Categories
ଆଜିର ଖବର ରାଜ୍ୟ ଖବର

କୋଟିପତି ଅଙ୍ଗନବାଡି ଦିଦି, ଭିଜିଲାନସ ଚଢାଉ କରି ଜବତ କଲା ୪ କୋଟି ଟଙ୍କାର ସଂପତ୍ତି

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡିଛନ୍ତି ଅଙ୍ଗନବାଡି ଦିଦି କବିତା ମଥାନ। ସେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ିରେ ଚାକିରୀ କରୁଛନ୍ତି। ତାଙ୍କ ବିରୋଧରେ ଆୟବହିର୍ଭୁତ ସଂପତ୍ତି ଅଭିଯୋଗ ପରେ ଏହି ଚଢାଉ କରାଯାଇଥିଲା।  ଏହି ଚଢାଉ ବେଳେ ଜଣାପଡିଥିଲା ଯେ ତାଙ୍କର ଭୁବନେଶ୍ୱରରେ ରହିଛି ୪ଟି ବହୁତଳ କୋଠା।  ସେଥିରେ ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା କୋଠା।

ଖାଲି ଏତିକି ନୁହେଁ ଏହା ସାଙ୍ଗକୁ ତାଙ୍କର ମୋଟ ୧୪ ପ୍ଲଟ୍‌ ରହିଥିବା ବେଳେ କେବଳ ଭୁବନେଶ୍ବରରେ ୧୦ଟି ପ୍ଲଟ୍‌ ଅଛି। ସେହିପରି ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ୍‌ ରହିଛି । ଏଥସହିତ ଭିଜିଲାନସ ତାଙ୍କର ଗୋଟିଏ କାର, ୪ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷ ଟଙ୍କାର ବୀମା ସହିତ ୨୧୨ ଗ୍ରାମର ସୁନା ଜବତ କରିଛି।