Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରାପଡାର ୩ ଜଣଙ୍କୁ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡକୁ ନିମନ୍ତ୍ରଣ
ଜାତୀୟ ଖବର

କେନ୍ଦ୍ରାପଡାର ୩ ଜଣଙ୍କୁ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡକୁ ନିମନ୍ତ୍ରଣ

January 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦିଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଚଳିତବର୍ଷର ଜାନୁଆରୀ ୨୬ ଜନରାଜ୍ୟ ପରେଡ ଦେଖିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲକ୍ଷପତି ଦିଦି ମହିଳା ଓ ଦୁଇ ଜଣ ସରପଂଚଙ୍କୁ ଭାରତ ସରକାର ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ କରିଛନ୍ତି। ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣବିଭାଗ ପକ୍ଷରୁ ବିଭାଗୀୟ ନିର୍ଦ୍ଦେସକ ସୁରେନ୍ଦ୍ର କୁମାର ମୀନାଙ୍କ ନିକଟରୁ ଚିଠି ସମ୍ବଳିତ ନିମନ୍ତ୍ରଣ ପତ୍ର ସେମାନଙ୍କ ନିକଟରେ ପହଚିଁଛି।

ନିମନ୍ତ୍ରଣ ପତ୍ର ପାଇଥିବା ଲକ୍ଷପତି ମହିଳା ଦିଦି ହେଉଛନ୍ତି ଗୋଲୋରହାଟ ପଂଚାୟତର ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପର ସଂପାଦିକା ରେଶମା ବେଗମ୍। ନିଜସ୍ୱ ପ୍ରୟାସରେ ସେ ସିଲାଇ ମେସିନପକାଇ ବିଭିନ୍ନ କପଡା ପୋଷାକ ଏବଂ ଅନ୍ୟ ଦୈନିକ ବ୍ୟବହାର୍ଯ୍ୟ ଯୋଗ୍ୟ କପଡା ସାମଗ୍ରୀ ନିର୍ମାଣ କରି ନିଜେ ଆତ୍ମ ସ୍ୱାବଲମ୍ବୀ ହେବା ସହ ୫୦ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାମାନଙ୍କୁ ସିଲାଇ ମେସିନ ତାଲିମ ଦେଇ ଆତ୍ମସ୍ୱାବଲମ୍ବୀ କରିପାରିଛନ୍ତି ରେଶମା ବେଗମ୍। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରି ରାଜ୍ୟ ସ୍ତରରେ ସରକାରଙ୍କ ଠାରୁ ଅନେକବାର ସମ୍ମାନିତ ହୋଇଛନ୍ତି।

ଏହି ଗ୍ରୁପର ଉତ୍ପାଦିତ ଏମ୍ବ୍ରୋଡରୀ କାର୍ଯ୍ୟ ସାରାଦେଶରେ ପ୍ରସିଦ୍ଧି ଲାଭ କରିଛି। ତାଙ୍କର ସଫଳ କାହାଣୀ ଯୋଗୁଁ ସେ ବେଶ ଚର୍ଚ୍ଚିତ। ତାଙ୍କ ସାମାଜିକ କର୍ତବ୍ୟବୋଧକୁ ଦୃଷ୍ଟିରେ ରଖୀ ସରକାର ତାଙ୍କୁ ସ୍ୱତନ୍ତ୍ର ଅତିଥିଭାବେ ଦିଲୀ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ନିମନ୍ତ୍ରଣ କରିବା କାର୍ଯ୍ୟ ପାଇଁ ସେ ବେଶ ଗର୍ବିତ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ସ୍ୱମୀ ସୋଲେମନଙ୍କ ସହ ଦିଲୀ ଯାତ୍ରା କରିବେ ବୋଲି ନିମନ୍ତ୍ରଣ ଆସିଛି ଏବଂ ସେଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଯଦି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ମିଶିବାର ସୁଯୋଗ ମିଳେ ତେବେ ସେ ନିଜର ସିଲାଇ ମେସିନ ଦ୍ୱାରା ନିର୍ମିତ କପଡା ସାମଗ୍ରୀ ଉପହାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି ତଥା ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ କରିବାର ଆଶା ରଖିଛନ୍ତି।

ରେଶମାଙ୍କ ପରି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣ ପୁର ପଂଚାୟତର ସରପଂଚ ଅରକ୍ଷିତ କାଣ୍ଡି ଏବଂ ବେଣୀପୁର ପଂଚାୟତର ସରପଂଚ ମୋହନ ଚରଣ ସାହୁଙ୍କୁ ମଧ୍ୟ ସପତ୍ନୀକ ଦିଲୀ କର୍ତବ୍ୟପଥ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ ମିଳିଛି। ନିଜ ପଂଚାୟତରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ହରଘର ଜଳ ଯୋଜନା,ସ୍ୱାସ୍ଥ୍ୟବୀମା ଯୋଜନା ପରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ କରାଯାଇପାରିଛି।

ଏହି ସବୁ ମାପଦଣ୍ଡକୁ ଆଧାର କରି ଏହି ଦୁଇ ପଂଚାୟତର ସରପଂଚଙ୍କୁ ଦୀଲୀ ପ୍ୟାରେଡ ଦେଖିବବା ପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣ ମିଳିଛି। ସେମାନଙ୍‌କୁ ନିମନ୍ତ୍ରଣ ପତ୍ର ମିଳିଥିବାରୁ ସେମାନେ ଗର୍ବୀତ ଅନୁଭବ କରୁଛନ୍ତି। ସେଠାରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସେମାନେ ମତବିନିମୟ କରିବେ ବୋଲି ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ସାଧାରଣତନ୍ତ୍ର ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.