପରିକି ନଡିଆ, ଶଙ୍ଖ, ମୟୂର, ଗୁଆ, ଫୁଲ ଇତ୍ୟାଦି। ଏହି ଜିନିଷଗୁଡ଼ିକ ସକାଳେ ଦେଖିଲେ, ଆପଣଙ୍କ ପାଇଁ ଭଲ ଏବଂ ଅନେକ ସୁଖ ଆଣିଥାଏ।

୪- ଆଖି ଖୋଲିବାବେଳେ, ସବୁଜ ରଂଗକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ସେହିପରି ଏକ ବିଶ୍ୱାସ ଅଛି ଯେ ଯଦି ଜଣେ ବ୍ୟକ୍ତି ସକାଳେ ଆଖୁ ଦେଖନ୍ତି, ତେବେ ସେ ନିକଟ ଭବିଷ୍ୟତରେ ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇପାରିବେ।

୫- ଯେତେବେଳେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଉଛୁ ଏବଂ ରାସ୍ତାରେ ଆମେ ଗାଈ ଦେଖୁ ତେବେ ତାହା ଶୁଭ ସଙ୍କେତ ଏବଂ ତାହା କାର୍ଯ୍ୟ ସିଦ୍ଧି ହୋଇଥାଏ। ଯଦି ଗାଈଟି ଧଳା ତେବେ ତାହା ଆହୁରି ଶୁଭଦାୟକ।

୬- ଯଦି ଘରୁ ବାହାରିବା ମାତ୍ରେ କେହି ସଫେଇ କରୁଥିବାର ଦେଖାଯାଏ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଅଟେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ସକାଳୁ ଶେଯରୁ ଉଠିବା ପରେ ପ୍ରଥମେ କଣ ଦେଖିଲେ ଦିନ ସାରା ହୋଇଥାଏ ଶୁଭ, ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର: ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ।

ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ:

୧- ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ।

୨- ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଆହୁରି ମଧ୍ୟ ଆପଣଙ୍କ ଦିନଟି ଭଲ ହେବ।

୩- ଯଦି ଆପଣ ସକାଳେ ଉଠିବା ମାତ୍ରେ ଶଙ୍ଖ କିମ୍ବା ମନ୍ଦିରର ଘଣ୍ଟି ଶୁଣନ୍ତି, ଏହା ଆପଣଙ୍କ ଭିତରେ ସକରାତ୍ମକ ଶକ୍ତି ଆଣିଥାଏ। ବିଛଣାରୁ ଉଠିବା ପରେ ପ୍ରଥମେ ଆପଣ ଆପଣଙ୍କ ପାପୁଲିକୁ ଦେଖିବା ଉଚିତ। ଏହା କରିବା ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ ଏବଂ ଏହି କାର୍ଯ୍ୟ ମଧ୍ୟ କିଛି ଲୋକଙ୍କ ନିୟମିତ ରୁଟିନ୍ ର ଏକ ଅଂଶ।

୪- ସକାଳେ ଏହି ଚିତ୍ର ଦେଖନ୍ତୁ ଯାହା ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଯେପରିକି ନଡିଆ, ଶଙ୍ଖ, ମୟୂର, ହଂସ କିମ୍ବା ଫୁଲ ଇତ୍ୟାଦି।

Categories
ଆଜିର ଖବର ଜୀବନ ଶୈଳୀ ସଂସ୍କୃତି

ଯଶ ସମ୍ମାନ ପାଇବା ପାଇଁ ଧାରଣ କରନ୍ତୁ ଏହି ରତ୍ନ, ଜାଣନ୍ତୁ କାହା ପାଇଁ ଏହା ଶୁଭ ଓ କାହା ପାଇଁ ଅଶୁଭ

