Categories
ଆଜିର ଖବର ଜାତୀୟ ଖବର ସିନେମା

୭୬ରେ ୭୬: ୱେଭ୍ସ କମିକ୍ସ କ୍ରିଏଟର ଚାମ୍ପିଅନଶିପରେ ଭାରତୀୟ ସୃଜନଶୀଳ ବିବିଧତାର ପର୍ବ  

ନୂଆଦିଲ୍ଲୀ: ୭୬ ତମ ସାଧାରଣତନ୍ତ୍ର ଦିବସର ଉତ୍ସବକୁ ଜାରି ରଖି ଇଣ୍ଡିଆନ୍ କମିକ୍ସ ଆସୋସିଏସନ୍ (ଆଇସିଏ) ଭାଗିଦାରୀରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୱେଭ୍ସ କମିକ୍ସ କ୍ରିଏଟର ଚାମ୍ପିୟନଶିପ୍ ର ୭୬ ଜଣ ସେମିଫାଇନାଲ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି।

ଭାରତୀୟ କମିକ୍ସ ବିବିଧତାର ପର୍ବ

ଏହି ଐତିହାସିକ ପଦକ୍ଷେପ ଭାରତୀୟ କମିକ୍ସର ବିବିଧତାକୁ ଉତ୍ସବ ମୁଖରିତ କରେ ଏବଂ ସାରା ଦେଶର ନିର୍ମାତାଙ୍କ ପ୍ରତିଭାକୁ ପ୍ରଦର୍ଶିତ କରାଏ। ବିଶାଳ ନାମାଙ୍କନରୁ ଚୟନ ହୋଇଥିବା ସେମିଫାଇନାଲିଷ୍ଟଙ୍କ ଭୌଗୋଳିକ ବିସ୍ତାର ବିଶେଷ ଭାବରେ ଉଲ୍ଲେଖନୀୟ, ଯେଉଁଥିରେ ୨୦ ରାଜ୍ୟ ଏବଂ ଏନସିଆରର ୫୦ଟି ସହରର ନିର୍ମାତା ସାମିଲ ରହିଛନ୍ତି।

ଏହି ଚୟନରେ ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ମହାନଗର ସମେତ ଆନନ୍ଦ, ବେତୁଲ, କାଲକା, ସମସ୍ତିପୁର ଭଳି ଛୋଟ ସହର ଏବଂ ଉତ୍ତର ପୂର୍ବର ଗୌହାଟୀ ଏବଂ ଇମ୍ଫାଲ ଭଳି ସହରର ନିର୍ମାତା ସାମିଲ ହୋଇଛନ୍ତି। ଏହା ଦେଶର କୋଣ ଅନୁକୋଣରୁ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ଚାମ୍ପିୟନଶିପର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହା ଭାରତର ଜୀବନ୍ତ କମିକ ପୁସ୍ତକ ସଂସ୍କୃତିର ପ୍ରମାଣ, କାରଣ ଏହି ପ୍ରତିଭାବାନ ସୃଷ୍ଟିକର୍ତ୍ତାମାନଙ୍କ ଔଜଲ୍ୟ ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ୱେଭ୍ସ ପ୍ରତିଶ୍ରୁତିବଦ୍ଧ। ୧୦ରୁ ୪୯ ବର୍ଷ ବୟସର ଏହି ସେମିଫାଇନାଲିଷ୍ଟଙ୍କ ମଧ୍ୟରେ ୪୦ ଜଣ ସୌଖୀନ କ୍ରିଏଟର ରହିଥିବା ବେଳେ ଓ ୩୦ ଜଣ ପେସାଦାର ରହିଛନ୍ତି।

ସେମିଫାଇନାଲରେ ଯୁବ କଳାକାରଙ୍କ ପାଇଁ ୬ଟି ସ୍ବତନ୍ତ୍ର ଉଲ୍ଲେଖ ରହିଛି, ଯେଉଁଥିରେ ସବୁ ସ୍ତରରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ରଖିଥିବା ଚାମ୍ପିୟନଶିପ ର ପ୍ରତିବଦ୍ଧତାକୁ ଦର୍ଶାଯାଇଛି।

ଇଣ୍ଡିଆନ୍ କମିକ୍ସ ଆସୋସିଏସନର ସଭାପତି ଅଜିତେଶ ଶର୍ମା କହିଛନ୍ତି, ବିଶ୍ୱସ୍ତରରେ ଭାରତୀୟ କମିକ୍ସକୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହ ଭାଗିଦାରୀ କରି ଇଣ୍ଡିଆନ୍ କମିକ୍ସ ଆସୋସିଏସନ୍ ଆନନ୍ଦିତ। ସୃଜନଶୀଳ ଉଦ୍ୟୋଗକୁ ସହଯୋଗ କରିବା ଏବଂ ଉଦୀୟମାନ ପ୍ରତିଭାମାନଙ୍କୁ ସୁଯୋଗ ପ୍ରଦାନ କରିବା ଦିଗରେ ଆମ ସରକାରଙ୍କ ପ୍ରତିବଦ୍ଧତାର ଏହି ପଦକ୍ଷେପ ଏକ ଜ୍ୱଳନ୍ତ ଉଦାହରଣ।

େଭ୍ସ କମିକ୍ସ କ୍ରିଏଟର ଚାମ୍ପିୟନଶିପ୍

ୱେଭ୍ସ କମିକ୍ସ କ୍ରିଏଟର ଚାମ୍ପିୟନଶିପ୍ ହେଉଛି ଭାରତର ସୃଜନଶୀଳ ଉଦ୍ୟୋଗକୁ ବିଶ୍ୱ ମଞ୍ଚରେ ଅଧିକ ବିକଶିତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ‘କ୍ରିଏଟ ଇନ୍ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହିତ କରୁଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ । ଅନ୍ତର୍ଜାତୀୟ ଦର୍ଶକଙ୍କ ସହ ଯୋଡ଼ି ହେବା ଏବଂ ନୂତନ ଭାଗିଦାରୀ ସ୍ଥାପନ କରିବା ପାଇଁ ଏହି ଚାମ୍ପିଅନସିପ୍ ଭାରତୀୟ ନିର୍ମାତାମାନଙ୍କୁ ଏହା ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରୁଛି।

ସେମିଫାଇନାଲ୍‍କୁ ମେନାନୀତ ହୋଇଥିବା ୭୬ ଜଣ କ୍ରିଏଟରଙ୍କୁ ଏମଆଇବି ଏବଂ ଆଇସିଏ ଅଭିନନ୍ଦନ ଜଣାଇବା ସହ ଚାମ୍ପିୟନଶିପରେ ଆଗକୁ ବଢ଼ିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଞ୍ଚଳିକ

ଡିଏଭି ପୋଖରୀପୁଟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍‌ଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ। ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।

ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମନ୍ତ୍ର ସଦନର ବିଦ୍ୟାର୍ଥୀ ଚମ୍ପିୟାନ୍ ହୋଇଥିବା ବେଳେ ଶ୍ଲୋକ ସଦନର ବିଦ୍ୟାର୍ଥୀ ରନର୍ସ ଅପ୍‌ ହୋଇଥିଲେ। ମନ୍ତ୍ର ସଦନର ଶିକ୍ଷକ ଶିକ୍ଷୟିତ୍ରୀ ନରୋତ୍ତମ ଷଡ଼ଙ୍ଗୀ, ସୁକୁମାର ପାଣି ଓ ବିନ୍ଦୁରାଣୀ ଦତ୍ତ ବିଦ୍ୟାର୍ଥୀଙ୍କର ଏହି ସଫଳତା ପାଇଁ ସେମାନଙ୍କୁ ଶୁଭେଛା ଜଣାଇଥିଲେ।

ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ସଂଗୀତ ଏବଂ ଚିତ୍ତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା। ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ

୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା ପଡିଆ ଓ ଆଖଡାରେ ଜାତୀୟତାବୋଧ  ଛାଇଯାଇଥିଲା। ସାଧୁ ସନ୍ଥଙ୍କ ଆଖଡା, ଶ୍ରଦ୍ଧାଳୁଙ୍କ କ୍ୟାମ୍ପ, ବିଭିନ୍ନ ସରକାରୀ ଅସ୍ଥାୟୀ ଶିବିରରେ ଜାତୀୟ ପତାକା ଉତୋଳନ ଉତ୍ସବ ପାଳିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭରେ ବରିଷ୍ଠମାନଙ୍କ ଯୋଗଦାନ ଏହାକୁ ଅଧିକ ଉଚ୍ଚକିତ କରିଥିଲା। ସ୍ୱତନ୍ତ୍ର କ୍ୟାମ୍ପ ଓ ବୃଦ୍ଧାଶ୍ରମରେ ବି ଅନୁରୂପ ଆୟୋଜନ କରାଯାଇଥିଲା। ସଙ୍ଗମରେ ବୁଡ ପକାଇ ଏହି ଅସ୍ଥାୟୀ ଶିବିରରେ ବରିଷ୍ଠ ନାଗରିକମାନେ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମହାକୁମ୍ଭର ପଡିଥିବା ସାମାଜିକ ସଶକ୍ତିକରଣ କ୍ୟାମ୍ପରେ ଏକ ଅନନ୍ୟ କଥା ଦୃଷ୍ଟି ଗୋଚର ହୋଇଥିଲା। ମୀର୍ଜାପୁର ବୃଦ୍ଧାଶ୍ରମରୁ ଆସିଥିବା ୭୦ ବର୍ଷୀୟ ଜନୈକ ମୁନ୍ନି ଦେବୀ ପତାକା ଉତୋଳନ କରିଥିଲେ। ମହାକୁମ୍ଭ କେବଳ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ନୁହେଁ ବରଂ ଏହା ସମାଜର ବିଭିନ୍ନବର୍ଗର ଲୋକଙ୍କ ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀତ ହୋଇଥିଲା। ମୁନ୍ନି ଦେବୀଙ୍କ ପରି ଜଣେ ବୟୋବୃଦ୍ଧ ମହିଳାଙ୍କ ଉପସ୍ଥିତି ଏହା ପ୍ରତିପାଦିତ କରିଥିଲା।

ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଉତରପ୍ରଦେଶ ସରକାରଙ୍କ ଦ୍ୱାରା ମହାକୁମ୍ଭରେ ଶହେ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଶିବିର ବି ଆୟୋଜନ କରାଯାଇଛି। ସଙ୍ଗମରେ ବୁଡ ପକାଇବା କିମ୍ବା ଯାତ୍ରା ବେଳେ କୌଣସି ସମସ୍ୟାରେ ପଡୁଥିବା ବୟୋବୃଦ୍ଧଙ୍କ ବିଶ୍ରାମ ପାଇଁ ଏହା ନିର୍ମାଣ କରାଯାଇଥିବା କୁହାଯାଇଛି। ତେବେ ଆଜିଯାଏ ସାରା ରାଜ୍ୟରୁ ପ୍ରାୟ ୪୫୦ ବୟୋବୃଦ୍ଧ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି।

ଏହି ଅବସରରେ ବିଭିନ୍ନ ଆଖଡା, ସରକାରୀ ଓ ସାମାଜିକ ସଙ୍ଗଠନ କ୍ୟାମ୍ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ଏହାଛଡା ଏହି ଅବସରରେ ବି ଯୋଗ ଶିବିର ଆୟୋଜନ କରାଯାଇଥିଲା। ମହାକୁମ୍ଭରେ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏହି ଯୋଗ ଶିବିର ଯଥେଷ୍ଟ ଉପାଦାନ ଯୋଗାଇଥିଲା।

