Categories
ଆଜିର ଖବର ରାଜ୍ୟ ଖବର

୨୦୨୫ ପାଇଁ ଜାରି ହେଲା ଛୁଟି କ୍ୟାଲେଣ୍ଡର ପର୍ବ ଓ ପ୍ରମୁଖ ଦିବସ ପାଇଁ ୨୬ ଦିନ ସରକାରୀ ଛୁଟି 

ଭୁବନେଶ୍ୱର:୨୦୨୫ ମସିହା ପାଇଁ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଦିବସ ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ସରକାରୀ କାର୍ଯ୍ୟାଳୟ ୨୬ ଦିନ ବନ୍ଦ ରହିବ। ବିଭିନ୍ନ ପର୍ବପର୍ବାଣୀ, ଗୁରୁତ୍ୱପୂର୍ଣ୍ଣ ଦିବସ ଥିବାରୁ ଏହି ସଂଖ୍ୟକ ଦିନ ଛୁଟି ମିଳିବ।

ସେହିପରି କର୍ମଚାରୀଙ୍କୁ ୮ ଟି ଇଛାଧୀନ ଛୁଟି ମିଳିବ ସେଥିରୁ ଗୋଟିଏ ଦିନ ଛୁଟି ନେଇପାରିବେ। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ୯ଟି ଛୁଟି ପଡୁଛି। ଉକ୍ତ ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଲାଗୁ ହେବ। ୨୬ ଟି ସରକାରୀ ଛୁଟି ଜାନୁଆରୀ ୧୪ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଡିସେମ୍ବର ୨୫ ଏକ୍ସ-ମାସ୍ ଡେ’ ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଜାନୁଆରୀ ମାସର ସବୁ ଛୁଟି ଦିନଗୁଡିକ ଦର୍ଶକଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

ଭୁବନେଶ୍ବର: ଜାନୁଆରୀ ୨୦୨୩ ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି କୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ।

ଆଜି ନୂଆ ବର୍ଷରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ। ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ରେ ହେବ ସରକାରୀ ଛୁଟି

ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।

ତଦନୁଯାୟୀ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ  ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ  କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟଙ୍କିଙ୍ଗ ଅନୁଷ୍ଠାନ ବନ୍ଦ ରହିବ।