Categories
ଆଞ୍ଚଳିକ

ଟାଙ୍ଗୀ: ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ବିଶାଳକାୟ ଅଜଗର, ଦେଖନ୍ତୁ ଭିଡ଼ିଓ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ରେଞ୍ଜ ବଡ଼ ପୋଖରୀଆ ଗୋଡି ଗାଁରେ ଏକ ବିରାଟ କାୟ ଅଜଗର ସାପ ଉଦ୍ଧାର ହୋଇଛି। ଅଜଗରକୁ ଦେଖି ଲୋକେ ଭୟରେ ଆତଙ୍କିତ ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଖାଦ୍ୟ ଖାଇବାକୁ ଆସି ବଡ଼ ପୋଖରୀଆ ଗୋଡି ଗାଁରେ ବିରାଟକାୟ ଅଜଗର ପଶି ଆସିଥିଲା। ଧାନ ବିଲରେ ଷଣ୍ଢ ଘଉଡ଼ାଇବାକୁ ଯାଇଥିବା ଜଣେ ଚାଷୀ ଘରକୁ ଫେରୁଥିବା ବେଳେ ଅଜଗରକୁ ଗାଁ ରାସ୍ତାରେ ବୁଲୁଥିବାର ଦେଖିଥିଲେ।  ଏହା ପରେ ଗାଁ ଲୋକଙ୍କୁ ସେ ଖବର ଦେଇଥିଲେ।

ଗାଁ ଲୋକଙ୍କ ଠାରୁ ଖବର ପାଇ କାଳୁପଡା ଘାଟର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୂର୍ଯ୍ୟ ନାରାୟଣ ନାଥ ଗୋଡି ଗାଁରେ ପହଁଚି ଅଜଗରକୁ ଧରିବାରେ ସଫଳ ହୋଇଥିଲେ। ଅଜଗରକୁ ଧରି ନିଜ ଗାଡ଼ିରେ ଆଣି ସେ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଅଜଗରକୁ ପରୀକ୍ଷା ନିରୀକ୍ଷା କରିବା ପରେ ଅଜଗର ସୁସ୍ଥ ଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି। ଅଜଗରର ଲମ୍ବା ୧୫ ଫୁଟ ହୋଇଥିବା ବେଳେ ତାହାର ଓଜନ ୨୬ କିଲୋ ଗ୍ରାମ ବୋଲି ଜଣା ପଡିଛି। ଆଜି ପଟିଆ ଜଙ୍ଗଲରେ ଅଜଗରକୁ ଛାଡି ଦିଆଯିବ ବୋଲି ରେଞ୍ଜର କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୁଇ ବିରାଟକାୟ ଅଜଗର ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଳା ଗ୍ରାମ ନୂଆ ବନ୍ଧ ନିକଟରେ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ନୂଆ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ଜେସିବି ମେସିନ୍ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା। ଉକ୍ତ ନାଳ ଖୋଳିବା ସମୟରେ ଗୋଟିଏ ବଡ଼ ପାଇପ୍ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲା।

ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡ଼ିର ଶୁଣ୍ଢରେ ଦାବି ରଖିଥିଲେ। ଅନ୍ୟ ଗୋଟିଏ ସାପ ଗାଡ଼ିର ଇଂଜିନ୍ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ସ୍ନେକ ହେଲପ୍ ଲାଇନ୍‌କୁ ଜଣାଇଥିଲେ। ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ପହଞ୍ଚିଥିଲେ। ପ୍ରଥମେ ସାତଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ।

ଏହାପରେ ଦୀର୍ଘ ତିନିଘଣ୍ଟା ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର ଯାହାର ଲମ୍ବ ୧୧ ଫୁଟ ହେବ ତାକୁ ଉଦ୍ଧାର କରିଥିଲେ। ଏଥିରେ ଗ୍ରାମବାସୀଙ୍କ ସହ ଭିଡ଼ିଓ ସାମ୍ବାଦିକ ଲିକୁ ଡ଼ାକୁଆ ଏବଂ ଗୌରୀ ଶଙ୍କର ମିଶ୍ର ସହଯୋଗ କରିଥିଲେ। ଶେଷରେ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ସ୍ନେକ ହେଲ୍‌ପ ଲାଇନ୍ ସଦସ୍ୟମାନଙ୍କୁ ତାଙ୍କର ନିଷ୍ଠାପର ସେବା ଓ କଠିନ ଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍କୁଲ ଫାଟକ ସମ୍ମୁଖରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚାନ୍ଦିପୁଟ ଉ.ପ୍ରା. ବିଦ୍ୟାଳୟ ଗେଟ୍ ସମ୍ମୁଖରୁ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଅହରିରାଜଟି ସ୍କୁଲ ସମ୍ମୁଖ ଡ଼୍ରେନ୍‌ରେ ଦୁଇଦିନ ଧରି ରହିଥିଲା। ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍‌ପ ଲାଇନ୍‌କୁ ଖବର ଦେବାପରେ ଆଜି ବ୍ରହ୍ମପୁରର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ସାପଟକୁ ଉଦ୍ଧାର କରିବାକୁ ଅଧଘଣ୍ଟାଏ ସମୟ ଲାଗିଥିଲା। ଉଦ୍ଧାର କାର୍ଯ୍ୟରେ ଶ୍ରୀକାନ୍ତ ନାହାକ, ସ୍ୱାଧୀନ ସାହୁ, ଶୁଭମ ସାହୁ, ଶ୍ରୀକାନ୍ତ ସାହୁ ନିୟୋଜିତ ଥିବାବେଳେ ବନ କର୍ମଚାରୀ ସୌଦାମିନୀ ପଟ୍ଟନାୟକ, ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ। ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଂଗଲରେ ଛଡ଼ାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ରୋଲାଣ୍ଡ କଲେଜ ସମ୍ମୁଖରୁ ୭ ଫୁଟର ଅଜଗର ସାପ ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସହର ସଂଲଗ୍ନ ଲାଞ୍ଜିପଲ୍ଲୀ-ଆଙ୍କୁଲି ରାସ୍ତାରେ ଥିବା ରୋଲାଣ୍ଡ କଲେଜ ସମ୍ମୁଖରୁ ଏକ ୭ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀ ଶାନ୍ତି ପ୍ରସାଦ ବେହେରା ଘରୁ ଅଫିସକୁ ଆସୁଥିବାବେଳେ ରାସ୍ତା ଉପରେ ଲୋକଙ୍କ ଭିଡ଼ ଦେଖି କ’ଣ ହୋଇଛି ପଚାରି ସାପଟି ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ସ୍ନେକ ହେଲ୍‌ପ୍ ଲାଇନ୍ ସହ ଯୋଗାଯୋଗ କରିବା ପରେ ସଦସ୍ୟ ସ୍ୱାଧୀନ କୁମାର ସାହୁ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ତାକୁ ବନବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଂଗଲରେ ଛଡ଼ାଯାଇଥିବା ସୂଚନା ମିଳିଛି।