ମହାକୁମ୍ଭରେ ସାଧାରଣତନ୍ତ୍ର ଦିବସ ପାଳନ କେବଳ ଜାତୀୟତାବୋଧ  ଉଦ୍ରେକ କରିନାହିଁ ବରଂ ସାମାଜର ସବୁବର୍ଗର ଲୋକଙ୍କୁ ଏକାଠି କରିବାରେ ଏହା ପ୍ରମୁଖ ସହାୟକ ହୋଇ ପାରିଛି। ଏହି କାର୍ଯ୍ୟକ୍ରମ କେବଳ ସାମ୍ୟତାର ବାର୍ତା ପ୍ରଚାର କରିନାହିଁ ବରଂ ବରିଷ୍ଠଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏକ ଅନନ୍ୟ ଉତ୍ସବରେ ପରିଣତ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭନଗରରେ ଡିଜିଟାଲ ପ୍ରଦର୍ଶନୀ ବୁଲିଲେ ଦର୍ଶକ 

ପ୍ରୟାଗରାଜ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରୟାଗରାଜ ମହାକୁମ୍ଭନଗରରେ ପଡିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ଅନେକ ଦର୍ଶକ। ଏହି ପ୍ରଦର୍ଶନୀକୁ ଉଭୟ ଦର୍ଶକ ଓ ଶ୍ରଦ୍ଧାଳୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅଧିକ ଶିକ୍ଷଣୀୟ ହୋଇ ପାରିଥିବା ପ୍ରତିକ୍ରିୟା ଦେଇଛନ୍ତି। ପ୍ରଦର୍ଶନୀର ସେଲଫି ପଏଂଟରେ ମହିଳା ଓ ଶିଶୁମାନେ ବିଭିନ୍ନ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା। ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ପ୍ରତୀକାତ୍ମକ ସମୁଦ୍ର ମନ୍ଥନ ପ୍ରତିକୃତିକୁ ପ୍ରଶଂସା କରି ଅନେକ ଦର୍ଶକ ଏହି ସ୍ଥାନରେ ସେଲଫି ଉଠାଇଥିବା ବି ଦେଖିବାକୁ ମିଳିଥିଲା।

ତ୍ରିବେଣୀ ରାସ୍ତାର ପରେଡ ଗ୍ରାଉଣ୍ଡରେ ଉଭୟ ଶ୍ରଦ୍ଧାଳୁ ଓ ସାଧାରଣ ଦର୍ଶକଙ୍କ ପାଇଁ ୧୩ ଜାନୁୟାରୀରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଥିବା ଏହି ମହାକୁମ୍ଭ ମେଳାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। ଏହି ମେଳାରେ ଗତ ଦଶବର୍ଷ ଭିତରେ ସରକାର କରିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପଡିଥିବା ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରଧାନମନ୍ତ୍ରୀ ଇଂଟରନସିପ ଯୋଜନା, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସମ୍ପର୍କିତ ଡିଜିଟାଲ ପ୍ରଦର୍ଶନୀରୁ ବହୁ ଉପାଦେୟ ତଥ୍ୟ ଦର୍ଶକ ଜାଣିପାଉଥିବା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଡ୍ରୋନ ଦିଦି, ଲକ୍ଷପତି ଦିଦି, ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଦ୍ୟାଞ୍ଜଳି, ଆତ୍ମନିର୍ଭର ଭାରତ, ସ୍କିଲ ଇଣ୍ଡିଆ, ଏକ ଭାରତ ଶ୍ରେଷ୍ଠ ଭାରତ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ହର ଘର ଜଲ ଯୋଜନା, ପ୍ରଧାନମନ୍ତ୍ରୀ କୌଶଲ ବିକାଶ ମିଶନ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ମହିଳା ସଶକ୍ତିକରଣ ଯୋଜନା ଉପରେ ସାଧାରଣ ଜନତା ଏହି ଡିଜିଚାଲ ପ୍ରଦର୍ଶନୀ ମାଧ୍ୟମରେ ଅନେକ କଥା ଜାଣିବାକୁ ପାଇଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ମହାକୁମ୍ଭ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ, ଧର୍ମ ଏବଂ ଜାତୀୟତାବାଦର ମହାସଂଗମ

ନୂଆଦିଲ୍ଲୀ: ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା ପଡିଆ ଓ ଆଖଡାରେ ଜାତୀୟତାବୋଧ ଛାଇଯାଇଥିଲା। ସାଧୁ ସନ୍ଥଙ୍କ ଆଖଡା, ଶ୍ରଦ୍ଧାଳୁଙ୍କ କ୍ୟାମ୍ପ, ବିଭିନ୍ନ ସରକାରୀ ଅସ୍ଥାୟୀ ଶିବିରରେ ଜାତୀୟ ପତାକା ଉତୋଳନ ଉତ୍ସବ ପାଳିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭରେ ବରିଷ୍ଠମାନଙ୍କ ଯୋଗଦାନ ଏହାକୁ ଅଧିକ ଉଚ୍ଚକିତ କରିଥିଲା। ସ୍ୱତନ୍ତ୍ର କ୍ୟାମ୍ପ ଓ ବୃଦ୍ଧାଶ୍ରମରେ ବି ଅନୁରୂପ ଆୟୋଜନ କରାଯାଇଥିଲା। ସଙ୍ଗମରେ ବୁଡ ପକାଇ ଏହି ଅସ୍ଥାୟୀ ଶିବିରରେ ବରିଷ୍ଠ ନାଗରିକମାନେ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମହାକୁମ୍ଭର ପଡିଥିବା ସାମାଜିକ ସଶକ୍ତିକରଣ କ୍ୟାମ୍ପରେ ଏକ ଅନନ୍ୟ କଥା ଦୃଷ୍ଟି ଗୋଚର ହୋଇଥିଲା। ମୀର୍ଜାପୁର ବୃଦ୍ଧାଶ୍ରମରୁ ଆସିଥିବା ୭୦ ବର୍ଷୀୟ ଜନୈକ ମୁନ୍ନି ଦେବୀ ପତାକା ଉତୋଳନ କରିଥିଲେ । ମହାକୁମ୍ଭ କେବଳ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ନୁହେଁ ବରଂ ଏହା ସମାଜର ବିଭିନ୍ନବର୍ଗର ଲୋକଙ୍କ ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀତ ହୋଇଥିଲା। ମୁନ୍ନି ଦେବୀଙ୍କ ପରି ଜଣେ ବୟୋବୃଦ୍ଧ ମହିଳାଙ୍କ ଉପସ୍ଥିତି ଏହା ପ୍ରତିପାଦିତ କରିଥିଲା।

ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଉତରପ୍ରଦେଶ ସରକାରଙ୍କ ଦ୍ୱାରା ମହାକୁମ୍ଭରେ ଶହେ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଶିବିର ବି ଆୟୋଜନ କରାଯାଇଛି । ସଙ୍ଗମରେ ବୁଡ ପକାଇବା କିମ୍ବା ଯାତ୍ରା ବେଳେ କୌଣସି ସମସ୍ୟାରେ ପଡୁଥିବା ବୟୋବୃଦ୍ଧଙ୍କ ବିଶ୍ରାମ ପାଇଁ ଏହା ନିର୍ମାଣ କରାଯାଇଥିବା କୁହାଯାଇଛି। ତେବେ ଆଜିଯାଏ ସାରା ରାଜ୍ୟରୁ ପ୍ରାୟ ୪୫୦ ବୟୋବୃଦ୍ଧ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି।

ଏହି ଅବସରରେ ବିଭିନ୍ନ ଆଖଡା, ସରକାରୀ ଓ ସାମାଜିକ ସଙ୍ଗଠନ କ୍ୟାମ୍ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ଏହାଛଡା ଏହି ଅବସରରେ ବି ଯୋଗ ଶିବିର ଆୟୋଜନ କରାଯାଇଥିଲା। ମହାକୁମ୍ଭରେ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏହି ଯୋଗ ଶିବିର ଯଥେଷ୍ଟ ଉପାଦାନ ଯୋଗାଇଥିଲା।

ମହାକୁମ୍ଭରେ ସାଧାରଣତନ୍ତ୍ର ଦିବସ ପାଳନ କେବଳ ଜାତୀୟତାବୋଧ  ଉଦ୍ରେକ କରିନାହିଁ ବରଂ ସାମାଜର ସବୁବର୍ଗର ଲୋକଙ୍କୁ ଏକାଠି କରିବାରେ ଏହା ପ୍ରମୁଖ ସହାୟକ ହୋଇ ପାରିଛି । ଏହି କାର୍ଯ୍ୟକ୍ରମ କେବଳ ସାମ୍ୟତାର ବାର୍ତା ପ୍ରଚାର କରିନାହିଁ ବରଂ ବରିଷ୍ଠଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏକ ଅନନ୍ୟ ଉତ୍ସବରେ ପରିଣତ ହୋଇପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ତେଜିଲା ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି: ପୋଷ୍ଟକାର୍ଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ବାଣପୁରବାସୀ

ବାଣପୁର: ଦେଶରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାଣପୁର ସଂଗ୍ରାମ ପରିଷଦର ଡ଼ାକରାରେ ଆଦିବାସୀ ବହୁଳ ଦାମିଆ ବରବରା ପଞ୍ଚାୟତର ବିରିଜାଈ ମନ୍ଦିର ଠାରୁ ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି ଆରମ୍ଭ ହୋଇଛି। ସଂଗ୍ରାମ ପରିଷଦର ଅଭିନବ ପ୍ରକ୍ରିୟା ପୋଷ୍ଟକାର୍ଡ଼ ଅଭିଯାନ କାର୍ଯ୍ୟକ୍ରମରେ ନିଳାଦ୍ରୀ ପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତ ତଥା ବାଣପୁର ଅଞ୍ଚଳର ବହୁସମାଜସେବୀ, ବୁଦ୍ଧିଜୀବି, ଯୁବ ସଂଗଠକ, ଓକିଲ, ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, ପତ୍ରକାର, ବ୍ୟବସାୟୀ, ଏବଂ ବହୁ ଆଦିବାସୀ ଭାଇଭଉଣୀ ମାନେ ପ୍ରଥମେ ଏକାଠି ହୋଇ ମା’ ବିରିଜାଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସବ ଡିଭିଜନ ମାନ୍ୟତା ଦାବିର ସଫଳତା ପାଇଁ ମା’ ଙ୍କ ପାଖରେ ପ୍ରାର୍ଥନା କରି ପୋଷ୍ଟକାର୍ଡ଼ରେ ଅନୁରୋଧ ଲେଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅବଗତି ଓ ବିହିତ ପଦକ୍ଷେପ ନିମନ୍ତେ ଲେଖା ଅଭିଯାନ ଆରମ୍ଭ କରିଥିଲେ।

ବର୍ତ୍ତମାନର ସରକାର ଲୋକଙ୍କ ସରକାର ହୋଇଥିବାରୁ ବିଶେଷକରି ବନବାସୀ ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ନିମନ୍ତେ ବହୁ ଜନହିତକର ପଦକ୍ଷେପ ଗ୍ରହଣ କରୁଥିବା ବେଳେ, ଖୋର୍ଦ୍ଧା ସଦର ମହକୁମାଠାରୁ ପ୍ରାୟ ୧୦୦ କି.ମି ଦୁରରେ ବସବାସ କରି ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ଜିଲ୍ଲାର ଦୁଇ ଆଦିବାସୀ ବହୁଳ ପଞ୍ଚାୟତର ଉନ୍ନତିସାଧନ ସହିତ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ, ବିଦ୍ୟୁତିକରଣ, ପରିମଳ, ସ୍ୱରୋଜଗାର, ନାରୀ ଶିକ୍ଷା ପରି ଅନେକ ଜନକଲ୍ୟାଣକାରୀ ପଦକ୍ଷେପର ସଫଳରୂପାୟନ ନିମନ୍ତେ ବାଣପୁର ରାଜସ୍ବ ଉପଖଣ୍ଡ ମାନ୍ୟତାର ଜରୁରୀଆବଶ୍ୟକତା ଥିବା କଥା ଅନୁଭବ କରି ସରକାରଙ୍କୁ ପୁଣି ମନେ ପକାଇଦେବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିଲେ।

ଦୁଇ ପଞ୍ଚାୟତର ବୁଦ୍ଧିଜୀବି ପାଣ୍ଡବ ଶବର, ଶତୃଘ୍ନ ସାହୁ, ରମେଶ ଶବର,ଲିଙ୍ଗରାଜଶବର, ନିରଞ୍ଜନଶବର, ଦୀନବନ୍ଧୁଶବର ଓ ଦିଲ୍ଲୀପ ମହାନ୍ତି ଙ୍କ ସହଯୋଗରେ ଆୟୋଜିତ ଏହି ଅଭିଯାନରେ ଦୁଇପଞ୍ଚାୟତର ବହୁ ଜନସାଧାରଣ ଯୋଗ ଦେଇଥିଲେ। ୧୯୭୭ ମସିହାରୁ ଦାବି କରିଆସୁଥିବା ବାଣପୁର ଜନସାଧାରଣଙ୍କ ଏହି ନାର୍ଯ୍ୟ ଦାବି ମୋହନ ସରକାର ନିଶ୍ଚିତ ପୁରଣ କରିବେ ବୋଲି ଆଶା ପ୍ରକାଶ କରାଯାଇଥିଲା।

ସର୍ବଶେଷରେ ମା’ ଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ବାଣପୁର ରାଜସ୍ୱ ଉପଖଣ୍ଡ ପାଇଁ ନିବେଦନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରାଯାଇଥିଲା। ସକାଳ ୭.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ। ସକାଳ ୭.୩୦ ମିନିଟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ, ଚଞ୍ଚଳ ରାଣା ପତାକା ଉତ୍ତୋଳନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା /ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ/ବିଭିନ୍ନ ଵିଭାଗୀୟ ଅଧିକାରୀ/ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ କର୍ମଚାରୀ ମାନେ ସାମିଲ ହୋଇଥିଲେ।

ଏହାପରେ ଉପ-ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୂଖ୍ୟ ଅତିଥି ଭାବେ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟ ରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ପରେ ପ୍ୟାରେଡ କମାଣ୍ଡାଣ୍ଟ ଙ୍କ ଆମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ସୁସଜ୍ଜିତ ଖୋଲା ଜିପ୍ ରେ ପ୍ୟାରେଡ ପରିଦର୍ଶନ କରିଥିଲେ ଏବଂ ମଞ୍ଚରୁ ସମସ୍ତ ଙ୍କୁ ଉଦବୋଧନ ଦେଇଥିଲେ। ଭାଷଣ ରେ ସେ କହିଥିଲେ ଯେ ଏ ଦେଶ ର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଦ୍ଵାରା ଯେଉଁ ମହାମୁଲ୍ୟ ସ୍ଵାଧୀନତା ଆମ ହାତରେ ଥିଲା ତାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ସାଧାରଣ ଜନତା ଙ୍କ ଶାସନ ପ୍ରଣାଳୀରେ ରୁପାନ୍ତରିତ ହେଲା। ଭାରତ ବର୍ଷରେ ମହାନ୍ ପୁରୁଷଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ, ଆମ ସମସ୍ତଙ୍କ ଲକ୍ଷ ହେଉ ଏକ ସମୃଦ୍ଧ ଶାନ୍ତି ପ୍ରିୟ ସୁନାର ଭାରତ ବର୍ଷ। ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ମଧ୍ୟ ଉପସ୍ଥିତ ଥିଲେ।

ଏହା ପରେ ପ୍ୟାରେଡ ରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ର ୪୯ଟି ବିଭିନ୍ନ ଦଳ ପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ ୬ ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲା। ସେଥିମଧ୍ୟରୁ ଜିଲ୍ଲା ଆର୍ ଟି ଓଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ଟ୍ରଫି ମାନପତ୍ର ଏବଂ ଉପଢୌକନ ପୁରସ୍କୃତ କରାଯାଇ ଥିଲା ଏବଂ ଅନ୍ୟ ମେଢ଼ ମାନଙ୍କୁ ଯଥାକ୍ରମେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମୂଖ୍ୟ ଉନ୍ନୟନ , ଜିଲ୍ଲା ପରିଷଦ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ୫୧ ଜଣ ଛାତ୍ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା।

ସେହିପରି ଶିଶୁ ସୁରକ୍ଷା ୟୁନିଟ ର ବେଟି ଵଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଯାୟୀ ଦଶମ ଟପ୍ପର (ହାଇସ୍କୁଲ/ସିଵିଏସଇ/ ଆଇସିଏସଇ) ୬ ଜଣ ଏବଂ +୨ ସ୍ତରରେ ୫ ଜଣ ଟପର ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଛନ୍ତି ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା ମୋଟ 5 ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ଭଲ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିବା ତିନିଗୋଟି ବିଦ୍ୟାଳୟ ଙ୍କୁ ପୁରସ୍କୃତ କରାଯାଇ ଥିଲା।

୧୦.୪୫ ମିନିଟରେ ମୂଖ୍ୟ ଅତିଥିଙ୍କ ଦ୍ଵାରା ଜେଲରେ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ ଏବଂ ତତ୍ ସଙ୍ଗେ ସଙ୍ଗେ ହସ୍ପିଟାଲ ରେ ରୋଗିମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

Republic Day: ଏକ ପାରଂପାରିକ ଗାଡିରେ ଆସି କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ମୁର୍ମୁ

Republic Day: ଦେଶ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ସ୍ତରର ଗଣତନ୍ତ୍ର ଦିବସରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହିତ ସେ ପାରେଡ ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଆନ୍ତୋ ବିଶେଷ ଅତିଥୀ ଭାବେ ଯୋଗ ଦେଇଛନ୍ତି।

ପ୍ରଥମେ ରାଷ୍ଟ୍ରପତି ଭବନରୁ ଉଭୟ ଏକ ପାରଂପାରିକ ଯାନରେ ବାହାରି କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ସ୍ବାଗତ କରିଥିଲେ।ଏହାପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ସମୟରେ୨୧-ଗଣ ସଲାମ ଦିଆଯାଇଥିଲା। ଏହି ସଲାମ ପାଇଁ ୧୦୫ ଏମଏମ ଲାଇଟ୍ ଫିଲ୍ଡ ଗନ୍ ବ୍ୟବହାର ହୋଇଥିଲା।

ଏହାପରେ ୩୦୦ ଜଣ ସାଂସ୍କୃତିକ ଶିଳ୍ପୀଙ୍କ ‘ସାରେ ଜହାଁ ସେ ଅଚ୍ଛା’ ସଙ୍ଗୀତରେ ପାରେଡ ଆରମ୍ଭ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସଂଗୀତ ଅଲଙ୍କାରର ସ୍ୱର ଶୁଣାବାକୁ ମିଳିଥିଲା। ଏଥିସହ ମି-୧୭ IV ହେଲିକପ୍ଟର ଦ୍ୱାରା ପୁଷ୍ପବର୍ଷା କରାଯାଇଥିଲା।

ପାରେଡରେ ଟି-୯୦ ଟ୍ୟାଙ୍କ (ଭୀଷ୍ମ), ନାଗ ମିସାଇଲ୍ ସିଷ୍ଟମ୍, ବିଏମପି-୨ ସରଥ, ବ୍ରାହ୍ମୋସ୍, ପିନାକା ମଲ୍ଟି-ଲଞ୍ଚର ରକେଟ୍ ସିଷ୍ଟମ୍, ଅଗ୍ନିବାଣ ମଲ୍ଟି-ବାରେଲ୍ ରକେଟ୍ ଲଞ୍ଚର, ଆକାଶ ଶସ୍ତ୍ର ପ୍ରଣାଳୀ, ଇଣ୍ଟିଗ୍ରେଟେଡ୍ ବ୍ୟାଟଲଫିଲ୍ଡ ସର୍ଭିଲାନ୍ସ ସିଷ୍ଟମ୍, ଅଲ୍-ଟେରେନ୍ ଭେହିକଲ୍ (ଚେତକ) ଏବଂ ଲାଇଟ୍ ସ୍ପେସିଆଲିଷ୍ଟ ଭେହିକଲ୍ (ବଜରଙ୍ଗ) ପ୍ରଦର୍ଶିତ ହୋଇଥିଲା।

ପାରେଡରେ ଇଣ୍ଡୋନେସିଆର ୧୬୦ ଜଣ ମାର୍ଚ୍ଚିଂ କଂଟିଜେଣ୍ଟ ଏବଂ ୧୯୦ ଜଣ ବ୍ୟାଣ୍ଡ୍ କଂଟିଜେଣ୍ଟ ଭାଗ ନେଇଥିଲେ। ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ଏବଂ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ ଓ ବିଭାଗର ୩୧ଟି ପ୍ରଜ୍ଞାପନ ମେଢ ଭାଗ ନେଇଥିଲା। ଏ ବର୍ଷର ଥିମ୍ ଥିଲା “ସ୍ବର୍ଣ୍ଣିମ ଭାରତ: ବିରାସତ ଓ ବିକାଶ”। ପ୍ରଥମ ଥର ପାଇଁ, ଏକ ସମ୍ମିଳିତ ସେନାର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ହରିୟାଣାର ପ୍ରଜ୍ଞାପନ ମେଢ ଭଗବଦ୍ ଗୀତା ଏବଂ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ ମହାକୁମ୍ଭ ୨୦୨୫ର ପ୍ରଦର୍ଶିତ କରାଯାଇଥିଲା।

କାର୍ଯ୍ୟକ୍ରମ ୪୭ ଟି ଡ୍ରୋନର ଉଡ଼ାଣ ସହ ଶେଷ ହୋଇଥିଲା। ଏହି ଫ୍ଲାଇପାସ୍ଟରେ ରାଫାଲେ, ସୁ-୩୦, ଜାଗୁଆର, ସି-୧୩୦, ଡୋର୍ନିୟର-୨୨୮ ଏବଂ ଏନ୍-୩୨ ବିମାନ ଏବଂ ଆପାଚେ ଏବଂ ମି-୧୭ ହେଲିକପ୍ଟର ବିଭିନ୍ନ ଆକର୍ଷଣୀୟ ସୋ ପ୍ରଦର୍ଶିତ କରିଥିଲେ।

ଦେଶର ବିକାଶରେ ଓ ସମାଜ ନିର୍ମାଣରେ ନିୟୋଜିତ କରିଥିବା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିମାନଙ୍କୁ ସରକାରୀ ଶ୍ରେଣୀରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ସରପଞ୍ଚ, ଶିଳ୍ପୀ, ଶ୍ରମିକ ଓ ଆଶା କାର୍ମିକଙ୍କ ସମେତ ଏମିତି ୩୪ ଶ୍ରେଣୀର ୧୦ ହଜାର ଅତିଥିଙ୍କୁ ଏହି ଜାତୀୟ ଦିବସରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ,ଜାତୀୟ ପତାକା ଉତ୍ତୋଳନ କଲେ ମନମୋହନ ସାମଲ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜାତୀୟ ପତାକା ଉତୋଳନ କରିବା ସହ ଓଡ଼ିଶାର ସାଢ଼େ ୪କୋଟି ଜନତାଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିଲେ । ଏହାପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।

ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ତିରଙ୍ଗା ହେଉଛି ଆମ ସମସ୍ତଙ୍କର ସମ୍ମାନର ପ୍ରତୀକ। ଭାରତବର୍ଷର ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି । ଆମ ସମ୍ବିଧାନର ପ୍ରଣେତା ଡ. ଭୀମରାଓ ବାବା ସାହେବ ଆମେଦକରଙ୍କୁ ବିଜେପି ସବୁବେଳେ ସମ୍ମାନ ଦେଇଆସିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ବାବା ସାହେବ ଆମ୍ବେଦକରଙ୍କ ପଂଚତୀର୍ଥ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଏନେଇ କାର୍ଯ୍ୟ ଜାରି ରଖିଛନ୍ତି।

ଶ୍ରୀ ସାମଲ ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ଜୟରାଜଗୁରୁ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁବାସଚନ୍ଦ୍ର ବୋଷ, ଭଗତ୍ ସିଂ, ଖୁଦିରାମ ବୋଷ, ଚନ୍ଦ୍ରଶେଖର ଆଜାଦ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କୁ ମନେପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଯତିନ ମହାନ୍ତି, ଶାରଦା ଶତପଥୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ଉପସଭାନେତ୍ରୀ ସୁକେଶି ଓରାମ, କୁସୁମ୍ ଟେଟେ, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ସଂଯୋଜକ ମହେଶ୍ୱର ମହାନ୍ତି, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଠାକୁର ରଞ୍ଜିତ ଦାସ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ବିଧାୟକ ପାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ: ଯୋଗଦେଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ

ଭୁବନେଶ୍ଵର: ଭାରତର ମୁକ୍ତି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ଏକ ମହତ୍ତପୂର୍ଣ୍ଣ ଭୂମିକା ରହିଥିଲା ବୋଲି ଆଜି ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ଅବସରରେ ନୟାଗଡ଼ ପୁଲିସ୍ ଟ୍ରେନିଙ୍ଗ୍ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲା ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଭାରତର ମୁକ୍ତି ଆନ୍ଦୋଳନରେ ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କର ବୀରତ୍ଵପୂର୍ଣ୍ଣ ଅବଦାନ ପାଇଁ ଆମେ ଗୌରବାନ୍ନିତ ବୋଲି ସେ କହିଥିଲେ। ଜିଲାର ରଘୁନାଥ ମହାନ୍ତି, ଦିବାକର ପରିଡ଼ା, ଅର୍ଜୁନ ରାଉତ, କଷ୍ଟି ଡ଼ାକୁଆଙ୍କ ଭଳି ମହାନ୍ ସହୀଦ ମାନଙ୍କ ଆତ୍ମବଳିଦାନ ସେମାନଙ୍କୁ ଅମର କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ଏହି ଉତ୍ସବରେ ଜିଲା ପୁଲିସ, ଗୃହରକ୍ଷୀ ଏବଂ ସ୍କୁଲ ଓ କଲେଜର ୫୧ଟି ଗ୍ରୁପ୍ ପ୍ୟାରେଡ୍‌ ପ୍ରଦର୍ଶନ କରଥିଲା ବେଳେ ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା ୭ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଏସ୍‌ପି ଏସ.ଶୁଶ୍ରୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଶାଳିଆ ପ୍ରେସ କ୍ଲବରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ଅଜିତ କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ସଦସ୍ୟଙ୍କ ଗହଣରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଭାରତ ମାତାକୀ ଜୟ ଏବଂ ମହାପୁରୁଷ ମାନଙ୍କ ଜୟ ଗାନ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା କ୍ଲବ ପରିସର।

ଏହି ଅବସରରେ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ଶାଳିଆ ପ୍ରେସ କ୍ଲବ କୋର କମିଟି ସଦସ୍ୟମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘକୁ ସୁଦୃଢ କରିବା, ଚଳିତ ବର୍ଷ ବିଭିନ୍ନ ଜନହିତକର କାର୍ଯ୍ୟକୁ ଗୁରୁତ୍ୱ, ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଏବଂ ସଂଘୀୟ ମନୋବଳକୁ ଆଗେଇ ନେବାପାଇଁ ଆଲୋଚନା କରାଯାଇଥିଲା।

ଉକ୍ତ ବୈଠକରେ ସଂଘର ନୂତନ ପରାମର୍ଶଦାତା ଭାବେ ସଞ୍ଜୀବ ସେନାପତି ଓ ତ୍ରିଲୋଚନ ସାହୁ, ଆଇନ ପରାମର୍ଶଦାତା ଭାବେ ସିତାରାମ ଅଗ୍ରୱାଲ ଓ ପ୍ରଦୀପ କୁମାର ସେଠୀ, ଉପସଭାପତି ଭାବେ ଶିବଶକ୍ତି ଶାସମଲ, ସମ୍ପାଦକ ଭାବେ ଅରୁଣ କୁମାର ପଣ୍ଡା, ସହ ସମ୍ପାଦକ ଭାବେ ମନୋରଞ୍ଜନ ବେହେରାଙ୍କୁ ମନୋନୀତ କରାଯାଇଥିଲା।

ସଂଘ ପକ୍ଷରୁ ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।କୋଷାଧ୍ୟକ୍ଷ ସୁଧୀର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ଭୁବନେଶ୍ଵର: ଆଜି ଯାଜପୁର ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ।

ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଐତିହ୍ୟ ସମୃଦ୍ଧ ଯାଜପୁର ଜିଲ୍ଲାର ଭାଇ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।ରାଜା ଯଯାତି କେଶରୀଙ୍କ ରାଜଧାନୀ ଭାବେ ପରିଚିତ ଏହି ଜିଲ୍ଲା ଆଜି ପ୍ରଗତିର ପାହାଚ଼ ଚଢ଼ି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଆଜିର ଏହି ମୁହୂର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ସମୟ।ଜିଲ୍ଲାର ଯୋଗଜନ୍ମା ଶକ୍ତିପୀଠ ତଥା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ କ୍ଷେତ୍ର ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର।

ଆଜିର ଦିନ ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ୧୯୫୦ ମସିହା ଆଜିର ଦିନରେ ଆମେ ଆମ ସମ୍ବିଧାନ ପାଇଲୁ।ଆମ ସମ୍ବିଧାନ ଆଜି ବିଶ୍ଵର ବୃହତ୍ତମ ଲିଖିତ ସମ୍ବିଧାନର ମାନ୍ୟତା ଲାଭ କରିଛି।ରାଜତନ୍ତ୍ରର ବିଲୋପ ଏବଂ ବିଦେଶୀ ଶକ୍ତିକୁ ଅପସାରଣ କରିବା ସହ ଆମେ ଭାରତବାସୀ ସାରା ବିଶ୍ଵକୁ ଦେଖାଇଦେଲୁ ଯେ ଆମେ ଗଣତନ୍ତ୍ରରେ ବିଶ୍ଵାସ ରଖୁ।ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ, ଧର୍ମନିରପେକ୍ଷତା ଓ ସାର୍ବଭୌମ ଆମ ସମ୍ବିଧାନର ମୂଳପିଣ୍ଡ।ଏହିଭଳି ପବିତ୍ର ସମ୍ବିଧାନର ଗଠନର ପୁରୋଧା ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ମୁଁ ମଥାନତ ପ୍ରଣାମ ଜଣାଇଥିଲେ।

କଳା, ସାହିତ୍ୟ, ସଂସ୍କୃତି ଓ ଅପରୂପ ସୌନ୍ଦର୍ଯ୍ୟର ଅନନ୍ୟ କ୍ଷେତ୍ର ହେଉଛି ଯାଜପୁର ଜିଲ୍ଲା।ଖଣିଜ ସମ୍ପଦ ଓ ଶିଳ୍ପର ସହର ଭାବେ ଆଜି ଯାଜପୁର ଜିଲ୍ଲା ସାରା ଓଡ଼ିଶାରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି।ଦେଶର ସ୍ଵାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ ଅବିସ୍ମରଣୀୟ। ବରି ବାଲିଆ ଗ୍ରାମର ଜମିଦାର ରାମକୃଷ୍ଣ ସାମନ୍ତସିଂହାର, ଧ୍ରୁବ ଚରଣ ରାୟ,ବିଚିତ୍ରାନନ୍ଦ ଶୁକ୍ଳା, ବୀରକିଶୋର ରାୟ ପ୍ରମୁଖ ବ୍ରିଟିଶ୍ ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।ଓଡ଼ିଶାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ମା’ ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ବରିଠାରେ ସଂଗ୍ରାମୀମାନଙ୍କ ପାଇଁ ଆଶ୍ରମ ସ୍ଥାପନା କରି ସ୍ଵାଧୀନତା ସଂଗ୍ରାମର ବାର୍ଭା ପ୍ରଚାର କରିଥିଲେ।ବରି ଆଶ୍ରମ ଥିଲା ସ୍ଵାଧୀନତା ସଂଗ୍ରାମର ଏକ ମହାନ୍ କର୍ମକ୍ଷେତ୍ର।

ଆସନ୍ତୁ ଆମେ ସମସ୍ତେ ଜାତି, ଧର୍ମ, ବର୍ଣ୍ଣ ଓ ଭାଷାକୁ ଭୁଲି ସ୍ନେହ ମମତାରେ ମାନବବାଦର ଧର୍ମ ନେଇ ବସୁଧୈବ କୁଟୁମ୍ବକମ୍‌ ମନ୍ତ୍ରରେ ଆମ ରାଜ୍ୟ ଓ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ମଜବୁତ୍ କରିବା ସହ ରାଷ୍ଟ୍ରର ଜାତୀୟ ସଂହତିକୁ ଅପୂଣ୍ଣ ରଖ୍ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ଯାଜପୁର ଜିଲ୍ଲାର ପ୍ରଗତିର ରଥକୁ ନବ ଦିଗନ୍ତରେ ପହଞ୍ଚାଇବାକୁ ସଂକଳ୍ପବଦ୍ଧ ହେବା‌ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ ଓ ଭାରପ୍ରାପ୍ତ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିଆଙ୍କ ସହ ଜିଲ୍ଲା ପ୍ରଶାସନ, ପ୍ରମୁଖ ଅଧିକାରୀ, କର୍ମଚାରୀ, ଜିଲ୍ଳାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ବିଭିନ୍ନ ଛାତ୍ର-ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ  ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମାଣ୍ଡର ମହେଶ ରାହାଙ୍ଗ୍‌ଲେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ ।

ରାଜ୍ୟପାଳ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡ୍‌ କମାଣ୍ଡର ଶ୍ରୀ ଶୁଭମ୍‌ ଭୋସଲେ ପରେଡ୍‌ ପରିଚାଳନା କରିଥିଲେ । ଦ୍ୱିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ୍‌ କୁମାର ନାୟକ ଏବଂ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ଜେନା ପରେଡ୍‌ ପରିଚାଳନାରେ ସହାୟତା କରିଥିଲେ ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୭ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୬ଟି ବେସାମରିକ ଦଳ ସମୁଦାୟ ୪୩ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ସମ୍ମିଳିତ ପରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

