Categories
ଆଜିର ଖବର ରାଜ୍ୟ ଖବର

BREAKING: ଭୁବନେଶ୍ବରରେ ଏକ ସିଏନଜି ଅଟୋରେ ଲାଗିଲା ନିଆଁ, ତାପରେ କଣ ହେଲା ?

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରରେ ଏକ ସିଏନଜି ଅଟୋରେ ନିଆଁ ଲାଗିଯାଇଛି। ରାସ୍ତା ଉପରେ ଯାଉଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଅଟୋ ଡ୍ରାଇଭର ଗାଡି ରଖି ଅଟୋରୁ ଓହ୍ଲାଇ ପଡିଥିଲା। ଏହି ଘଟଣାଟି ଭୁବନେଶ୍ବରର ବିଜେବି ନଗରରେ ଥିବା କୋର୍ଟ ଆଗରେ ଘଟିଛି।

ପାଖରେ ଥିବା ଅଗ୍ନିଶମ କର୍ମଚାରୀ ଆସି ତୁରନ୍ତ ଅଟୋ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ। ତେବେ ଅଟୋରେ ଥିବା ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି।