Categories
ଆଜିର ଖବର ରାଜ୍ୟ ଖବର

ପୁଣି କମାଲ୍ କଲେ ଆଇଟିଆଇ ବିଦ୍ୟାର୍ଥୀ ୪ ଟନ୍ ଅଦରକାରୀ ଲୁହାରେ ୩୦ ଫୁଟର ମାନଚିତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁଣିଥରେ ବ୍ରହ୍ମପୁର ସରକାରୀ ଆଇଟିଆଇର ବିଦ୍ୟାର୍ଥୀମାନେ କମାଲ୍ କରି ଅଦରକାରୀ ସାମଗ୍ରୀରେ ଏକ ବିଶାଳ ମାନଚିତ୍ର ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି। କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃତ୍ ସ୍କ୍ରିପ୍ ପାର୍କରେ ଅଦରକାରୀ ୪ ଟନ୍ ଲୁହାରେ ୩୦ ଫୁଟ ଉଚ୍ଚତାର ଏକ ଭାରତ ମାନଚିତ୍ର ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀମାନେ। ଏହା ସହ ନିକଟରେ ଲୁହାରେ ନିର୍ମିତ ହୋଇଥିବା ମୟୂର ଏବଂ କଲମ ମଧ୍ୟ ଲୋକାର୍ପିତ କରାଯାଇଛି।

ମୁଖ୍ୟଅତିଥି ରୂପେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଚି ଯୋଗଦେଇ ଏହାକୁ ଲୋକାର୍ପିତ କରିବେଳେ ବିଭାଗୀୟ ମୁଖ୍ୟ ସଂଜୟ ସିଂ, ଗଂଜାମ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ, ଆଇଟିଆଇର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଆଦି ମଂଚାସୀନ ରହିଥିଲେ। ମାନଚିତ୍ର ସହ ଆଇଟିଆଇ ନିକଟରେ ଥିବା ଲେଡ଼ିଜ୍ ହଷ୍ଟ୍ରେଲ୍‌କୁ ମଧ୍ୟ ଉଦ୍‌ଘାଟିତ ହୋଇଛି।

ଭାରତରେ ବ୍ରହ୍ମପୁର ସରକାରୀ ଆଇଟିଆଇ ଆଗକୁ ୧ ନମ୍ବର ହେବା ସହ ଆର ଜନ୍ମରେ ମୁଁ ରଜତ ପାଣିଗ୍ରାହୀଙ୍କ ଛାତ୍ର ହୋଇ ଯେଭଳି ଜନ୍ମ ହେବି ବୋଲି ମୁଖ୍ୟଅତିଥି ଶ୍ରୀ ବାଗ୍‌ଚି କହିଥିଲେ। ପୂର୍ବରୁ ମଧ୍ୟ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଦରକାରୀ ଲୁହାରେ ସୁଉଚ୍ଚ ଗିଟାର, ଝିଟିପିଟି, ରୋବଟ୍‌, ଆଇରନ୍ ମ୍ୟାନ ଭଳି କଳାକୃତି ନିର୍ମାଣ କରି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ନାମ ଲେଖାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅଦରକାରୀ ଲୁହାରେ ନିର୍ମିତ ହେଲା ମାନଚିତ୍ର: ଗିନିଜ୍ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭାରତବର୍ଷରେ ଦକ୍ଷତା ଓ ବିକାଶ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହିତ ଯୋଡ଼ି ହୋଇଛି ପୁଣି ଏକ କୀର୍ତ୍ତି। ଏହାର କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃହତ ସ୍କ୍ରିପ୍ ପାର୍କରେ ଅଦରକାରୀ ଲୁହାରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଭାରତ ମାନିଚିତ୍ର ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ।

୪ ଟନ୍ ଲୁହାରେ ନିର୍ମାଣ ହୋଇଥିବା ଏହି ସୁଉଚ୍ଚ ମାନଚିତ୍ର କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରେ ଏହା ଲୋକାର୍ପିତ ପାଇଁ ସ୍ଥିର କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ମାନଚିତ୍ର କିପରି ଗିନିଜ୍ ବୁକ୍‌ରେ ସ୍ଥାନ ପାଇବ ସେଥିପାଇଁ କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନର ଗ୍ରାପସ୍ ପାର୍କରେ ଅଦରକାରୀ ବିସ୍ତୁ ଦ୍ୱାରା ନିର୍ମିତ ଗିଟାର, ଝିଟିପିଟି, ରୋବଟ୍ ଓ ଆଇରନ୍ ମ୍ୟାନ ପ୍ରଭୃତି କଳାକୃତି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ଏହି ମାନଚିତ୍ର ସାରା ଦେଶରେ ନାମ କରିବ ବୋଲି ଆଶା କରିଛି ଅନୁଷ୍ଠାନ।