Categories
ଆଜିର ଖବର ରାଜ୍ୟ ଖବର

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସହୀଦ ଓଡ଼ିଆ ଯବାନମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ପୂର୍ବରୁ ଥିବା ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଯୁଦ୍ଧ ତଥା ଉଗ୍ରବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦଙ୍କୁ ଏଣିକି ଏହି ବର୍ଦ୍ଧିତ ରାଶି ପ୍ରଦାନ କରାଯିବ।

ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀ ରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାର ର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହୀଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି। ପ୍ରାଥମିକ ଭାବ ରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ 2010 ଓ 2012 ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ, ଓ ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଥିଲା।