Categories
ଆଞ୍ଚଳିକ

ବାଣପୁରରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ମୃତଦେହ ରଖାଯାଇଥିବା ବେଳେ ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ।

ସୂଚନା ମୁତାବକ ନନ୍ଦପୁର ପଞ୍ଚାୟତ ଭେଷରୀ ଗ୍ରାମରେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ବୁଲିବା ଏବଂ ମରିଯିବି ବୋଲି ଚିତ୍କାର କରୁଥିବା ପୋଲିସ ଖବର ପାଇ ୧୦୮ଆମ୍ବୁଲାନ୍ସ ସାହାଯ୍ୟରେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।

ତେବେ ବ୍ୟକ୍ତି ଜଣକ ଓଡ଼ିଆ ଭାଷାରେ କଥା କହୁଥିବା ଏବଂ ନିଜ ଘର ବାଲେଶ୍ୱର ବୋଲି କହିଥିବା ଆଇଆଇସି ରମେଶ ଦେବତା କହିଛନ୍ତି। ମୃତ ବ୍ୟକ୍ତିର ପରିଚୟ ମିଳିପାରିନଥିବାରୁ ଡାକ୍ତରଖାନାରେ ତିନିରୁ ଚାରିଦିନ ପର୍ଯ୍ୟନ୍ତ ମୃତଦେହକୁ ଗଚ୍ଛିତ ରଖାଯିବ ବୋଲି ବାଣପୁର ପୋଲିସ କହିଛି।

Categories
ଆଞ୍ଚଳିକ

କେନାଲରେ ବୁଡି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ମାମଲା: ମିଳିଲା ପରିଚୟ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମ ନିକଟ ଶାଳିଆ କେନାଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ମୃତକଜଣଙ୍କ ବାଣପୁର ମଙ୍ଗରାଜପୁର ଗ୍ରାମର ଶରତ ପାଣି (୫୯) ବୋଲି ଜଣାପଡିଛି।

ଗତକାଲି ଠାରୁ ସେ ନିଖୋଜ ଥିଲେ। ତେବେ ଘର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଶରତଙ୍କୁ ପାଇନଥିଲେ। କିନ୍ତୁ ମୁକ୍ତାଦେଇପୁର କେନାଲରେ ଶରତଙ୍କ ମୃତଦେହ ଭାସୁଥିବାର ଜାଣି ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ବାଣପୁର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି କେନାଲରୁ ଶରତଙ୍କ ଶବକୁ ଉଦ୍ଧାର କରିଥିଲା।

ଶବ ଚି଼ହ୍ନଟ ପରେ ତାଙ୍କୁ ବାଣପୁର ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ବାଣପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଟୋ ଭିତରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବଡଡାକ୍ତରଖାନା ପରିସରରେ ଏକ ଅଟୋ ଭିତରୁ ଜନୈକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଜଣାପଡିଛି। ଡାକ୍ତରଖାନା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ସୁରକ୍ଷା ଗୃହରେ ଶବକୁ ରଖି ତଦନ୍ତ ଆରମ୍ଭ କରିଛନ୍ତି।

ସୁଚନା ଥାଉକି ଲୋଚାପଡା ଅଞ୍ଚଳର ଜନୈକ ଅଟୋ ଚାଳକ ତାଙ୍କର ଅଟୋକୁ ଉକ୍ତ ସ୍ଥାନରେ ରଖି ବାହାରକୁ ବୁଲିବାକୁ ଯାଇ ଆସି ଦେଖିଲା ବେଳକୁ ଏହି ଭଳି ଘଟଣା ଘଟିଛି ଓ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛତ୍ରପୁର ରେଳ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଛତ୍ରପୁର ରେଳ ଷ୍ଟେସନ ୪ ନଂ ପ୍ଲାଟଫର୍ମରେ ଏକ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଏକ ଶାଢ଼ୀରେ ଉକ୍ତ ମୃତ ଦେହ ଝୁଲୁଥିବା ଅବସ୍ଥାରେ ପୋଲିସ ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏବିଷୟରେ ପୋଲିସ ଅନୁସନ୍ଧାନ କରିବା ସହ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ରାମପୁର ରୋଡ ରେଳ ଲାଇନରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଛି।

ଆଜି ସକାଳେ ରେଳ ଲାଇନରେ ଏକ ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବାଲୁଗାଁ ଆରପିଏଫ କୁ ଖବର ଦେଇଥିଲେ। ବର୍ତ୍ତମାନ ବାଲୁଗାଁ ଆରପିଏଫ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ରୋଡ ଜିଆରପି କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ଅଜଣା ବ୍ୟକ୍ତିଙ୍କଠାରୁ ରୁହନ୍ତୁ ସତର୍କ

କନ୍ୟା:– ଆଜି କୈଣସି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅ ନାହିଁ। ବ୍ୟବସାୟୀମାନେ ଟଙ୍କା କାରବାର ପ୍ରତି ସତର୍କ ରହିବା ଉଚିତ ଏବଂ ଦୂର ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍। ସକାରାତ୍ମକ ହୁଅନ୍ତୁ, ସମସ୍ୟା ଶୀଘ୍ର ଦୂର ହୋଇଯିବ। ପିତାମାତାଙ୍କ ସହିତ ଆପଣଙ୍କର ଖୁସି ବାଣ୍ଟନ୍ତୁ। ଆଜି ଆପଣ ଏକାକୀ ଅନୁଭବ କରିବେ।

ତୂଳା:– ଆଜି ଆପଣଙ୍କ ଶରୀରର ପ୍ରତିରୋଧ ଶକ୍ତି କମିଯାଇପାରେ । ଆପଣଙ୍କର ଉତ୍ସର୍ଗୀକୃତ ଏବଂ ଆତ୍ମବିଶ୍ୱାସ ସ୍ତର ଅଧିକ ହେବ। ଆଜି ଆପଣ ଆଶା କରିଥିବା ଅପେକ୍ଷା ଭଲ କରିବେ। ବ୍ୟକ୍ତିଗତ ଏବଂ ଗୋପନୀୟ ଥିବା ସୂଚନା ପ୍ରକାଶ କରନ୍ତୁ ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପୋତା ହୋଇଥିବା ଗୁଜବ, ଗ୍ରାମରେ ଭୟର ବାତାବରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶନି ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମନ୍ଦିର ନିକଟସ୍ଥ ପାଣି ଟାଙ୍କି ନିକଟରେ ଥିବା ଖୋଲା ପଡିଆରେ କୌଣସି ଏକ ବ୍ୟକ୍ତିଙ୍କ ମୃତ ଦେହ ପୋତା ଯାଇଥିବାର ଗୁଜବ ସୃଷ୍ଟି ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଶହ ଶହ ଜନସାଧାରଣ ରୁଣ୍ଡ ହୋଇଛନ୍ତି।

ଗତକାଲି ରାତିରେ ଜେସିବି ମେସିନ ଦ୍ୱାରା ଏହି ମୃତଦେହଟିକୁ ପୋତାଯାଇଥିବା କୁହାଯାଉଛି। ତେବେ କିଏ ସେଠାରେ ଶବ ପୋତିଲା ଏବଂ କଣ ପାଇଁ ପୋତିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ମାଟି ପୋତାଯାଇଥିବା ସ୍ଥାନକୁ ଖୋଳିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସେପଟେ ବାଲେଡିହ ଗ୍ରାମବାସୀମାନେ ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିବା ସହ ଏହାର ଯଥାଶୀଘ୍ର ତଦନ୍ତ ଦାବିରେ ବର୍ତ୍ତମାନ ରାସ୍ତା ଅବରୋଧ କରିଥିବାର ଦେଖାଯାଇଛି। ତେବେ ତ୍ରୀସ୍ତରୀୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଉଲଗ୍ନ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି।

ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର ଶେଷ ଭାଗ ପର୍ବତର ପାଦଦେଶରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ତେବେ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।