ଟାଙ୍ଗୀ: ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ବିଶାଳକାୟ ଅଜଗର, ଦେଖନ୍ତୁ ଭିଡ଼ିଓ

Published: Sep 5, 2023, 10:17 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ରେଞ୍ଜ ବଡ଼ ପୋଖରୀଆ ଗୋଡି ଗାଁରେ ଏକ ବିରାଟ କାୟ ଅଜଗର ସାପ ଉଦ୍ଧାର ହୋଇଛି। ଅଜଗରକୁ ଦେଖି ଲୋକେ ଭୟରେ ଆତଙ୍କିତ ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଖାଦ୍ୟ ଖାଇବାକୁ ଆସି ବଡ଼ ପୋଖରୀଆ ଗୋଡି ଗାଁରେ ବିରାଟକାୟ ଅଜଗର ପଶି ଆସିଥିଲା। ଧାନ ବିଲରେ ଷଣ୍ଢ ଘଉଡ଼ାଇବାକୁ ଯାଇଥିବା ଜଣେ ଚାଷୀ ଘରକୁ ଫେରୁଥିବା ବେଳେ ଅଜଗରକୁ ଗାଁ ରାସ୍ତାରେ ବୁଲୁଥିବାର ଦେଖିଥିଲେ।  ଏହା ପରେ ଗାଁ ଲୋକଙ୍କୁ ସେ ଖବର ଦେଇଥିଲେ।

ଗାଁ ଲୋକଙ୍କ ଠାରୁ ଖବର ପାଇ କାଳୁପଡା ଘାଟର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୂର୍ଯ୍ୟ ନାରାୟଣ ନାଥ ଗୋଡି ଗାଁରେ ପହଁଚି ଅଜଗରକୁ ଧରିବାରେ ସଫଳ ହୋଇଥିଲେ। ଅଜଗରକୁ ଧରି ନିଜ ଗାଡ଼ିରେ ଆଣି ସେ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଅଜଗରକୁ ପରୀକ୍ଷା ନିରୀକ୍ଷା କରିବା ପରେ ଅଜଗର ସୁସ୍ଥ ଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି। ଅଜଗରର ଲମ୍ବା ୧୫ ଫୁଟ ହୋଇଥିବା ବେଳେ ତାହାର ଓଜନ ୨୬ କିଲୋ ଗ୍ରାମ ବୋଲି ଜଣା ପଡିଛି। ଆଜି ପଟିଆ ଜଙ୍ଗଲରେ ଅଜଗରକୁ ଛାଡି ଦିଆଯିବ ବୋଲି ରେଞ୍ଜର କହିଛନ୍ତି।

Related posts