ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ରେଳ ଧାରଣାରୁ ଦୁଇଟି ଶବକୁ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଗୋଟିଏ ଗୋଷାଣୀ ନୁଆ ଗାଁ ଓଭର ବ୍ରିଜ୍ ତଳେ ରେଳ ଧାରଣାରୁ ଉଦ୍ଧାର ହୋଇଛି, ଯାହାଙ୍କର ପରିଚୟ ମିଳିନାହିଁ। ଅନ୍ୟ ଗୋଟିଏ ଶବ ଲାଞ୍ଜିପଲୀ ଓଭର ବ୍ରିଜ୍ ତଳେ ପଡ଼ିଥିବା ବେଳେ ଖବର ପାଇ ପୋଲିସ ଉଦ୍ଧାର କରିଛି। ଏହି ମୃତକଜଣଙ୍କ ନିକଟସ୍ଥ ଆଙ୍କୁଲି ଗ୍ରାମର ଭୋଳାନାଥ ବିଶ୍ବାଳ ବୋଲି ଜଣାପଡିଛି। ରେଳବାଇ ପୋଲିସ୍ ଉକ୍ତ ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


