Categories
ଜାତୀୟ ଖବର ବିଶେଷ ଖବର

ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ପ୍ରମୁଖ ଆକର୍ଷଣ

ନୂଆଦିଲ୍ଲୀ: ଆଜି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କର ମୁଖ୍ୟ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲା। ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦେ ଭାରତମ୍ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କରାଯାଇଥିଲା।

ଏଥିରେ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରୁ ମନୋନୀତ 479 କଳାକାର ‘ନାରୀ ଶକ୍ତି’ ଥିମ୍ ଉପରେ ସମଗ୍ର ଦେଶରେ ଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗ୍ରାଣ୍ଡ୍ ପ୍ୟାରେଡ୍ ସମୟରେ କଳାକାରମାନେ ସେମାନଙ୍କର ଚିତ୍ତାକର୍ଷକ ଏବଂ ସ୍ବତନ୍ତ୍ର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।

ଏକ ଭାରତରେ ବିବିଧ ସାଂସ୍କୃତିକ ତଥା କଳା ଐତିହ୍ୟ ଏହି ପଥରେ ପ୍ରଦର୍ଶିତ ହୋଇଥିଲା। ବନ୍ଦେ ଭାରତମ୍ କାର୍ଯ୍ୟକ୍ରମ ପାଇଁ ସଂଗୀତ ରଜା ଭବଥରିନୀ ଏବଂ ଆଲୋକନନ୍ଦ ଦାସ ଗୁପ୍ତା ରଚନା କରିଥିଲେ। ଏଥିରେ ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଏବଂ ସମସାମୟିକ ଜାଜ୍ ସଂଗୀତର ମିଶ୍ରଣରେ ଏହା ପ୍ରସ୍ତୁତ କରାଯାଇଥିଲା।

ସଂସ୍କୃତି ମନ୍ତ୍ରଣାଳୟର ‘ଶକ୍ତି ରୂପେଣଂ ସଂସ୍ଥିତା’ ଶୀର୍ଷକ ଏକ ରଙ୍ଗୀନ ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଜ୍ଞାପନ ମେଢ ଦେବୀଙ୍କ ‘ଶକ୍ତି’ ରୂପ ଉପରେ ଆଧାରିତ ଥିଲା। ଦେବୀମାନଙ୍କ ଉପରେ ଆଧାରିତ  ଅନେକ ଲୋକ ନୃତ୍ୟ ଏହି ମେଢରେ ପ୍ରଦର୍ଶିତ କରାଯାଇଥିଲା।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ମିଳିତ ସହଯୋଗରେ ବନ୍ଦେ ଭାରତମ୍ ନୃତ୍ୟ ମହୋତ୍ସବ’ ଆୟୋଜିତ ହୋଇଥିଲା। ଏହା ଏକ ସମଗ୍ର ଭାରତ ନୃତ୍ୟ ମହୋତ୍ସବ, ଯାହା ନୃତ୍ୟ ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ସ୍ପନ୍ଦନକୁ ପ୍ରତିଫଳିତ କରିବା, ଲୋକମାନଙ୍କ ମଧ୍ୟରେ ‘ଏକ ଭାରତ ଶ୍ରଦ୍ଧା ଭାରତ’ର କୁ ପ୍ରୋତ୍ସାହିତ କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର

୭୪ତମ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ଆଜି ସାରା ଦେଶ ୭୪ତମ ଗଣତନ୍ତ୍ର ଦିବସ ପାଳନ କରିଛି। ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ହେବା ପରେ ସେ ଏହି ପତାକା ଉତ୍ତୋଳନ ପ୍ରଥମେ କରିଛନ୍ତି।

ଏହି ଜାତୀୟ ଦିବସରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଗଣତନ୍ତ୍ର ଦିବସ ପରେଡରେ ଦେଶର ବିଭିନ୍ନ ସାମରିକ କାର୍ଯ୍ୟକଳାପ, ସାଂସ୍କୃତିକ ବିବିଧତା, ଆତ୍ମନିର୍ଭରଶୀଳ ପଦକ୍ଷେପ, ମହିଳା ସଶକ୍ତିକରଣ ଏବଂ ଏକ ‘ନୂତନ ଭାରତ’ର ଆବିର୍ଭାବ ପ୍ରଭୃତି ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା।

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ ଗସ୍ତରେ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଉପରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ।

ରାଷ୍ଟ୍ରପତି ମୁର୍ମୁ ଜାତୀୟ ପତାକା ଉତ୍ତୋଳନ ପରେ ୨୧ ତୋପ ସଲାମି ଅଭିବାଦନ ସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏଥର ୨୧ ତୋପ ସଲାମିରେ ଭିଣ୍ଟେଜ୍ ୨୫ ପାଉଣ୍ଡର ବନ୍ଧୁକ ପରିବର୍ତ୍ତେ ୧୦୫ ମିଲିମିଟର ଇଣ୍ଡିଆନ୍ ଫିଲ୍ଡ ବନ୍ଧୁକକୁ ବ୍ୟବହାର କରାଯାଇଥିଲା।

ସେହିପରି ୧୦୫ ହେଲିକପ୍ଟର ୟୁନିଟ୍ ର ଚାରୋଟି Mi-17 1V ଏବଂ V5 ହେଲିକପ୍ଟର କର୍ତ୍ତବ୍ୟ ପଥରେ ଉପସ୍ଥିତ ଦର୍ଶକଙ୍କ ଉପରେ ଫୁଲ ବର୍ଷା କରିଥିଲେ। ରାଷ୍ଟ୍ରପତିଙ୍କ ଅଭିବାଦନ ଗ୍ରହଣ କରିବା ସହିତ ଗଣତନ୍ତ୍ର ଦିବସ ପରେଡ ଆରମ୍ଭ ହୋଇଥିଲା।

ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପରେଡରେ ଏକ ଇଜିପ୍ଟର ମିଲିଟାରୀ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। କର୍ଣ୍ଣେଲ ମହମୁଦ ମହମ୍ମଦ ଅବଦେଲ ଫତ୍ତାହ ଏଲ୍ ଖରାସାୱିଙ୍କ ନେତୃତ୍ୱରେ ୧୪୪ ସୈନିକ କର୍ତ୍ତବ୍ୟ ପଥରେ ପରେଡ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ

ଖୋର୍ଦ୍ଧା: ଆଜି 74ତମ ସାଧାରଣତନ୍ତ୍ର ଦିବସ ଖୋର୍ଦ୍ଧା ଜିଲ୍ଲାରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପାରେଡରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କଲାପରେ ପାରେଡ ଅଭିବାଦନ ଗ୍ରହଣ କରିଥିଲେ।

ପରେ ପରେ ଆରବିଏନ ପୋଲିସ ବାହିନୀ ତରଫରୁ ଜାତୀୟ ସଂଗୀତ ରେକର୍ଡ ବଜାଯାଇଥିଲା। ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ 6 ଟି ପ୍ରଜ୍ଞାପନ ମେଢ଼ ଉକ୍ତ ପାରେଡରେ ଭାଗ ନେଇଥିଲେ। ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ପୂର୍ବରୁ ଚୟନ କରାଯାଇଥିବା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା କରାଯାଇଥିଲା।

ଏହାପରେ ସଂକଳ୍ପ ଯୋଜନା ଅନ୍ତର୍ଗତ ଜିଲ୍ଲାର 10 ଗୋଟି ବିଦ୍ୟାଳୟକୁ ମାଟ୍ରିକ ରେଜଲ୍ଟ ଭଲ କରିଥିବାରୁ ବେଷ୍ଟ ସ୍କୁଲ ଆୱାର୍ଡ ଘୋଷଣା କରାଯିବା ସହ 1 ଲକ୍ଷ ନଗଦ ପୁରସ୍କାର ଓ ମୋମେଟୋ ପ୍ରଦାନ କରାଯାଇଥିଲା। ସ୍କୁଲ/ କଲେଜ ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତାରେ ପ୍ରଥମ / 2ୟ / 3ୟ ସ୍ଥାନ ହାସଲ କରିଥିବା 41 ଜଣ କୃତି ଛାତ୍ରୀଛାତ୍ର ମାନଙ୍କୁ ରନିଙ୍ଗ ଟ୍ରଫି ସାର୍ଟିଫିକେଟ ଦିଆଯାଇଥିଲା। ବିଭିନ୍ନ ବିଭାଗରେ ଭଲ କାର୍ଯ୍ୟ କରୁଥିବା 30 ଜଣ କର୍ମଚାରୀଙ୍କୁ ସାର୍ଟିଫିକେଟ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା 3 ଗୋଟି ବିଦ୍ୟାଳୟ କୁ ସାର୍ଟିଫିକେଟ ଓ ଟ୍ରଫି ଦ୍ୱାରା ପୁରସ୍କୃତ କରାଯାଇଥିଲା।

ପାରେଡ ରେ 41 ଗୋଟି ସାମରିକ ଓ ବେସାମେରିକ ଟ୍ରୁପ ଭାଗ ନେଇଥିବା ବେଳେ ସେମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଶେଷରେ ଜେଲରେ କଏଦୀମାନଙ୍କୁ ମିଷ୍ଟାନ୍ନ ଓ ଫଳ, ମେଡିକାଲ ରେ ଫଳ ଓ ବିସ୍କେଟ ବଣ୍ଟନ କରାଯାଇଥିଲା। ମେଣ୍ଢାଶାଳରେ ଥିବା ଆଦୃତ ଅନାଥ ଆଶ୍ରମରେ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଗଣତନ୍ତ୍ର ଦିବସ ଉପଲକ୍ଷେ ସୁଦର୍ଶନଙ୍କ ନିଆରା ବାଲୁକା କଳା କରୁଛି ଆକର୍ଷିତ

ପୁରୀ: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏଥର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନିର୍ମାଣ କରିଛନ୍ତି ସ୍ବତନ୍ତ୍ର ବାଲୁକା କଳା। ଏହି କଳା ଏଇଥିପାଇଁ ସ୍ବତନ୍ତ୍ର ରହିଛି କାରଣ ସେ ଏଥର ବାଲୁକା କଳାରେ ସ୍ଥାପନ କରିଛନ୍ତି ଷ୍ଟିଲ ଗିନାରେ ଥିବା ମହମ ବତୀ। ଯାହା ଗଣତନ୍ତ୍ର ଦିବସରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଯାଇଛି।

ପୁରୀ ବେଳାଭୂମିରେ ସୁଦର୍ଶନ ନିର୍ମାଣ କରିଛନ୍ତି ଏହି ବାଲୁକା କଳା। ଏଥିରେ ସେ ବିଭିନ୍ନ ରଂଗର ମହମ ଭର୍ତ୍ତି ଷ୍ଟିଲ କପକୁ ସ୍ଥାପନ କରିଛନ୍ତି।  ସୁଦର୍ଶନ ୭୪ତମ ସାଧାରଣତନ୍ତ୍ରକୁ ଏହି କପ ଦ୍ବାରା ସଜାଇଛନ୍ତି। ସେହିପରି ସ୍ଥାପତ୍ୟ ମଝିରେ ସେ ଇଂରାଜୀରେ ‘ହାପି ରିପବ୍ଲିକ ଡେ’ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି ସେ ଏହି ସ୍ଥାପତ୍ୟରେ ମଦର ଇଣ୍ଡିଆ ଏବଂ ପାରା ଉଡୁଥିବାରୁ ଦୃଶ୍ୟକୁ କାଳାକୃତରେ ସ୍ଥାନିତ କରିଛନ୍ତି। ଏହାର ଠିକ ଉପରେ ସୁଦର୍ଶନ ଇଂରାଜୀରେ ‘ଆଇ ଲଭ ମାଇ ଇଣ୍ଡିଆ’ ବୋଲି ମଧ୍ୟ ଲେଖିଛନ୍ତି। ଏହି କଳାକୃତି ସାଧାରଣତନ୍ତ୍ର ଦିବସରେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିପାରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପାଳିତ ହେଲା ରାଜ୍ୟସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ରାଜ୍ୟସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଷୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ। ଏଥିରେ ଭାଗ ନେଇଥିଲେ ୫୦ କଣ୍ଟିଜେଣ୍ଟ। ଏଥରର ପରେଡର ନେତୃତ୍ୱ ନେଇଥିଲେ ୟସ ପ୍ରତାପ ଶ୍ରୀମାଲ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଥିଲା।

ଏହାବ୍ୟତୀତ ଡେୟାରଡେଭିଲ ଦୁଃସାହାସିକ କଳା ପ୍ରଦର୍ଶନ ସମେତ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରାଯାଇଥିଲା । ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ପରେଡ୍ ଲାଗି ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗାନ୍ଧି ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ,

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।

ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।  ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ। ଆମ ଗଣତନ୍ତ୍ରର ଆତ୍ମା। ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି।

ବିଶ୍ବକପ୍‌ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବ ମୁଖର କରିଛି। ଏହାରି ଭିତରେ ଆମେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ। ସାରା ବିଶ୍ବର ନଜର ଏବେ ଓଡିଶା ଉପରେ ରହିଛି। ଦୁଇ ଦୁଇ ଥର ଆମେ ବିଶ୍ବକପ୍‌ ହକି ସଫଳତାର ସହ ଆୟୋଜନ କରିଛୁ। ଏହା ସାରା ଦେଶ, ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର କଥା।

କେବଳ କ୍ରୀଡା ନୁହେଁ, ଆମର ଶିଳ୍ପ ବିକାଶର ଯାତ୍ରା – ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ । ଆମର ମା ମାନଙ୍କ ସଫଳତାର କାହାଣୀ ସ୍ବୟଂ ସହାୟକ ଗୋଷ୍ଠୀ ରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗପତି ହେବାର ସୁଯୋଗ।

ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ପ୍ରତିବଦ୍ଧତା- ୫ଟି ସ୍କୁଲ ଟ୍ରାନ୍‌ସଫରମେସନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।

ଚାଷୀଭାଇଙ୍କ କଲ୍ୟାଣ ଓ ସଶକ୍ତିକରଣ- କାଳିଆ, ବଳରାମ ଯୋଜନା ଓ ମିଲେଟ୍‌ ମିଶନ। ଏସବୁ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି। ଜନମାନସରେ ଏବେ ପରିବର୍ତ୍ତନ ଆସିଛି। ଓଡିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି। ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ବ ଦେଉଛନ୍ତି।

ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି। ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଛା ବୃଦ୍ଧି ପାଇଛି । ଆମର ସାମର୍ଥ୍ୟ ଉପରେ ଭରସା ବଢିଛି। ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର।

ସାଢେ ଚାରି କୋଟି ଓଡିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥୀ। ଏହି ଉତ୍ସାହ ନେଇ ଆମେ ଆଗକୁ ବଢିଲେ ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ଅତିଥୀ ତାଲିକା

ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ରାଜ୍ୟ ସରକାର ଅତିଥୀ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ମନ୍ତ୍ରୀ ଏବଂ ଆରଡିିସି ଓ ଜିଲ୍ଲାପାଳମାନେ କେଉଁ ଜିଲ୍ଲାରେ କିଏ ପତାକା ଉତ୍ତୋଳନ ସହ ପାରେଡ ଅଭିବାଦନ ଗ୍ରହଣ କରିବେ ତାହାର ତାଲିକା ଦିଆଯାଇଛି।

ସେହି ଅନୁସାରେ କଟକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଗଜପତିରେ ଜଗନ୍ନାଥ ସାରକା ପତାକା ଉତ୍ତୋଳନ କରିବେ। ସେହିପରି ଦଶଟି ସ୍ଥାନରେ ସେହି ଜିଲ୍ଲାର ଜିଲ୍ଲାପାଳ ପତାକା ଉତ୍ତୋଳନ କରୁଥିବା ବେଳେ ଦୁଇଟି ସ୍ଥାନରେ ଆରଡିସି ଅଭିବାଦନ ଗ୍ରହଣ କରିବେ।

ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, ନୂଆପଡା, ଖୋର୍ଦ୍ଧା, ନବରଂଗପୁର, ନୟାଗଡ ଏବଂ ରାୟଗଡାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ। ରାଉରକେଲା ଏବଂ ବ୍ରହ୍ମପୁରରେ ସେହି ଜୋନର ଆରଡିସି ପତାକା ଉତ୍ତୋଳନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ସହରର ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ମକର୍ତ୍ତା ଙ୍କ ନିଷ୍ପତ୍ତି କ୍ରମେ 26 ତାରିଖ ସକାଳ 4.30 ରେ ରାମଧୁନ, ପ୍ରଭାତ ଫେରି, ପରେ ସହରରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ସକାଳ 9.15 ମିନିଟ ରେ ବିଜେବି ହାଇସ୍କୁଲ ପଡିଆରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ।

ସମ୍ମିଳିତ ପରେଡରେ ଏ. ପି. ଆର, ଏନ. ସି.ସି, ସ୍କାଉଟ ଗାଇଡ଼, ରେଡ଼କ୍ରସ ଓ ସିଭିଲିଆନ ଦଳ ଅଂଶ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଗାମୀ 20 ରୁ 22 ତାରିଖ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପରେଡ ପରେ ଜିଲ୍ଲା କାରାଗାର ଏବଂ ହସ୍ପିଟାଲରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ। ଶେଷରେ ଧନ୍ୟବାଦ ସହ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ “ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାରୁ ଅନେକ ସଂଗ୍ରାମୀ ଝାସ ଦେଇଛନ୍ତି। ଅନେକ ସହୀଦ ମଧ୍ୟ ହୋଇଛନ୍ତି। ଏହି ସଂଗ୍ରାମୀମାନଙ୍କ ତ୍ୟାଗରୁ ଆମ ମାତୃଭୂମୀର ସମ୍ମାନ ରହିଛି। ଏମାନେ ବିଶ୍ୱ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ଏମାନଙ୍କର ତ୍ୟାଗ ଓ ବଳିଦାନର ଗାଥା ଆମ ଆଗାମୀ ପିଢ଼ି ବିଶେଷ କରି ଶିଶୁ ମାନଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟ ନେଇ ‘ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ’ (ଶିଶୁ ସାହିତ୍ୟ) ପୁସ୍ତକଟି ପ୍ରକାଶ ପାଇଛି।

ଏନ୍‌ଆଇଟି, ରାଉରକେଲାର ପୂର୍ବତନ ଡିନ୍ ତଥା ପ୍ରଫେସର ଶିବ ଚରଣ ନାୟକଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକଟିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସରେ ଉନ୍ମୋଚିତ କରିଛନ୍ତି।
ସୋଆ କ୍ୟାମ୍ପସ୍ ୨ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ, ଆଗାମୀ ପିଢ଼ି ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଏବଂ ବାଜି ରାଉତଙ୍କ ଭଳି ସଂଗ୍ରାମୀମାନଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବା ଉଚିତ୍। ଏଭଳି ପୁସ୍ତକ ଦ୍ୱାରା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଅଧିକ ବିଶ୍ଳେଷଣ ହୋଇପାରିବ। ଏହି ପୁସ୍ତକ ପାଇଁ ପ୍ରଫେସର ନାୟକଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର (ପ୍ରଫେସର ଜିତେନ୍ଦ୍ର ନାଥ ଦାଶ) ଯୋଗ ଦେଇ ଲେଖକଙ୍କୁ ଅନେକ ପ୍ରଶଂସା କରିବା ସହ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗବନ୍ତ ଜୀବନର ମହାନ ଦସ୍ତାବିଜ୍ ସମ୍ପର୍କରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଥିବା କହିଥିଲେ। ଆଠ ବର୍ଷରୁ ଅଠର ବର୍ଷର ପିଲାମାନଙ୍କ ପାଇଁ ଏହା ଏକ ଉପାଦେୟ ପୁସ୍ତକ। ତେଣୁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ରହୁଥିବା ପ୍ରତ୍ୟେକ ଅଭିଭାବକ ମାନଙ୍କ ପାଖରେ ଏହି ପୁସ୍ତକ ପହଂଚିବା ଆବଶ୍ୟକ ବୋଲି ଦାସ ବେନହୁର ମତବ୍ୟକ୍ତ କରିଥିଲେ।

ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କଟକ ସ୍ଥିତ ଆଇଏମ୍‌ଆଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ସରୋଜ ମହାନ୍ତି ପୁସ୍ତକଟିର ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍‌ସର ପାଷ୍ଟ ପ୍ରେସିଡେଂଟ ଇଞ୍ଜିନିୟର ଅଶୋକ ବାସା, ପୂର୍ବତନ ଅତିରିକ୍ତ ସଚିବ ରୁଦ୍ରପ୍ରସନ୍ନ ଦ୍ୱିବେଦୀ, ଲେଖକ ପ୍ରଫେସର ନାୟକଙ୍କ ପତ୍ନୀ ତଥା ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ମନୋରମା ନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ମିହିର ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍କଳ ଚାମ୍ବର ଅଫ୍ କମର୍ସର ସଭାପତି ଇଞ୍ଜିନିୟର ବ୍ରହ୍ମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ସୋଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ୨୦୨୨ ବର୍ଷ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓ ଶୁଭପ୍ରଦ। ଚଳିତ ବର୍ଷ ଦେଶ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସହ ୭୩ ତମ ଗଣତନ୍ତ୍ର ଦିବସ ମଧ୍ୟ ପାଳନ କରୁଛି। ସେହିପରି ଚଳିତ ବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ।

ଏଥିସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହି ବର୍ଷ ୨୫ ବର୍ଷ ପୂରଣ କରିଛି। ତେଣୁ ଏସବୁ ଦୃଷ୍ଟିରୁ ୨୦୨୨ ସୋଆ ପରିବାର ପାଇଁ ଖୁବ୍ ଗର୍ବର ବର୍ଷ ବୋଲି ମତ ରଖିଛନ୍ତି ସୋଆର ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ଏହା କହିଛନ୍ତି ପ୍ରଫେସର ବାନାର୍ଜୀ।

ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆମ ପାଠ୍ୟକ୍ରମ ସହ ସଂଶ୍ଲିଷ୍ଟ କରିବା ନେଇ ଆମେ ସମସ୍ତେ ଶପଥ କରିବା ଉଚିତ୍‌ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଆଗାମୀ ପିଢ଼ି କିଭଳି ଗଣତନ୍ତ୍ର ଦିବସର ଗାରିମା ଓ ଗୁରୁତ୍ୱକୁ ବୁଝିବେ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ। କୋଭିଡ ମହାମାରୀର ୨ ବର୍ଷ ଭିତରେ ପିଲାମାନଙ୍କର ପାଠପଢ଼ା ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହେବା ନେଇ ସେ ଉଦ୍‌ବେଗ
ପ୍ରକାଶ କରିଥିଲେ।

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ସୋଆ ସାରା ରାଜ୍ୟ ଓ ଦେଶରେ ଉଦାହରଣ ସୃଷ୍ଟି କରିଛି। ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପ୍ରଦାନ କରିବାରେ ସୋଆ ପକ୍ଷରୁ ଉତମ ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ୨୫ ବର୍ଷ ପୂରଣ କରିଥିବା ସୋଆ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଭଳି ଆଗାମୀ ବର୍ଷରେ ଆହୁରି ଉଚ୍ଚକୋଟୀର କାର୍ଯ୍ୟ କରିବ ସେ ଦିଗରେ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ଅବସରରେ ପ୍ରୋ-ଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍  ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ଜଏଂଟ ରେଜିଷ୍ଟ୍ରାର ଡଃ ଶଶାଙ୍କ ମିଶ୍ର ଓ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଊପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଦିନ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆଡେ ଗଲେ !

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳେ ପତାକା ଉତ୍ତୋଳନରେ ଯୋଗଦେବା ପାଇଁ  ଭୁବନେଶ୍ବରର ଗାନ୍ଧୀମାର୍ଗରେ ପହଁଚିଥିଲେ। ସେଠାରେ ସେ ରାଜ୍ୟପାଳଙ୍କ ସହିତ ମଞ୍ଚ ଉପରେ ରହିଥିଲେ। ପତାକା ଉତ୍ତୋଳନ ସହିତ ପରେଡରେ ସେ ରାଜ୍ୟପାଳଙ୍କ ସହିତ ଅଭିବାଦନ ମଧ୍ୟ ଗ୍ରହଣ କଲେ।

ସବୁ କାର୍ଯ୍ୟ ସରିବା ପରେ ରାଜ୍ୟପାଳ ଯିବାକୁ ବାହାରିଲେ। ଏହାପରେ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯିବାକୁ ବାହାରିଲେ। ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାଜମାର୍ଗ ଦେଇ ନବୀନ ନିବାସ ଆଡକୁ ଯିବା କଥା। ହେଲେ କଣ ହେଲା କେଜାଣି ତାଙ୍କର କାରକେଡ ଲୋକସେବା ଭବନ ଆଡକୁ ଗଲା। ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇପଡିଲେ।

ସେଠାରେ ଥିବା ସୁରକ୍ଷା କର୍ମି ମଧ୍ୟ ଚକିତ ହେଲେ। ସେମାନେ ଜାଣିପାରେ ନାହିଁ ଆଜି ଛୁଟି ଦିନରେ ଅଫିସ ବନ୍ଦ ଥିବା ବେଳେ ମୁଖ୍ୟମନ୍ତ୍ରୀ କଣ ପାଇଁ ଭିତରକୁ ଆସିଲେ। ନିୟମ ଅନୁସାରେ ସୁରକ୍ଷା କର୍ମି ଅଭିନନ୍ଦନ କରି ତାଙ୍କୁ ଭିତରକୁ ଛାଡିଲେ। ହେଲେ ଭିତରେ ତ ତାଲା ପଡିଛି। ସେମାନେ କଣ କରିବେ କିଛି ଜାଣିପାରିଲେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ କାର ପୂର୍ବରୁ ଯେପରି ଲୋକସେବା ଭବନର ଭିତରେ ଥିବା ମୁଖ୍ୟ ଫାଟକରେ ଲାଗେ ସେହିପରି ଲାଗିଲା। ମୁଖ୍ୟମନ୍ତ୍ରୀ କାରରୁ ଓହ୍ଲାଇଲେ। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଓହ୍ଲାଇଲେ।

ହେଲେ ସେ ଲୋକସେବା ଭବନ ଭିତରକୁ ଗଲେ ନାହିଁ। ଲୋକସେବା ଭବନ ଆଗରେ ଥିବା ପାର୍କରେ ସେ ବୁଲିବା ଆରମ୍ଭ କଲେ। ତାଙ୍କ ଦେଖାଦେଖି ତାଙ୍କର ବ୍ୟକ୍ତିଗତ ସଚିବ ମଧ୍ୟ ତାଙ୍କ ସାଥୀରେ ବୁଲିଲେ। ଏପରିକି ସୁରକ୍ଷା କର୍ମି ମଧ୍ୟ ଅଳ୍ପ ବାଟ ପର୍ଯ୍ୟନ୍ତ ତାଙ୍କ ସାଥିରେ ଗଲେ। ମୁଖ୍ୟମନ୍ତ୍ରୀ କିଛି ସମୟ ସେହି ପାର୍କରେ ଏକା ଏକା ବୁଲିବାକୁ ଲାଗିଲେ। କେଉଁଠି କି ଫୁଲ ଫୁଟିଛି ତାହା ଦେଖିଲେ। ଏହାପରେ କାର ପାଖକୁ ଆସି ନବୀନ ନିବାସ ଗଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କହିଲେ ଏପରି କଥା

ଭୁବନେଶ୍ବର: ଆଜି 73 ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ସମୟରେ ସେ ଦେଶର ତଥା ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ,

ପ୍ରିୟ ଭାଇ ଓ ଭଉଣୀମାନେ,

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।

ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେହିପରି ସହିଦ୍ ହୋଇଥିବା ଆମର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଚଳିତ ବର୍ଷ ସାରା ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମଧ୍ୟ ଚଳିତ ବର୍ଷର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା।