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା ମଧ୍ୟ ବୃଧ୍ଧି ହୋଇଥାଏ। ଭୟମୁକ୍ତ ହେବା ସହିତ ପ୍ରତିଭା ପ୍ରଦର୍ଶନରେ ବେଶ୍‌ ଲାଭଦାୟକ ରହିଥାଏ ମାଣିକ୍‌। ମାଣିକ ଧାରଣ ଦ୍ବାରା ଆଖି ସମସ୍ୟା ଯେପରିକି ଦୃଷ୍ଟି ସମସ୍ୟା, ହୃଦରୋଗ, ବାଳ ଝଡିବା ଓ ହାଡ ସମସ୍ୟା ଆଦିରୁ ମଧ୍ୟ ମୁକ୍ତି ମିଳିବା ସହିତ ସକାରାତ୍ମକ ପରିଣାମ ମିଳିଥାଏ।

ତେବେ ସୂର୍ଯ୍ୟ ଶୁଭକାରକ ଗ୍ରହ ପାଇଁ ମାଣିକ ପିନ୍ଧାଯାଏ ତାହା ନୁହେଁ, ମାଣିକ ଏକ ସକାରାତ୍ମକ ରତ୍ନ। ଏହାକୁ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କର ପରାମର୍ଶ ନେଇଯିବାର ଆବଶ୍ୟକତା ରହିଛି। ସାମାନ୍ୟତଃ ମେଷ, ସିଂହ, ବିଛ ଓ ଧନୁ ଲଗ୍ନ ପାଇଁ ଏହି ମାଣିକ ଧାରଣ କରିବା ଅତ୍ୟନ୍ତ ଶୁଭ। କକର୍ଟ ଲଗ୍ନର ବ୍ୟକ୍ତିଙ୍କ ପାଇଁ ଏହା ମଧ୍ୟମ ଧରଣର ଫଳ ଦେଇଥାଏ। ସେହିପରି ମରକ ଓ କନ୍ୟା ଲଗ୍ନରବ୍ୟକ୍ତିଙ୍କ ପାଇଁ ମାଣିକ ଧାରଣ କରିବା ହାନିକାରକ ହୋଇଥାଏ।

କିପରି କରିବେ ଧାରଣ

ମାଣିକକୁ ତମ୍ବା କିମ୍ବା ସୁନା ମୁଦିରେ ବନାଇପାରିବେ। ଏହାକୁ ଡାହାଣ ହାତର ଅନାମିକା ଆଙ୍ଗୁଠିରେ ରବିବାର ଦିନ ପିନ୍ଧିବା ଉଚିତ୍‌। ଏହା ବ୍ୟତୀତ ଆପଣ ଚାହିଁଲେ ଏହାର ପଦକ ମଧ୍ୟ ପକେଇପାରିବେ। ମାଣିକ ଧାରଣ କରିବା ପୂର୍ବରୁ ପ୍ରଥମେ ଏହାକୁ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ସହିତ ଧୂପ-ଦୀପ ଜଲାଇ ସୂର୍ଯ୍ୟ ମନ୍ତ୍ର ଜପ କରିବା ଆବଶ୍ୟକ। ପୂର୍ବଦିଗ ଆଡକୁ ମୁଖ କରି ଏହି ମାଣିକକୁ ଧାରଣ କରିବା ଦରକାର। ମାଣିକ ଧାରଣ କରିବା ପାଇଁ ଓଁ ଘୃଣି : ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ତିନି ମାଳା ଜପ କରନ୍ତୁ ବିଶେଷ ଲାଭ ମିଳିବ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ସକାଳୁ ଉଠି ଏହି ସବୁ ଜିନିଷ ଦେଖିଲେ କିମ୍ବା ଶୁଣିଲେ ହୋଇଥାଏ ଶୁଭ, ଜାଣନ୍ତୁ କଣ?

