Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର “ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ”, କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟର ବିଶ୍ଲେଷଣ କରି ନବୀନ ଶାସନର ଅପାରଗତା, ଦାୟୀତ୍ୱହୀନତା ଏବଂ ନିଷ୍କ୍ରିୟତାର ତୀବ୍ର ସମାଲୋଚନା କରିଛନ୍ତି। ସେ ତାଙ୍କ ବକ୍ତବ୍ୟରେ ମୋ ସରକାର ଏବଂ ୫ଟିର ଉଦାସୀନତାକୁ ନିନ୍ଦା କରିବା ସହ ଏହା ରାଜ୍ୟରେ ନାଟକବାଜୀ ଏବଂ ପ୍ରସହସନ କରୁଛି ବୋଲି କହଛନ୍ତି।

ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି। ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକିଯେ ସେଥିରୁ ୧୨,୧୯୯ ଜଣ ହେଉଛନ୍ତି ଶିଶୁ କନ୍ୟା। ଶ୍ରୀ ନାୟକ କହିଲେ ଯେ ନବୀନ ବାବୁଙ୍କ ମା’କୁ ସମ୍ମାନ ଆହ୍ୱାନ ପାଣିରଗାର ସଦୃଶ। ନାରୀ ସୁରକ୍ଷା ପ୍ରସଙ୍ଗରେ ନବୀନ ସରକାର ନିଜର ପାରିବା ପଣିଆର ଡିଣ୍ଡିମ ପିଟୁଥିବା ବେଳେ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ନବୀନ ସରକାରଙ୍କର ଅସଲ ସ୍ୱରୁପ ପଦାରେ ପକାଇ ଦେଇଛି ।

ରାଜ୍ୟ ପୋଲିସ ବିଭାଗ, ମୁଖମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଡିଜି ପୋଲିସ ଏଭଳି ଶୋଚନୀୟ ଅବସ୍ଥା ପାଇଁ ସାଧାରଣ ଜନତାଙ୍କ ପାଖରେ ଉତରଦାୟୀ ନୁହଁନ୍ତି କି? ଜନସାଧାରଣ କାହା ଉପରେ ଭରଷା କରିବେ। ଏହି ରିପୋର୍ଟ ଉପରେ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବା ନିଆଯିବ ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିବାପାଇଁ ଦାବି କରିଛନ୍ତି। ଏଥିନେଇ ସରକାର କାହିଁକି ମୁହଁ ଲୁଚାଇଛନ୍ତି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

ସେପଟେ ନିରନ୍ତର ସେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ “ଲାଇଫଟାଇମ ଆଚିଭିମେଂଟ” ପୁରସ୍କାର ଦିଆଯାଉଛି। ଅନେକ ସଂସ୍ଥାରୁ ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ଓ ବିକାଶରେ ଅଗ୍ରଣୀ ଓ ପାରଦର୍ଶି ପୁରସ୍କାର ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଲେଣି କିନ୍ତୁ ତୃଣମୂଳ ଚିତ୍ର ଭିନ୍ନ। ଅସୁରକ୍ଷିତ ରାଜ୍ୟ, ଅବ୍ୟବସ୍ଥିତ ଓ ଦାୟୀତ୍ୱହୀନ ପ୍ରଶାସନ, ଉତରଦାୟୀତ୍ୱଶୂନ୍ୟ, ଉଦାସୀନତା ଓ ଅପାରଗତାର ଚିତ୍ର ପଟ୍ଟରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରଂଶସିତ ଓ ପୁରସ୍କୃତ ହେବା ଓଡ଼ିଶାବାସୀଙ୍କ ଭାଗ୍ୟର ବିଡ଼ମ୍ବନା।

ଏଠାରେ ସ୍ପଷ୍ଟ ଚିତ୍ର ଆସିଛି ଯେ ୨୦୧୯ ରେ ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ୨୩୧୮୩ ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ ରେ ୨୫୪୮୯ ଏବଂ ୨୦୨୧ ରେ ୩୧୩୫୨ ଟି କେସ ପଞ୍ଜିକୃତ ହୋଇ ସମୁଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କଂଗ୍ରେସର ନୂତନ ସଭ୍ୟସଂଗ୍ରହ ଅଭିଯାନ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ କଲା। ଏହି ସଭ୍ୟସଂଗ୍ରହ ଅଭିଯାନ ସାରା ରାଜ୍ୟର ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ପଂଚାୟତ ସ୍ତର ପର୍ଯ୍ୟନ୍ତ ଚାଲିବ।

ଆଜି ସକାଳ ୧୧ ଘଟିକା ସମୟରେ ଓଡ଼ିଶା ପ୍ରଭାରୀ ତଥା ଅଖିଳଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡ. ଏ ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, କାର୍ଯ୍ୟକାରି ସଭାପତି ଚିରଞ୍ଜିବ ବିଶ୍ୱାଳ, ସାଂସଦ ସପ୍ତଗିରୀ ଉଲ୍ଲାକା, ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଗାନ୍ଧୀ ସୁତା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ସମ୍ଭାଷଣରେ କହିଥିଲେ ଯେ, ସଭ୍ୟସଂଗ୍ରହ ହେଉଛି କଂଗ୍ରେସ ଦଳ ପାଇଁ ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ। ଏହି କାର୍ଯ୍ୟକୁ ଅତି ଆଗ୍ରହର ସହିତ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ନିତି ନିୟମ ଅନୁସାରେ ସଭ୍ୟ ସଂଗ୍ରହ କରାଯିବ।

ଡ. ଏ ଚେଲା କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଆଜି ଓଡ଼ିଶାରେ ଯାହା କିଛି ହେଇଛି ସେ ପାରାଦ୍ୱୀପ ପୋର୍ଟ, ନାଲକୋ, ରାଉରକେଲା ଷ୍ଟିଲପ୍ଲାଂଟ, କୋରାପୁଟର ହାଲ, ଏନଟି୍‌ପିସି ଇତ୍ୟାଦି କଂଗ୍ରେସ ସମୟରେ ହୋଇଥିଲା। ହଜାର ଦିନର ହଜାର ଶିଳ୍ପର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ମଧ୍ୟ ସେ କାର୍ଯ୍ୟକାରୀ କରାଇଥିଲେ।

ବିଧାୟକ ଶ୍ରୀ ବାହିନପୀତି କହିଲେ ଆମେ କାଗଜରେ ବାଘ ନୁହେଁ ଆମେ କାର୍ଯ୍ୟକ୍ଷେତ୍ରରେ ବାଘ। ଆମେ ଲୋକଙ୍କ ସହିତ ରହିଛୁ ଓ ଲୋକଙ୍କ ପାଇଁ ଲଢ଼ିବୁ ଏଇଟା ହିଁ କଂଗ୍ରେସର ଆଦର୍ଶ।

ଶ୍ରୀ ଜୟଦେବ ଜେନା ନିଜର କୋହକୁ ସମ୍ବରଣ କରି କହିଲେ କଂଗ୍ରେସ ହେଉଛି ମୋର ମା ଆଜି ମୋ ପାଇଁ ସୁଖର କଥା ହେଉଛି କଂଗ୍ରେସ ପାଟି ପାଇଁଁ ନୂତନ ସଭ୍ୟ ସଂଗ୍ରହ କାର୍ଯ୍ୟରେ ନିଜକୁ ନିୟୋଜିତ କରିବି ଓ କଂଗ୍ରେସକୁ ଶକ୍ତିଶାଳୀ କରିବି ଏବଂ ରାଜ୍ୟରେ କଂଗ୍ରେସକୁ ଫେରାଇବି ଏହାହିଁ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ରାଜନ ଏକା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ ଧନ୍ୟବାଦ ଦେବା ସହ ଆସନ୍ତା ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାପାଇଁ କହିଥିଲେ ।

ଏହି ସଭ୍ୟ ସଂଗ୍ରହ ଅଭିଯାନ ସଭାରେ ସମସ୍ତ ଜିଲ୍ଲା ସଭାପତି ତଥା ଜିଲ୍ଲା ମହିଳା ସଭାନେତ୍ରୀ ତଥା ଅନ୍ୟନେତୃବର୍ଗ ଯୋଗଦେଇଥିଲେ।