Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏହିଦିନ ଓଡିଶାର କେତେକ ସହରରେ ଦିନବେଳା ପଡିବ ନାହିଁ ଆପଣଙ୍କର ଛାଇ

ଭୁବନେଶ୍ୱର:ମହାକାଶର କେତେବେଳେ କଣ ହୁଏ ତାହା ଜାଣିବା ପରେ ଆମକୁ କୌତୂହଳ ଲାଗେ। ଯେପରି ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ। ସେହିପରି ଆଉ ଏକ କୈତୂହଳ ଘଟଣା ହେଉଛି ଶୂନ୍ୟ ଛାଇ। ଅର୍ଥାତ ଆପଣଙ୍କର ଛାଇ ଭୂମି ଉପରେ ପଡିବ ନାହିଁ। ଏହିପରି ଘଟଣା ସାଧାରଣତଃ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ।

ହେଲେ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ବିଭିନ୍ନ ସମୟରେ ଏହି ଶୂନ୍ୟଛାଇ ଦେଖା ଦେଇଥାଏ। ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ ।

ଚଳିତ ବର୍ଷ ଏହି ଶୂନ୍ୟଛାଇ  ୨୧ ତାରିଖରେ ଭୁବନେଶ୍ବର ସହରରେ ଓ ୨୨ ତାରିଖ ମଧ୍ୟାହ୍ନ ୧୧ଟା ୪୩ ମିନିଟ ସମୟରେ କଟକ, ୨୮ ତାରିଖରେ ବୁର୍ଲା ଓ ୨୯ ତାରିଖରେ ବାରିପଦାରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ। ଏହି ଦୃଶ୍ୟ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ମେ ୨୧ ତାରିଖରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।