Categories
ବିଶେଷ ଖବର

ଅଣ କଂଗ୍ରେସ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରୟାସ: ଅଖିଳେଶଙ୍କୁ ଭେଟିଲେ କେସିଆର

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଣ-ବିଜେପି, ଅଣ-କଂଗ୍ରେସ ଦଳକୁ ଏକଜୁଟ କରିବାର ପ୍ରୟାସର ଏକ ଅଂଶ ଭାବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଶୁକ୍ରବାର ଦିନ ଭେଟିଛନ୍ତି। ଏସପି ସୂତ୍ରରୁ ପ୍ରକାଶ ଯେ, ଦଳ ମଧ୍ୟ ଅଣ-ବିଜେପି, ଅଣ-କଂଗ୍ରେସ ଦଳ ଏକାଠି ହେବାକୁ ସପକ୍ଷରେ ଅଛି। କଂଗ୍ରେସ ସହ ତାଙ୍କର କୌଣସି ରାଜନୈତିକ କିମ୍ବା ନିର୍ବାଚନୀ ମେଣ୍ଟ ହେବ ନାହିଁ ବୋଲି ଜଣେ ଏସପି ନେତା କହିଛନ୍ତି। ‘ଆମର ସ୍ଥିତି ସ୍ପଷ୍ଟ ହୋଇଛି। ଆମେ ଅଣ ବିଜେପି, ଅଣ କଂଗ୍ରେସ ଦଳର ଏକତା ସପକ୍ଷରେ ଅଛୁ। ଆମେ TRS ସହିତ ଅଛୁ। ଆମେ କଂଗ୍ରେସ ସହିତ ଯିବାକୁ ଚାହୁଁନାହୁଁ। ନିର୍ବାଚନ ପରେ, ପରିସ୍ଥିତିକୁ ଆଧାର କରି ଆମେ ନିଷ୍ପତ୍ତି ନେବୁ।

ଗଣମାଧ୍ୟମ ପ୍ରକାଶିତ ଖବର ଅନୁଯାୟୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଖିଳେଶ ଏବଂ ବରିଷ୍ଠ ଏସପି ନେତା ରାମ ଗୋପାଳ ଯାଦବଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଟିଆରଏସ ସୂତ୍ରରୁ ପ୍ରକାଶ ଯେ, ସେମାନଙ୍କର ଆଲୋଚନା ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ଅଣ କଂଗ୍ରେସ ଦଳଗୁଡ଼ିକ ଏକାଠି କରି ବିଜେପିକୁ ମୁକାବିଲା କରିବା ଲକ୍ଷ୍ୟ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ପ୍ରଥମ ସପ୍ତାହରେ ଦିଲ୍ଲୀ ଗସ୍ତ କରିବାର ସମ୍ଭାବନା ରହିଛି। ତାଙ୍କ ଗସ୍ତ ସମୟରେ ଅଣ କଂଗ୍ରେସ ବିରୋଧୀ ଦଳଗୁଡ଼ିକର ବୈଠକ ହେବାର ସମ୍ଭାବନା ରହିଛି।

ଯଦିଓ କେସି ରାଓ ଜାତୀୟ ରାଜନୀତିରେ ନିଜର ଅଭିଳାଷ ପ୍ରକାଶ କରୁଛନ୍ତି, ତେବେ ତାଙ୍କର ତୁରନ୍ତ ଲକ୍ଷ୍ୟ ହେଉଛି ତେଲେଙ୍ଗାନାରେ ବିଜେପିକୁ ଅଟକାଇବା, ଯେଉଁଠାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ୨୦୧୮ ନିର୍ବାଚନରେ ​​ଟିଆରଏସ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ ହୋଇଥିଲା। କିନ୍ତୁ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ପାଉଛି। ୨୦୧୯ ସାଧାରଣ ନିର୍ବାଚନରେ ​​ବିଜେପି ତେଲେଙ୍ଗାନାର ୧୭ ଟି ଲୋକସଭା ଆସନ ମଧ୍ୟରୁ ଚାରିଟି ଜିତିଛି। ବିଜେପି ହାତକୁ ସିକନ୍ଦରାବାଦ, କରିମନଗର, ନିଜାମାବାଦ ଏବଂ ଆଦିଲାବାଦ ଆସନ ଯାଇଛି।

