Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ
ରାଜ୍ୟ ଖବର

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Allegation of harassment by officer: Fire service personnel attempts self-immolation in Anandapur.
Allegation of harassment by officer: Fire service personnel attempts self-immolation in Anandapur.

ଭୁବନେଶ୍ବର: ମାନସିକ ଚାପ ଓ ନିର୍ଯାତନା ଅସହ୍ୟ ହେବାରୁ ଜଣେ ଅଗ୍ନିଶମ କର୍ମଚାରୀ ଚରମ ନିଷ୍ପତ୍ତି ନେଇ କାର୍ଯ୍ୟାଳୟ ଛାତ ଉପରକୁ ଚଢ଼ି ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଶାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରାପ୍ତ ଖବର ଅନୁଯାୟୀ, ଶାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ହେମାନନ୍ଦ ଦେହୁରୀ ଅଫିସରଙ୍କ ଶୋଷଣ ଓ ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିଥିଲେ। ବାରମ୍ବାର ମାନସିକ ଚାପ ସହି ନପାରି ଶେଷରେ ସେ ନିଜ ଜୀବନ ହାରିବା ପାଇଁ କାର୍ଯ୍ୟାଳୟର ତିନି ତାଲା ଛାତ ଉପରକୁ ଚଢ଼ି ଯାଇଥିଲେ। ସେଠାରେ ସେ ଆତ୍ମାହୁତି ନିମନ୍ତେ ପ୍ରୟାସ କରୁଥିବା ସମୟରେ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଏହା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେମାନେ ଛାତ ଉପରକୁ ଯାଇ ତାଙ୍କୁ ବୁଝାସୁଝା କରିବା ସହ ଅତି କୌଶଳର ସହିତ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସମ୍ପୃକ୍ତ କର୍ମଚାରୀ ହେମାନନ୍ଦ ଦେହୁରୀ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟାଳୟର ଅଫିସର ସୂର୍ଯ୍ୟ ହେମ୍ବ୍ରମ ତାଙ୍କୁ ପ୍ରତ୍ୟେକ ସମୟରେ ଅକାରଣରେ ମାନସିକ ଚାପ ଦେବା ସହ କର୍ମକ୍ଷେତ୍ରରେ ନିର୍ଯାତନା ଦେଇଆସୁଛନ୍ତି। ଏହି ନିର୍ଯାତନା ଅସହ୍ୟ ହେବାରୁ ସେ ଏପରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଅଭିଯୁକ୍ତ ଅଫିସରଙ୍କ ବିରୋଧରେ ତୁରନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଆଯାଏ, ତେବେ ସେ ଆଗାମୀ ଦିନରେ ପୁଣି ଥରେ କୌଣସି ଚରମ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ। ଏହି ଘଟଣା ପରେ ଅଗ୍ନିଶମ ବିଭାଗର ଆଭ୍ୟନ୍ତରୀଣ ପରିଚାଳନା ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଗ୍ନିଶମ କର୍ମଚାରୀ ମାନସିକ ଚାପ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ଆଇପିଓକୁ ନେଇ ଷ୍ଟକ୍‌ ମାର୍କେଟରେ ଚର୍ଚ୍ଚା: ଆବେଦନ ସଂଖ୍ୟା ୧.୩୮ କୋଟି ଟପିଲା

October 24, 2026

Odisha Police Recruitment 2026: ୭୨୬୮ ପଦବୀ, ଗୋଟିଏ ପରୀକ୍ଷା!

October 23, 2026

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲେ ଓଡ଼ିଶା ସରକାର

October 23, 2026

ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି

October 23, 2026
Latest News

ଜିଓ ଆଇପିଓକୁ ନେଇ ଷ୍ଟକ୍‌ ମାର୍କେଟରେ ଚର୍ଚ୍ଚା: ଆବେଦନ ସଂଖ୍ୟା ୧.୩୮ କୋଟି ଟପିଲା

October 24, 2026

Odisha Police Recruitment 2026: ୭୨୬୮ ପଦବୀ, ଗୋଟିଏ ପରୀକ୍ଷା!

October 23, 2026

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲେ ଓଡ଼ିଶା ସରକାର

October 23, 2026

ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି

October 23, 2026

୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.