Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାନସ ହତ୍ୟା ମାମଲା: ସଂପୂର୍ଣ୍ଣ ୱେବ ଚ୍ୟାନେଲ ଉପରେ ଚଢାଉ କଲା ପୋଲିସ

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ ପୋଲିସ ଖୋଲତାଡ ଆରମ୍ଭ କରିଦେଇଛି। ଏହି ମାମଲାରେ ସଂପୂର୍ଣ୍ଣ ୱେବ ଚ୍ୟାନେଲ ଉପରେ ଚାନ୍ଦବାଲି ପୋଲିସ ଚଢାଉ ଆରମ୍ଭ କରିଛି। ଚଢାଉ ସମୟରେ ସଂପୂର୍ଣ୍ଣ ୱେବ ଚ୍ୟାନେଲର କ୍ୟାମେରା ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କକୁ ପୋଲିସ ଜବତ କରିଛି। ହାର୍ଡ ଡିସ୍କକୁ ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯିବ ବୋଲି ଜଣାପଡିଛି।

ସେପଟେ ସଂପୂର୍ଣ୍ଣ ୱେବ ଚ୍ୟାନେଲର ମୁଖ୍ୟ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ଵରଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ପରମେଶ୍ଵରଙ୍କୁ ବିଜୱାଡାରୁ ଗିରଫ କରାଯାଇଛି। କିନ୍ତୁ ଶର୍ମିଷ୍ଠା ଏପର୍ଯ୍ୟନ୍ତ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି।