Categories
ଆଜିର ଖବର ରାଜ୍ୟ ଖବର

ୱାର୍ଲ୍ଡ ସ୍କିଲ୍‌ ସେଣ୍ଟରରେ ୧୭ଟି ଦଳର ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ପ୍ରଦର୍ଶନ

ଭୁବନେଶ୍ୱର: ଦକ୍ଷ ମାନବ ସମ୍ଭଳ ସୃଷ୍ଟି ଓ ଦକ୍ଷତା ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତିସଂଘ ଦ୍ୱାରା ଜୁଲାଇ ୧୫ ତାରିଖକୁ ୱାର୍ଲ୍ଡ ୟୁଥ୍‌ ସ୍କିଲ୍‌ ଡେ ଭାବେ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ ଓଡ଼ିଶାରେ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟରରେ ଏହି ଦିନଟିକୁ ଅତି ଆଡମ୍ବର ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟାମରେ ପାଳନ କରାଯାଇଛି ।

ଓଡ଼ିଶାର ଯୁବପିଢିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ମାନବ ସମ୍ବଳ ଭାବେ ଗଢି ତୋଳିବା ଲାଗି ଆଜି ଯେଉଁ ଆକାଂକ୍ଷା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି । ରାଜ୍ୟର ଯୁବପିଢି ତା’ର ଭରପୂର ସୁଯୋଗ ପାଇ ପାରୁଛନ୍ତି । ଆଜି ଏହି ଅବସରରେ ଉକ୍ତ କେନ୍ଦ୍ରରେ ଅଧ୍ୟୟନ କରୁଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଯୋଗଦାନ କରି ତାଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଦର୍ଶାଇଥିଲେ।