ସମ୍ବଲପୁର : ହୀରାକୁଦ ଡ୍ୟାମ୍ର ଆଉ 4ଟି ଗେଟ୍ ଖୋଲାଗଲା । ଏବେ ସର୍ବମୋଟ 28ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦକୁ 6ଲକ୍ଷ 56 ହଜାର 6 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି 3 ଲକ୍ଷ 35 ହଜାର 658 କ୍ୟୁସେକ ଜଳ । ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ଦ୍ବାରା ଫୁଲୁଛି ମହାନଦୀ ।
ପୂର୍ବରୁ ହୀରାକୁଦ ଡ୍ୟାମରୁ 24ଟି ଗେଟ୍ ଖୋଲାଯାଇଥିଲା । ଛତିଶଗଡ଼ରେ ବର୍ଷା ହେବା ଫଳରେ ହୀରାକୁଦ ଡ୍ୟାମକୁ ପ୍ରଚୁର ଜଳରାଶି ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି ।