ନାଚୁଣୀ: ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

Published: Oct 26, 2021, 6:00 pm IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପାଣ୍ଡବାଶୁଣି ଜଙ୍ଗଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏହି ଜଙ୍ଗଲରେ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ପଡିରହିଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ ଏହା ଦେଖି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେବାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ମୁକେଶ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

ତେବେ ପୋଲିସ ଉକ୍ତ ଶବଟି ପାଖାପାଖି ୨୦ ରୁ ୨୫ ଦିନ ହେବ ଏଠାରେ ପଡିରହିଥିବା ଅନୁମାନ କରୁଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ଅନୁରୂପ ଭାବେ ଶବ ନିକଟସ୍ଥ ଏକ ଗଛରେ ଦଉଡି ବନ୍ଧା ହୋଇ ରହିଥିବାର ପୋଲିସ କହିଛି। ତେବେ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବାକୁ ଥିବାବେଳେ ବର୍ତ୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିବାର ଜଣାପଡିଛି।

Related posts