Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହିନ୍ଦୁସ୍ଥାନ ପାଇଁ ରକ୍ତରେ କାବ୍ୟ ରଚନା

ଡକ୍ଟର ସତ୍ୟ ଷଡ଼ଙ୍ଗୀ

ହିନ୍ଦୁସ୍ଥାନର ମୁକ୍ତି ସଂଗ୍ରାମ ପାଇଁ ନିଜ ରକ୍ତରେ କାବ୍ୟ ଲେଖିଥିଲେ ଇଂଲଣ୍ଡର ଜଣେ କାରାବନ୍ଦୀ ଇଂରେଜ କବି। ଏପରି ଗମ୍ଭୀର ଐତିହାସିକ ତଥ୍ୟର ସନ୍ଧାନ ଦେଇଛନ୍ତି ବିଶିଷ୍ଟ ସାହିତ୍ୟ ଗବେଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ।

ସେହି ବିସ୍ମୃତ ଇଂରେଜ କବି ହେଉଛନ୍ତି ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ (୧୮୧୯-୧୮୬୯) ଆଉ ତାଙ୍କ କାବ୍ୟର ନାମ ‘ଦି ରିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ଥାନ’। ଏହାର ବିଷୟବସ୍ତୁ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଉପରେ ଆଧାରିତ।

ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ ସାଧାରଣ ବର୍ଗଙ୍କ ହକ୍ ପାଇଁ ସଂଗ୍ରାମ କରି କାରରୁଦ୍ଧ ଥିଲାବେଳେ ଲିଖନ ସାମଗ୍ରୀର ବାରଣ ସତ୍ତ୍ଵେ ବାଇବେଲର ଟୁକୁରା ପୃଷ୍ଠା ଉପରେ ଆପଣା ରକ୍ତରେ ରଚନା କରିଥିଲେ ‘ଦି ଭିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ତାନ’ କାବ୍ୟ – ଠିକ୍ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ସିପାହୀ ବିଦ୍ରୋହ’ର (୧୮୫୭) ଅବ୍ୟବହିତ ପୂର୍ବରୁ। ତେଣୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରନାୟକ ଭାବରେ ଜୋନ୍ସଙ୍କୁ ଗ୍ରହଣ କରାଯାଇ ପାରେ।

ରବୀନ୍ଦ୍ରନାଥ ସମକାଳୀନ ଇଂରେଜ ଜାତିକୁ ଦୁଇ ଭାଗରେ ବିଭକ୍ତ କରିଥିଲେ – ଛୋଟ ଇଂରେଜ ଓ ବଡ଼ ଇଂରେଜ। ଛୋଟ ଇଂରେଜ ସୁନାର ଭାରତକୁ ନାରଖାର କଲାବେଳେ ବଡ଼ ଇଂରେଜ ସୁନାର ଭାରତ ପ୍ରତିଷ୍ଠା ପାଇଁ ସାଧନା କରୁଥିଲେ। ସେମାନଙ୍କ ଭିତରୁ ଜଣେ ଥିଲେ ଆର୍ଣ୍ଣଷ୍ଟ ଜୋନ୍ସ। ଶ୍ରମଜୀବୀ ମଣିଷକୁ ରାଜନୈତିକ ଅଧିକାର ଦେବା ପାଇଁ ସଂଗ୍ରାମ କରି ଊନବିଂଶ ଶତାବ୍ଦୀର ଚତୁର୍ଥ ଦଶନ୍ଧିରେ ଯେଉଁ ଚାର୍ଟିଷ୍ଟ ଆନ୍ଦୋଳନ (୧୮୩୬-୪୮) ଚାଲିଥିଲା, ଆର୍ଣ୍ଣଷ୍ଟ ଜୋନ୍ସ ତହିଁରେ ସଦସ୍ୟ ଥିଲେ ଓ ସେଥିପାଇଁ କାରାଦଣ୍ଡ ଭୋଗୁଥିଲେ।

କାରାଗାରର ଅମାନବିକ ପରିବେଶ ମଧ୍ୟରେ ଆପଣା ରକ୍ତର କାଳିରେ The Revolt of Hindostan କାବ୍ୟଟିକୁ ରଚନା କରିଥିଲେ। ମୁଖବନ୍ଧରେ ସେ ଲେଖିଛନ୍ତି – Book Written in prison, with my own blood, on the loose leaves of a torn prayer book in 1849, while denied the use of writing materials by the prison-authorities. (The Revolt of Hindostan, Dedication)

ଆଶ୍ଚର୍ଯ୍ୟର କଥା ଭାରତକୁ ସର୍ବପ୍ରଥମେ ବିଶ୍ୱଗୁରୁ ହେବାର ସ୍ୱପ୍ନ ଦେଖିଥିବା ଏହି ବିଦେଶୀ ମହାନୁଭବ ଜୋନ୍ସଙ୍କ ଜନ୍ମ ଓ ଦେହାନ୍ତ ହୋଇଥିଲା ଜାନୁଆରୀ ୨୬ ତାରିଖରେ – ଯାହାକି ଭାରତର ସାଧାରଣତନ୍ତ୍ର ଦିବସ।

କୋଟବିଦ୍ୟାଧରପୁର, ବାଣପୁର
ମୋ- ୯୪୩୮୩୬୦୫୧୬

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

(ପ୍ରଫେସର ଦାଶଙ୍କ ପୂଣ୍ୟ ଦଶାହ ତିଥିରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ)
କୋଟବିଦ୍ୟାଧରପୁର, ବାଣପୁର
ମୋ- ୯୪୩୮୩୬୦୫୧୬