Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଜଣେ ଅଜଣା ବ୍ୟକ୍ତି ରେଳ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଜନୈକ ବ୍ୟକ୍ତି ସିକନ୍ଦରବାଦ୍ ହାୱଡା ଫାଲକନାମା ଏକ୍ସପ୍ରେସ ଗାଡ଼ି ଆସିବା ବେଳେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଓ ତାଙ୍କର ପରିଚୟ ମିଳିନାହିଁ। ରେଳବାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ବିବେକ ଏକ୍ସପ୍ରେସ ଟ୍ରେନରେ ଧୁଆଁ: ଯାତ୍ରୀ ଆତଙ୍କିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ଏକ ବଡ ଖବର ଆସିଛି। ଟ୍ରେନରେ ଧୂଆଁ ବାହାରିବାରୁ ଷ୍ଟେସନ ନିକଟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବ୍ରହ୍ମପୁର ରେଳଷ୍ଟେସନ ନିକଟ ଲାଞ୍ଜିପଲୀ ଓଭରବ୍ରିଜ୍ ତଳେ ବିବେକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ଧୁଆଁ ବାହାରୁଛି।

ଦିବ୍ରୁଗଡ ଠାରୁ କନ୍ୟାକୁମାରୀ ଅଭିମୁଖେ ଯାଉଥିବା ଏହି ଟ୍ରେନରେ ଗୋଟିଏ ବଗିରେ ଧୂଆଁ ବାହାରିବାରୁ ଯାତ୍ରୀ ଭୟଭୀତ ହୋଇ ଟ୍ରେନରୁ ଓହ୍ଲାଇ ପଡିଛନ୍ତି। ଖବର ପାଇ ରେଳ ସୁରକ୍ଷା ବଳ ଓ ଅଗ୍ନି ନିରାପତ୍ତା କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ରାତିରେ କିଛି ମଦ୍ୟପ ଓ ଅସାମାଜିକ ଯୁବକ ଧାରୁଆ ଅସ୍ତ୍ର ଧରି ରେଳଷ୍ଟେସନ ରାସ୍ତାରେ ଜଣେ ଯୁବକକୁ ଧମକ ଦେବା ସହ ହଟ୍ଟଗୋଳ କରିଥିଲେ। ଯ’ଦ୍ଵାରା ଜନଗହଳି ପୂର୍ଣ୍ଣ ରାସ୍ତାରେ ଯାଉଥିବା ସାଧାରଣ ଲୋକ ଭୟଭୀତ ହୋଇ ଏଣେ ତେଣେ ଦଉଡୁ ଥିଲେ। ଯାହାକି ସାଧାରଣ ଗଣ ମାଧ୍ୟମରେ ଭିଡିଓ ଭାଇରଲ୍ ହେଉଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଉକ୍ତ ଯୁବକ ମାନେ ସେଠାରୁ ପଳାୟନ କରିଥିଲେ ଓ ଘଟଣାସ୍ଥଳରେ ସଂଯୋଗ ହୋଇଥିବା କିଛି ବ୍ୟବସାୟ ଅନୁଷ୍ଠାନର ସିସିଟିଭି ଫୁଟେଜରୁ ତଥ୍ୟ ଆଧାର କରି ପୋଲିସ ଅନୁସନ୍ଧାନ କରୁଛନ୍ତି।

ଅନ୍ୟ ପକ୍ଷରେ କିଛି ବର୍ଷର ବ୍ୟବଧାନ ପରେ ରେଶମ ନଗରୀ ବ୍ରହ୍ମପୁର ସହରରେ ପୁଣି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅସହାୟ ବୃଦ୍ଧ ଦମ୍ପତ୍ତିକୁ ଉଦ୍ଧାର କଲା ପ୍ରଶାସନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବୃଦ୍ଧବୃଦ୍ଧାଙ୍କୁ ଜିଲ୍ଲା ପ୍ରଶାସନ ଆଜି ଉଦ୍ଧାର କରିଛି। ଉକ୍ତ ବୃଦ୍ଧବୃଦ୍ଧା ନିରଶ୍ରୟ ଅବସ୍ଥାରେ ଏବଂ ଆଖିକୁ ଦେଖାଯାଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଉକ୍ତ ସ୍ଥାନରେ ପଡ଼ି ରହିଥିଲେ। ଜନୈକ ରିପୋର୍ଟରଙ୍କ ଖବରଦେବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଦମ୍ପତ୍ତି ଦୁଇ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲ୍ ମହାଲିଙ୍ଗି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନ (୮୦) ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ପ୍ରଧାନ। ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ଦମ୍ପତ୍ତିଙ୍କୁ ୭୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।

ଉଭୟଙ୍କ ଅନୁରୋଧକ୍ରମେ ସେମାନଙ୍କୁ ସୋମପେଣ୍ଠା ଚକ୍ଷୁ ଚିକିତ୍ସାଳୟ ପଠାଇ ଦିଆଯାଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା, ଏସ୍‌ପିଓ ଅଶୋକ କୁମାର ପଟ୍ଟନାୟକ, ନାଜିର ମନୋରଂଜନ ପ୍ରମୁଖ ଉଦ୍ଧାର କରିଥିବାବେଳେ ନିକଟସ୍ଥ ଆର୍‌ପିଏଫ୍ ଥାନାଧିକାରୀ, ଷ୍ଟେସନ ମ୍ୟାନେଜର ଏବଂ ଅଟୋଷ୍ଟାଣ୍ଡର ସଦସ୍ୟମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ରେଳଷ୍ଟେସନରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କଲେ ଯୁବକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଜଣେ ଯୁବକ ବ୍ରହ୍ମପୁର ରେଳଷ୍ଟେସନ ମଧ୍ୟରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ମୃତ ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ଜୁରା ଗ୍ରାମର ଡ଼ମ୍ବୁରୁ ଭୀମ ସାହୁ (୩୬)।

ଘଟଣାରୁ ପ୍ରକାଶ ଯେ ଡ଼ମ୍ବୁରୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆନ୍ଧ୍ରପ୍ରଦେଶର ଏରଙ୍ଗଲ୍‌କୁ କାମ କରିବାକୁ ଯିବାକୁ କୋଣାର୍କ ଟ୍ରେନ ଧରିବାକୁ ଆସିଥିଲା। ଷ୍ଟେସନ ମଧ୍ୟରେ ଟ୍ରେନକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଟ୍ରେନ ପହଞ୍ଚିବା ପୂର୍ବରୁ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଛି।

ରେଲୱେ ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଏକ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଦୁଃଖଦ ଘଟଣା କ୍ରମେ ଜଣେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି।