Categories
ଆଜିର ଖବର ରାଜ୍ୟ ଖବର

ନିରାକାରପୁର ଗୋଳବାଇ ଷ୍ଟେସନ ମଧ୍ୟରେ ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ନିରାକାରପୁର: ଖୋର୍ଦ୍ଧା ରୋଡ ରେଳଡିଭିଜନ ଅନ୍ତର୍ଗତ ନିରାକାରପୁର ଗୋଳବାଇ ଷ୍ଟେସନ ମଧ୍ୟରେ ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକ ଜଣଙ୍କ ପରିଚୟ ମିଳିପାରି ନଥିବା ବେଳେ ଯୁବକ ଜଣଙ୍କ ଫୁଲପ୍ୟାଣ୍ଟ ସାର୍ଟ ପିନ୍ଧି ଥିବା ଜଣାପଡିଛି।ଯୁବକ ଜଣଙ୍କ ଆନୁମାନିକ ବୟସ ୩୦/୩୫ବର୍ଷ ମଧ୍ୟରେ ହେବ। ନିରାକାରପୁର ଜିଆରପି ପୋଲିସ ଏକ ୟୁଡି କେସ ୫/୨୩ରେ ରୁଜୁକରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ରୁଚି ହୋଟେଲ ନିକଟରୁ ଉଦ୍ଧାର ହୋଇଥିବା ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରୁଚି ହୋଟେଲ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଜଣେ ଅଜଣା ବ୍ୟକ୍ତି ଦୀର୍ଘ ସମୟ ଧରି ପଡ଼ି ରହିଥିଲେ। ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କୁ ଜନସାଧାରଣ ସୂଚନା ଦେବାରୁ ଅଗ୍ନିଶମ ବିଭାଗ ଉକ୍ତ ଯୁବକଙ୍କୁ ରାସ୍ତାରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ ପାଖାପାଖି ୩୦ ହେବ ବୋଲି ଅନୁମାନ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପାଣ୍ଡବାଶୁଣି ଜଙ୍ଗଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏହି ଜଙ୍ଗଲରେ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ପଡିରହିଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ ଏହା ଦେଖି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେବାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ମୁକେଶ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

ତେବେ ପୋଲିସ ଉକ୍ତ ଶବଟି ପାଖାପାଖି ୨୦ ରୁ ୨୫ ଦିନ ହେବ ଏଠାରେ ପଡିରହିଥିବା ଅନୁମାନ କରୁଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ଅନୁରୂପ ଭାବେ ଶବ ନିକଟସ୍ଥ ଏକ ଗଛରେ ଦଉଡି ବନ୍ଧା ହୋଇ ରହିଥିବାର ପୋଲିସ କହିଛି। ତେବେ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବାକୁ ଥିବାବେଳେ ବର୍ତ୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିବାର ଜଣାପଡିଛି।