କଟକ ଚୌଦ୍ୱାର ସଂଗୀତ କଳା ସଂସଦ ପକ୍ଷରୁ ପାରମ୍ପରିକ ଘୋଡ଼ାନାଚ, ରାୟଗଡ଼ା ଜିଲ୍ଲା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ ଦ୍ୱାରା ଜନଜାତିମାନଙ୍କ ଢେମ୍‌ସା ନୃତ୍ୟ, କେନ୍ଦୁଝର ଜିଲ୍ଲାର ଆଦିମ ସଂସ୍କୃତି ସଂଗଠନ ପକ୍ଷରୁ ହୋ-ମୁଣ୍ଡା ନୃତ୍ୟ ଓ ସମ୍ବଲପୁରର ରଙ୍ଗଫରୁଆ ସଂଗଠନର କଳାକାରବୃନ୍ଦଙ୍କ ଦ୍ୱାରା ସମ୍ବଲପୁରୀ ଢାପ୍‌ ବଜନିଆଁ ନୃତ୍ୟ ପରିବେଷଣ ଉତ୍ସବକୁ ମନମୁଗ୍ଧ କରିଥିଲା।

ଏହା ପରେ ‘ସମୃଦ୍ଧ ଓଡ଼ିଶା-ଐତିହ୍ୟ ଏବଂ ବିକାଶ’ର ବାର୍ତ୍ତା ବହନ କରୁଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । ମହିଳା ଓ ଶିଶୁ ବିକାଶ (ସୁଭଦ୍ରା), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆୟୁଷ୍ମାନ ଆରୋଗ୍ୟ ମନ୍ଦିର), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (ଭୌଗୋଳିକ ସୂଚକାଙ୍କ ମାନ୍ୟତାପ୍ରାପ୍ତ ଉତ୍ପାଦ), ମିଶନ ଶକ୍ତି ବିଭାଗ (ଉଦ୍ୟୋଗିତା ମାଧ୍ୟମରେ ମହିଳା ସଶକ୍ତିକରଣ ଭାଗନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିଥିଲେ।

ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ସମୃଦ୍ଧ କୃଷକ ଯୋଜନା), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଗ୍ରାମୀଣ ବିକାଶ କ୍ଷେତ୍ରରେ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ (ଉନ୍ନତ ସହରାଞ୍ଚଳ ପରିବହନ ବ୍ୟବସ୍ଥା), ଦକ୍ଷତା ବିକାଶ ଏବଂ ବୈଷିୟକ ଶିକ୍ଷା ବିଭାଗ (ଦକ୍ଷତା ବୃଦ୍ଧି କ୍ଷେତ୍ରରେ ପାରଦର୍ଶିତା), ପର୍ଯ୍ୟଟନ ବିଭାଗ (ଐତିହ୍ୟ ଓ ପରିବେଶ ପର୍ଯ୍ୟଟନ), ବାଣିଜ୍ୟ ଓ ପରିବହନ ବିଭାଗ (ମଲଫିମୋଡ଼ାଲ ସଂଯୋଗ-ପରିବର୍ତ୍ତନଶୀଳ ଯାତ୍ରା) ଓ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗ (ମହାସାଗରରୁ ଟେବୁଲ୍‌ ପର୍ଯ୍ୟନ୍ତ..ଓଡ଼ିଶା ଚିଙ୍ଗୁଡ଼ିର ଯାତ୍ରା) ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଶ୍ରୀ ସୁରେନ୍ଦ୍ର କୁମାର, ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଶାସନ ସଚିବ, ବରିଷ୍ଠ ପୋଲିସ ଅଧିକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ ଓ ଶ୍ରୀ ବିନାୟକ ମିଶ୍ର ରାଜ୍ୟସ୍ତରୀୟ ପ୍ୟାରେଡ୍‌ କାର୍ଯ୍ୟକ୍ରମରେ ଧାରାବିବରଣୀ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକରେ ୭୬ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଦେଶର ୭୬ତମ ସାଧାରଣତନ୍ତ୍ର ଦିବସକୁ ଓଡିଶାରେ ଗର୍ବ ଏବଂ ଉତ୍ସାହର ସହିତ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକରେ ପତାକା ଉତ୍ତୋଳନ କରିଛନ୍ତି। ଜିଲ୍ଲା ସ୍ତରୀୟ ଉତ୍ସବରେ ସେ ଯୋଗ ଦେଇ ଏହି ଅବସରରେ ସେ ପରେଡର ଅଭିବାଦନ ଗ୍ରହଣ କରିଥିଲେ।

ସମାରୋହରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସ୍ଵାଧୀନ ଭାରତର ସାଂସ୍କୃତିକ ଓ ସାମାଜିକ ଉତ୍ଥାନରେ ଏହି ଦିନ ବିଶେଷ ଗୁରୁତ୍ୱ ବହନ କରେ। ୧୯୪୭ରେ ସ୍ଵାଧୀନତା ଏବଂ ୧୯୫୦ରେ ଗଣତନ୍ତ୍ର ପ୍ରତିଷ୍ଠା ମଧ୍ୟରେ ଏକ ମହାନ ସଂଘର୍ଷର କାହାଣୀ ରହିଛି।

ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ୍ ବାଜି ରାଉତ ଓ ଅନ୍ୟ ମହାନ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମଧ୍ୟ ସ୍ମରଣ କରିଛନ୍ତି।

ନୂତନ ଯୋଜନା ଘୋଷଣା: ରାଜ୍ୟର ମହିଳା ସଶକ୍ତିକରଣ ପାଇଁ “ସୁଭଦ୍ରା ଯୋଜନା” ଏବଂ କୃଷକମାନଙ୍କୁ ସମର୍ପିତ ଧାନ କିଣାର ଅର୍ଥାନୁଗତ ସହାୟତା ଯୋଜନାର ସଫଳତାର କଥାକୁ ସେ ଉପସ୍ଥାପନ କରିଛନ୍ତି। ଏହା ସହିତ ରାଜ୍ୟର ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ନୂଆ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯୋଜନାର ଦୃଷ୍ଟିକୋଣ: ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ରାଜ୍ୟର ଅର୍ଥନୀତିର ଉନ୍ନତି ପାଇଁ ଦକ୍ଷତା ଓ ଶିଳ୍ପର ସଂସ୍କୃତିକୁ ବ୍ୟାପକ ରୂପରେ ପ୍ରତିଷ୍ଠା କରାଯାଉଛି। ଖଣିଜ ସମ୍ପଦକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରି ଏକ ସମୃଦ୍ଧ ଓଡ଼ିଶା ଗଢ଼ିବା ଦିଗରେ ଆଗକୁ ଯିବାର ଆହ୍ବାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ଭାଇବ୍ରେଣ୍ଟ ଭିଲେଜ୍’ ଗ୍ରାମଗୁଡ଼ିକରୁ ଆସିଥିବା ବିଶିଷ୍ଟ ଅତିଥିମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଭୁବନେଶ୍ଵର: ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମ ଅଧିନରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ଗ୍ରାମରୁ ନୂଆଦିଲ୍ଲୀକୁ ଆସିଥିବା ବିଶିଷ୍ଟ ଅତିଥିମାନଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ସୀମା ପରିଚାଳନା ସଚିବ ଡ. ରାଜେନ୍ଦ୍ର କୁମାର, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଏବଂ ଭାରତ-ତିବ୍ଦତ ସୀମା ପୋଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମ ଆଭିମୁଖ୍ୟ ଏବଂ ଦୃଷ୍ଟିକୋଣରେ ପରିବର୍ତ୍ତନର ଏକ ପ୍ରତୀକ । ଏହି କାର୍ଯ୍ୟକ୍ରମ ଭାଇବ୍ରେଣ୍ଟ ଭିଲେଜ ଏବଂ ଦିଲ୍ଲୀ ମଧ୍ୟରେ ଥିବା ହୃଦୟ ଦୂରତାକୁ ଦୂର କରିବାର ଏକ କାର୍ଯ୍ୟକ୍ରମ ଏବଂ ଦୁର୍ଗମ ଏବଂ ସୀମାବର୍ତ୍ତି ଗ୍ରାମର ଲୋକଙ୍କ ମନରେ ଏକ ଭାବନା ସୃଷ୍ଟି କରେ ଯେ ସେମାନେ ସମସ୍ତେ ଭାରତର ଏକ ଅଭିନ୍ନ ଅଂଶ ଏବଂ ସମଗ୍ର ଭାରତ ସେମାନଙ୍କୁ ଗୁରୁତ୍ବ ଦେଉଛି । ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ଦେଶର ପ୍ରଥମ ଗାଁ ( ସୀମାନ୍ତ ଗାଁ) ରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପଠାନ୍ତି ଏବଂ ଦେଶର ଜାତୀୟ ଉତ୍ସବରେ ନିମନ୍ତ୍ରଣ କରି ଏହାର ଆୟୋଜନ କରନ୍ତି, ସେତେବେଳେ ତାହା ସେମାନଙ୍କ ମନରେ ଆବେଗିକ ସଂପର୍କ ସ୍ଥାପନ କରେ ଓ ହୃଦୟର ଦୂରତା ଶେଷ ହୋଇଯାଏ । ଶ୍ରୀ ଶାହା କହିଛନ୍ତି ଯେ ଗତ ୪ ବର୍ଷ ଧରି ଜାତୀୟ ଉତ୍ସବରେ ବିଭିନ୍ନ ଗ୍ରାମର ପ୍ରତିନିଧିଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଉଛି। ପ୍ରତିବର୍ଷ ଏଠାକୁ ଆସୁଥିବା ଲୋକମାନେ ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅତିଥି ଭାବେ ସମ୍ମାନର ସହ ଜାତୀୟ ମହୋତ୍ସବରେ ଭାଗ ନେବାର ସୁଯୋଗ ପାଇଥାନ୍ତି। ଏହା ଦେଶର ସୀମାନ୍ତ ଗାଁମାନଙ୍କ ପ୍ରତି ପରିବର୍ତ୍ତିତ ମନୋଭାବର ପ୍ରତିଫଳନ ।

ଅମିତ ଶାହ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ବିକାଶର ଏକ ସର୍ବାଙ୍ଗୀନ ଏବଂ ସମାବେଶୀ ଦୃଷ୍ଟିକୋଣ ସୃଷ୍ଟି ହୋଇଥିଲା, ଯାହା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକ ଏବଂ ଅଞ୍ଚଳକୁ ସ୍ପର୍ଶ କରୁଥିବା ଉପାୟରେ ବିକାଶ କରାଯାଏ । ଏହାର ଏକ ଉଦାହରଣ ଦେଇ ସେ କହିଥିଲେ ଯେ ଲଦାଖରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଶୀତଦିନେ ଡିଜେଲ ଜମାଟ ବାନ୍ଧିବା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଭାରତ ସରକାରଙ୍କ ତୈଳ କମ୍ପାନିଗୁଡ଼ିକୁ ନନ୍ ଫ୍ରିଜିଙ୍ଗ ଡିଜେଲ ଉପରେ ଗବେଷଣା ଓ ବିକାଶ ପାଇଁ ବଜେଟ୍ ଦିଆଯାଇଥିଲା। ଆଜି ଲଦାଖରେ ନନ୍ ଫ୍ରିଜ ଡିଜେଲ ଉପଲବ୍ଧ ହୋଇଛି। ଏସବୁ ଅଞ୍ଚଳର ସମସ୍ୟା ପ୍ରତି କେହି ଧ୍ୟାନ ଦେଲେ ହିଁ ଏପରି ସମାଧାନ ସମ୍ଭବ ହେବ ବୋଲି ସେ କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୧୭ରେ ନିଷ୍ପତ୍ତି ନିଆଯାଇଥିଲା ଯେ ସେନା ସମେତ ସମସ୍ତ ସୁରକ୍ଷା ବାହିନୀ ସୀମାବର୍ତ୍ତୀ ଗ୍ରାମରୁ କ୍ଷୀର, ଅଣ୍ଡା, ମାଛ ଏବଂ ପନିପରିବା କିଣିବେ ଯାହା ନିଯୁକ୍ତି ସୁଯୋଗ ପ୍ରଦାନ କରିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ହେଉଛି ସାମଗ୍ରିକ ବିକାଶର ଏକ ବହୁମୁଖୀ ଏବଂ ବହୁକ୍ଷେତ୍ରୀୟ କାର୍ଯ୍ୟକ୍ରମ। ଗାଁର ଭିତ୍ତିଭୂମି, ସଂସ୍କୃତି, ପର୍ଯ୍ୟଟନ, ଜୀବନ ଓ ଅର୍ଥନୈତିକ ପ୍ରଗତି ଦେଶର ଅନ୍ୟାନ୍ୟ ଅଞ୍ଚଳ ଭଳି ଗତିଶୀଳ ହେବା ଦରକାର। ସର୍ବାଙ୍ଗୀନ ବିକାଶ ସହ ଆଗକୁ ବଢ଼ିଲେ କେବଳ ବର୍ତ୍ତମାନ ଉନ୍ନତ ହେବ ନାହିଁ ବରଂ ଆଗାମୀ ପିଢ଼ି ମଧ୍ୟ ଉତ୍ତମ ପରିବେଶରେ ବଞ୍ଚିପାରିବେ ବୋଲି ସେ କହିଛନ୍ତି।

ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୫, ୨୦୨୩ରେ ଏହି କାର୍ଯ୍ୟକ୍ରମ ଘୋଷଣା କରିଥିଲେ ଏବଂ ଦେଶର ଉତ୍ତର ସୀମା କୁ ଲାଗିରହିଥିବା ୪୬ଟି ବ୍ଲକର ୬୬୨ଟି ଗାଁକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଯୋଜନା ପ୍ରଣୟନ ହେବା ପରେ କେନ୍ଦ୍ର ସରକାରଙ୍କ ୨୨ରୁ ଅଧିକ ମନ୍ତ୍ରୀ ୮ଟି ଜିଲ୍ଲା ଓ ୨୬ଟି ଗାଁ ଗସ୍ତ କରି ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତାରେ ସ୍ଥାନୀୟ ଅସୁବିଧା ଓ ମୌଳିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏହାବ୍ୟତୀତ ୯୨ ଜଣ ବରିଷ୍ଠ ଅଧିକାରୀ ୨୫୯ଟି ଗାଁ ପରିଦର୍ଶନ କରିସାରିଛନ୍ତି ଓ ଏହିପ୍ରକାରେ ପ୍ରତ୍ୟେକ ଗାଁରେ ପହଞ୍ଚିବାକୁ ଉଦ୍ୟମ କରାଯାଇଛି ବୋଲି ସେ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ୬୬୨ଟି ଗ୍ରାମ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମୀକ୍ଷା କରାଯାଇଥିଲା ଓ ରିପୋର୍ଟକୁ  ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିଲା। ଏହି ରିପୋର୍ଟ ଆଧାରରେ ୬୨୬ଟି ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ସେହିପରି ୯୦୧ଟି ନିଯୁକ୍ତି ସମ୍ବନ୍ଧୀୟ ପ୍ରକଳ୍ପ ଆରମ୍ଭ ହୋଇଛି। ଏହା ସହ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶକ୍ତି, ସମବାୟ ଏବଂ ଖଦି ଓ ଗ୍ରାମୋଦ୍ୟୋଗ ଆଦି ପାଇଁ ୫୫୬ କୋଟି ଟଙ୍କାର ଯୋଜନା କରାଯାଇଛି।

ଶ୍ରୀ ଶାହା କହିଛନ୍ତି ଯେ ୨୪୦୦ କୋଟି ଟଙ୍କା ବ୍ୟୟରେ ୧୧୩ଟି ରାସ୍ତା ଓ ୮ଟି ଲୋ ସସ୍ପେନ୍ସନ୍ ବ୍ରିଜ୍ ନିର୍ମାଣ କରାଯାଇଛି ଏବଂ ଜୁନ୍ ୨୦୨୫ ସୁଦ୍ଧା ୩୬୨ଟି ଗାଁକୁ ୪ଜି ସଂଯୋଗ ମିଳିବ। ୬୬୨ଟି ଗାଁ ମଧ୍ୟରୁ ୪୭୪ଟି ଗାଁକୁ ଗ୍ରୀଡ୍ ଓ ୧୨୭ଟି ଗାଁକୁ ଅଫ୍ ଗ୍ରିଡ୍ ବିଦ୍ୟୁତୀକରଣ କରାଯାଇଥିବା ବେଳେ ୨୩୮ କୋଟି ଟଙ୍କା ବିନିଯୋଗରେ ୪୩ଟି ନୂଆ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରାଯାଇଛି। ୪୮ କୋଟି ଟଙ୍କା ବ୍ୟୟରେ ୧୦୨ଟି ପ୍ରକଳ୍ପରୁ ଭ୍ୟୁ ପଏଣ୍ଟ, ଦୁଃସାହସିକ ପର୍ଯ୍ୟଟନ, ପରିବେଶ ବିଜ୍ଞାନ ଓ ପର୍ଯ୍ୟଟନ କେନ୍ଦ୍ରର ବିକାଶ କରାଯାଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ପ୍ରଥମ ୬୬୨ଟି ଗାଁ ମଧ୍ୟରୁ ୫୭୦ଟି ଗାଁରେ ପୂର୍ବରୁ ବ୍ୟାଙ୍କ ନଥିବା ବେଳେ ମୋଦୀ ସରକାର ମଧ୍ୟ ଏଭଳି ଗାଁକୁ ବ୍ୟାଙ୍କ ସହ ଯୋଡ଼ିବା ପାଇଁ କାମ କରିଛନ୍ତି।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାର ଭାଇବ୍ରେଣ୍ଟ ଭିଲେଜରେ ରହୁଥିବା ଲୋକଙ୍କ ଉତ୍ତମ ଜୀବନ ପାଇଁ ସମସ୍ତ ପ୍ରାଥମିକ ସୁବିଧା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାରୀ ଯୋଜନାଗୁଡ଼ିକୁ ବଟମ୍-ଟୁ-ଟପ୍ ଆଭିମୁଖ୍ୟ ସହିତ ଶତ ପ୍ରତିଶତ ସାଚୁରେସନ୍ ହାସଲ କରି ଭୌତିକ, ଡିଜିଟାଲ୍ ଏବଂ ହୃଦୟର ଦୂରତ୍ବକୁ ଯୋଡିବାକୁ  ପ୍ରୟାସ କରାଯାଇଛି। ଭାଇବ୍ରେଣ୍ଟ ଭିଲେଜର ଅତିଥିମାନଙ୍କୁ ଗୃହମନ୍ତ୍ରୀ କହିଥିଲେ ଯେ ସେମାନେ ନିଜ ଗାଁକୁ ଫେରି ବାର୍ତ୍ତା ଦିଅନ୍ତୁ ଯେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଭାଇବ୍ରେଣ୍ଟ ଭିଲେଜର ଲୋକଙ୍କ ପ୍ରତି ବହୁତ ଭଲ ପାଇବା ଅଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ନିୟମ ଅନୁସାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ। ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ।

ଏହି ରାଜ୍ୟସ୍ତରୀୟ ପରେଡରେ ଓଡ଼ିଶା ଅଗ୍ନିଶମ ବାହିନୀ ଓ ସିଆରପିଏଫ ସାଂସ୍କୃତିକ ବ୍ୟାଣ୍ଡ ମଧ୍ୟ ପରିବେଷଣ ହେବ। ସେହିପରି ବିଏସଏଫ, ଆଇଟିବିପି, ସିଆରପିଏଫ,ଆରପିଏଫ, ଆଇଏନଏସ ଚିଲିକା ସମେତ ଓଡ଼ିଶା ପୁଲିସର ଟିମ୍ ମଧ୍ୟ ପରେଡରେ ସାମିଲ ହେବେ। ଚଳିତବର୍ଷ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବ।

ସେହିପରି ଅନ୍ୟମନ୍ତ୍ରୀମାନେ ଜିଲ୍ଲା ସ୍ତରୀୟ ପାରେଡରେ ଯୋଗ ଦେବେ। ଗୃହ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ପତାକା ଉତ୍ତୋଳନ କରିବେ

କେଭି ସିଂହଦେଓ-ପୁରୀ

ପ୍ରଭାତୀ ପରିଡ଼ା-ଖୋର୍ଦ୍ଧା

ସୁରେଶ ପୂଜାରୀ-ସୁନ୍ଦରଗଡ଼

ରବିନାରାୟଣ ନାଏକ-ସୋନପୁର

ନିତ୍ୟାନନ୍ଦ ଗଣ୍ଡ-କୋରାପୁଟ

କୃଷ୍ଣଚନ୍ଦ୍ର ପାତ୍ର-ଜଗତସିଂହପୁର

ପୃଥ୍ୱୀରାଜ ହରିଚନ୍ଦନ-ଯାଜପୁର

ମୁକେଶ ମହାଲିଙ୍ଗ-ରାୟଗଡ଼ା

ବିଭୂତିଭୂଷଣ ଜେନା-ଗଜପତି

କୃଷ୍ଣଚନ୍ଦ୍ର ମହାପାତ୍ର-ବାଲେଶ୍ୱର

ଗଣେଶରାମ ଖୁଂଟିଆ-କେନ୍ଦୁଝର

ସୂର୍ଯ୍ୟବଂଶୀ ସୂରଜ-ନୂଆପଡ଼ା

ପ୍ରଦୀପ ବଳ ସାମନ୍ତ-ଢ଼େଙ୍କାନାଳ

ଗୋକୁଳାନନ୍ଦ ମଲ୍ଲିକ-ମାଲକାନଗିରି

ସମ୍ପଦ ଚନ୍ଦ୍ର ସ୍ୱାଇଁ- ନୟାଗଡ଼

ଅନ୍ୟାନ୍ୟ ଜିଲ୍ଲାରେ ଆରଡିସି କିମ୍ବା ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଲ୍ଲୀରେ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ କେନ୍ଦ୍ରାପଡାର କମଳା ମହାରଣାଙ୍କୁ ନିମନ୍ତ୍ରଣ

କେନ୍ଦ୍ରାପଡା: ଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଯୋଗ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଗୁଲନଗର ପଂଚାୟତ ଅନ୍ତର୍ଗତ ଖଇରାବାଦ ଗ୍ରାମର ବୟସ୍କ ମହିଳା କମଳା ମହାରଣାଙ୍କୁ ନିମନ୍ତ୍ରଣ କରାଯାଇଛି। କମଳା ମହାରଣା ନିମନ୍ତ୍ରଣକୁ ସାଦରେ ଗ୍ରହଣ କରିଛନ୍ତି। ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତି ସାରିଛନ୍ତି।

କମଳା ମହାରଣା ଜଣେ ଏପରି ମହିଳା ତାଙ୍କ କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଂଶସା କରିସାରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବେଳେ କମଳାଙ୍କୁ ଭେଟି ତାଙ୍କ ସମ୍ମାନ ବଢାଇଥିଲେ ପ୍ରଧାନମନ୍ତ୍ରୀ। ଆବର୍ଜନା ବସ୍ତୁରୁ ସଂଗୃହୀତ କଂଚା ମାଲରେ ସେ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରି ଚର୍ଚାର ପରିସରକୁ ଆସିଥିଲେ। କେବଳ ଏତିକି ନୁହେଁ ଏହି କାର୍ଯ୍ୟ ପାଇଁ ସେ ବିଭିନ୍ନ ସ୍ତରରେ ପ୍ରଶଂସା ସାଉଁଟିବା ସହ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। କମଳାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟମହିଳାମାନେ ମଧ୍ୟ ତାଙ୍କ ଠାରୁ ଏହି କୌସଳ ଆହରଣ କରୁଛନ୍ତି।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରିଛନ୍ତି। ସୁଯୋଗ ମିଳିଲେ ସେ ପ୍ରସତୁତ କରିଥିବା ଉପହାର ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ମନସ୍ଥ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଟାରୁ କିଛି ଜ୍ଞାନ ଆହରନ କରିବା ପାଇଁ ଲକ୍ଷ ରଖିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ସାଙ୍ଗରେ ଯିବା ପାଇଁ ନିମନ୍ତ୍ରଣ ମିଳିଛି।

ତେବେ ଅସୁସ୍ଥତା ଯୋଗୁ ତାଙ୍କ ସ୍ୱାମୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ସାନଗରେ ଦିଲୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ପ୍ରଥମେ ଭିଜୁଆଲ ତା ପରେ ବାଇଟ ରହିଛୀ। ବାଇଟ- କମଳା ମହାରଣା ବିଶେଷ ଦ୍ରଷ୍ଟବ୍ୟ- ୨୧ ତାରିଖ ଦିନ ଗୋଲୋରହାଟର ଲକ୍ଷପତି ଦିଦି ରେଶମା ବେଗମ,ଲକ୍ଷ୍ମୀନାରାୟଣପୁର ସରପଂଚ ଅରକ୍ଷିତ କାଣ୍ଡି,ବେଣୀପୁର ସରପଂଚ ମୋହନ ସାହୁଙ୍କ ଷୋ୍ଟରୀ ପଠାସରିଛି। ଏମାନଙ୍କୁ ଛାଡି ଅନ୍ୟମାନେ ଦିଲିଗସ୍ତରେ ଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୯୪୨ ଜଣଙ୍କୁ ସାହସିକତା/ସେବା ପଦକ ପ୍ରଦାନ: ଜାଣନ୍ତୁ ଓଡିଶାରୁ କେତେ?

ଭୁବନେଶ୍ଵର: ୨୦୨୫ ଗଣତନ୍ତ୍ର ଦିବସ ଅବସରରେ ମୋଟ ୯୪୨ ଜଣ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ନାଗରିକ ସୁରକ୍ଷା (ଏଚଜି ଓ ସିଡି) ଏବଂ ସଂଶୋଧନ ସେବା କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯାଇଛି।

ଓଡ଼ିଶାରୁ ୬ ଜଣ ସୁରକ୍ଷା କର୍ମୀଙ୍କୁ ସାହସିକତା ପଦକ ମିଳିବ। ସେହିପରି ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରିବାକୁ ମନୋନିତ କରାଯାଇଛି। ସାହସିକତା ପଦକ ପାଇଁ ମନୋନିତ ଓଡ଼ିଶାର ୬ ଜଣ ପଦକ ବିଜେତା ହେଲେ ସବଇନ୍ସପେକ୍ଟର ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ ଓ ଉମେଶ ମୁଣ୍ଡା, କନଷ୍ଟେବଳ ପୀତାମ୍ବର ସତନାମୀ, କବିଚନ୍ଦ୍ର ରାଉତ ଏବଂ ସୁଶାନ୍ତ କୁମାର ସାଗର।

ବିଶିଷ୍ଟ ସେବା ପାଇଁ ମନୋନିତ ଓଡ଼ିଶାର ଦୁଇ ପଦକ ବିଜେତା ହେଲେ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ସାମଲ ଏବଂ କନେଷ୍ଟବଳ ସତ୍ୟବାଦୀ ମଲ୍ଲିକ।

ଅନ୍ୟପକ୍ଷରେ ସବଇନ୍ସପେକ୍ଟର ସେଖ ଅବଦୁଲ ଫୟାଜ, ଏଏସଆଇ ଶରତ ଚନ୍ଦ୍ର ବେହେରା, ତେଜ ବାହାଦୂର ଗୁରୁଙ୍ଗ, କନଷ୍ଟେବଳ ପାରିତୋଷ ମଣ୍ଡଳ, ମହମ୍ମଦ ତୋସିଫ ରବାନି, ତ୍ରିଲୋଚନ ବୁଧିଆ, ନରେନ୍ଦ୍ର କୁମାର ଚୌଧୁରୀ, ହାବିଲଦାର ଅତୁଲ କୁମାର ବିଶ୍ୱାଳ, ମନୋଜ କୁମାର ଜେନା, ଜୟନ୍ତୀ ସୁନା ଏବଂ ଦେବପ୍ରସାଦ ମହାନ୍ତି ଉଲ୍ଲେଖନୀୟ ସେବା ପଦକ ପାଇବେ।

ସାହସିକତା ପଦକ

ପଦକର ନାମ ମିଳିଥିବା ପଦକ ସଂଖ୍ୟା
ସାହସିକତା ପାଇଁ ପଦକ (ଜିଏମ) ୯୫*

ପୁଲିସ ସେବା – ୭୮ ଏବଂ ଅଗ୍ନି ସେବା – ୧୭

ସାହସିକତା ପଦକ (ଜିଏମ) ଯଥାକ୍ରମେ ଜୀବନ ଓ ସମ୍ପତ୍ତି ବଞ୍ଚାଇବା କିମ୍ବା ଅପରାଧକୁ ରୋକିବା କିମ୍ବା ଅପରାଧୀମାନଙ୍କୁ ଗିରଫ କରିବାରେ ବିରଳ ବିଶିଷ୍ଟ ସାହସିକତା କାର୍ଯ୍ୟ ଏବଂ ଉଲ୍ଲେଖନୀୟ ସାହସିକତା କାର୍ଯ୍ୟ ଆଧାରରେ ପ୍ରଦାନ କରାଯାଏ ଯାହାକୁ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି ଆକଳନ କରାଯାଏ।

୯୫ଟି ସାହସିକତା ପଦକ ମଧ୍ୟରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୨୮ଜଣ କର୍ମଚାରୀ, ଜାମ୍ମୁ-କାଶ୍ମୀର ଅଞ୍ଚଳର ୨୮ ଜଣ କର୍ମଚାରୀ, ଉତ୍ତର-ପୂର୍ବର ୩ ଜଣ କର୍ମଚାରୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ୩୬ଜଣ କର୍ମଚାରୀଙ୍କୁ ସେମାନଙ୍କ ସାହସିକ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଉଛି।

ସାହସିକତା ପାଇଁ ପଦକ (ଜିଏମ):-ସାହସିକତା ପାଇଁ ୯୫ଟି ପଦକ (ଜିଏମ) ମଧ୍ୟରୁ ୭୮ ଜଣ ପୁଲିସ୍ କର୍ମଚାରୀ ଏବଂ ୧୭ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଯଥାକ୍ରମେ ଜିଏମ ପ୍ରଦାନ କରାଯାଇଛି।

ସେବା ପଦକ

ସେବାରେ ସ୍ୱତନ୍ତ୍ର ବିଶିଷ୍ଟ ରେକର୍ଡ ପାଇଁ ବିଶିଷ୍ଟ ସେବା ଲାଗି ରାଷ୍ଟ୍ରପତି ପଦକ (ପିଏସଏମ) ପ୍ରଦାନ କରାଯାଇଥାଏ ଏବଂ ସମ୍ବଳ ଓ କର୍ତ୍ତବ୍ୟ ପ୍ରତି ସମର୍ପଣ ଦ୍ୱାରା ଚିହ୍ନିତ ମୂଲ୍ୟବାନ ସେବା ନିମନ୍ତେ ପଦକ (ଏମଏସଏମ) ପ୍ରଦାନ କରାଯାଇଥାଏ।

୧୦୧ଟି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (ପିଏସଏମ) ମଧ୍ୟରୁ ୮୫ଟି ପୁଲିସ ସେବା, ୫ଟି ଅଗ୍ନିଶମ ସେବା, ୭ଟି ନାଗରିକ ସୁରକ୍ଷା ଓ ଗୃହରକ୍ଷୀ ସେବା ଏବଂ ୪ଟି ସଂଶୋଧନ ସେବା ପାଇଁ ପ୍ରଦାନ କରାଯାଇଛି।

୭୪୬ଟି ଉଲ୍ଲେଖନୀୟ ସେବା ପଦକ (ଏମଏସଏମ) ମଧ୍ୟରୁ ୬୩୪ଟି ପୁଲିସ ସେବା, ୩୭ଟି ଅଗ୍ନିଶମ ସେବା, ୩୯ଟି ନାଗରିକ ସୁରକ୍ଷା ଓ ଗୃହରକ୍ଷୀ ସେବା ଏବଂ ୩୬ଟି ସଂଶୋଧନ ସେବା ପାଇଁ ପ୍ରଦାନ କରାଯାଇଛି।

ବିଭିନ୍ନ ସେବା ପାଇଁ ମିଳିଥିବା ପଦକ

ପଦକର ନାମ ପୁଲିସ ସେବା

 

ଅଗ୍ନିଶମ ସେବା ନାଗରିକ ସୁରକ୍ଷା ଓ ଗୃହରକ୍ଷୀ ସେବା ସଂଶୋଧନ ସେବା ମୋଟ
ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (ପିଏସଏମ)

(ମୋଟ୍‌ ମିଳିଥିବା ପଦକ:୧୦୧)

 

 

୮୫ ୦୫ ୦୭ ୦୪ ୧୦୧
ଉଲ୍ଲେଖନୀୟ ସେବା ପାଇଁ ପଦକ (ଏମଏସଏମ)

(ମୋଟ୍‌ ପଦକ ସଂଖ୍ୟା :୭୪୬)

 

 

୬୩୪ ୩୭ ୩୯ ୩୬ ୭୪୬

ନିମ୍ନରେ ପଦକ ହାସଲକାରୀଙ୍କ ତାଲିକା ଦିଆଯାଇଛି ।

କ୍ରଂସଂ ବିଷୟ

 

ପଦକ ହାସଲକାରୀଙ୍କ ସଂଖ୍ୟା ସଂଲଗ୍ନକ

 

1 ସାହସିକତା ପାଇଁ ପଦକ (ଜିଏମ) ୯୫ ତାଲିକା -I

 

2 ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (ପିଏସଏମ) ୧୦୧ ତାଲିକା -II
3 ଉଲ୍ଲେଖନୀୟ ସେବା ପାଇଁ ପଦକ (ଏମଏସଏମ) ୭୪୬ ତାଲିକା -III

 

4 ପଦକ ବିଜେତାମାନଙ୍କର ରାଜ୍ୟ/ବାହିନୀ ୱାରୀ ତାଲିକା ତାଲିକା ଅନୁଯାୟୀ ତାଲିକା -IV

 

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀର ସାଧାରଣତନ୍ତ୍ର ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ୬୦୦ରୁ ଊର୍ଦ୍ଧ୍ୱ ପଂଚାୟତ ପ୍ରତିନିଧି

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବା ପାଇଁ ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୬୦୦ରୁ ଊର୍ଦ୍ଧ୍ୱ ପଂଚାୟତ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ନିଜ ନିଜ ପଂଚାୟତରେ ବିଭିନ୍ନ ସରକାରୀ ଯୋଜନାକୁ ସଫଳ ରୂପାୟନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସ୍ୱତନ୍ତ୍ର ଅତିଥିମାନଙ୍କୁ ମନୋନୀତ କରାଯାଇଛି। ହର ଘର ଜଲ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଇନ୍ଦ୍ରଧନୁଷ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା, ପିଏମ ମୁଦ୍ରା ଯୋଜନା, ପିଏମ ବିଶ୍ୱକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, କିଷାନ କ୍ରେଡିଟ କାର୍ଡ ଯୋଜନା ପରି ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଇ ସଫଳତା ପାଇଥିବା ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଜଳ ଓ ପରିମଳ ପରି ବିଭିନ୍ନ କ୍ଷେତ୍ରରେ ନିଜ ନିଜ ଅଂଚଳରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିତ୍ୱ ଏହି ଅବସରରେ ଆମନ୍ତ୍ରିତ ହୋଇଛନ୍ତି। ସାଧାରଣତନ୍ତ୍ର ଦିବସରେ ନିଜ ନିଜ ପରିବାର ସହ ଏହି ପଂଚାୟତ ନେତାମାନେ ପରେଡ ଦେଖିବାକୁ ସୁଯୋଗ ପାଇବେ ବୋଲି ସୂଚିତ କରାଯାଇଛି। କର୍ମ କ୍ଷେତ୍ରରୁ କର୍ତବ୍ୟପଥ ଆଡକୁ ଅଗ୍ରସର ହେବା ପାଇଁ ଏହା ଏକ ଆହ୍ୱାନ ବୋଲି କୁହାଯାଇଛି।

ନୂଆଦିଲ୍ଲୀର ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅଫିସର୍ସ ଇନଷ୍ଟିଚ୍ୟୁଟଠାରେ ୨୫ ଜାନୁୟାରୀରେ ଏହି ପଂଚାୟତ ନେତାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଏହି ଅବସରରେ ଗ୍ରାମୋଦୟ ସଂସ୍କରଣ ମାଗାଜିନର ପଂଚଦଶ ସଂସ୍କରଣ ଉନ୍ମୋଚିତ ହେବା ସହ ନୋ ୟୁଅର କନଷ୍ଟିଚ୍ୟୁସନ କୁଇଜ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ଗତବର୍ଷ ସମ୍ବିଧାନ ଦିବସ ଉପଲକ୍ଷେ ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଏହି କୁଇଜ ପ୍ରତିଯୋଗିତା ହୋଇଥିଲା । କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ରାଜୀବ ରଂଜନ ସିଂ ଓରଫ ଲଲନ ସିଂ, ପଂଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି.ସିଂ ବାଘେଲ, ପଂଚାୟତିରାଜ ସଚିବ ବିବେକ ଭରଦ୍ୱାଜ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆସନ୍ତା ଜାନୁଆରୀ 26 ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ନିୟମ ଅନୁସାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ । ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ।

ଏହି ରାଜ୍ୟସ୍ତରୀୟ ପରେଡରେ ଓଡ଼ିଶା ଅଗ୍ନିଶମ ବାହିନୀ ଓ ସିଆରପିଏଫ ସାଂସ୍କୃତିକ ବ୍ୟାଣ୍ଡ ମଧ୍ୟ ପରିବେଷଣ ହେବ । ସେହିପରି ବିଏସଏଫ, ଆଇଟିବିପି, ସିଆରପିଏଫ,ଆରପିଏଫ, ଆଇଏନଏସ ଚିଲିକା ସମେତ ଓଡ଼ିଶା ପୁଲିସର ଟିମ୍ ମଧ୍ୟ ପରେଡରେ ସାମିଲ ହେବେ । ଚଳିତବର୍ଷ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବ ।

ସେହିପରି ଅନ୍ୟମନ୍ତ୍ରୀମାନେ ଜିଲ୍ଲା ସ୍ତରୀୟ ପାରେଡରେ ଯୋଗ ଦେବେ। ଗୃହ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ପତାକା ଉତ୍ତୋଳନ କରିବେ

କେଭି ସିଂହଦେଓ-ପୁରୀ

ପ୍ରଭାତୀ ପରିଡ଼ା-ଖୋର୍ଦ୍ଧା

ସୁରେଶ ପୂଜାରୀ-ସୁନ୍ଦରଗଡ଼

ରବିନାରାୟଣ ନାଏକ-ସୋନପୁର

ନିତ୍ୟାନନ୍ଦ ଗଣ୍ଡ-କୋରାପୁଟ

କୃଷ୍ଣଚନ୍ଦ୍ର ପାତ୍ର-ଜଗତସିଂହପୁର

ପୃଥ୍ୱୀରାଜ ହରିଚନ୍ଦନ-ଯାଜପୁର

ମୁକେଶ ମହାଲିଙ୍ଗ-ରାୟଗଡ଼ା

ବିଭୂତିଭୂଷଣ ଜେନା-ଗଜପତି

କୃଷ୍ଣଚନ୍ଦ୍ର ମହାପାତ୍ର-ବାଲେଶ୍ୱର

ଗଣେଶରାମ ଖୁଂଟିଆ-କେନ୍ଦୁଝର

ସୂର୍ଯ୍ୟବଂଶୀ ସୂରଜ-ନୂଆପଡ଼ା

ପ୍ରଦୀପ ବଳ ସାମନ୍ତ-ଢ଼େଙ୍କାନାଳ

ଗୋକୁଳାନନ୍ଦ ମଲ୍ଲିକ-ମାଲକାନଗିରି

ସମ୍ପଦ ଚନ୍ଦ୍ର ସ୍ୱାଇଁ- ନୟାଗଡ଼

ଅନ୍ୟାନ୍ୟ ଜିଲ୍ଲାରେ ଆରଡିସି କିମ୍ବା ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ପାଇଁ କୁହାଯାଇଛି.

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରାପଡାର ୩ ଜଣଙ୍କୁ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡକୁ ନିମନ୍ତ୍ରଣ

ଭୁବନେଶ୍ଵର: ଦିଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଚଳିତବର୍ଷର ଜାନୁଆରୀ ୨୬ ଜନରାଜ୍ୟ ପରେଡ ଦେଖିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲକ୍ଷପତି ଦିଦି ମହିଳା ଓ ଦୁଇ ଜଣ ସରପଂଚଙ୍କୁ ଭାରତ ସରକାର ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ କରିଛନ୍ତି। ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣବିଭାଗ ପକ୍ଷରୁ ବିଭାଗୀୟ ନିର୍ଦ୍ଦେସକ ସୁରେନ୍ଦ୍ର କୁମାର ମୀନାଙ୍କ ନିକଟରୁ ଚିଠି ସମ୍ବଳିତ ନିମନ୍ତ୍ରଣ ପତ୍ର ସେମାନଙ୍କ ନିକଟରେ ପହଚିଁଛି।

ନିମନ୍ତ୍ରଣ ପତ୍ର ପାଇଥିବା ଲକ୍ଷପତି ମହିଳା ଦିଦି ହେଉଛନ୍ତି ଗୋଲୋରହାଟ ପଂଚାୟତର ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପର ସଂପାଦିକା ରେଶମା ବେଗମ୍। ନିଜସ୍ୱ ପ୍ରୟାସରେ ସେ ସିଲାଇ ମେସିନପକାଇ ବିଭିନ୍ନ କପଡା ପୋଷାକ ଏବଂ ଅନ୍ୟ ଦୈନିକ ବ୍ୟବହାର୍ଯ୍ୟ ଯୋଗ୍ୟ କପଡା ସାମଗ୍ରୀ ନିର୍ମାଣ କରି ନିଜେ ଆତ୍ମ ସ୍ୱାବଲମ୍ବୀ ହେବା ସହ ୫୦ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାମାନଙ୍କୁ ସିଲାଇ ମେସିନ ତାଲିମ ଦେଇ ଆତ୍ମସ୍ୱାବଲମ୍ବୀ କରିପାରିଛନ୍ତି ରେଶମା ବେଗମ୍। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରି ରାଜ୍ୟ ସ୍ତରରେ ସରକାରଙ୍କ ଠାରୁ ଅନେକବାର ସମ୍ମାନିତ ହୋଇଛନ୍ତି।

ଏହି ଗ୍ରୁପର ଉତ୍ପାଦିତ ଏମ୍ବ୍ରୋଡରୀ କାର୍ଯ୍ୟ ସାରାଦେଶରେ ପ୍ରସିଦ୍ଧି ଲାଭ କରିଛି। ତାଙ୍କର ସଫଳ କାହାଣୀ ଯୋଗୁଁ ସେ ବେଶ ଚର୍ଚ୍ଚିତ। ତାଙ୍କ ସାମାଜିକ କର୍ତବ୍ୟବୋଧକୁ ଦୃଷ୍ଟିରେ ରଖୀ ସରକାର ତାଙ୍କୁ ସ୍ୱତନ୍ତ୍ର ଅତିଥିଭାବେ ଦିଲୀ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ନିମନ୍ତ୍ରଣ କରିବା କାର୍ଯ୍ୟ ପାଇଁ ସେ ବେଶ ଗର୍ବିତ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ସ୍ୱମୀ ସୋଲେମନଙ୍କ ସହ ଦିଲୀ ଯାତ୍ରା କରିବେ ବୋଲି ନିମନ୍ତ୍ରଣ ଆସିଛି ଏବଂ ସେଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଯଦି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ମିଶିବାର ସୁଯୋଗ ମିଳେ ତେବେ ସେ ନିଜର ସିଲାଇ ମେସିନ ଦ୍ୱାରା ନିର୍ମିତ କପଡା ସାମଗ୍ରୀ ଉପହାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି ତଥା ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ କରିବାର ଆଶା ରଖିଛନ୍ତି।

ରେଶମାଙ୍କ ପରି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣ ପୁର ପଂଚାୟତର ସରପଂଚ ଅରକ୍ଷିତ କାଣ୍ଡି ଏବଂ ବେଣୀପୁର ପଂଚାୟତର ସରପଂଚ ମୋହନ ଚରଣ ସାହୁଙ୍କୁ ମଧ୍ୟ ସପତ୍ନୀକ ଦିଲୀ କର୍ତବ୍ୟପଥ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ ମିଳିଛି। ନିଜ ପଂଚାୟତରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ହରଘର ଜଳ ଯୋଜନା,ସ୍ୱାସ୍ଥ୍ୟବୀମା ଯୋଜନା ପରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ କରାଯାଇପାରିଛି।

ଏହି ସବୁ ମାପଦଣ୍ଡକୁ ଆଧାର କରି ଏହି ଦୁଇ ପଂଚାୟତର ସରପଂଚଙ୍କୁ ଦୀଲୀ ପ୍ୟାରେଡ ଦେଖିବବା ପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣ ମିଳିଛି। ସେମାନଙ୍‌କୁ ନିମନ୍ତ୍ରଣ ପତ୍ର ମିଳିଥିବାରୁ ସେମାନେ ଗର୍ବୀତ ଅନୁଭବ କରୁଛନ୍ତି। ସେଠାରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସେମାନେ ମତବିନିମୟ କରିବେ ବୋଲି ସୂଚନା ଦେଇଛନ୍ତି।