Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍ ବୈଦେଶିକ ମନ୍ତ୍ରଣାଳୟରେ ଅଚଳାବସ୍ଥା

ନୂଆଦିଲ୍ଲୀ: ଚୀନ୍ ର ବୈଦେଶିକ ମନ୍ତ୍ରଣାଳୟ ଏବେ ଅଶାନ୍ତ ଅବସ୍ଥାରେ ରହିଥିବା ସୂଚନା ରହିଛି। କାରଣ କିନ୍ ଗ୍ୟାଙ୍ଗ୍କୁ ଚୀନ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କାର କରିଛି। ଏପରିକି କିନ୍ ଗ୍ୟାଙ୍ଗକୁ ବହିଷ୍କାର କରିବାର କାରଣ ମଧ୍ୟ ଚୀନ କହିନାହିଁ। ଦୀର୍ଘ ଦିନ ଧରି କିନ୍ ଗ୍ୟାଙ୍ଗକୁ ସର୍ବସାଧାରଣରେ ଦେଖିବାକୁ ମିଳୁନାହିଁ। ତାଙ୍କୁ ଶେଷ ଥର ପାଇଁ ଜୁନ୍ ୨୫ରେ ଦେଖିବାକୁ ମିଳିଥିଲା। କେଉଁ ଗ୍ୟାଙ୍ଗର ଗର୍ଲଫ୍ରେଣ୍ଡଙ୍କ ସହ ତାଙ୍କର ଘନିଷ୍ଠତା ଥିବାରୁ ତାଙ୍କୁ ପଦରୁ ବହିଷ୍କାର କରାଯାଇଥିବା କୁହାଯାଉଛି।