କୋରାପୁଟ: କୋରାପୁଟ ପୋତାଗଡ ଓ ଏହାର ତିନି କିମି ପରିଧିରେ ସୀମା ଆବଦ୍ଧ ଅବଧିକୁ ବୃଦ୍ଧି କରାଯାଇଛି। ଆଉ 48 ଘଣ୍ଟା ସୀମା ଆବଦ୍ଧ ଅବଧିକୁ ବଢାଇଛନ୍ତି ଜିଲ୍ଲାପାଳ । ଆଜି ଦିନ 12ଟା ପରଠାରୁ 4 ତାରିଖ ଦିନ 12ଟା ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରାଯାଇଛି । 4 ତାରିଖ ଦିନ 12ଟା ବା ଅନ୍ୟାଦେଶ ଯାଏଁ କଟକଣା ବଳବତ୍ତର ରହିବାର ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଗତ 27 ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ପୋଡ଼ାଗଡ଼ ପଞ୍ଚାୟତର ତିନିକିମି ପର୍ଯ୍ୟନ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଏବଂ 67 କିମି ପରିସୀମାର ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଥିଲା । କୋରାପୁଟ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 22 ବର୍ଷର ପୁରୁଷ ସ୍ବାସ୍ଥ୍ୟ କର୍ମୀ। ସେ କୋଲକାତାରୁ ଫେରିଥିଲେ । ଏହି ଆକ୍ରାନ୍ତ ଜଣକ 24 ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ।