ୱାସିଂଟନ, ଗତକାଲି ଅର୍ଥାତ ବୁଧବାର ଦିନ ସବୁଠାରୁ ଅଧିକ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି। ଯାହାକି କରୋନା ପୃଥିବୀକୁ ଆସିବା ପରେ କେବେ ବି ଗୋଟିଏ ଦିନରେ ଏତେ ମୃତ୍ୟୁବରଣ ହୋଇ ନ ଥିଲା। ଏହା ହେଉଛି ଆମେରିକାର ରିପୋର୍ଟ। କରୋନା ତଥ୍ୟ ଅନୁସାରେ ଗତକାଲି ବୁଧବାର ଦିନ ଆମେରିକାରେ ୩୯୦୦ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ଏ ତେ ସଂଖ୍ୟକ ମୃତ୍ୟୁ କେବେ ହୋଇ ନ ଥିଲା। ତେବେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଜଣାପଡିଛି। କାରଣ ବର୍ତ୍ତମାନ ଛୁଟି ଥିବାରୁ କେତେକ ସ୍ଥାନରୁ ରିପୋର୍ଟ ଆସିପାରି ନାହିଁ ବୋଲି କୁହାଯାଉଛି।
ସେହିପରି ଗତକାଲି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ ନ ଥିଲା। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଗୋଟିଏ ଦିନରେ ଆମେରିକାରେ କରୋନାରେ ୧ ଲକ୍ଷ ୨୫ ହଜାର ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଆମେରିକାରେ ୧୬ ଲକ୍ଷ ନମୂନା ପରୀକ୍ଷା ରିପୋର୍ଟ ଆସିଥିଲା। ସେଥିରେ ୨ ଲକ୍ଷ ୧୬ ହଜାର ଜଣ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୫ ହଜାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ କରୋନା ଭାଇରସ ଆମେରିକାରେ ଅବସ୍ଥାକୁ ସାଂଘାତିକ କରିବାରେ ଲାଗିଛି।