Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ଏକ ଏଟିଏମରେ ଲାଗିଲା ନିଆଁ, ସବୁ ପୋଡି ପାଉଁଶ

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଏସବିଆଇ ଏଟିଏମରେ ନିଆଁ ଲାଗିଯାଇଥିଲା। ସେ ଭିତରେ ହୁତୁହୁତୁ ହୋଇ ନିଆଁ ଜଳୁଥିବାର ଦେଖି ଅଗ୍ନିଶମ କର୍ମଚାରୀ ଖବର ପାଇଁ ନିଆଁକୁ ଆୟତ କରିଥିଲେ। ହେଲେ ଏଟିଏମ ଭିତରେ ପୁରା ଅର୍ଦ୍ଧାଧିକ ପୋଡି ଯାଇଛି।

ଏହି ଘଟଣାଟି ଭୁବନେଶ୍ବରର ଲକ୍ଷ୍ମୀ ସାଗରର ଓସ୍କାର ସିଟରେ ଥିବା ଏସବିଆଇ ଏଟିଏମରେ ଘଟିଛି। ତେବେ ଏଟିଏମ ଭିତରେ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ଅଗ୍ନିଶମ କର୍ମଚାରୀମାନେ ନିଆଁ ଭିତରେ ପଶି କରିପାରିବେ ଉଦ୍ଧାର, ଆସିଲା ଭିନ୍ନ ଧରଣର ପୋଷାକ

ଭୁବନେଶ୍ବର, ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର। ନୂଆ ବର୍ଷରେ ସେମାନଙ୍କୁ ମିଳିଲା ନୂଆ ପୋଷାକ। ତାହା ହେଉଛି ଅଗ୍ନି ନିରୋଧ ପୋଷକ। ଯେଉଁ ପୋଷାକରେ ସହଜରେ ନିଆଁ ଲାଗିବ ନାହିଁ। ଅର୍ଥାତ ଏହି ପୋଷାକ ପ୍ରାୟ 800 ସେଣ୍ଟିଗ୍ରେଡ ଉତ୍ତାପକୁ ପ୍ରାୟ 10ରୁ 20 ସେକେଣ୍ଡ ପାଇଁ ସହ୍ୟ ପାରିବ। ଫଳରେ ଜଣେ ନିଆଁ ଭିତରେ ପଶି ଜଣଙ୍କୁ ଉଦ୍ଧାର କରିପାରିବ। ପରବର୍ତ୍ତି ସମୟରେ କର୍ମଚାରୀମାନଙ୍କୁ ଗମବୁଟ, ହେଲେମେଟ, ଅମ୍ଲଜାନ ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯିବ। ଏହାଦ୍ବାରା ବିଶାକ୍ତ ଗ୍ୟାସ ଜନିତ ଦୁର୍ଘଟଣାରେ ଅଗ୍ନିଶମ କର୍ମଚାରୀ କାମ କରିବାରେ ସହଜ ହେବ।

ବର୍ତ୍ତମାନ ଏହି ଅଗ୍ନିନିରୋଧ ପୋଷାକ 5ଶହ ହଳ ଆସିଛି। ପରବର୍ତ୍ତି ସମୟରେ ଏହାର ପରିମାଣ ବୃଦ୍ଧି କରାଯିବ। ତେବେ ବର୍ତ୍ତମାନ ଆସିଥିବା ଏହି ପୋଷାକ କେବଳ ସହରାଞ୍ଚଳ ଏବଂ ଶିଳ୍ପାଞ୍ଚଳ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ପୂର୍ବରୁ କର୍ମଚାରୀମାନେ କେବଳ ଖାକି ପୋଷାକ ପରିଧାନ କରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଉଥିଲେ। ଯାହା ବିପଦ ପୂର୍ଣ୍ଣ ସମୟରେ କାମ କରିବା ସହଜ ନ ଥିଲା। ବର୍ତ୍ତମାନ ଏହି ବିଭାଗ 5ଟି ଅଧିନକୁ ଆସିବା ପରେ ଏହିପରି ଭିନ୍ନଭିନ୍ନ ନୂଆ ନୂଆ କାର୍ଯ୍ୟ ହାତକୁ ନିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲୋକସେବା ଭବନରେ କରୋନା, ବିଏମସି ସହିତ ଅଗ୍ନିଶମ ବିଭାଗ ତରଫରୁ କରାଗଲା ସାନିଟାଇଜେସନ୍

ଭୁବନେଶ୍ବର, କୋଭିଡ19 ନିୟନ୍ତ୍ରଣ ପାଇଁ ଯେଉଁଠି ଆଲୋଚନା ଓ ନିଷ୍ପତି ହୁଏ ସେହି ଲୋକସେବା ଭବନରେ ବର୍ତ୍ତମାନ ବାହାରିଛି ପଜେଟିଭ୍। ଫଳରେ ରାଜ୍ୟରେ କରୋନା ମୁକାବିଲା କିପରି ହେବ ସେ ନେଇ ସମସ୍ତେ ଚିନ୍ତିତ। ତେବେ ଲୋକସେବା ଭବନରେ ଏହି ଭୂତାଣୁ ସଂକ୍ରାମଣ ହେବା ପୂର୍ବରୁ ବିଏମସି ତରଫରୁ ନିଆଯାଇଛି ପଦକ୍ଷେପ।

ଆଜି ଅଗ୍ନିଶମ ବିଭାଗର ତିନୋଟି ସାନିଟାଇଜେସନ ଗାଡି ପୁରା ଲୋକସେବା ଭବନକୁ ଭୂତାଣୁ ମୁକ୍ତ କରୁଛନ୍ତି। ପ୍ରଥମେ ବାହାରକୁ ଏହି ସାନିଟାଇଜେସନ କରିବା ପରେ ଭିତରେ ମଧ୍ୟ ଯେଉଁ ବିଭାଗରୁ ପଜେଟିଭ ବାହାରିଛି ତାହାକୁ ମଧ୍ୟ ଭୂତାଣୁ ମୁକ୍ତ କରାଯାଇଛି।

ଲୋକସେବା ଭବନରୁ ପଜେଟିଭ ବାହାରିବା ପରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଗାଇଡ ଲାଇନ ଜାରୀ କରାଯାଇଛି। କର୍ମଚାରୀମାନେ କିପରି ଆସିବେ, କେତେ ପରିମାଣର ଆସିବେ ତାହା ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗ୍ନିକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ବର : କୋଲକାତା ଯାଇଥିବା ଅଗ୍ନିଶମ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଯାଇଥିବା କର୍ମଚାରୀଙ୍କ ଟେଷ୍ଟ ହେବ। କାମ ସାରି କୋଲକାତାରୁ ଫେରିଲେ କରୋନା ଟେଷ୍ଟ କରାଯିବ ବୋଲି ଅଗ୍ନିଶମ ବିଭାଗ ଆଇଜି ଅସିତ୍‌ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବାତ୍ୟା ଆମ୍ପାନ୍‌ ପଶ୍ଚିମବଙ୍ଗରେ ପ୍ରଭୂତ କ୍ଷତି ଘଟାଇଥିବାବେଳେ ବାତ୍ୟା ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗକୁ 30ଟି ଟିମ୍‌ରେ 375 ଅଗ୍ନିଶମ କର୍ମଚାରୀ ଯାଇଛନ୍ତି। ସମସ୍ତଙ୍କୁ ଦୁଇ ହଳ ପିପିଏଫ୍‌ ଯୋଗାଇ ଦିଆଯାଇଛି ବୋଲି ସୂଚନା ରହିଛି। ସେଠାରୁ ଫେରିବା ପରେ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଓଡ଼ିଶା କର୍ମଚାରୀଙ୍କ କାମକୁ ସମସ୍ତେ ପ୍ରଶଂସା କରୁଥିବାର କହିଛନ୍ତି ଆଇଜି।

Categories
ଫଟୋ ଖବର

କୋଭିଡ-19 ମୁକାବିଲାରେ ନିଜକୁ ସର୍ମପଣ କରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା

ଭୁବନେଶ୍ବର, କୋଭିଡ 19 ମୁକାବିଲା କରିବାରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। କନଣ୍ଟେନମେଣ୍ଟ ଜୋନରେ ପଶି ସାନିଟାଇଜେସନ କରିବା କାମ ଏହି ଅଗ୍ନଶମ ବିଭାଗ କରିଥାଏ। ସେମାନଙ୍କ କାର୍ଯ୍ୟକୁ ପ୍ରଶାଂସା କରିଛି ଭୁବନେଶ୍ବରର ଜିଜିପି କଲୋନୀ ବାସିନ୍ଦା। ଏହି କଲୋନୀରେ ଥିବା ବିଭିନ୍ନ ସଂଗଠନ ତରଫରୁ ଏହି କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।