ଆମର ସ୍ବାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନ ଥିଲା। ଏହା ଥିଲା ସମତା ଓ ନ୍ୟାୟ ପାଇଁ ସଂଗ୍ରାମ। ହିଂସା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ। ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ବାଧୀନତା ଆଣି ନଥିଲା। ଏହା ଥିଲା ସାରା ବିଶ୍ବ ପାଇଁ ମାନବତାର ସବୁଠାରୁ ବଡ ବିଜୟ। ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି। ବିବିଧତା ହିଁ ଆମର ଶକ୍ତି। ଆମ ଜୀବନଧାରାର ଗୁରୁତ୍ବପୂର୍ଣ୍ଣ ଦିଗ। ଏହାକୁ ଆମେ କେବେ ବି ନଷ୍ଟ ହେବାକୁ ଦେବା ନାହିଁ।

ସେହିପରି ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ। ଆମ ଗଣତନ୍ତ୍ରର ଆତ୍ମା। ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଆସିଛି। ଆମ କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ, ଭାରତ ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ।

ବନ୍ଧୁଗଣ, କରୋନାର ତୃତୀୟ ଲହରୀ ଏବେ ସାରା ବିଶ୍ବରେ ବ୍ୟାପିଛି। ଆମେ ମଧ୍ୟ ଏହାର ମୁକାବିଲା କରୁଛୁ। ମୋର ଅନୁରୋଧ ଆମେ ଭୟଭୀତ ହେବା ନାହିଁ। କରୋନାର ସବୁ ଗାଇଡ ଲାଇନ୍‌ସକୁ ଠିକ୍‌ ଭାବରେ ପାଳନ କରିବା ଏବଂ କରୋନାକୁ ହରାଇବା । ମୋର ବିଶ୍ବାସ, ସମସ୍ତଙ୍କ ସହଯୋଗରେ କରୋନା ଶୀଘ୍ର ଦୂର ହେବ ଏବଂ ଜୀବନ ଜୀବିକା ଆଗଭଳ ପୁଣି ସ୍ବାଭାବିକ ହେବ।    ଜୟହିନ୍ଦ୍

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ରାଜ୍ୟପାଳ କଲେ ପତାକା ଉତ୍ତୋଳନ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି 73 ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ବରର ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା କଟକଣା ଯୋଗୁଁ ଏଥର ପରେଡ ଉତ୍ସବକୁ କାଣ୍ଟଛାଟ କରାଯାଇଛି। ଏଥର ପରେଡରେ ମୋଟ 10ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଏଥିରେ ସିଆରପିଏଫ, ଏସଓଜି, ଅଗ୍ନିଶମ ଏବଂ ଓଡ୍ରାଫ ଟିମକୁ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ ବାରଣ କରାଯାଇଥିଲା।

Categories
ବିଶେଷ ଖବର

ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା (ସିଡି) କର୍ମଚାରୀମାନଙ୍କ ପାଇଁ ରାଷ୍ଟ୍ରପତି ପଦକ ଘୋଷଣା

ନୂଆଦିଲ୍ଲୀ: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଉପଲକ୍ଷେ ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରର କର୍ମଚାରୀମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥାଏ। ଏମାନଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ, ସାହସିକତା ପଦକ, ପ୍ରଶଂସନୀୟ ସେବା ପଦକ ଆଦି ବର୍ଗରେ ସମ୍ମାନିତ କରାଯାଏ।

ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ, ୪୨ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକରେ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଛି।

ଏମାନଙ୍କ ମଧ୍ୟରୁ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ବୀରତା ଓ ସାହସିକତା ପାଇଁ ୨ ଜଣଙ୍କୁ ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଦିଆଯିବ।

ଅନୁରୂପ ଭାବେ ୯ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯିବାକୁ ଘୋଷଣା କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ୩୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

ଏହାବ୍ୟତୀତ ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ ୨୫ ଜଣ କର୍ମୀ/ସ୍ବେଚ୍ଛାସେବୀଙ୍କୁ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ପଦକରେ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପଦକ ମିଳିବ। ଅନ୍ୟ ୨୩ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ର ପଦକ ମିଳିବ।

ଅଗ୍ନିଶମ ସେବା ପଦକ, ଗୃହରକ୍ଷୀ ଓ ବେସାମରିକ ସେବା ପଦକ ବିଜେତାଙ୍କ ନାମ ନିମ୍ନରେ ଦିଆଗଲା।

ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ସେବା ପଦକ ପାଇବାକୁ ଓଡ଼ିଶାର ୫ ଜଣ କର୍ମଚାରୀ ମନୋନିତ ହୋଇଛନ୍ତିସେମାନେ ହେଲେ :

ଜୟନ୍ତ କୁମାର ପଟେଲ, ଗୃହରକ୍ଷୀ କମ୍ପାନୀ କମାଣ୍ଡର

ରବିନ୍ଦ୍ର କୁମାର ମଲ୍ଲିକ, ଗୃହରକ୍ଷୀ

ମାୟାଧର ସୂତାର, ଗୃହରକ୍ଷୀ

ବି. ରାଜ କିଶୋର ସିଂ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ

ସୁରଜ ହେମ୍ରମ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ, ୨୦୨୨ ଉପଲକ୍ଷେ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପଦକ ଘୋଷଣା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଦେଶର ନିମ୍ନ ଜେଲ୍‌ କର୍ମଚାରୀମାନଙ୍କୁ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରିବା ଲାଗି ମନୋନିତ କରାଯାଇଛି:

ଓଡ଼ିଶାରୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାରମୂଳକ ସେବା ପଦକ ପାଇବାକୁ ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ବାଇଁ ମନୋନିତ ହୋଇଛନ୍ତି। ସେହିପରି ଜେଲର ଦିଲ୍ଲୀପ କୁମାର କେରକେଟା ପ୍ରଶଂସନୀୟ ସେବା ପାଇଁ ସଂସ୍କାରମୂଳକ ସେବା ପଦକ ପାଇବେ।

ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାରମୂଳକ ସେବା ପଦକ (କରେକ୍ସନାଲ ସର୍ଭିସ ମେଡାଲ) ପାଇବେ:

କ୍ରଂସଂ ଜେଲ୍‌ କର୍ମଚାରୀଙ୍କ ନାମ ପାହ୍ୟା ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ
  ଆୟିନାପାର୍ଥୀ ସତ୍ୟନାରାୟଣ ମୁଖ୍ୟ ୱାର୍ଡର ଆନ୍ଧ୍ର ପ୍ରଦେଶ
  ହରିଶ କୋତୱାଲ ଆଇସି ଜେଲ ଅଧିକ୍ଷକ ଜମ୍ମୁ ଓ କଶ୍ମୀର
  ସତ୍ୟ ପ୍ରକାଶ ସ୍ବାଇଁ ଅଧିକ୍ଷକ ଓଡ଼ିଶା
  ମଞ୍ଜିତ୍‌ ସିଂ ତିୱାନା ଅଧିକ୍ଷକ ପଞ୍ଜାବ
  ପ୍ରବୀଣ କୁମାର ରାଠୀ ମୁଖ୍ୟ ୱାର୍ଡର ଦିଲ୍ଲୀ

 

ପ୍ରଶଂସନୀୟ ସେବା ପାଇଁ ସଂସ୍କାରମୂଳକ ସେବା ପଦକ (କରେକ୍ସନାଲ ସର୍ଭିସ ମେଡାଲ) ପାଇବେ:

କ୍ରଂସଂ ଜେଲ୍‌ କର୍ମଚାରୀଙ୍କ ନାମ ପାହ୍ୟା ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ
  ପୋଚା ବରୁଣ ରେଡ୍ଡୀ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ପେଦାପୁଦି ଶ୍ରୀ ରାମଚନ୍ଦ୍ର ରାଓ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ମହମ୍ମଦ ଶଫି ଉର ରହମାନ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ସମୁଦୁ ଚନ୍ଦ୍ର ମୋହନ ମୁଖ୍ୟ ୱାର୍ଡର ଆନ୍ଧ୍ରପ୍ରଦେଶ
  ହାମସା ପଲ୍‌ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ଶ୍ୟାମ ସୁନ୍ଦର ୱାର୍ଡର ହରିୟାଣା
  ମହମ୍ମଦ ରଫିକ୍‌ ଆଇସି ଜେଲ୍‌ ଅଧିକ୍ଷକ ଜମ୍ମୁ ଓ କଶ୍ମୀର
  ସାଜାଦ୍‌ ଅହମ୍ମଦ ଖାନ ସେକ୍ସନ ଅଧିକାରୀ/ଉପ ଅଧିକ୍ଷକ ଜମ୍ମୁ ଓ କଶ୍ମୀର
  ସତୀଶ ଚନ୍ଦର ଏସଜି ୱାର୍ଡର ଜମ୍ମୁ ଓ କଶ୍ମୀର
  ଏନ ରବିନ୍ଦ୍ରନ ଯୁଗ୍ମ ଅଧିକ୍ଷକ କେରଳ
  ସୁରେଶ ଏ କେ ଉପ ଅଧିକ୍ଷକ କେରଳ
  ମିନିମୋଲ ପିଏସ ଅତିରିକ୍ତ ଅଧିକ୍ଷକ ଗ୍ରେଡ୍‌ 1 କେରଳ
  ସଞ୍ଜୀବ ଖାରେ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ମଧ୍ୟପ୍ରଦେଶ
  ଦିନେଶ ସି ରାୱତ ସହାୟକ ଗ୍ରେଡ 1 ମଧ୍ୟପ୍ରଦେଶ
  ବାଲ୍ମିକୀ ପ୍ରସାଦ ତ୍ରିପାଠୀ ମୁଖ୍ୟ ୱାର୍ଡର ମଧ୍ୟପ୍ରଦେଶ
  ରମ୍ଭାଦୁର କୋଲ୍‌ ମୁଖ୍ୟ ୱାର୍ଡର ମଧ୍ୟପ୍ରଦେଶ
  ତୌସିଫ ଅହମ୍ମଦ ୱାର୍ଡର ମଧ୍ୟପ୍ରଦେଶ
  ଶ୍ୟାମସୁନ୍ଦର ଦୁବେ ୱାର୍ଡର ମଧ୍ୟପ୍ରଦେଶ
  ମହମ୍ମଦ କଲାମ ଶାହ ମୁଖ୍ୟ ୱାର୍ଡର ମଣିପୁର
  ଡୋମିନିକ୍‌ ୱାର୍ଜିରି ୱାର୍ଡର ମେଘାଳୟ
  ରିଉସ ସୁତିଙ୍ଗ ହାବିଲଦାର ମେଘାଳୟ
  ଡକ୍ଟର ଓବେନ୍‌ ୟାନ୍ଥାନ ଜେଲର ନାଗାଲାଣ୍ଡ
  ଦିଲିପ କୁମାର କେରକେଟା ଜେଲର ଓଡ଼ିଶା
  ଜର୍ଣ୍ଣେଲ ସିଂ ଅତିରିକ୍ତ ଅଧିକ୍ଷକ ପଞ୍ଜାବ
  ସୁର୍ଜିତ ସିଂ ମୁଖ୍ୟ ୱାର୍ଡର ପଞ୍ଜାବ
  ଟି. ବରନିତରନ ଅତିରିକ୍ତ ଜେଲର ତାମିଲନାଡ଼ୁ
  ଭି. ପ୍ରିୟା ଅତିରିକ୍ତ ଜେଲର ତାମିଲନାଡ଼ୁ
  କେ. ବାସ୍କର ଗ୍ରେଡ 1 ୱାର୍ଡର ତାମିଲନାଡ଼ୁ
  ଏମ. ପାନ୍ଥୁ ପ୍ରଧାନ ମୁଖ୍ୟ ୱାର୍ଡର ତେଲଙ୍ଗାନା
  ଘଣ୍ଟା ରତ୍ନ ରାଓ ମୁଖ୍ୟ ୱାର୍ଡର ତେଲଙ୍ଗାନା
  ବି. ନରସିଂହ ରାଓ ମୁଖ୍ୟ ୱାର୍ଡର ତେଲଙ୍ଗାନା
  ଟିଙ୍କାରୀ ଲାଲ ଘୋଷ ପ୍ରଧାନ ମୁଖ୍ୟ ୱାର୍ଡର ପଶ୍ଚିମବଙ୍ଗ
  ସୁତନୁ ମାଲାକାର ୱାର୍ଡର ପଶ୍ଚିମବଙ୍ଗ
  ସୁଶ୍ରୀ କମଲେଶ ସହାୟକ ଅଧିକ୍ଷକ ଦିଲ୍ଲୀ
  ପ୍ରେମ ଚନ୍ଦ ମାଞ୍ଝୀ ସହାୟକ ଅଧିକ୍ଷକ ଦିଲ୍ଲୀ
  ଅରୁଣ ତୋମାର ମୁଖ୍ୟ ୱାର୍ଡର ଦିଲ୍ଲୀ
  ସଞ୍ଜୀବ କୁମାର ମୁଖ୍ୟ ୱାର୍ଡର ଦିଲ୍ଲୀ

 

Categories
ବିଶେଷ ଖବର

ସାଧାରଣତନ୍ତ୍ର ଦିବସ, ୨୦୨୨ ଉପଲକ୍ଷେ ପୁଲିସ ସାହସିକତା ପଦକ, ସେବା ପଦକ ଘୋଷଣା

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ। ୧୮୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୁଲିସ ପଦକରେ ସମ୍ମାନିତ ହେବେ। ଅନ୍ୟପକ୍ଷରେ ୮୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରାଯିବ। ସେହିପରି ୬୬୨ ଜଣ ପୁଲିସ କର୍ମୀ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ ହେବେ।

ସାହସିକତା ପୁରସ୍କାର ପାଇବାକୁ ଥିବା ୧୮୯ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ ଓ କଶ୍ମୀର କ୍ଷେତ୍ରରେ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ସେହିପରି ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ ସାହସିକ କାର୍ଯ୍ୟ ପାଇଁ ୪୭ ଜଣ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ କାର୍ଯ୍ୟରତ ଜଣେ ପୁଲିସ କର୍ମୀଙ୍କୁ ସମ୍ମାନିତ କରାଯିବ। ସାହସିକତା ପୁରସ୍କାର ସମ୍ମାନିତ ହେବାକୁ ଥିବା ପୁଲିସ କର୍ମୀଙ୍କ ମଧ୍ୟରୁ ୧୧୫ ଜଣ ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ ହୋଇଥିବା ବେଳେ ୩୦ ଜଣ ସିଆରପିଏଫ, ୩ଜଣ ଆଇଟିବିପି, ୨ ଜଣ ବିଏସଏଫ, ୩ ଜଣ ଏସଏସବି, ୧୦ ଜଣ ଛତିଶଗଡ଼ ପୁଲିସ, ୯ ଜଣ ଓଡ଼ିଶା ପୁଲିସ ଏବଂ ୭ ଜଣ ମହାରାଷ୍ଟ୍ର ପୁଲିସର କର୍ମଚାରୀ ରହିଛନ୍ତି।

ଓଡ଼ିଶାରୁ ୯ଜଣଙ୍କୁ ସାହସିକତା ପୁଲିସ ପଦକ, ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ସେମାନଙ୍କର ତାଲିକା ନିମ୍ନରେ ଦିଆଯାଇଛି:

ସାହସିକତା ପାଇଁ ପୁଲିସ ପଦକ:

ଓଏପିଏଫ ଯବାନ ସ୍ବର୍ଗତ ଜୟରାମ କାବାସି (ମରଣୋତ୍ତର)

ପୁଲିସ ଅଧିକ୍ଷକ ହୃଷିକେଶ ଦ୍ୟାନଦେଓ ଖିଲାରୀ, ଆଇପିଏସ

ଓଏପିଏଫ ଯବାନ ରାମୁ ଦୁରୁଆ

କନେଷ୍ଟବଳ ବନ୍ଧୁ ହନ୍ତାଳ

କନେଷ୍ଟବଳ ଘେନୁ ହନ୍ତାଳ

ହାବିଲଦାର ପ୍ରବୀଣ ଥାପା

ହାବିଲଦାର ରାଜେଶ ବିଶ୍ବକର୍ମା

କନେଷ୍ଟବଳ ଜୀବନ ଶାହୀ

କନେଷ୍ଟବଳ ଔଷଧିନାଥ ବେହେରା

 ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ:

ଭୁବନେଶ୍ବରର ଅତିରିକ୍ତ ଉପ ଆରକ୍ଷୀ ଆୟୁକ୍ତ (ଏଡିସିପି) ପ୍ରାଣକୃଷ୍ଣ ରାଉତ

କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି

ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ:

ସଞ୍ଜୟ କୁମାର କୌଶଳ, ପୁଲିସ ଆଇଜି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

କମଳ ଲୋଚନ ଭୂୟାଁ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ଡିଆଇବି, ଭଦ୍ରକ

ସୁଜାତା ଖଣ୍ଡୁଆଳ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

ରଘୁନାଥ ପ୍ରସାଦ ନାୟକ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ସ୍ବତନ୍ତ୍ର ଶାଖା, କଟକ

ଅରୁଣ କୁମାର ସ୍ବାଇଁ, ସହାୟକ ଆରକ୍ଷୀ ଆୟୁକ୍ତ (ଏସିପି), ୟୁପିଡି, ଭୁବନେଶ୍ବର

ଶେଖ୍‌ ଆତାଉଲ୍ଲା, ଡ୍ରାଇଭର ହାବିଲଦାର, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

କୃତିବାସ ପଣ୍ଡା, ସହାୟକ ଉପ ପୁଲିସ ନିରୀକ୍ଷକ, କଟକ

ମଧୁସୂଦନ ବେହେରା ଉପ ପୁଲିସ ନିରୀକ୍ଷକ, ସମ୍ବଲପୁର

ପୱଲ ଦୟାଲ ବା, ଉପ କମାଣ୍ଡାଣ୍ଟ, ଏସଓଜି, ଭୁବନେଶ୍ବର

ଅଜୟ କୁମାର ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି) ଛତ୍ରପୁର, ଗଞ୍ଜାମ

ମାଇଲି ମୋହନ, କନଷ୍ଟେବଳ, ବ୍ରହ୍ମପୁର

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଆଜି ଅପରାହ୍ନରେ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳ ଭି. କିର୍ତ୍ତୀ ୱାସନଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କରୋନାର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମଗୁଡିକୁ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଉପ-ଜିଲ୍ଲାପାଳ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ କୋଭିଡ ନିୟମ ମାନି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା।

ଏହି ସମାରୋହ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯିବ।  କେବଳ ପୋଲିସ ବାହିନୀ ପ୍ୟାରେଡ଼ରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଅନ୍ୟ କୌଣସି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ଏହା ଛଡ଼ା କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନାହିଁ। ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଅଂଶଗ୍ରହଣ କରିପାରିବେ ନାହିଁ। ମହାମାରୀ କୋଭିଡ ସମୟରେ ଜନସାଧାରଣଙ୍କୁ ଉତ୍ତୋମ ସେବା ଯୋଗାଇଥିବା କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ସଫେଇ କର୍ମଚାରୀଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ।

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ୪.୩୦ମି. ସମୟରେ ବ୍ରହ୍ମପୁର ସହରରେ ରାମଧୂନ ପରିବେଷଣ କରାଯିବ। ସକାଳ ୭.୦୦ ଘଣ୍ଟା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାଙ୍କରେ ଜାତୀୟ ପତାକା ଉତ୍ତୋଳନ କରିବେ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ସକାଳ ୮.୩୦ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ଏବଂ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯିବ।

ସେହିପରି ବିଦ୍ୟାଳୟ ସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଓ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ।  ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଇ-ନିମନ୍ତ୍ରଣ ଦ୍ୱାରା ଆମନ୍ତ୍ରିତ କରାଯିବ।  ଅତିଥି ମାନଙ୍କ ପ୍ରବେଶ ପଥରେ ସାନିଟାଇଜର ରଖାଯିବ ବୋଲି ଉପ-ଜିଲ୍ଲାପାଳ କହିଥିଲେ।

ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ଆର୍.ଆଇ. ଅଫ୍ ପୋଲିସ ଦିଲୀପ କୁମାର ବେହେରା, ସିଟି ହେଲଥ ଅଫିସର ଡ଼ା.ମାନସ ରଞ୍ଜନ ପଣ୍ଡା, ଡ଼ଃ.ଯତୀନ ବିଷଇ,ଏନ.ସି.ସି ଅଫିସର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ପ୍ରଦୀପ କୁମାର ପଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲୋକନାଥ ଶତପଥୀ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ଘଟଣା: ଅଭିନେତା ଦୀପ ସିଦ୍ଧୁଙ୍କୁ ଧରିବା ପାଇଁ ପୁରଷ୍କାର ଘୋଷଣା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ସେଥିପାଇଁ ଆଜି ଦିଲ୍ଲୀ ପୋଲିସ କିଛି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରଷ୍କାର ରାଶି ଘୋଷଣା କରିଛି। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଉପରେ ଏକ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛି। ଏହା ବ୍ୟତୀତ ଗୁରଜୋତ ସିଂହ, ଗୁରଞ୍ଜତ ସିଂହଙ୍କ ପାଇଁ ମଧ୍ୟ ଏକ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଛି। ସେହିପରି ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ ସିଂହ ଉପରେ ୫୦ ହଜାର ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀଙ୍କୁ ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ପାଇଁ ଦୀପ ସିଦ୍ଧୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସା ଘଟଣା: ଦୀପ ଶିଦ୍ଧୁଙ୍କ ନାମରେ ଚାଷୀ ନେତା ଆଣିଲେ ଅଭିଯୋଗ, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଟ୍ରାକ୍ଟର ରାଲିରେ ହଠାତ ହିଂସା ଘଟଣା ଘଟିଥିଲା। ଏଥିରେ ବହୁ କୃଷକ ସଡକ ଉପରେ ହଙ୍ଗାମା କରିଥିଲେ। ହେଲେ ଏହାକୁ ବିରୋଧ କରି ବହୁ କୃଷକ ନେତା ନିନ୍ଦା କରିବା ସହିତ ଅନ୍ୟ ଉପରେ ହିଂସା ଅଭିଯୋଗ ଆଣିଛନ୍ତି।

