Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଧାନ କିଣାରେ ଅନନିୟମିତତା ନେଇ ପଦ୍ମପୁର ଏବଂ ନବରଂଗପୁର ସମବାୟ କର୍ମଚାରୀ ନିଳମ୍ବିତ

ଭୁବନେଶ୍ୱର, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନ ସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟ୍ରାର, ସମବାୟ ସମିତି ସମୂହ ସଂଜୟ କୁମାର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲଞ୍ଚନ କରାଯାଇଛି ।

ସେହିପରି ସବ୍‌-ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ୍‌ ସୋସାଇଟି (ଏସ୍‌ଏଆର୍‌ସିଏସ୍‌) ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଧର୍ମେନ୍ଦ୍ର ଭୋଇ ଏବଂ ଇନସପେକ୍ଟର କୋଅପରେଟିଭ୍‌ ସୋସାଇଟି ତଥା ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଶଶାଙ୍କ ଶେଖର ସାହାଣୀଙ୍କୁ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟରେ ନିଲମ୍ବନ କରାଯାଇଛି ।

ନିଳମ୍ବନ ଆଦେଶ ତୁରନ୍ତ କାଯ୍ୟକାରୀ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଉଛି ବୋଲି ସମବାୟ ବିଭାଗ ତରଫରୁ କୁହାଯାଇଛି।