କେନାଲରେ ବୁଡି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ମାମଲା: ମିଳିଲା ପରିଚୟ, ମୃତ୍ୟୁର କାରଣ ଅସ୍ପଷ୍ଟ

Published: Jul 24, 2023, 7:14 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମ ନିକଟ ଶାଳିଆ କେନାଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ମୃତକଜଣଙ୍କ ବାଣପୁର ମଙ୍ଗରାଜପୁର ଗ୍ରାମର ଶରତ ପାଣି (୫୯) ବୋଲି ଜଣାପଡିଛି।

ଗତକାଲି ଠାରୁ ସେ ନିଖୋଜ ଥିଲେ। ତେବେ ଘର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଶରତଙ୍କୁ ପାଇନଥିଲେ। କିନ୍ତୁ ମୁକ୍ତାଦେଇପୁର କେନାଲରେ ଶରତଙ୍କ ମୃତଦେହ ଭାସୁଥିବାର ଜାଣି ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ବାଣପୁର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି କେନାଲରୁ ଶରତଙ୍କ ଶବକୁ ଉଦ୍ଧାର କରିଥିଲା।

ଶବ ଚି଼ହ୍ନଟ ପରେ ତାଙ୍କୁ ବାଣପୁର ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ବାଣପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଛି।

Related posts