ଓଡ଼ିଶାର “ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ”, କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା

Published: Sep 1, 2022, 7:03 pm IST

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟର ବିଶ୍ଲେଷଣ କରି ନବୀନ ଶାସନର ଅପାରଗତା, ଦାୟୀତ୍ୱହୀନତା ଏବଂ ନିଷ୍କ୍ରିୟତାର ତୀବ୍ର ସମାଲୋଚନା କରିଛନ୍ତି। ସେ ତାଙ୍କ ବକ୍ତବ୍ୟରେ ମୋ ସରକାର ଏବଂ ୫ଟିର ଉଦାସୀନତାକୁ ନିନ୍ଦା କରିବା ସହ ଏହା ରାଜ୍ୟରେ ନାଟକବାଜୀ ଏବଂ ପ୍ରସହସନ କରୁଛି ବୋଲି କହଛନ୍ତି।

ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି। ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକିଯେ ସେଥିରୁ ୧୨,୧୯୯ ଜଣ ହେଉଛନ୍ତି ଶିଶୁ କନ୍ୟା। ଶ୍ରୀ ନାୟକ କହିଲେ ଯେ ନବୀନ ବାବୁଙ୍କ ମା’କୁ ସମ୍ମାନ ଆହ୍ୱାନ ପାଣିରଗାର ସଦୃଶ। ନାରୀ ସୁରକ୍ଷା ପ୍ରସଙ୍ଗରେ ନବୀନ ସରକାର ନିଜର ପାରିବା ପଣିଆର ଡିଣ୍ଡିମ ପିଟୁଥିବା ବେଳେ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ନବୀନ ସରକାରଙ୍କର ଅସଲ ସ୍ୱରୁପ ପଦାରେ ପକାଇ ଦେଇଛି ।

ରାଜ୍ୟ ପୋଲିସ ବିଭାଗ, ମୁଖମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଡିଜି ପୋଲିସ ଏଭଳି ଶୋଚନୀୟ ଅବସ୍ଥା ପାଇଁ ସାଧାରଣ ଜନତାଙ୍କ ପାଖରେ ଉତରଦାୟୀ ନୁହଁନ୍ତି କି? ଜନସାଧାରଣ କାହା ଉପରେ ଭରଷା କରିବେ। ଏହି ରିପୋର୍ଟ ଉପରେ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବା ନିଆଯିବ ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିବାପାଇଁ ଦାବି କରିଛନ୍ତି। ଏଥିନେଇ ସରକାର କାହିଁକି ମୁହଁ ଲୁଚାଇଛନ୍ତି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

ସେପଟେ ନିରନ୍ତର ସେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ “ଲାଇଫଟାଇମ ଆଚିଭିମେଂଟ” ପୁରସ୍କାର ଦିଆଯାଉଛି। ଅନେକ ସଂସ୍ଥାରୁ ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ଓ ବିକାଶରେ ଅଗ୍ରଣୀ ଓ ପାରଦର୍ଶି ପୁରସ୍କାର ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଲେଣି କିନ୍ତୁ ତୃଣମୂଳ ଚିତ୍ର ଭିନ୍ନ। ଅସୁରକ୍ଷିତ ରାଜ୍ୟ, ଅବ୍ୟବସ୍ଥିତ ଓ ଦାୟୀତ୍ୱହୀନ ପ୍ରଶାସନ, ଉତରଦାୟୀତ୍ୱଶୂନ୍ୟ, ଉଦାସୀନତା ଓ ଅପାରଗତାର ଚିତ୍ର ପଟ୍ଟରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରଂଶସିତ ଓ ପୁରସ୍କୃତ ହେବା ଓଡ଼ିଶାବାସୀଙ୍କ ଭାଗ୍ୟର ବିଡ଼ମ୍ବନା।

ଏଠାରେ ସ୍ପଷ୍ଟ ଚିତ୍ର ଆସିଛି ଯେ ୨୦୧୯ ରେ ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ୨୩୧୮୩ ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ ରେ ୨୫୪୮୯ ଏବଂ ୨୦୨୧ ରେ ୩୧୩୫୨ ଟି କେସ ପଞ୍ଜିକୃତ ହୋଇ ସମୁଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ।

Related posts