ବିଗତ କିଛି ମାସ ମଧ୍ୟରେ ଜେଡି (ଏସ) ମୁଖ୍ୟ ଦେବ ଗୌଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ଅରବିନ୍ଦ କେଜ୍ରିୱାଲ, ଡିଏମକେର ଏମ.କେ ଷ୍ଟାଲିନ, ଜେଏମଏମ ନେତା ଶିବୁ ଏବଂ ହେମନ୍ତ ସୋରେନ, ଶିବସେନାର ଉଦ୍ଧବ ଠାକରେ ଏବଂ ଆରଜେଡିର ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ସେ ମମତା ବାନାର୍ଜୀ ଏବଂ ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ପିନାରାଇ ବିଜୟନ, ମାଣିକ ସରକାର ଏବଂ ଡି ରାଜାଙ୍କ ସହ କେସି ରାଓ ସାକ୍ଷାତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୯ ଟି ରାଜ୍ୟରେ ୫୦% ଲୋକ ନେଲେ ଏକକ ଡୋଜ୍ ଟିକା: ଜାଣନ୍ତୁ ବିଜେପି ଏବଂ ଅଣ-ବିଜେପି ଶାସିତ ରାଜ୍ୟରେ କଣ ରହିଛି ସ୍ଥିତି

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୫୩ କୋଟି ଟିକା ଡୋଜ ଦିଆଯାଇଛି। ଏଥିମଧ୍ୟରୁ ଅତି କମରେ ୪୧ କୋଟି ଲୋକ ଟୀକାକରଣର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଜନସଂଖ୍ୟା ଅନୁଯାୟୀ, ଭାରତର ଜନସଂଖ୍ୟାର ୩୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ନଅ ପ୍ରତିଶତ ଲୋକ ଉଭୟ ଡୋଜ ନେଇଛନ୍ତି। ଦେଶରେ ନଅଟି ରାଜ୍ୟ ଅଛି ଯେଉଁଠାରେ ଜନସଂଖ୍ୟାର ୫୦ ପ୍ରତିଶତ ପ୍ରଥମ ଡୋଜ ପାଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ ଏବଂ ଛତିଶଗଡ।

ସବୁଠୁ ପଛରେ ରହିଛି ଏହି ରାଜ୍ୟ:

ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ଟିକା ଦିଆଯାଇଛି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ୟୁପି ପଛରେ ଅଛି। ୟୁପିରେ ସର୍ବାଧିକ ୫.୬୩ କୋଟି ଡୋଜ ଦିଆଯାଇଛି। କିନ୍ତୁ ଅତିକମରେ ୩୧ ପ୍ରତିଶତ ଜନସଂଖ୍ୟା ଏକକ ଡୋଜ ଟିକା ଗ୍ରହଣ କରିଛନ୍ତି। ଜନସଂଖ୍ୟା ହିସାବରେ ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଝାଡଖଣ୍ଡ, ତାମିଲନାଡୁ, ମହାରାଷ୍ଟ୍ରର ରାଜ୍ୟଗୁଡିକରେ ୟୁପି ଅପେକ୍ଷା ଅଧିକ ଟିକା ଦିଆଯାଇଛି।

ସବୁଠୁ ଅଧିକ ଟୀକା ଦିଆଯାଇଥିବା ରାଜ୍ୟ:

ହିମାଚଳ ପ୍ରଦେଶରେ ବୟସ୍କଙ୍କ ମଧ୍ୟରୁ ୭୭ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି। ଏହା ପରେ ଜାମ୍ମୁ କାଶ୍ମୀରରେ ୬୬ ପ୍ରତିଶତ, ଉତ୍ତରପ୍ରଦେଶରେ ୬୪ ପ୍ରତିଶତ, ଗୁଜୁରାଟରେ ୬୦ ପ୍ରତିଶତ, ମଧ୍ୟପ୍ରଦେଶରେ ୫୫ ପ୍ରତିଶତ, କର୍ଣ୍ଣାଟକରେ ୫୪ ପ୍ରତିଶତ, କେରଳରେ ୫୪ ପ୍ରତିଶତ, ରାଜସ୍ଥାନରେ ୫୨ ପ୍ରତିଶତ ଏବଂ ଛତିଶଗଡରେ ୫୦ ପ୍ରତିଶତ ରହିଛି।

ବିଜେପି ଶାସିତ ରାଜ୍ୟରେ ଟୀକାକରଣର ସ୍ଥିତି:

୧- ଉତ୍ତରପ୍ରଦେଶ- ମୋଟ ୫ କୋଟି ୬୩ଲକ୍ଷ ଡୋଜ
୨- ମଧ୍ୟପ୍ରଦେଶ – ମୋଟ ୩ କୋଟି ୬୭ ଲକ୍ଷ ଡୋଜ
୩- ଗୁଜୁରାଟ- ମୋଟ ୩ କୋଟି ୮୬ ଲକ୍ଷ ଡୋଜ
୪- ବିହାର- ମୋଟ ୨ କୋଟି ୮୯ ଲକ୍ଷ ଡୋଜ
୫- ହରିୟାଣା- ମୋଟ ୧ କୋଟି ୩୩ ଲକ୍ଷ ଡୋଜ

ଅଣ ବିଜେପି ଶାସିତ ରାଜ୍ୟରେ ଟୀକାକରଣର ସ୍ଥିତି:

୧- ମହାରାଷ୍ଟ୍ର – ୪ କୋଟି ୭୯ ଲକ୍ଷ ଡୋଜ
୨- ରାଜସ୍ଥାନ – ସମୁଦାୟ ୩ କୋଟି ୬୩ ଲକ୍ଷ ଡୋଜ
୩- ପଶ୍ଚିମବଙ୍ଗ- ମୋଟ ୩ କୋଟି ୩୩ଲକ୍ଷ ଡୋଜ
୪- କେରଳ – ୨ କୋଟି ୨୮ ଲକ୍ଷ ଡୋଜ
୫- ଦିଲ୍ଲୀ- ମୋଟ ୧ କୋଟି ୧୨ ଲକ୍ଷ ଡୋଜ

Categories
ଆଜିର ଖବର ଜାତୀୟ ଖବର

ଶରଦ ପାୱାରଙ୍କ ବାସଭବନରେ ୮ ଟି ଦଳର ନେତାଙ୍କ ମଧ୍ୟରେ ଆଲୋଚନା: ତୃତୀୟ ମୋର୍ଚ୍ଚା ଗଠନ ସମ୍ଭାବନା

ନୂଆଦିଲ୍ଲୀ: ଦେଶରେ ଅଣ-ବିଜେପି ଏବଂ ଅଣ-କଂଗ୍ରେସ ରାଜନୈତିକ ଦଳକୁ ନେଇ ଏକ ତୃତୀୟ ମୋର୍ଚ୍ଚା ଗଠନ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଜି ଏକ ବୈଠକ ହୋଇଛି।

ଏଥିରେ ଦେଶର ୮ ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିବା ଜଣାପଡିଛି। ତୃଣମୂଳ କଂଗ୍ରେସ, ଏନସିପି, ରାଷ୍ଟ୍ରୀୟ ଲୋକଦଳ, ସିପିଆଇ, ସିପିଏମ, ଆମ ଆଦ୍ମି ପାର୍ଟି, ସମାଜବାଦୀ ପାର୍ଟି ଏବଂ ନ୍ୟାସନାଲ କନଫରେନ୍ସ ଦଳର ନେତାମାନେ ଭାଗ ନେଇଛନ୍ତି।

ଏତଦବ୍ୟତୀତ ପୂର୍ବତନ ସାଂସଦ ପବନ ବର୍ମା, ଜାବେଦ ଅଖତର, ସଞ୍ଜୟ ଝା ଏବଂ କେସି ସିଂହ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମିଳିତ ମଞ୍ଚ ଗଠନ ପାଇଁ ପ୍ରୟାସ କରାଯାଉଥିବା କୁହାଯାଉଛି।

ଏହି ବୈଠକ ପୂର୍ବରୁ ପ୍ରଖ୍ୟାତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ଶାରଦା ପାୱାରଙ୍କର ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ଆଲୋଚନା ହୋଇଥିଲା। ହେଲେ ତୃତୀୟ ମୋର୍ଚ୍ଚା ସମ୍ଭାବନାକୁ ଶାରଦା ପାୱାର ମନା କରିଦେଇଛନ୍ତି।