ଏମିତିକି ଏହି ଘଟଣାରେ ଦୀପ ଶିଦ୍ଧୁ ସମ୍ପୃକ୍ତ ଅଛନ୍ତି ବୋଲି ଚାଷୀ ନେତାମାନେ ଅଭିଯୋଗ କରିଛନ୍ତି। ଏହାପରେ ସାମାଜିକ ଗଣମାଧ୍ୟମରେ ଦୀପ ଶିଦ୍ଧୁ କହିଛନ୍ତି ଯେ, ମୁଁ ଗଣତାନ୍ତ୍ରିକ ଅଧିକାର ଅନୁଯାୟୀ ଲାଲ କିଲ୍ଲାରେ ନିଶାନ ଶାହିବର ପତାକା ଉଡାଇଛି। କିନ୍ତୁ ତ୍ରିରଙ୍ଗାକୁ ହଟାଇ ନାହିଁ। ସମାଜସେବୀ

ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଗତ ରାତିରେ ଦୀପ ଶିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟାର ଲଖା ସିଧାନା ସିନ୍ଧୁ ସୀମାରେ କୃଷକମାନଙ୍କୁ ହିଂସା କରିବା ପାଇଁ ପ୍ରବର୍ତ୍ତାଇଥିଲେ। ତେଣୁ ଏହି ଘଟଣାରେ ତଦନ୍ତ ହେବ ଆବଶ୍ୟକ ବୋଲି ଯାଦବ କହିଛନ୍ତି।

ଜାଣନ୍ତୁ ଦୀପ ଶିଦ୍ଧୁ କିଏ?:

ଦୀପ ଶିଦ୍ଧୁ ୧୯୮୪ ମସିହାରେ ପଞ୍ଜାବର ମୁକ୍ତଶର ଜିଲ୍ଲାରେ ଜନ୍ମ ହୋଇଥିଲେ। ସେ ଜଣେ ଆଇନ ଛାତ୍ର ଥିଲେ ଏବଂ କିଛି ଦିନ ପାଇଁ ଆଇନଜୀବି ବାରର ସଦସ୍ୟ ମଧ୍ୟ ଥିଲେ। ତାପରେ ସେ କିଙ୍ଗଫିସର ମଡଲ ହଟ ଆୱାର୍ଡ ମଧ୍ୟ ଜିତିଚଳଚ୍ଚିତ୍ର ଜଗତକୁ ଆସିଥିଲେ। ୨୦୧୫ ମସିହାରେ ‘ରମତା ଯୋଗୀ’ ଥିଲା ତାଙ୍କର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର।

ତେବେ ୨୦୧୯ ଲୋକସଭା ନିର୍ବାଚନରେ ଗୁରୁଦାସପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲଙ୍କର ନିର୍ବାଚନ କ୍ୟାମ୍ପେନ ଟିମରେ ସେ ସାମିଲ ଥିଲେ। ହେଲେ ସନି ଦେଓଲ କହିଛନ୍ତି, ଶିଦ୍ଧୁଙ୍କ ସହିତ ମୋର କିମ୍ବା ମୋ ପରିବାରର କୌଣସି ସମ୍ପର୍କ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଲେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶରେ ପ୍ରଥମ

ଭୁବନେଶ୍ବର, ଆଜି 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଯାହା କହିଛନ୍ତି ତାହା ଥିଲା ଏହିପରି

ପ୍ରିୟ ଭାଇ ଓ ଭଉଣୀମାନେ,

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହୁର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବଦେକର, ବୀର ସୁରନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରକେୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେହିପରି ସହିଦ୍ ହୋଇଥିବା ଆମର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଭାରତ ବହୁ ଭାଷା, ବହୁ ର୍ଧମ ଓ ବହୁ ଜାତିକୁ ବହୁ ମତ, ବହୁ ବର୍ଣ୍ଣ, ବହୁ ବିଶ୍ବାସକୁ ନେଇ ଗଠିତ ହୋଇଛି । ବିଭିନ୍ନ ଅଞ୍ଚଳର ଭୂଗୋଳ ମଧ୍ୟ ଭିନ୍ନ ଭିନ୍ନ । ଏହି ବିବିଧତା ହିଁ ଆମର ସବୁଠାରୁ ବଡ ଶକ୍ତି । ଏହା ହିଁ ଆମ ସଂସ୍କୃତିକୁ, ଆମ ସମାଜକୁ, ସମୃଦ୍ଧ କରିଛି। ଆମ ସମ୍ବିଧାନରେ ଏହା ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ସୃଷ୍ଟି କରିଛି ।

ଆମ ବିବିଧତାର ସୁରକ୍ଷା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ସମସ୍ତେ କାମ କରିବା ଦରକାର। ଏହା ଆମର ଗଣତନ୍ତ୍ରକୁ ଅଧିକ ମଜବୁତ କରିବା ସହ ଦେଶକୁ ଆହୁରି ଶକ୍ତିଶାଳୀ କରିବ ।

ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି ଦୃଶ୍ୟମାନ ଉନ୍ନତି କରିପାରିଛି। ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି। ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି।

ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ବତନ୍ତ୍ର। ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ର୍ପଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି। ଜନଜାତି ର୍ବଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡି ପାରିଛି। ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି ।

ଆପଣ ଜାଣନ୍ତି, ଗତ ୧୦ ମାସ ହଲୋ ସାରା ବିଶ୍ବ କରୋନା ସହ ଲଢୁଛି । ଓଡିଶା କରୋନା ମହାମାରୀ କୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ଏହି ଅବସରରେ ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ ଓ ସେବାକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଟୀକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନ୍‌କୁ କଡାକଡି ଭାବରେ ପାଳନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡିଶା ଗଠନ ଦିଗରେ ଆମର ଉଦ୍ୟମରେ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି ।

Categories
ଆଜିର ଖବର ଜାତୀୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶା ଲାଗି ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ପଦକ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା କରାଯାଇଛି। ଓଡିଶାରୁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଓ ବିପିଏସ୍‌ପିଏ ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ।

ଏହା ସହିତ ଆଉ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ। ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ଏଏସପି ରବୀନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଏଏସଆଇ ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ପୋଲିସ ପଦକ ପାଇବେ। ସେମାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ।