Categories
ଆଜିର ଖବର ଜାତୀୟ ଖବର

ଶ୍ରୀରାମ ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ, ତଦନ୍ତ ଆରମ୍ଭ

ଅଯୋଧ୍ୟା, ଅଯୋଧ୍ୟାରେ ଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ଅଯୋଧ୍ୟା କତୱାଲି ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଛି। ପୋଲିସ ସାଇବର ବିଶେଷଜ୍ଞଙ୍କ ଏକ ଟିମକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।

ରିପୋର୍ଟ ଅନୁଯାୟୀ, ଚେକ୍ କ୍ଲୋନିଂ କରି ଲୌକ୍ଷ୍ମର ଦୁଇଟି ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର କରାଯାଇଛି। ଯେତେବେଳେ ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ୯ ଲକ୍ଷ ୮୬ ହଜାର ଟଙ୍କା ପ୍ରତ୍ୟାହାର କରିବାକୁ ତୃତୀୟ ଉଦ୍ୟମ ହେଲା ସେତେବେଳେ ଏହି ଠକେଇ ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୋଲିସ ଏହା ଉପରେ ଖୋଳତାଡ ଆରମ୍ଭ କରିଛି।