ନୂଆଦିଲ୍ଲୀ: ସାଧାରଣତଃ ସକାଳୁ ଯଦି କିଛି ଭଲ ହୁଏ ତେବେ ଭାବିନେବା ଉଚିତ ଯେ, ଦିନ ସାରା ଭଲ ହେବ। ସକାଳୁ ଉଠିବା ପରେ ଯଦି କିଏ ଖରାପ ଖବର ପାଏ ତେବେ ସେ ଭାବି ନିଏଯେ ଆଜି ଦିନ ତମାମ ଖରାପ ରହିବ। ତେବେ ଏହକ କେତେକ ବିଶ୍ବାସ କରୁଥିବା ବେଳେ ଅନେକ ଅନ୍ଧବିଶ୍ବାସ ବୋଲି ଭାବନ୍ତି। ତେବେ ପ୍ରାଚୀନ ଗ୍ରନ୍ଥରେ ଏହା ଉପରେ ଅନେକ ମତ ଉଲ୍ଲେଖ କରାଯାଇଛି। କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଭଲ କିମ୍ବା ଖରାପ ହୋଇଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କ ଅବଗତି ପାଇଁ ଉଲ୍ଲେଖ କରୁଛୁ।

୧- ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହା କେବଳ ଆପଣଙ୍କ ଦିନକୁ ଭଲରେ କରେ ନାହିଁ ବରଂ ଏହା ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକ ଉପରେ ଆପଣଙ୍କର ବିଜୟକୁ ସୂଚିତ କରେ।

୨- ଯଦି ସକାଳୁ ଉଠୁଉଠୁ କ୍ଷୀରରେ ଭର୍ତ୍ତି ଏକ ପାତ୍ର ଉପରେ ଆମର ପ୍ରଥମ ନଜର ପଡେ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏହା ଆମ ଜୀବନରେ ସୁଖ ଏବଂ ସମୃଦ୍ଧିର ସଙ୍କେତ ଅଟେ।

୩- କିଛି ଜିନିଷ ରହିଛି ଯାହା ସକାଳୁ ଦେଖିଲେ ବହୁତ ଶୁଭ ବୋଲି ବିବେଚନା କରାଯାଏ, ଯେପରିକି ନଡିଆ, ଶଙ୍ଖ, ମୟୂର, ଗୁଆ, ଫୁଲ ଇତ୍ୟାଦି। ଏହି ଜିନିଷଗୁଡ଼ିକ ସକାଳେ ଦେଖିଲେ, ଆପଣଙ୍କ ପାଇଁ ଭଲ ଏବଂ ଅନେକ ସୁଖ ଆଣିଥାଏ।

୪- ଆଖି ଖୋଲିବାବେଳେ, ସବୁଜ ରଂଗକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ସେହିପରି ଏକ ବିଶ୍ୱାସ ଅଛି ଯେ ଯଦି ଜଣେ ବ୍ୟକ୍ତି ସକାଳେ ଆଖୁ ଦେଖନ୍ତି, ତେବେ ସେ ନିକଟ ଭବିଷ୍ୟତରେ ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇପାରିବେ।

୫- ଯେତେବେଳେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଉଛୁ ଏବଂ ରାସ୍ତାରେ ଆମେ ଗାଈ ଦେଖୁ ତେବେ ତାହା ଶୁଭ ସଙ୍କେତ ଏବଂ ତାହା କାର୍ଯ୍ୟ ସିଦ୍ଧି ହୋଇଥାଏ। ଯଦି ଗାଈଟି ଧଳା ତେବେ ତାହା ଆହୁରି ଶୁଭଦାୟକ।

୬- ଯଦି ଘରୁ ବାହାରିବା ମାତ୍ରେ କେହି ସଫେଇ କରୁଥିବାର ଦେଖାଯାଏ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଅଟେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସକାଳୁ ଶେଯରୁ ଉଠିବା ପରେ ପ୍ରଥମେ କଣ ଦେଖିଲେ ଦିନ ସାରା ହୋଇଥାଏ ଶୁଭ, ଜାଣନ୍ତୁ

ନୂଆଦିଲ୍ଲୀ: ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ।